Posted inଖେଳ

ରବିବାର ହାଇଦ୍ରାବାଦ-କୋଲକାତା ଫାଇନାଲ

ଚେନ୍ନାଇ, ୨୫।୫: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ବ୍ୟାଟରଙ୍କ ବିଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ଲେ-ଅଫ୍‌ରୁ ବିଦାୟ ନେଇଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ କ୍ୱାଲିଫାୟର୍ସ-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନକୁ ପରାସ୍ତ କରିଛି।

ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଓ ଆଭେସ ଖାଁ ଚମତ୍କାର ବୋଲିଂ କରି ସନ୍‌ରାଇଜର୍ସ ଇନିଂସକୁ ୨୦ ଓଭରରେ ୯ ଉଇକେଟରେ ୧୭୫ ମଧ୍ୟରେ ସୀମିତ ରଖିଥିଲେ। ୧୭୬ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ରାଜସ୍ଥାନ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା। ସନ୍‌ରାଇଜର୍ସ ଫାଇନାଲରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ।

ରବିବାର ଏଠାରେ ଫାଇନାଲ ଖେଳାଯିବ। ରାଜସ୍ଥାନ ଏହା ପୂର୍ବରୁ ୨୦୦୮ରେ ଚାମ୍ପିୟନ ଏବଂ ୨୦୨୨ରେ ରନରଅପ୍‌ ହୋଇଥିଲା। ଏଠାରେ କ୍ୱାଲିଫାୟର ଜିତି ଦଳପାଇଁ ଫାଇନାଲ ଖେଳିବା ସୁଯୋଗ ରହିଥିଲେ ହେଁ ତାହା ଅଧୁରା ରହିଛି। ଅନ୍ୟପକ୍ଷରେ ୨୦୧୬ରେ ଚାମ୍ପିୟନ ଓ ୨୦୧୮ରେ ରନରଅପ୍‌ ହୋଇଥିବା ସନ୍‌ରାଇଜର୍ସ ତୃତୀୟ ଥରପାଇଁ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଛି।

ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ହେଁ ଅପରପଟରୁ ସହାୟତା ପାଇ ନ ଥିଲେ। ଟମ୍‌ କୋଲେର କାଡମୋରେ ୧୦, ଅଧିନାୟକ ସଞ୍ଜୁ ସାମସନ ୧୦ ଓ ରିୟାନ ପରାଗ ୬ ରନରେ ଆଉଟ ହେବାରୁ ରାଜସ୍ଥାନର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ଡକ୍‌(୦), ଇମ୍ପାକ୍ଟ ପ୍ଲେୟର ଶିମରନ ହେଟମେର ୪ ଓ ରୋଭମାନ ପାଓ୍ବେଲ ୬ ରନରେ ଆଉଟ ହେବା ସହ ରାଜସ୍ଥାନ ସମ୍ଭାବନା ଶେଷ ହୋଇ ଯାଇଥିଲା। ମିଡିଲ ଅର୍ଡରରେ ଧ୍ରୁବ ଜୋରେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ସେ ୩୫ ବଲ୍‌ରୁ ୫୬ (୭ ଚୌକା, ୨ ଛକା) ରନକରି ଅପରାଜିତ ରହିଥିଲେ। ହାଇଦ୍ରାବାଦ ବୋଲରଙ୍କ ମଧ୍ୟରେ ଶାହାବାଜ ଅହମଦ ୩ଟି, ଅଭିଷେକ ଶର୍ମା ୨ଟି ଏବଂ ପ୍ୟାଟ୍‌ କୁମିନ୍ସ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ। ଏଲିମିନେଟର ପରି ଏଠାରେ ମଧ୍ୟ ଆରମ୍ଭରେ ଘାତକ ବୋଲିଂ କରିଥିଲେ ଟ୍ରେଣ୍ଟ ବୋଲ୍ଟ। ସେ ପ୍ରଥମ ଓଭରରେ ବିପଜ୍ଜନକ ବ୍ୟାଟର ଅଭିଷେକ ଶର୍ମା (୧୨)ଙ୍କୁ ଆଉଟ କରି ବିପକ୍ଷ ଦଳକୁ ପ୍ରଥମ ଝଟ୍‌କା ଦେଇଥିଲେ। ଟ୍ରାଭିସ ହେଡ୍‌ ଓ ରାହୁଲ ତ୍ରିପାଠୀ ଇନିଂସ ସମ୍ଭାଳିଥିଲେ। ତେବେ ବିସ୍ଫୋରକ ବ୍ୟାଟିଂ କରି ରନ୍‌ ହାର ବଢ଼ାଇ ଆସୁଥିବା ରାହୁଲ ତ୍ରିପାଠୀଙ୍କୁ ଆଉଟ କରି ବୋଲ୍ଟ ଦ୍ୱିତୀୟ ସଫଳତା ପାଇଥିଲେ। କେବଳ ସେତିକି ନୁହେଁ ସେହି ଓଭରରେ ସେ ଏଡେନ ମାରକ୍ରମଙ୍କୁ ଆଉଟ କରିବାରୁ ସନ୍‌ରାଇଜର୍ସ ଚାପସ୍ଥିତିକୁ ଚାଲି ଆସିଥିଲା। ୧୫ଟି ବଲ୍‌ ଖେଳିଥିବା ରାହୁଲ ୫ ଚୌକା ଓ ୨ ଛକା ସହାୟତାରେ ୩୭ ରନ କରିଥିଲେ। ଟ୍ରାଭିସ ହେଡ୍‌ ସ୍ବାଭାବିକ ବ୍ୟାଟିଂ କରିପାରି ନ ଥିଲେ ମଧ୍ୟ ୨୮ ବଲ୍‌ରୁ ୩୪ (୩ ଚୌକା, ୧ ଛକା) ରନ କରିବାରୁ ହାଇଦ୍ରାବାଦ ସ୍କୋର ୧୦ ଓଭର ବେଳକୁ ୯୯ ହୋଇ ଯାଇଥିଲା। ଫଳରେ ଦଳର ସ୍କୋର ୨୦୦ ଛୁଇଁବା ଆଶା କରାଯାଉଥିଲା। ମାତ୍ର ଠିକ୍‌ ସମୟରେ ଉଇକେଟ ନେଇ ରାଜସ୍ଥାନ ବୋଲରମାନେ ତାହା ହେବାକୁ ଦେଇ ନ ଥିଲେ। ହେନରିଚ୍‌ କ୍ଲାସେନ ଯଦିଓ ଅର୍ଦ୍ଧଶତକ (୫୦ ରନ) ହାସଲ କରିଥିଲେ ତେବେ ଏଥିପାଇଁ ୩୪ଟି ବଲ୍‌ର ସହାୟତା ନେଇଥିଲେ। ନୀତୀଶ ରେଡ୍ଡୀ ୫, ଅବଦୁଲ ସମଦ ଡକ୍‌(୦)ରେ ଆଉଟ ହେବା ସନ୍‌ରାଇଜର୍ସକୁ ବ୍ୟାକ୍‌ଫୁଟରେ ରଖିଥିଲା। ଇମ୍ପାକ୍ଟ ଖେଳାଳି ଶାହାବାଜ ଅହମଦ ୧୮ଟି ବଲ୍‌ ଖେଳି ୧୮ ରନ କରିଥିଲେ। ସନ୍ଦିମ ଶର୍ମା ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି...

ବିଜୟ ସହ ଟି-୨୦ ବିଶ୍ୱକପ୍‌ରୁ ବିଦାୟ ନେଲା ପାକିସ୍ତାନ

ଫ୍ଳୋରିଡା,୧୭ା୬: ପାକିସ୍ତାନ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩ ଉଇକେଟରେ ପରାସ୍ତ କରି ଟି୨୦ ବିଶ୍ୱକପ ଅଭିଯାନ ଶେଷ କରିଛି। ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି...

କମାଲ୍‌ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ

ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍‌....

ସ୍କଟ୍‌ଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ: ସୁପର-୮ରେ ପହଞ୍ଚିଲା ଇଂଲଣ୍ଡ

ଗ୍ରସ୍‌ ଆଇଲେଟ୍‌,୧୫ା୬: ଟି୨୦ ବିଶ୍ୱକପ୍‌ରେ ରବିବାର ସ୍କଟ୍‌ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହିତ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଥିବା ବେଳେ...

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନ୍ୟୁୟର୍କ,୧୬।୬: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।...

ଟି-୨୦ ବିଶ୍ୱକପର ସୁପର୍‌-୮ରେ କାହାକୁ ଭେଟିବ ଟିମ୍‌ ଇଣ୍ଡିଆ: ଜାଣନ୍ତୁ କାର୍ଯ୍ୟସୂଚୀ

ନ୍ୟୁୟର୍କ,୧୬।୬: ଇଂଲଣ୍ଡ ଦଳ ଶେଷରେ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୭ଟି ଦଳ ସୁପର ୮...

ଇତିହାସ ରଚିବାକୁ ଯାଉଛନ୍ତି ହିଟ୍‌ମ୍ୟାନ୍‌: ଟି-୨୦ରେ ଏମିତି ହାସଲ କରିବାରେ ହେବେ ପ୍ରଥମ ବ୍ୟାଟ୍ସମ୍ୟାନ୍‌

ନ୍ୟୁୟର୍କ,୧୬।୬: ଭାରତୀୟ ଦଳ ଆଫଗାନିସ୍ତାନ ସହିତ ଜୁନ ୨୦ରେ ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ ରାଉଣ୍ଡରେ ଖେଳିବ। ସୁପର ୮ ରାଉଣ୍ଡରେ ଭାରତକୁ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri