୫ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିବେ ସ୍ବାମୀ; ଖୁସି ବଦଳରେ ଦ୍ୱନ୍ଦ୍ୱରେ ସ୍ତ୍ରୀ

ଭୋପାଳ, ୧୬।୯: ଦୀର୍ଘ ୫ ବର୍ଷ ଧରି ନିଖୋଜ ଥିବା ମଧ୍ୟପ୍ରଦେଶ ରଓ୍ବେ ଜିଲାର ଅନିଲ ପାକିସ୍ତାନ ଜେଲରୁ ମୁକ୍ତି ହେଉଛନ୍ତି। ଏହି ଖବର ଅନିଲଙ୍କ ପରିବାରରେ ଖୁସିର ଲହରୀ ଖେଳାଇ ଦେଇଛି। ରଓ୍ବୋ ଜିଲା ଛନ୍ଦହଇ ଗ୍ରାମର ବାସିନ୍ଦା ଅନିଲ ସାକେତ୍‌ ୩ ଜାନୁୟାରୀ ୨୦୧୫ରୁ ହଠାତ୍‌ ଘରୁ ନିଖୋଜ ଥିଲେ। ଏହାପରେ ତାଙ୍କ ପରିବାର ଲୋକ ନିଖୋଜ ହୋଇଥିବା ନେଇ ଥାନାରେ ମାମଲା ରୁଜୁ କରିଥିଲେ। ତେବେ ଜୁନ୍‌ ୨୦୧୯ରେ ଅନିଲ ପାକିସ୍ତାନର ଲାହୋର ଜେଲରେ ବନ୍ଦୀ ଥିବା ବୈଦେଶିକ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାକୁ ଖବର ଆସିଥିଲା। ଅନିଲଙ୍କ ମାନସିକ ଅବସ୍ଥା ଖରାପ ଥିଲା। ତେଣୁ ଆଶଙ୍କା କରାଯାଉଛି ସେ ସାରା ଦେଶ ବୁଲି ବୁଲି ପାକିସ୍ତାନରେ ପହଞ୍ଚି ଯାଇଥିବେ। ତେବେ ଅନିଲ ଏବେ ଲାହୋର ଜେଲରୁ ମୁକ୍ତି ହେଉଥିବା ଖବର ଶୁଣି ତାଙ୍କ ପରିବାରରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ପରିବାର ଲୋକ କେତେ ଶୀଘ୍ର ଅନିଲ ଘରେ ପହଞ୍ଚିବ ଅନାଇ ବସିଛନ୍ତି।
କିନ୍ତୁ ଅନିଲଙ୍କ ସ୍ତ୍ରୀ ଏହି ଖବର ଶୁଣି ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି। ୩ ବର୍ଷ ଅପେକ୍ଷା କରି ଶେଷରେ ଅନିଲ ମରିଯାଇଥିବା ଭାବି ତାଙ୍କ ସ୍ତ୍ରୀ ବାପ ଘର ପଳାଇଥିଲେ। ଏବଂ ସେଠାରେ ଦ୍ୱିତୀୟ ବିବାହ କରିଥିଲେ। ଅନିଲ ଫେରୁଥିବାରୁ ତାଙ୍କ ସ୍ତ୍ରୀ ଏବେ କ’ଣ କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଓ୍ବେଷ୍ଟ୍‌ବେଙ୍ଗଲ ନାଁ, ବିଧାନସଭା ପ୍ରଥମ ଅଧିବେଶନରେ ଆସିବ ବିଲ୍‌, ସୂଚନା ଦେଇ କହିଲେ…

କୋଲକାତା,୭ା୧୦: ଓ୍ବେଷ୍ଟବେଙ୍ଗଲ ନାଁ ପରିବର୍ତ୍ତନ କରି ‘ପଶ୍ଚିମ ବଙ୍ଗ’ (Paschim Banga) ରଖାଯିବାକୁ ଯାଉଛି। ଏଥିପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ହିଁ ଏକ ନୂତନ ବିଲ ଆଗତ…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?