Posted inUncategorized

ଟିମ୍‌ ବସ୍‌ରେ ମଦ ପିଉଥିଲେ କୋଚ୍‌, ଭିଡିଓ ସାମ୍ନାକୁ ଆସିବା ପରେ ହେଲେ ନିଲମ୍ବିତ

ହାଇଦ୍ରାବାଦ,୧୬।୨: ଯଦି ଖେଳାଳୀଙ୍କୁ ଖେଳ ସହିତ ଅନୁଶାସନ ଶିକ୍ଷା ଦେଉଥିବା ପ୍ରଶିକ୍ଷକ ନିୟମ ଏବଂ ସୀମା ଅତିକ୍ରମ କରନ୍ତି, ତେବେ ଏହା କୌଣସି ଖେଳ, ଖେଳାଳି କିମ୍ବା ଦଳ ପାଇଁ ଶୁଭଙ୍କର ନୁହେଁ । ହାଇଦ୍ରାବାଦରୁ ଏପରି ଏକ ମାମଲା ଆସିଛି ଯେଉଁଠାରେ କ୍ରିକେଟ ଦଳର କୋଚ୍‌ ଟିମ ବସ୍‌ରେ ମଦ୍ୟପାନ କରି ନିଲମ୍ବିତ ହୋଇଛନ୍ତି। ମହିଳା ଦଳ ବସ୍‌ରେ ମଦ୍ୟପାନ କରିବା ଏବଂ ଖେଳାଳିଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ମୁଖ୍ୟ ପ୍ରଶିକ୍ଷକ ବିଦ୍ୟୁତ ଜୟସିମ୍‌ହାଙ୍କୁ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ନିଲମ୍ବିତ କରିଛି।
ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ୧୬ ଫେବୃଆରୀ ଶୁକ୍ରବାର ଦିନ ଏକ ପ୍ରେସ ବିଜ୍ଞପ୍ତି ଏବଂ ଅଧ୍ୟକ୍ଷଙ୍କ ବିବୃତ୍ତି ଜାରି କରିଛି। ଏଚ୍‌ସିଏ ଏହାର ପ୍ରେସ ବିଜ୍ଞପ୍ତିରେ କହିଛି ଯେ କୋଚଙ୍କ ବିରୋଧରେ ଏକ ଅଜ୍ଞାତ ଇମେଲରେ ଅଭିଯୋଗ ଆସିଛି। ଯେଉଁଥିରେ କୋଚଙ୍କ ଉପରେ ଗୁରୁତର ଅଭିଯୋଗ କରାଯାଇଥିଲା। ଅଭିଯୋଗ ସହିତ ଏହି ଇମେଲରେ ଭିଡିଓ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଥିଲା, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଏଥିରେ କୋଚ ଜୟସିମ୍‌ହା ଏକ ବୋତଲରୁ କିଛି ପିଉଥିବାର ନଜର ଆସିଛନ୍ତି। ଅଭିଯୋଗ ହେଉଛି ଯେ ସେ ମଦ୍ୟପାନ କରୁଥିଲେ।
ଏଚ୍‌ସିଏ ଅନୁଯାୟୀ, ଆସୋସିଏଶନକୁ ଫେବୃଆରୀ ୧୫ ରେ ଏହି ଇମେଲ ମିଳିଥିଲା। ଏହା ପରେ ଜୟସିମ୍‌ହାଙ୍କ ବିରୋଧରେ ଏଚ୍‌ସିଏ ତଦନ୍ତ ଆରମ୍ଭ କରିଛି। ଏହା ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସେ ଏଚ୍‌ସିଏରେ କୌଣସି କ୍ରିକେଟ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଏଚ୍‌ସିଏ ସ୍ପଷ୍ଟ କରିଛି।

ଏହାବ୍ୟତୀତ, ଏଚ୍‌ସିଏ ସହ ଜଡିତ ମହିଳା କ୍ରିକେଟରଙ୍କ ପରିବାର ବିସିସିଆଇ ଏବଂ ସୁପ୍ରିମକୋର୍ଟଙ୍କୁ ଏକ ଚିଠି ପଠାଇଛନ୍ତି, ଯେଉଁଥିରେ ସେମାନେ ମୁଖ୍ୟ ପ୍ରଶିକ୍ଷକଙ୍କ ଆଚରଣ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏହି ଚିଠିରେ କୁହାଯାଇଛି ଯେ ମୁଖ୍ୟ ପ୍ରଶିକ୍ଷକ ସର୍ବଦା ଝିଅମାନଙ୍କ ସାମ୍ନାରେ ମଦ୍ୟପାନ କରି ଦୁର୍ବବ୍ୟବହାର କରିଥାନ୍ତି, ଯେଉଁଥିପାଇଁ ସେମାନଙ୍କ ସୁରକ୍ଷା ଏବଂ ଏଚ୍‌ସିଏର ସମ୍ମାନ ମଧ୍ୟ ବିପଦରେ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri