Posted inଖେଳ

ଦ୍ୱିତୀୟ ଦିନ ଖେଳ ସୁଦ୍ଧା ହାଇଦ୍ରାବାଦ ୪୦୩/୬

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ସ୍ଥାନୀୟ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଏଲିଟ୍‌ ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ର ମ୍ୟାଚରେ ହାଇଦ୍ରାବାଦ ବିଶାଳ ସ୍କୋର ଆଡ଼କୁ ଅଗ୍ରସର ହୋଇଛି। ଦଳ ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୬ଉଇକେଟ୍‌ ବିନିମୟରେ ୪୦୩ ରନ କରିଛି। ହାଇଦ୍ରାବାଦ ପ୍ରଥମ ଦିବସର ଅସମାପ୍ତ ସ୍କୋର ୪୯/୧ରୁ ଖେଳ ଆରମ୍ଭ କରିଥିଲା।
ୱାଫି କାଚ୍‌ଛି ଡାଇମଣ୍ଡ ଏବଂ ଆର୍‌. ଅଲଙ୍କ୍ରିତ ଓଡ଼ିଶା ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି କରି ରନ ସଂଗ୍ରହ କରି ଚାଲିଥିଲେ। ଶନିବାର ଖେଳରେ ପ୍ରଥମେ ୱାଫି କାଚ୍‌ଛିଙ୍କ ଉଇକେଟ ପତନ ଘଟିଥିଲା। ଓଡ଼ିଶାର ଦ୍ରୁତ ବୋଲର ସମ୍ବିତ ବେଜାଙ୍କ ବଲ୍‌ରେ ସେ ଶିକାର ହୋଇଥିଲେ। ଏହାପରେ ଅଲଙ୍କ୍ରିତଙ୍କ ସହ ଆର୍‌ବାଜ୍‌ ବେଗ୍‌ ଯୋଗଦେଇଥିଲେ। ସେ ୫ଚୌକା ସହିତ ସେ ୫୨ରନ କରି ସାର୍ଥକ ପଣ୍ଡାଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏହାପରେ ହାଇଦ୍ରାବାଦ ଦଳର ଅଧିନାୟକ ଏସ୍‌. ଧୀରଜ ଗୌଡ଼ ଅରବାଜ ବ୍ୟାଗ୍‌ଙ୍କ ସହିତ ଦଳ ପାଇଁ ଏକ ବଡ଼ ପାର୍ଟନରଶିପ୍‌ କରିଥିଲେ। ଅରବାଜ୍‌ ୧୯୦ବଲ୍‌ ଖେଳି ୧୦ଚୌକା, ୩ଛକା ସହିତ ୧୦୯ ରନ କରି ଆଉଟ ହୋଇଯାଇଥିଲେ। ଧୀରଜ କିନ୍ତୁ କ୍ରିଜ୍‌ରେ ଜମି ରହିଥିଲେ। ସେ ଶନିବାର ଖେଳ ଶେଷସୁଦ୍ଧା ୧୮୭ବଲର ସାମ୍ନା କରି ୮ଚୌକା, ୧୧ଛକା ସହିତ ୧୫୩ରନ କରି ଅପରାଜିତ ରହିଥିଲେ। ଧୀରଜ ଓ ଅରବାଜଙ୍କ ମଧ୍ୟରେ ଚତୁର୍ଥ ଉଇକେଟ୍‌ ଯୋଡ଼ିରେ ୨୩୭ରନର ପାର୍ଟନରଶିପ୍‌ ହୋଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ହାଇଦ୍ରାବାଦ ୬ଉଇକେଟ୍‌ ହରାଇ ୪୦୩ ରନ ସଂଗ୍ରହ କରିଥିଲା। ଓଡ଼ିଶା ପକ୍ଷରୁ ଶ୍ରୀରାଜ ପଟ୍ଟନାୟକ ଓ ମହମ୍ମଦ ସୋହେଲ ଖାଁ ୨ଟି ଲେଖାଏଁ ଉଇକେଟ ନେଇଥିବା ବେଳେ ସମ୍ବିତ ବେଜା ଏବଂ ସାର୍ଥକ ପଣ୍ଡା ଗୋଟିଏ ଲେଖାଏଁ ଉଇକେଟ ପାଇଥିଲେ।ବିସିସିଆଇ ଅମ୍ପାୟର ପ୍ରେମଦୀପ ଚାଟାର୍ଜୀ, ରବିଶଙ୍କର ମ୍ୟାଚ୍‌ ପରିଚାଳନା କରିଥିଲେ। ପରମବୀର ସିଂ, ଅମିତ ତିୱାରୀ ଅନ୍‌ଲାଇନ ସ୍କୋରର ଏବଂ ସଞ୍ଜୟ କୁମାର, ଅମିତ କୁମାର ଭିଡ଼ିଓ ଆନାଲିଷ୍ଟ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri