ମିଛ କହି କିଡ୍‌ନୀ ବିକିଦେଲେ ସ୍ବାମୀ

ମାଲକାନଗିରି,୨୫ା୮(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲାର ଜଣେ ମହିଳାଙ୍କ କିଡ୍‌ନୀକୁ ତାଙ୍କ ସ୍ବାମୀ ଛଳନା କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ହେଲେ ମାଲକାନଗିରି ସଦର ବ୍ଲକ କତାମେଟା ଗ୍ରାମର ରଞ୍ଜିତା କୁଣ୍ଡୁ। ସେ ବୁଧବାର ଗଣମାଧ୍ୟମକୁ କହିଛନ୍ତି, ବିବାହ ପରେ ସ୍ବାମୀ ପ୍ରଶାନ୍ତ କୁଣ୍ଡୁ ଓ ନଣନ୍ଦ ଯୌତୁକ ନିର୍ଯାତନା ଦେଉଥିଲେ। ୨୦୧୮ରେ ତାଙ୍କ କିଡ୍‌ନୀରେ ଷ୍ଟୋନ୍‌ ହେବାରୁ ଚିକିତ୍ସା ପାଇଁ ସ୍ବାମୀ ଏବଂ ନଣନ୍ଦ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା କରାଯିବ ବୋଲି ମିଛ କହି କିଡ୍‌ନୀ ବିକ୍ରି କରିଦେଲେ। ସ୍ବାମୀ ଏବଂ ନଣନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ନ୍ୟାୟ ଦେବାକୁ ନିବେଦନ କରି ରଞ୍ଜିତା ବୁଧବାର ପରିବାରବର୍ଗ, ଗ୍ରାମବାସୀ ଏବଂ ସାମାଜିକ କର୍ମୀ ଶରତ ବୁରୁଦାଙ୍କ ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସାମାଜିକ କର୍ମୀ ଶରତ କହିଛନ୍ତି, ରଞ୍ଜିତା ୧୨ ବର୍ଷ ତଳେ ଏମ୍‌ଭି-୩୮ ଗ୍ରାମର ପ୍ରଶାନ୍ତଙ୍କୁ ପ୍ରଥମେ ପ୍ରେମ କରି ପରେ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ରହିଛନ୍ତି। ବିବାହ ପରଠାରୁ ସ୍ବାମୀ ପ୍ରଶାନ୍ତ ଏବଂ ତାଙ୍କ ଭଉଣୀ(ନଣନ୍ଦ) ମିଶି ବାପଘରୁ ଟଙ୍କା ଆଣିବାକୁ କହି ମାଡ଼ ମାରୁଥିଲେ। ୨୦୧୮ରେ ଭୁବନେଶ୍ୱରରେ ମାଡ଼ମାରି ତାଙ୍କ ଇଚ୍ଛା ବିରୋଧରେ ଏମ୍‌ଭି-୩୮ ଗ୍ରାମର ଅସିମ୍‌ ହଲ୍‌ଦାର ନାମକ ବ୍ୟକ୍ତିଙ୍କୁ ରଞ୍ଜିତାଙ୍କ ଏକ କିଡ୍‌ନୀ ବିକିଦେଲେ। ସେ ବାବଦ ଟଙ୍କା ସ୍ବାମୀ ଏବଂ ନଣନ୍ଦ ନେଇ ଖର୍ଚ୍ଚ କରିଦେଲେ। ଗୋଟିଏ କିଡ୍‌ନୀ ଥିବାରୁ ଏବେ ଶରୀର ଅସୁସ୍ଥ। ଏଭଳି ପରିସ୍ଥିତିରେ ପ୍ରଶାନ୍ତ ଅନ୍ୟତ୍ର ବିବାହ କରିଛନ୍ତି। ୨ ଝିଅ ପୁଅଙ୍କୁ କେମିତି ପୋଷିବେ ସେନେଇ ରଞ୍ଜିତା ଚିନ୍ତାରେ ରହିଛନ୍ତି। ସ୍ବାମୀ ଏବଂ ନଣନ୍ଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଏ ନେଇ ରଞ୍ଜିତା ପ୍ରଥମେ ଜୁଲାଇ ୨୮ରେ ମାଲକାନଗିରି ଥାନାରେ ଏତଲା ଦେଇଥିବାବେଳେ ବୁଧବାର ପୁଣି ଥାନାକୁ ଆସି ନ୍ୟାୟ ଦାବି କରିଛନ୍ତି। ଏ ନେଇ ଥାନାରେ ୪୩୨/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ୍‌ କିଣ୍ଡୋ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ନେଇ ରଞ୍ଜିତାଙ୍କ ସ୍ବାମୀ ପ୍ରଶାନ୍ତଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ତିନି ଗ୍ରାମବାସୀଙ୍କୁ ଉଠାଇନେବା ଘଟଣା: ଜଣଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଛାଡିଦେଲେ

ମାଲକାନଗିରି,୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା କୁକୁରକୁଣ୍ଡର ୩ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସେମାନଙ୍କୁ ଉଠାଇନେଇଥିବା ବେଳେ ସେମାନଙ୍କ...

ସ୍କୁଟିକୁ ୨୬ ହଜାର ଜରିମାନା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ) :ଭୁବନେଶ୍ୱରରେ ଜଣେ ନାବାଳକ ସ୍କୁଟି ଚଲାଇବା ଓ ହେଲ୍‌ମେଟ ନ ପିନ୍ଧିବା ମହଙ୍ଗା ପଡିଛି। ନୂଆ ଟ୍ରାଫିକ ନିୟମ ଅନୁସାରେ ଓଆର୍‌୦୨ଏଜି୦୧୮୩ ନମ୍ବର ବିଶିଷ୍ଟ...

ଚିକିତ୍ସା ଅବହେଳାରୁ ବ୍ୟକ୍ତିଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ପାପଡ଼ାହାଣ୍ଡି,୨୫ା୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବା କତ୍ରା ପଞ୍ଚାୟତ ଖୁଡ଼ିଗୁଡ଼ା ଗ୍ରାମର ଲାଇବାନ ମୁଦୁଲି(୪୮)ଙ୍କ ରବିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ...

ପିଜି ନାମଲେଖା: ଆଜି ପ୍ରକାଶ ପାଇବ ସିଟ୍‌ ଆବଣ୍ଟନ ତାଲିକା

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ଗୁରୁବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍‌...

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା: ଧରାପଡ଼ିଲେ ନାବାଳକ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ରସୁଲଗଡ ଛକ ନିକଟ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ କରି ଲୁଟ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ ଧରିଛି। ପୋଲିସ ନାବଳକଙ୍କୁ...

ପୋଲିସ ପରିଚୟଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ପୁରୀ ଅଫିସ,୧୪।୧୦: ନିଜକୁ ପୋଲିସ ପରିଚୟ ଦେଇ ୨ ଯୁବକ ମହିଳାଙ୍କଠାରୁ ସୁନାଅଳଙ୍କାର ଲୁଟି ନେଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲା ସିଟି ଡିଏସ୍‌ପିଙ୍କ ଅଫିସଠାରୁ...

୨ରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ୨୮ା୩(ବ୍ୟୁରୋ):ଆସନ୍ତା ଏପ୍ରିଲ ୨ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସୁଛନ୍ତି। ୨ତାରିଖ ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ସେହିଦିନ...

କେନାଲରେ ୧୨ ଫୁଟର ଘାଇ: ଜମିରେ ଭାସୁଛି ରୁଆଧାନ

ସାକ୍ଷୀଗୋପାଳ,୬ା୮(ସ୍ବ.ପ୍ର.): ପୁରୀ ଜିଲା ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଉପଖଣ୍ଡ ରୂପଦେଇପୁର ସେକ୍ସନ ଅଧୀନରେ ରହିଥିବା ସାକ୍ଷୀଗୋପାଳ ଶାଖା କେନାଲର ବାମପାର୍ଶ୍ୱ ବନ୍ଧରେ ୧୨ ଫୁଟର ଘାଇ...

Advertisement
Archives

Model This Week