ଜଳବିଦ୍ୟୁତ୍‌ ମନସ୍କ ବିଶ୍ୱ

ବ୍ରହ୍ମ ଚେଲାନି

ତୈଳ ଓ ଗ୍ୟାସ୍‌ର ଶସ୍ତା ଯୁଗ ଶେଷ ହୋଇଯାଇଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ କିମ୍ବା ରୁଷିଆ ଦ୍ୱାରା ଉପତ୍ାଦିତ ଜୀବାଶ୍ମ ଇନ୍ଧନଠାରୁ ୟୁରୋପୀୟ ଦେଶଗୁଡ଼ିକ ନିବୃତ୍ତ ରହିବାର ପଦକ୍ଷେପ ଯୋଗୁ ତୈଳ ଓ ଗ୍ୟାସ୍‌ ଶସ୍ତା ହେଉନାହିଁ। ଠିକ୍‌ ଏହି ସମୟରେ ଅନ୍ତର୍ଜାତୀୟ ଯୋଗାଣକାରୀମାନେ ତୈଳ ଯୋଗାଣ ସୀମିତ କରିଦେବାରୁ ବିଶ୍ୱରେ ଶକ୍ତିର ମୂଲ୍ୟ ବଢ଼ିଚାଲିଛି। ଫଳରେ ବୈଶ୍ୱିକ ଶକ୍ତି ସଙ୍କଟ ଏବେ ଚିନ୍ତାଜନକ ହୋଇପଡ଼ିଛି। ଏହି କାରଣରୁ ଏବକାର ସ୍ଥିତିରୁ ମୁକୁଳିବା ପାଇଁ ଶକ୍ତିର ବିକଳ୍ପ ଉତ୍ସଗୁଡ଼ିକ ଖୋଜାଯାଉଛି। କିନ୍ତୁ ବର୍ତ୍ତମାନ ବିକଳ୍ପ ଶକ୍ତିର ଉତ୍ସ ଭାବେ ଜଳବିଦ୍ୟୁତ୍‌କୁ ଯେଭଳି ଆପଣାଯାଉଛି ତାହା ଏକ ପ୍ରକାର ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ସାଧାରଣତଃ ଅକ୍ଷୟଶକ୍ତି ଭାବେ ଜଳବିଦ୍ୟୁତ୍‌ର ବହୁଳ ବ୍ୟବହାର କରାଯାଏ। ବିଶ୍ୱରେ କମ୍‌ କାର୍ବନ ନିର୍ଗମନରେ ଉପତ୍ାଦିତ ମୋଟ ବିଦ୍ୟୁତ୍‌ ପରିମାଣର ଏହା ଅଧା। ଏହାକୁ ବୃଦ୍ଧି କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି ତା’ ପଛରେ ଅନେକ କାରଣ ରହିଛି। ଅନେକ ଦଶନ୍ଧି ଧରି ଏହା ଅନ୍ୟ ଶକ୍ତି ତୁଳନାରେ ସବୁଠୁ ଶସ୍ତା ଅକ୍ଷୟ ଶକ୍ତି ରହିଆସିଛି। ଆଣବିକ, ତାପଜ, ପ୍ରାକୃତିକ ବାଷ୍ପ ପ୍ଲାଣ୍ଟ ତୁଳନାରେ ଜଳବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ବିଦ୍ୟୁତ୍‌ ଉପତ୍ାଦନ ଖୁବ୍‌ ଶୀଘ୍ର କମାଇପାରନ୍ତି କିମ୍ବା ବୃଦ୍ଧି କରିପାରନ୍ତି। ପବନ ଏବଂ ସୌରଶକ୍ତି ଉପତ୍ାଦନ ଅତ୍ୟଧିକ ଭାବେ କମ୍‌ ବେଶି ହୋଇପାରୁଥିବାରୁ ସେଗୁଡ଼ିକ ତୁଳନାରେ ଜଳବିଦ୍ୟୁତ୍‌ ନିର୍ଭରଯୋଗ୍ୟ ହୋଇପାରିବ ଏବଂ ଏହାର ଉପତ୍ାଦନ ସକାଶେ ଜଳଭଣ୍ଡାରକୁ ବ୍ୟବହାର କରାଯାଇପାରିବ। ଅନ୍ୟ ପରିବର୍ତ୍ତନଶୀଳ ଶକ୍ତି ଉତ୍ସଗୁଡ଼ିକ ତୁଳନାରେ ଏହା ଅଧିକ ଭଲ ଓ ପ୍ରଭାବୀ ହୋଇପାରିବ। କିନ୍ତୁ ଏଥିରେ ଏକ ଅସୁବିଧା ରହିଛି। ସାଧାରଣ ଧରଣର ଅଧିକାଂଶ ଜଳବିଦ୍ୟୁତ୍‌ ପ୍ଲାଣ୍ଟ ପାଇଁ ନଦୀ ଏବଂ ଝରଣାଗୁଡ଼ିକରେ ଡ୍ୟାମ(ବନ୍ଧ) ବାନ୍ଧିବାର ଆବଶ୍ୟକତା ଅଧିକ। ଜଳବିଦ୍ୟୁତ୍‌ ଉପତ୍ାଦନ ହେଉଥିବା ବନ୍ଧଗୁଡ଼ିକର ଏକ ବୃହତ୍‌ ଏବଂ ଦୀର୍ଘମିଆଦୀ ପରିବେଶଗତ ପ୍ରଭାବ ମଧ୍ୟ ରହିଛି।
ଡ୍ୟାମ୍‌ କିମ୍ବା ଜଳଭଣ୍ଡାରଗୁଡ଼ିକ ଅତ୍ୟଧିକ ପରିମାଣର ମିଥେନ, କାର୍ବନ ଡାଇଅକ୍ସାଇଡ ଏବଂ ନାଇଟ୍ରସ୍‌ ଅକ୍ସାଇଡ ନିର୍ଗମନ କରିଥାନ୍ତି। କେତେକ ପରିସ୍ଥିତିରେ, ବିଷୁବରେଖା ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଡ୍ୟାମ୍‌ ଓ ଜଳଭଣ୍ଡାର ଜୀବାଶ୍ମ ଇନ୍ଧନ ଶକ୍ତି ପ୍ଲାଣ୍ଟ୍‌ଗୁଡ଼ିକ ତୁଳନାରେ ଅଧିକ ଗ୍ରୀନ୍‌ ହାଉସ ଗ୍ୟାସ୍‌ ବା ସବୁଜଗୃହ ବାଷ୍ପ ନିର୍ଗମନ କରିପାରନ୍ତି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, କାର୍ବନ ଡାଇଅକ୍ସାଇଡ୍‌ ତୁଳନାରେ ସବୁଜଗୃହ ବାଷ୍ପ ଅତିକମ୍‌ରେ ୩୪ ଗୁଣା ଅଧିକ ପ୍ରଭାବଶାଳୀ। ବ୍ୟାପକ ଭୌଗୋଳିକ, ଜଳବାୟୁ ତଥା ଋତୁଗତ ଏବଂ ଉଦ୍ଭିଦ କାରଣରୁ କୃତ୍ରିମ ଜଳଭଣ୍ଡାରଗୁଡ଼ିକ ପ୍ରାୟ ୮୦% ସବୁଜଗୃହ ବାଷ୍ପ ନିର୍ଗମନ କରିପାରନ୍ତି। ତେବେ ଜଳବିଦ୍ୟୁତ୍‌ ଡ୍ୟାମ୍‌ସବୁ ବହୁ ସମୟରେ ବିଶୁଦ୍ଧ ପାନୀୟଜଳ ଯୋଗାଏ, ବନ୍ୟା ନିୟନ୍ତ୍ରଣ କରେ ଏବଂ ଜଳସେଚନରେ ସହାୟକ ହୁଏ ବୋଲି ସମସ୍ତେ ଜାଣିଥିଲେ ମଧ୍ୟ ସେଗୁଡ଼ିକ ନଦୀର ସ୍ରୋତ ଏବଂ ଜଳର ମାନକୁ ପରିବର୍ତ୍ତନ କରିଥାନ୍ତି। ଏହା ବ୍ୟତୀତ ନଦୀ ଅବବାହିକାର ସମତଳ ଅଞ୍ଚଳରେ ଅନୁର୍ବର ମାଟିକୁ ଉର୍ବର କରିବାରେ ସାହାଯ୍ୟ କରୁଥିବା ଏବଂ ଜୈବବିବିଧତା ସଂରକ୍ଷଣରେ ସାହାଯ୍ୟ କରୁଥିବା ନ୍ୟୁଟ୍ରିଣ୍ଟ୍‌ ସମୃଦ୍ଧ ପଟୁ ପ୍ରବାହରେ ବାଧା ଦେଇଥାନ୍ତି। ପାହାଡ଼ରୁ ବହି ଆସୁଥିବା ପଟୁମାଟି ପ୍ରବାହରେ ନଦୀବନ୍ଧଗୁଡ଼ିକ ବାଧା ଦେବାରୁ ଡ୍ୟାମ ତଳ ବା ମୁହଁାଣ ଅଞ୍ଚଳରେ ଥିବା ଡେଲ୍‌ଟା(ତ୍ରିକୋଣଭୂମି)ଗୁଡ଼ିକର ଆକାର ସଙ୍କୁଚିତ ହେବା ସହ ତାହା ଧୀରେ ଧୀରେ ସମୁଦ୍ର ପାଣିରେ ଡୁବିଯାଏ। ଫଳରେ ଲୁଣାପାଣି ସେହି ଡେଲ୍‌ଟାରେ ପ୍ରବାହିତ ହେବା ସହ ସେଠାରେ ମଧୁରଜଳ ଏବଂ ଲୁଣିଜଳ ମଧ୍ୟରେ ଥିବା ସମନ୍ବୟ , ଯାହା ମୁଖ୍ୟତଃ ନଦୀ ମୁହାଣ ଏବଂ ଏହା ପାଖରେ ଥିବା ଜଳାଶୟଗୁଡ଼ିକରେ ସଙ୍କଟରେ ଥିବା ବହୁ ପ୍ରଜାତିର ଜୀବ ଓ ଉଦ୍ଭିଦର ବଞ୍ଚି ରହିବା ଲାଗି ଦରକାର, ତାହା ପୂରା ଏପାଖ ସେପାଖ ହୋଇଯାଏ। ଏସବୁ କାରଣରୁ ଏସିଆରେ ଜନବହୁଳ ଡେଲ୍‌ଟା ସହରଗୁଡ଼ିକ ଯଥା; ତିଆନଜିନ, ସାଂଘାଇ,ଗୁଆଙ୍ଗଝୋ, ବ୍ୟାଙ୍କଙ୍କ ଏବଂ ଢାକା ଦ୍ରୁତ ଗତିରେ କ୍ଷୟ ହେବାରେ ଲାଗିଛି।
ଡ୍ୟାମ୍‌ଗୁଡ଼ିକ ଯୋଗୁ ମଧ୍ୟ ସାମାଜିକ ସ୍ତରରେ କ୍ଷତି ହୋଇଥାଏ। ୨୦୦୭ରେ, ସେତେବେଳର ଚାଇନା ପ୍ରଧାନମନ୍ତ୍ରୀ ଓ୍ବେନ୍‌ ଜିଆବାଓ କହିଥିଲେ ଯେ, ଚାଇନା ଓ୍ବାଟର ପ୍ରୋଜେକ୍ଟଗୁଡ଼ିକ ପାଇଁ ୨୨.୯ ମିଲିୟନ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ସଂଖ୍ୟା ୧୦୦ଟି ଦେଶର ଲୋକସଂଖ୍ୟା ଠାରୁ ଅଧିକ। ୨୦୧୨ ଉପତ୍ାଦନ କ୍ଷମ ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଜଳବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ଥ୍ରି ଜର୍ଜେସ ଡ୍ୟାମ୍‌ ପାଇଁ ୧.୪ ମିଲିୟନ ଲୋକ ବିସ୍ଥାପିତ ହୋଇଥିଲେ। ଏସବୁ ବାଦ୍‌ ଜଳବିଦ୍ୟୁତ୍‌ର ବିଶ୍ୱସନୀୟତା ଉପରେ ସନ୍ଦେହ ରହିବାର ଏକ କାରଣ ରହିଛି। ଯଦି ବିଶ୍ୱତାପନ ବୃଦ୍ଧିର ଗତିକୁ ଅତ୍ୟଧିତ୍କ ହ୍ରାସ କରିବାରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଫଳ ବୋଲି ପ୍ରମାଣିତ ହୁଏ ତେବେ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବାରମ୍ବାର ମରୁଡ଼ି ହେବ ଓ ଏହାର ତୀବ୍ରତା ମଧ୍ୟ ବୃଦ୍ଧି ପାଇବ। ନଦୀ ଏବଂ ଜଳଭଣ୍ଡାରଗୁଡ଼ିକର ଜଳପତ୍ତନ କମିବା ଯୋଗୁ ଟର୍ବାଇନ ଘୂରାଇବା ଲାଗି ଆବଶ୍ୟକ ଜଳଚାପ ମଧ୍ୟ କମିବ। ଫଳରେ କମ୍‌ ବିଦ୍ୟୁତ ଉପତ୍ାଦନ ହେବ। ଏଣୁ ଜଳ କମିବା କାରଣରୁ ବୃହତ୍‌ ଡ୍ୟାମ୍‌ର ତଳି ଅଞ୍ଚଳରେ ମରୁଡ଼ିରେ କ୍ଷତି ହେବ , ଯାହା ସ୍ପଷ୍ଟ ହୋଇଛି ମେକଙ୍ଗ ନଦୀ ଅବବାହିକାରେ। ତଥାପି ବିଶ୍ୱର ଡ୍ୟାମ୍‌ ନିର୍ମାଣ ପ୍ରୀତି ପ୍ରକାଶ ପାଉଛି। ଶକ୍ତି ଚାହିଦା ମେଣ୍ଟାଇବା ଲାଗି ବିଶ୍ୱ ସମ୍ପୂର୍ଣ୍ଣ ଜଳବିଦ୍ୟୁତ୍‌ ମନସ୍କ ହୋଇ ବହୁଳ ସଂଖ୍ୟାରେ ଡ୍ୟାମ ନିର୍ମାଣ ଜାରି ରଖିଛି। ପୃଥିବୀର ଦୀର୍ଘତମ ନଦୀଗୁଡ଼ିକର ପ୍ରାୟ ଦୁଇ ତୃତୀୟାଂଶକୁ ବିକଶିତ କରାଯାଇସାରିଲାଣି। ବିଗତ ୭ ଦଶନ୍ଧିରେ ଏହି ସବୁ ନଦୀରେ ବିଶ୍ୱର ପ୍ରାୟ ୬୦,୦୦୦ ବୃହତ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଛି। ବିଶ୍ୱସ୍ତରରେ ଡ୍ୟାମ୍‌ ନିର୍ମାଣ ଏବେ ଏକ ବିପଜ୍ଜନକ ଗତିରେ ଚାଲିଛି। ୨୦୧୪ରେ ଅତି କମ୍‌ରେ ୩,୭୦୦ ବୃହତ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଥିଲା କିମ୍ବା ଏଥିତ୍ପାଇଁ ଯୋଜନା କରାଯାଇଥିଲା। ତା’ ପରଠାରୁ, ଡ୍ୟାମ ନିର୍ମାଣ ବୃଦ୍ଧି ଅଧିକ ସ୍ପଷ୍ଟ ହୋଇଛି। ମୁଖ୍ୟତଃ ବିକାଶଶୀଳ ଦେଶଗୁଡ଼ିକ ଡ୍ୟାମ ନିର୍ମାଣ ହଟ୍‌ସ୍ପଟ ପାଲଟିଛି।
ବଲ୍‌କାନସ୍‌ଠାରୁ ଆରମ୍ଭ କରି ଦକ୍ଷିଣ ଆମେରିକା ଯାଏ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟକଳାପକୁ ଦେଖିଲେ ଏଥିରେ ଚାଇନାର ମୁଖ୍ୟ ଭୂମିିକା ରହିଛି। ଏଥିପାଇଁ ବିଶ୍ୱରେ ଚାଇନାର ଅଧିକ ଚାହିଦା ରହିବା ସହ ଡ୍ୟାମ ନିର୍ମାଣ କ୍ଷେତ୍ରରେ ଏହା ଏକ ପ୍ରମୁଖ ରପ୍ତାନିିକାରୀ ଦେଶ ହୋଇପାରିଛି। ୨୦୦୧ରୁ ୨୦୨୦ ଯାଏ ୩୮ଟି ଦେଶରେ ଚାଇନା ମୋଟରେ ୨୭ ଗିଗାଓ୍ବାଟରୁ ଅଧିକ ଉପତ୍ାଦନକ୍ଷମ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକରେ ୪୪ ବିଲିୟନରୁ ଊର୍ଦ୍ଧ୍ୱ ଡଲାର ଋଣ ଅକାରରେ ଦେଇଛି। ଚାଇନା ଡ୍ୟାମ୍‌ ନିର୍ମାଣ କରିବାରେ ଆଦୌ ଦ୍ୱିଧା ପ୍ରକାଶ କରୁନାହିଁ। ଏପରିକି ଭୂମିକମ୍ପପ୍ରବଣ ଅଞ୍ଚଳ ଯେଉଁଠି ଅତ୍ୟଧିକ କ୍ଷତି ହେବାର ସମ୍ଭାବନା ରହିଛି, ସେଠାରେ ବି ଡ୍ୟାମ ନିର୍ମାଣ କରୁଛି। ଚାଇନା ଜାଣିରଖିବା ଉଚିତ୍‌ ଯେ, ୨୦୦୮ର ଓ୍ବେନ୍‌ଚୁଆନ୍‌ ଭୂମିକମ୍ପରେ ତିବ୍ବତ ସମତଳ ଭୂମିର ପୂର୍ବାଞ୍ଚଳରେ ଯେଉଁ ୮୭,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା, ସେଥିରେ ଭୂମିକମ୍ପ କେନ୍ଦ୍ର ନିକଟରେ ଅବସ୍ଥିତ ନୂଆ ଜିପିଙ୍ଗ୍‌ପୁ ଡ୍ୟାମ୍‌ର ସମ୍ପର୍କ ରହିଛି ବୋଲି ଚାଇନାର ବୈଜ୍ଞାନିକମାନଙ୍କ କହିଥିଲେ।
ବିଶ୍ୱ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମ୍‌ କରିବା ଉଚିତ୍‌ , ଏଥିରେ କୌଣସି ପ୍ରଶ୍ନ ନାହିଁ। କିନ୍ତୁ ଆମାଜନ, ବ୍ରହ୍ମପୁତ୍ର, କଙ୍ଗୋ ଏବଂ ମେକଙ୍ଗ ଭଳି ପୃଥବୀର ଜୈବବିବିଧତା ସମୃଦ୍ଧ ନଦୀ ଅବବାହିବାରେ ଅଧିକ ସଂଖ୍ୟକ ଜଳବିଦ୍ୟୁତ୍‌ ଡ୍ୟାମ୍‌ ଯେଭଳି ନିର୍ମାଣ କରାଯାଉଛି ତାହା କରିବା ଆଦୌ ଠିକ୍‌ ନୁହେଁ। ଅନ୍ୟ ପକ୍ଷରେ ପୃଥିବୀର ଦୀର୍ଘମିଆଦୀ ସୁସ୍ଥତା ବଦଳରେ ଶକ୍ତି ସୁରକ୍ଷା ତଥା ଲାଭ ପାଇଁ ନୈତିକତାକୁ ଜଳାଞ୍ଜଳି ଦେଇ ବିଶ୍ୱରେ ନିୟନ୍ତ୍ରଣ ବିହୀନ ଡ୍ୟାମ ନିର୍ମାଣ ଚାଲିଛି।
ପ୍ରଫେସର, ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌, ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ);
ଫେଲୋ,ରର୍ବଟ ବୋକ୍‌ ଏକାଡେମୀ, ବର୍ଲିନ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri