ହାଇପର ଭିଟାମିନୋସିସ୍‌

ଶରୀର ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ଭିଟାମିନ୍‌ ବା ଜୀବସାର ନିତାନ୍ତ ପ୍ରୟୋଜନ। ଏହା ଶରୀରର ମସ୍ତିଷ୍କ, ଅସ୍ଥି, ତ୍ୱଚା ଏବଂ ରକ୍ତକୁ ସୁସ୍ଥ ରଖିଥାଏ। ବ୍ୟାଧି ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହା ଆମ ପ୍ରକୃତିରୁ ବିଭିନ୍ନ ଆହାର, ଔଷଧ, ଫଳ ଭରପୂର ମାତ୍ରାରେ ଥାଏ। ସୂର୍ଯ୍ୟ କିରଣରୁ ଭିଟାମିନ୍‌ ‘ଡି’ ପାଇଥାଉ। ଶରୀର ତା’ର ଆବଶ୍ୟକତା ମୁତାବକ ଗ୍ରହଣ କରେ। ବେଳେବେଳେ ଶରୀର ପ୍ରାକୃତିକ ଉତ୍ସରୁ ଭିଟାମିନ୍‌ ଗ୍ରହଣ କରିବା ପାଇଁ ଅସମର୍ଥ ହୁଏ। ଅନ୍ୟପକ୍ଷରେ ସନ୍ତୁଳିତ ଆହାର ନ ଖାଇବା କାରଣରୁ ଭିଟାମିନ୍‌ ଅଭାବ ଜନିତ ରୋଗ ହୋଇଥାଏ। ଏହାକୁ ସଦ୍ୟ ପୂରଣ ପାଇଁ କୃତ୍ରିମ ଭାବେ ଭିଟାମିନ୍‌ ଇଞ୍ଜେକ୍‌ଶନ୍‌, ବଟିକା ସେବନ କରାଯାଏ। ମାତ୍ର ଏହା ଅତ୍ୟଧିକ ହେଲେ ଭିଟାମିନ୍‌ ଅଧିକ ଜନିତ ରୋଗ ହୋଇଥାଏ, ଯାହାକୁ ‘ହାଇପର ଭିଟାମିନୋସିସ୍‌’ ବୋଲି କୁହାଯାଏ।
ଏହି ଭିଟାମିନ୍‌ଗୁଡ଼ିକ ପ୍ରାୟତଃ ଦୁଇପ୍ରକାର ଦେଖାଯାଏ। ଗୋଟିଏ ପାଣିରେ ଘୋଳନଶୀଳ ଯଥା- ଭିଟାମିନ୍‌ ବି ଓ ସି। ଏହା ଅଧିକ ହେଲେ ପରିସ୍ରା ଦେଇ ବାହାରିଯାଏ। ଏବଂ ଅନ୍ୟଗୁଡ଼ିକ ଚର୍ବିରେ ଘୋଳନଶୀଳ ଯଥା- ଭିଟାମିନ୍‌ ଏ, ଡି, ଇ ଓ କେ। ଏହିଗୁଡ଼ିକ ତନ୍ତୁ ହୃଦୟ ଓ ଅନ୍ୟ ଅଙ୍ଗରେ ଜମା ହୋଇ ରହେ ଦରକାର ବେଳେ କାର୍ଯ୍ୟରେ ଆସେ।
ଭିଟାମିନ୍‌ -ଏ : ଏହା ଆଖିର ଦୃଷ୍ଟିଶକ୍ତିକୁ ଠିକ୍‌ ରଖେ। ଚର୍ମ, ଦାନ୍ତ, ହାତ, ସୂକ୍ଷ୍ମ କୋଷିକା ଓ ଶ୍ଳେଷ୍ମକଳାକୁ ସୁସ୍ଥ ରଖେ। ଏହାର ମୁଖ୍ୟ ଉତ୍ସ କନ୍ଦମୂଳ, ଗାଜର, ଅମୃତଭଣ୍ଡା, କଲିଜା, ଅଣ୍ଡା, ଆମ୍ବ ଓ ପନିପରିବାରୁ ମିଳେ। ଏହା ଆମ ଶରୀର ପାଇଁ ଦୈନିକ ୯୦୦ଏମ.ସି.ଜି.ରୁ ୩୦୦୦ଏମ.ସି.ଜି. ଆବଶ୍ୟକ। ଏହା ଠାରୁ ଅଧିକ ଗ୍ରହଣ କଲେ ବାଳ ଝଡ଼ିବା, ଭ୍ରୂଲତା ଉପରେ ଲୋମ ଉଠିଯିବା, ତ୍ୱଚା ଶୁଷ୍କ, ରୁକ୍ଷ, ଲାଲ୍‌ ପଡ଼ିବା, ଫୁଲି ଚେକା ଚେକା ହେବା, ମସ୍ତିଷ୍କରେ ଚାପ ବଢ଼ିବା, ଆଖିକୁ ଦେଖା ନ ଯିବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଚିଡ୍‌ଚିଡ୍‌ ଲାଗିବା ଓ ହାଡ଼ରେ ଯନ୍ତ୍ରଣା ହେବା। ଶେଷରେ ରୋଗୀ କୋମା ଅବସ୍ଥାକୁ ଚାଲିଯାଇପାରେ।
ଭିଟାମିନ୍‌ ‘ଡି’ : ଭିଟାମିନ୍‌ ‘ଡି’ କଅଁଳିଆ ସୂର୍ଯ୍ୟକିରଣ ଚର୍ମ ଉପରେ ପଡ଼ି ସଂଶ୍ଳେଷଣ ପ୍ରକିୟା ଦ୍ୱାରା ଶୋଷିତ ହୋଇଥାଏ। ଏହା କ୍ୟାଲ୍‌ସିୟମ ଶୋଷଣ କରେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ମାସଂପେଶୀ ଓ ହୃଦୟ ସୁସ୍ଥ ରଖେ। ଏହାର ମୁଖ୍ୟ ଉତ୍ସ- କ୍ଷୀର, ସଲମନ ମାଛ, କଡ୍‌ ଲିଭର୍‌ ଅଏଲ, ଅଣ୍ଡା, ଛତୁ, ସୋୟାବିନ୍‌ରୁ ମିଳେ। ଶରୀର ପାଇଁ ଦୈନିକ ୧୫ରୁ ୨୦ଏମ.ସି.ଜି. ଆବଶ୍ୟକ। ଏହାଠାରୁ ଅଧିକ ହେଲେ ବୃକ୍‌କ ଅଶୁରୀ, ବାନ୍ତି ଲାଗିବା, କୋଷ୍ଠବଦ୍ଧତା, ଅଧିକ ଶୋଷ ଲାଗିବା, ଅଧିକ ପରିସ୍ରା ହେବା ଓ ପତଳା ସ୍ବାସ୍ଥ୍ୟ ହୋଇଥାଏ।
ଭିଟାମିନ୍‌-ଇ : ଏହା ଏକ ଅକ୍ସିଡାଣ୍ଟ, ଗର୍ଭସ୍ଥାପକ, ଦୃଷ୍ଟି, ରକ୍ତ ପୁଷ୍ଟିକାରକ, ମସ୍ତିଷ୍କ ଓ ଚର୍ମ ପାଇଁ ଉପକାରୀ। ମୁଖ୍ୟ ଉତ୍ସ- ସୂର୍ଯ୍ୟମୁଖୀ ତେଲ, ଆଲ୍‌ମଣ୍ଡ ବ୍ଲାକ୍‌ବେରୀ ତେଲ ଓ ପିଜୁଳିରୁ ମିଳେ। ଦୈନିକ ୧୫ମି.ଗ୍ରା. ଆବଶ୍ୟକ। ଏଥିରୁ ଅଧିକ ହେଲେ ପ୍ରୋଷ୍ଟେଡ୍‌ କ୍ୟାନ୍‌ସର, ଷ୍ଟ୍ରୋକ୍‌ ଏବଂ ରକ୍ତସ୍ରାବ ହେବା ଦେଖାଯାଏ।
ଭିଟାମିନ୍‌ କେ : ଏହା ରକ୍ତ ଜମାଟ ବାନ୍ଧିବା, ଅସ୍ଥିକୁ ସୁଦୃଢ଼ କରେ। ଏହାର ମୁଖ୍ୟ ଉତ୍ସ:- ସେଓ, ପନିପରିବା, ଅଣ୍ଡା, ବ୍ରୋକଲି, ଫୁଲକୋବି। ଏହା ଆମ ଶରୀର ପାଇଁ ଦୈନିକ ୦.୨ରୁ ୩.୨ଏନ୍‌.ଜି./ଏମ.ଏଲ୍‌. ଦରକାର। ଏହାଠାରୁ ଅଧିକ ହେଲେ ସଦ୍ୟଜାତ ଶିଶୁର କାମଳ, ହେମୋଲାଇଟିକ୍‌, ଏନିମିଆ(ରକ୍ତହୀନତା) ଦେଖାଯାଏ।
ଭିଟାମିନ୍‌-ବି : ଏହା ଭୋକ, ସ୍ବାସ୍ଥ୍ୟ ଓ ଓଜନ ବଢ଼ାଏ। ଏହା ଅଭାବରୁ ବେରିବେରି, ହାତ ଓ ଗୋଡ଼ ମାଂସପେଶୀ ଦୃଢ଼ତା, ରକ୍ତହୀନତା, ଶ୍ୱାସକଷ୍ଟ, ଚର୍ମଛେତା ପଡ଼ିଯିବା, ଚାଲିବାରେ କଷ୍ଟ, ଜିହ୍ବା ଫୁଲିବା, କାମଳ ଓ ପାଟି ଘା’ ଆଦି ରୋଗ ହୋଇଥାଏ। ଅଧିକ ଗ୍ରହଣ କଲେ ଯକୃତ କାର୍ଯ୍ୟକ୍ଷମତା ହରାଏ।
ଭିଟାମିନ୍‌ ବି-୬ : ଏପରି ଭିଟାମିନ୍‌ ଅଧିକ ସେବନ କଲେ ସ୍ନାୟୁଗୁଡ଼ିକ ନଷ୍ଟ ହେବା, ଯକୃତ ଖରାପ ହେବା, ତ୍ୱଚା ସୂର୍ଯ୍ୟାଲୋକ ସହ୍ୟ କରିପାରେ ନାହିଁ। ବାନ୍ତି ଲାଗିବା, ଛାତି ଜଳାପୋଡ଼ା ହୋଇଥାଏ।
ଭିଟାମିନ୍‌-ସି : ଏହା କୋଷ, ଚର୍ମ, ରକ୍ତବାହିନୀ, ଅସ୍ଥି ଏବଂ ତରୁଣାସ୍ଥି, ଦାନ୍ତମାଢ଼ିକୁ ସୁସ୍ଥ ରଖେ। ଥଣ୍ଡାସର୍ଦ୍ଦିିରୁ ରକ୍ଷା କରେ। ବ୍ୟାଧି ପ୍ରତିରୋଧକ ଶକ୍ତି ବଢ଼ାଏ। ଏହାର ଅଭାବରୁ ସ୍କର୍ବି ରୋଗ ହୋଇଥାଏ। ଏହାର ମୁଖ୍ୟ ଉତ୍ସ- ଅଁଳା, ଖଟାଜାତୀୟ ଫଳ, ଲେମ୍ବୁ, କମଳା, ଅଙ୍ଗୁର କୋଳି ଇତ୍ୟାଦି। ଦୈନିକ ୯୦ଏମ୍‌.ଜି. ଆବଶ୍ୟକ। ଏଥିରୁ ଅଧିକ ଦୈନିକ ନେଲେ ପେଟଜନିତ ରୋଗ, ପତଳା ଝାଡ଼ା, ଆମାଶୟ ମାଂସପେଶୀ ଆକୁଞ୍ଚନ, ବାନ୍ତି, ମୁଣ୍ଡବ୍ୟଥା ଇତ୍ୟାଦି ଲକ୍ଷଣ ଦେଖାଯାଏ।
ଏଣୁ ସନ୍ତୁଳିତ ଆହାର ସେବନ କରିବେ। ଜିହ୍ବା ଓ ଲୋଭକୁ ସମ୍ବରଣ କରିବେ, ବିଭିନ୍ନ ଋତୁରେ ଉତ୍ପନ ହେଉଥିବା ଫଳ, ପନିପରିବାକୁ ସେବନ କରିବେ। ସଜନାଶାଗ, ପିଜୁଳି, ଲଙ୍କା, ଅମୃତଭଣ୍ଡା, କଦଳୀ ଇତ୍ୟାଦି ଫଳ ଓ ପନିପରିବାକୁ ପ୍ରାଧାନ୍ୟ ଦେବେ। ଆମାଶୟ ଓ ଅନ୍ତ୍ରର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମୟ ବ୍ୟବଧାନ ରଖିବେ। ପାଣି ପିଇବେ। ଯୋଗାଭ୍ୟାସ କରିବେ। ଶରୀର ପାଇଁ ହିତକାରୀ ପ୍ରାକୃତିକ ଔଷଧ ଓ ଉପଚାରକୁ ପ୍ରାଧାନ୍ୟ ଦେବେ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆହାର, ଭିଟାମିନ୍‌ ସେବନ କରିବେ।
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri