ଜଳବିଦ୍ୟୁତ୍‌ ମନସ୍କ ବିଶ୍ୱ

ବ୍ରହ୍ମ ଚେଲାନି

ତୈଳ ଓ ଗ୍ୟାସ୍‌ର ଶସ୍ତା ଯୁଗ ଶେଷ ହୋଇଯାଇଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ କିମ୍ବା ରୁଷିଆ ଦ୍ୱାରା ଉପତ୍ାଦିତ ଜୀବାଶ୍ମ ଇନ୍ଧନଠାରୁ ୟୁରୋପୀୟ ଦେଶଗୁଡ଼ିକ ନିବୃତ୍ତ ରହିବାର ପଦକ୍ଷେପ ଯୋଗୁ ତୈଳ ଓ ଗ୍ୟାସ୍‌ ଶସ୍ତା ହେଉନାହିଁ। ଠିକ୍‌ ଏହି ସମୟରେ ଅନ୍ତର୍ଜାତୀୟ ଯୋଗାଣକାରୀମାନେ ତୈଳ ଯୋଗାଣ ସୀମିତ କରିଦେବାରୁ ବିଶ୍ୱରେ ଶକ୍ତିର ମୂଲ୍ୟ ବଢ଼ିଚାଲିଛି। ଫଳରେ ବୈଶ୍ୱିକ ଶକ୍ତି ସଙ୍କଟ ଏବେ ଚିନ୍ତାଜନକ ହୋଇପଡ଼ିଛି। ଏହି କାରଣରୁ ଏବକାର ସ୍ଥିତିରୁ ମୁକୁଳିବା ପାଇଁ ଶକ୍ତିର ବିକଳ୍ପ ଉତ୍ସଗୁଡ଼ିକ ଖୋଜାଯାଉଛି। କିନ୍ତୁ ବର୍ତ୍ତମାନ ବିକଳ୍ପ ଶକ୍ତିର ଉତ୍ସ ଭାବେ ଜଳବିଦ୍ୟୁତ୍‌କୁ ଯେଭଳି ଆପଣାଯାଉଛି ତାହା ଏକ ପ୍ରକାର ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ସାଧାରଣତଃ ଅକ୍ଷୟଶକ୍ତି ଭାବେ ଜଳବିଦ୍ୟୁତ୍‌ର ବହୁଳ ବ୍ୟବହାର କରାଯାଏ। ବିଶ୍ୱରେ କମ୍‌ କାର୍ବନ ନିର୍ଗମନରେ ଉପତ୍ାଦିତ ମୋଟ ବିଦ୍ୟୁତ୍‌ ପରିମାଣର ଏହା ଅଧା। ଏହାକୁ ବୃଦ୍ଧି କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି ତା’ ପଛରେ ଅନେକ କାରଣ ରହିଛି। ଅନେକ ଦଶନ୍ଧି ଧରି ଏହା ଅନ୍ୟ ଶକ୍ତି ତୁଳନାରେ ସବୁଠୁ ଶସ୍ତା ଅକ୍ଷୟ ଶକ୍ତି ରହିଆସିଛି। ଆଣବିକ, ତାପଜ, ପ୍ରାକୃତିକ ବାଷ୍ପ ପ୍ଲାଣ୍ଟ ତୁଳନାରେ ଜଳବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ବିଦ୍ୟୁତ୍‌ ଉପତ୍ାଦନ ଖୁବ୍‌ ଶୀଘ୍ର କମାଇପାରନ୍ତି କିମ୍ବା ବୃଦ୍ଧି କରିପାରନ୍ତି। ପବନ ଏବଂ ସୌରଶକ୍ତି ଉପତ୍ାଦନ ଅତ୍ୟଧିକ ଭାବେ କମ୍‌ ବେଶି ହୋଇପାରୁଥିବାରୁ ସେଗୁଡ଼ିକ ତୁଳନାରେ ଜଳବିଦ୍ୟୁତ୍‌ ନିର୍ଭରଯୋଗ୍ୟ ହୋଇପାରିବ ଏବଂ ଏହାର ଉପତ୍ାଦନ ସକାଶେ ଜଳଭଣ୍ଡାରକୁ ବ୍ୟବହାର କରାଯାଇପାରିବ। ଅନ୍ୟ ପରିବର୍ତ୍ତନଶୀଳ ଶକ୍ତି ଉତ୍ସଗୁଡ଼ିକ ତୁଳନାରେ ଏହା ଅଧିକ ଭଲ ଓ ପ୍ରଭାବୀ ହୋଇପାରିବ। କିନ୍ତୁ ଏଥିରେ ଏକ ଅସୁବିଧା ରହିଛି। ସାଧାରଣ ଧରଣର ଅଧିକାଂଶ ଜଳବିଦ୍ୟୁତ୍‌ ପ୍ଲାଣ୍ଟ ପାଇଁ ନଦୀ ଏବଂ ଝରଣାଗୁଡ଼ିକରେ ଡ୍ୟାମ(ବନ୍ଧ) ବାନ୍ଧିବାର ଆବଶ୍ୟକତା ଅଧିକ। ଜଳବିଦ୍ୟୁତ୍‌ ଉପତ୍ାଦନ ହେଉଥିବା ବନ୍ଧଗୁଡ଼ିକର ଏକ ବୃହତ୍‌ ଏବଂ ଦୀର୍ଘମିଆଦୀ ପରିବେଶଗତ ପ୍ରଭାବ ମଧ୍ୟ ରହିଛି।
ଡ୍ୟାମ୍‌ କିମ୍ବା ଜଳଭଣ୍ଡାରଗୁଡ଼ିକ ଅତ୍ୟଧିକ ପରିମାଣର ମିଥେନ, କାର୍ବନ ଡାଇଅକ୍ସାଇଡ ଏବଂ ନାଇଟ୍ରସ୍‌ ଅକ୍ସାଇଡ ନିର୍ଗମନ କରିଥାନ୍ତି। କେତେକ ପରିସ୍ଥିତିରେ, ବିଷୁବରେଖା ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଡ୍ୟାମ୍‌ ଓ ଜଳଭଣ୍ଡାର ଜୀବାଶ୍ମ ଇନ୍ଧନ ଶକ୍ତି ପ୍ଲାଣ୍ଟ୍‌ଗୁଡ଼ିକ ତୁଳନାରେ ଅଧିକ ଗ୍ରୀନ୍‌ ହାଉସ ଗ୍ୟାସ୍‌ ବା ସବୁଜଗୃହ ବାଷ୍ପ ନିର୍ଗମନ କରିପାରନ୍ତି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, କାର୍ବନ ଡାଇଅକ୍ସାଇଡ୍‌ ତୁଳନାରେ ସବୁଜଗୃହ ବାଷ୍ପ ଅତିକମ୍‌ରେ ୩୪ ଗୁଣା ଅଧିକ ପ୍ରଭାବଶାଳୀ। ବ୍ୟାପକ ଭୌଗୋଳିକ, ଜଳବାୟୁ ତଥା ଋତୁଗତ ଏବଂ ଉଦ୍ଭିଦ କାରଣରୁ କୃତ୍ରିମ ଜଳଭଣ୍ଡାରଗୁଡ଼ିକ ପ୍ରାୟ ୮୦% ସବୁଜଗୃହ ବାଷ୍ପ ନିର୍ଗମନ କରିପାରନ୍ତି। ତେବେ ଜଳବିଦ୍ୟୁତ୍‌ ଡ୍ୟାମ୍‌ସବୁ ବହୁ ସମୟରେ ବିଶୁଦ୍ଧ ପାନୀୟଜଳ ଯୋଗାଏ, ବନ୍ୟା ନିୟନ୍ତ୍ରଣ କରେ ଏବଂ ଜଳସେଚନରେ ସହାୟକ ହୁଏ ବୋଲି ସମସ୍ତେ ଜାଣିଥିଲେ ମଧ୍ୟ ସେଗୁଡ଼ିକ ନଦୀର ସ୍ରୋତ ଏବଂ ଜଳର ମାନକୁ ପରିବର୍ତ୍ତନ କରିଥାନ୍ତି। ଏହା ବ୍ୟତୀତ ନଦୀ ଅବବାହିକାର ସମତଳ ଅଞ୍ଚଳରେ ଅନୁର୍ବର ମାଟିକୁ ଉର୍ବର କରିବାରେ ସାହାଯ୍ୟ କରୁଥିବା ଏବଂ ଜୈବବିବିଧତା ସଂରକ୍ଷଣରେ ସାହାଯ୍ୟ କରୁଥିବା ନ୍ୟୁଟ୍ରିଣ୍ଟ୍‌ ସମୃଦ୍ଧ ପଟୁ ପ୍ରବାହରେ ବାଧା ଦେଇଥାନ୍ତି। ପାହାଡ଼ରୁ ବହି ଆସୁଥିବା ପଟୁମାଟି ପ୍ରବାହରେ ନଦୀବନ୍ଧଗୁଡ଼ିକ ବାଧା ଦେବାରୁ ଡ୍ୟାମ ତଳ ବା ମୁହଁାଣ ଅଞ୍ଚଳରେ ଥିବା ଡେଲ୍‌ଟା(ତ୍ରିକୋଣଭୂମି)ଗୁଡ଼ିକର ଆକାର ସଙ୍କୁଚିତ ହେବା ସହ ତାହା ଧୀରେ ଧୀରେ ସମୁଦ୍ର ପାଣିରେ ଡୁବିଯାଏ। ଫଳରେ ଲୁଣାପାଣି ସେହି ଡେଲ୍‌ଟାରେ ପ୍ରବାହିତ ହେବା ସହ ସେଠାରେ ମଧୁରଜଳ ଏବଂ ଲୁଣିଜଳ ମଧ୍ୟରେ ଥିବା ସମନ୍ବୟ , ଯାହା ମୁଖ୍ୟତଃ ନଦୀ ମୁହାଣ ଏବଂ ଏହା ପାଖରେ ଥିବା ଜଳାଶୟଗୁଡ଼ିକରେ ସଙ୍କଟରେ ଥିବା ବହୁ ପ୍ରଜାତିର ଜୀବ ଓ ଉଦ୍ଭିଦର ବଞ୍ଚି ରହିବା ଲାଗି ଦରକାର, ତାହା ପୂରା ଏପାଖ ସେପାଖ ହୋଇଯାଏ। ଏସବୁ କାରଣରୁ ଏସିଆରେ ଜନବହୁଳ ଡେଲ୍‌ଟା ସହରଗୁଡ଼ିକ ଯଥା; ତିଆନଜିନ, ସାଂଘାଇ,ଗୁଆଙ୍ଗଝୋ, ବ୍ୟାଙ୍କଙ୍କ ଏବଂ ଢାକା ଦ୍ରୁତ ଗତିରେ କ୍ଷୟ ହେବାରେ ଲାଗିଛି।
ଡ୍ୟାମ୍‌ଗୁଡ଼ିକ ଯୋଗୁ ମଧ୍ୟ ସାମାଜିକ ସ୍ତରରେ କ୍ଷତି ହୋଇଥାଏ। ୨୦୦୭ରେ, ସେତେବେଳର ଚାଇନା ପ୍ରଧାନମନ୍ତ୍ରୀ ଓ୍ବେନ୍‌ ଜିଆବାଓ କହିଥିଲେ ଯେ, ଚାଇନା ଓ୍ବାଟର ପ୍ରୋଜେକ୍ଟଗୁଡ଼ିକ ପାଇଁ ୨୨.୯ ମିଲିୟନ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ସଂଖ୍ୟା ୧୦୦ଟି ଦେଶର ଲୋକସଂଖ୍ୟା ଠାରୁ ଅଧିକ। ୨୦୧୨ ଉପତ୍ାଦନ କ୍ଷମ ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଜଳବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ଥ୍ରି ଜର୍ଜେସ ଡ୍ୟାମ୍‌ ପାଇଁ ୧.୪ ମିଲିୟନ ଲୋକ ବିସ୍ଥାପିତ ହୋଇଥିଲେ। ଏସବୁ ବାଦ୍‌ ଜଳବିଦ୍ୟୁତ୍‌ର ବିଶ୍ୱସନୀୟତା ଉପରେ ସନ୍ଦେହ ରହିବାର ଏକ କାରଣ ରହିଛି। ଯଦି ବିଶ୍ୱତାପନ ବୃଦ୍ଧିର ଗତିକୁ ଅତ୍ୟଧିତ୍କ ହ୍ରାସ କରିବାରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଫଳ ବୋଲି ପ୍ରମାଣିତ ହୁଏ ତେବେ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବାରମ୍ବାର ମରୁଡ଼ି ହେବ ଓ ଏହାର ତୀବ୍ରତା ମଧ୍ୟ ବୃଦ୍ଧି ପାଇବ। ନଦୀ ଏବଂ ଜଳଭଣ୍ଡାରଗୁଡ଼ିକର ଜଳପତ୍ତନ କମିବା ଯୋଗୁ ଟର୍ବାଇନ ଘୂରାଇବା ଲାଗି ଆବଶ୍ୟକ ଜଳଚାପ ମଧ୍ୟ କମିବ। ଫଳରେ କମ୍‌ ବିଦ୍ୟୁତ ଉପତ୍ାଦନ ହେବ। ଏଣୁ ଜଳ କମିବା କାରଣରୁ ବୃହତ୍‌ ଡ୍ୟାମ୍‌ର ତଳି ଅଞ୍ଚଳରେ ମରୁଡ଼ିରେ କ୍ଷତି ହେବ , ଯାହା ସ୍ପଷ୍ଟ ହୋଇଛି ମେକଙ୍ଗ ନଦୀ ଅବବାହିକାରେ। ତଥାପି ବିଶ୍ୱର ଡ୍ୟାମ୍‌ ନିର୍ମାଣ ପ୍ରୀତି ପ୍ରକାଶ ପାଉଛି। ଶକ୍ତି ଚାହିଦା ମେଣ୍ଟାଇବା ଲାଗି ବିଶ୍ୱ ସମ୍ପୂର୍ଣ୍ଣ ଜଳବିଦ୍ୟୁତ୍‌ ମନସ୍କ ହୋଇ ବହୁଳ ସଂଖ୍ୟାରେ ଡ୍ୟାମ ନିର୍ମାଣ ଜାରି ରଖିଛି। ପୃଥିବୀର ଦୀର୍ଘତମ ନଦୀଗୁଡ଼ିକର ପ୍ରାୟ ଦୁଇ ତୃତୀୟାଂଶକୁ ବିକଶିତ କରାଯାଇସାରିଲାଣି। ବିଗତ ୭ ଦଶନ୍ଧିରେ ଏହି ସବୁ ନଦୀରେ ବିଶ୍ୱର ପ୍ରାୟ ୬୦,୦୦୦ ବୃହତ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଛି। ବିଶ୍ୱସ୍ତରରେ ଡ୍ୟାମ୍‌ ନିର୍ମାଣ ଏବେ ଏକ ବିପଜ୍ଜନକ ଗତିରେ ଚାଲିଛି। ୨୦୧୪ରେ ଅତି କମ୍‌ରେ ୩,୭୦୦ ବୃହତ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଥିଲା କିମ୍ବା ଏଥିତ୍ପାଇଁ ଯୋଜନା କରାଯାଇଥିଲା। ତା’ ପରଠାରୁ, ଡ୍ୟାମ ନିର୍ମାଣ ବୃଦ୍ଧି ଅଧିକ ସ୍ପଷ୍ଟ ହୋଇଛି। ମୁଖ୍ୟତଃ ବିକାଶଶୀଳ ଦେଶଗୁଡ଼ିକ ଡ୍ୟାମ ନିର୍ମାଣ ହଟ୍‌ସ୍ପଟ ପାଲଟିଛି।
ବଲ୍‌କାନସ୍‌ଠାରୁ ଆରମ୍ଭ କରି ଦକ୍ଷିଣ ଆମେରିକା ଯାଏ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟକଳାପକୁ ଦେଖିଲେ ଏଥିରେ ଚାଇନାର ମୁଖ୍ୟ ଭୂମିିକା ରହିଛି। ଏଥିପାଇଁ ବିଶ୍ୱରେ ଚାଇନାର ଅଧିକ ଚାହିଦା ରହିବା ସହ ଡ୍ୟାମ ନିର୍ମାଣ କ୍ଷେତ୍ରରେ ଏହା ଏକ ପ୍ରମୁଖ ରପ୍ତାନିିକାରୀ ଦେଶ ହୋଇପାରିଛି। ୨୦୦୧ରୁ ୨୦୨୦ ଯାଏ ୩୮ଟି ଦେଶରେ ଚାଇନା ମୋଟରେ ୨୭ ଗିଗାଓ୍ବାଟରୁ ଅଧିକ ଉପତ୍ାଦନକ୍ଷମ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକରେ ୪୪ ବିଲିୟନରୁ ଊର୍ଦ୍ଧ୍ୱ ଡଲାର ଋଣ ଅକାରରେ ଦେଇଛି। ଚାଇନା ଡ୍ୟାମ୍‌ ନିର୍ମାଣ କରିବାରେ ଆଦୌ ଦ୍ୱିଧା ପ୍ରକାଶ କରୁନାହିଁ। ଏପରିକି ଭୂମିକମ୍ପପ୍ରବଣ ଅଞ୍ଚଳ ଯେଉଁଠି ଅତ୍ୟଧିକ କ୍ଷତି ହେବାର ସମ୍ଭାବନା ରହିଛି, ସେଠାରେ ବି ଡ୍ୟାମ ନିର୍ମାଣ କରୁଛି। ଚାଇନା ଜାଣିରଖିବା ଉଚିତ୍‌ ଯେ, ୨୦୦୮ର ଓ୍ବେନ୍‌ଚୁଆନ୍‌ ଭୂମିକମ୍ପରେ ତିବ୍ବତ ସମତଳ ଭୂମିର ପୂର୍ବାଞ୍ଚଳରେ ଯେଉଁ ୮୭,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା, ସେଥିରେ ଭୂମିକମ୍ପ କେନ୍ଦ୍ର ନିକଟରେ ଅବସ୍ଥିତ ନୂଆ ଜିପିଙ୍ଗ୍‌ପୁ ଡ୍ୟାମ୍‌ର ସମ୍ପର୍କ ରହିଛି ବୋଲି ଚାଇନାର ବୈଜ୍ଞାନିକମାନଙ୍କ କହିଥିଲେ।
ବିଶ୍ୱ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମ୍‌ କରିବା ଉଚିତ୍‌ , ଏଥିରେ କୌଣସି ପ୍ରଶ୍ନ ନାହିଁ। କିନ୍ତୁ ଆମାଜନ, ବ୍ରହ୍ମପୁତ୍ର, କଙ୍ଗୋ ଏବଂ ମେକଙ୍ଗ ଭଳି ପୃଥବୀର ଜୈବବିବିଧତା ସମୃଦ୍ଧ ନଦୀ ଅବବାହିବାରେ ଅଧିକ ସଂଖ୍ୟକ ଜଳବିଦ୍ୟୁତ୍‌ ଡ୍ୟାମ୍‌ ଯେଭଳି ନିର୍ମାଣ କରାଯାଉଛି ତାହା କରିବା ଆଦୌ ଠିକ୍‌ ନୁହେଁ। ଅନ୍ୟ ପକ୍ଷରେ ପୃଥିବୀର ଦୀର୍ଘମିଆଦୀ ସୁସ୍ଥତା ବଦଳରେ ଶକ୍ତି ସୁରକ୍ଷା ତଥା ଲାଭ ପାଇଁ ନୈତିକତାକୁ ଜଳାଞ୍ଜଳି ଦେଇ ବିଶ୍ୱରେ ନିୟନ୍ତ୍ରଣ ବିହୀନ ଡ୍ୟାମ ନିର୍ମାଣ ଚାଲିଛି।
ପ୍ରଫେସର, ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌, ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ);
ଫେଲୋ,ରର୍ବଟ ବୋକ୍‌ ଏକାଡେମୀ, ବର୍ଲିନ


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?