କିମ୍ସରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର, ୩।୨(ବ୍ୟୁରୋ):କିମ୍ସ-ଭୁବନେଶ୍ୱରରେ ହାଇବ୍ରିଡ୍‌ ଅସ୍ତ୍ରୋପଚାର ସଫଳ ହୋଇଛି। ଓଡ଼ିଶାରେ ପ୍ରଥମଥର ଲାଗି ହାଇବ୍ରିଡ୍‌ ଅସ୍ତ୍ରୋପଚାର କରାଯାଇଥିବା ସମ୍ପୃକ୍ତ ଡାକ୍ତରମାନେ ଦାବି କରିଛନ୍ତି। ନିକଟରେ କଟକ ଜିଲା ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ରତାଗଡ଼ ଗ୍ରାମର ୫୦ବର୍ଷ ବୟସ୍କା ସୁଷମା ରଣାଙ୍କ ମୁଖ୍ୟ ରକ୍ତନଳୀରେ ଏହି ଅସ୍ତ୍ରୋପଚାର କରାଯାଇଛି। ପିଠିର ଉପରିଭାଗ ଓ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ବିଭିନ୍ନ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ସୁଷମା ଗତ ୧୮ ତାରିଖରେ କିମ୍ସ ହୃଦ୍‌ରୋଗ ବିଭାଗ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସୁଷମାଙ୍କ ହୃତ୍‌ପିଣ୍ଡରୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ସଞ୍ଚାଳନ ହେଉଥିବା ମୁଖ୍ୟ ରକ୍ତନଳୀ ଫାଟିଯାଇ ଇଣ୍ଟରନାଲ୍‌ ବ୍ଲିଡିଂ ହେଉଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କର ହାଇବ୍ରିଡ୍‌ ଅସ୍ତ୍ରୋପଚାର ପାଇଁ ଡାକ୍ତର ନିଷ୍ପତ୍ତି ନେଇଥିଲେ। ପ୍ରଥମେ କିମ୍ସର କାର୍ଡିଓଥୋରାସିସ୍‌ ଓ ଭାସ୍କୁଲାର ସର୍ଜରି (ସିଟିଭିଏସ୍‌) ବିଶେଷଜ୍ଞ ଡା. ଏ. ଶାରଦା ଏବଂ ଡା. ଚନ୍ଦନ କୁମାର ରାୟମହାପାତ୍ରଙ୍କ ନେତୃତ୍ୱରେ ତାଙ୍କର ବାଇପାସ୍‌ ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ମୁଖ୍ୟ ରକ୍ତନଳୀରୁ ବାମ ହାତ ଓ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କରୁଥିବା ରକ୍ତନଳୀ ସହ ଦୁଇଟି ନଳୀ ସଂଯୋଗ କରାଯାଇଥିଲା। ପରେ ହୃଦ୍‌ରୋଗ ବିଶେଷଜ୍ଞ ଡା. ଅନୁପମ ଜେନାଙ୍କ ଦ୍ୱାରା ଷ୍ଟେଣ୍ଟି କରାଯାଇ ମୁଖ୍ୟ ରକ୍ତନଳୀର ଫାଟି ଯାଇଥିବା ସ୍ଥାନକୁ ବନ୍ଦ କରାଯାଇଥିଲା। ନିଶ୍ଚେତକ ବିଶେଷଜ୍ଞ ଡା. ଅଶୋକ କୁମାର ବଡ଼ମାଳିଙ୍କ ସହାୟତାରେ ଏହି ହାଇବ୍ରିଡ୍‌ ଅସ୍ତ୍ରୋପଚାର ୪ରୁ ୫ଘଣ୍ଟା ସମୟ ଲାଗିଥିଲା ବୋଲି ଡା. ଜେନା କହିଛନ୍ତି। ଏହାର ତୁରନ୍ତ ଅସ୍ତ୍ରୋପଚାର କରାଯାଇ ନ ଥିଲେ ହୃଦ୍‌ଘାତ, ମସ୍ତିଷ୍କାଘାତ, ଯକୃତ ଅକାମୀ, ଅଗ୍ନାଶୟରେ ସମସ୍ୟା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାନ୍ତା ଏବଂ ଜୀବନ ପ୍ରତି ବିପଦ ରହିଥାନ୍ତା। ଏଭଳି ହାଇବ୍ରିଡ୍‌ ଅସ୍ତ୍ରୋପଚାର ପାଇଁ ସାଧାରଣତଃ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଓ ଏଥିପାଇଁ ରୋଗୀକୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିବାବେଳେ କିମ୍ସରେ ରାଜ୍ୟ ସରକାରଙ୍କ ବିଏସ୍‌କେୱାଇରେ ମାତ୍ର ୬ଲକ୍ଷ ୫୦ ହଜାର ଟଙ୍କାରେ ସୁଷମାଙ୍କର ଅସ୍ତ୍ରୋପଚାର କରାଯାଇପାରିଲା। ଅସ୍ତ୍ରୋପଚାରର ୫ଦିନ ପରେ ସୁଷମା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଡା. ଜେନା ସୂଚନା ଦେଇଛନ୍ତି। କିମ୍ସର ଡାକ୍ତରଙ୍କ ଚିକିତ୍ସା ଯୋଗୁ ତାଙ୍କର ଜୀବନ ବଞ୍ଚିଗଲା ବୋଲି ସୁଷମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?