ମିଛ କହି କିଡ୍‌ନୀ ବିକିଦେଲେ ସ୍ବାମୀ

ମାଲକାନଗିରି,୨୫ା୮(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲାର ଜଣେ ମହିଳାଙ୍କ କିଡ୍‌ନୀକୁ ତାଙ୍କ ସ୍ବାମୀ ଛଳନା କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ହେଲେ ମାଲକାନଗିରି ସଦର ବ୍ଲକ କତାମେଟା ଗ୍ରାମର ରଞ୍ଜିତା କୁଣ୍ଡୁ। ସେ ବୁଧବାର ଗଣମାଧ୍ୟମକୁ କହିଛନ୍ତି, ବିବାହ ପରେ ସ୍ବାମୀ ପ୍ରଶାନ୍ତ କୁଣ୍ଡୁ ଓ ନଣନ୍ଦ ଯୌତୁକ ନିର୍ଯାତନା ଦେଉଥିଲେ। ୨୦୧୮ରେ ତାଙ୍କ କିଡ୍‌ନୀରେ ଷ୍ଟୋନ୍‌ ହେବାରୁ ଚିକିତ୍ସା ପାଇଁ ସ୍ବାମୀ ଏବଂ ନଣନ୍ଦ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା କରାଯିବ ବୋଲି ମିଛ କହି କିଡ୍‌ନୀ ବିକ୍ରି କରିଦେଲେ। ସ୍ବାମୀ ଏବଂ ନଣନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ନ୍ୟାୟ ଦେବାକୁ ନିବେଦନ କରି ରଞ୍ଜିତା ବୁଧବାର ପରିବାରବର୍ଗ, ଗ୍ରାମବାସୀ ଏବଂ ସାମାଜିକ କର୍ମୀ ଶରତ ବୁରୁଦାଙ୍କ ସହ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସାମାଜିକ କର୍ମୀ ଶରତ କହିଛନ୍ତି, ରଞ୍ଜିତା ୧୨ ବର୍ଷ ତଳେ ଏମ୍‌ଭି-୩୮ ଗ୍ରାମର ପ୍ରଶାନ୍ତଙ୍କୁ ପ୍ରଥମେ ପ୍ରେମ କରି ପରେ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ରହିଛନ୍ତି। ବିବାହ ପରଠାରୁ ସ୍ବାମୀ ପ୍ରଶାନ୍ତ ଏବଂ ତାଙ୍କ ଭଉଣୀ(ନଣନ୍ଦ) ମିଶି ବାପଘରୁ ଟଙ୍କା ଆଣିବାକୁ କହି ମାଡ଼ ମାରୁଥିଲେ। ୨୦୧୮ରେ ଭୁବନେଶ୍ୱରରେ ମାଡ଼ମାରି ତାଙ୍କ ଇଚ୍ଛା ବିରୋଧରେ ଏମ୍‌ଭି-୩୮ ଗ୍ରାମର ଅସିମ୍‌ ହଲ୍‌ଦାର ନାମକ ବ୍ୟକ୍ତିଙ୍କୁ ରଞ୍ଜିତାଙ୍କ ଏକ କିଡ୍‌ନୀ ବିକିଦେଲେ। ସେ ବାବଦ ଟଙ୍କା ସ୍ବାମୀ ଏବଂ ନଣନ୍ଦ ନେଇ ଖର୍ଚ୍ଚ କରିଦେଲେ। ଗୋଟିଏ କିଡ୍‌ନୀ ଥିବାରୁ ଏବେ ଶରୀର ଅସୁସ୍ଥ। ଏଭଳି ପରିସ୍ଥିତିରେ ପ୍ରଶାନ୍ତ ଅନ୍ୟତ୍ର ବିବାହ କରିଛନ୍ତି। ୨ ଝିଅ ପୁଅଙ୍କୁ କେମିତି ପୋଷିବେ ସେନେଇ ରଞ୍ଜିତା ଚିନ୍ତାରେ ରହିଛନ୍ତି। ସ୍ବାମୀ ଏବଂ ନଣନ୍ଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଏ ନେଇ ରଞ୍ଜିତା ପ୍ରଥମେ ଜୁଲାଇ ୨୮ରେ ମାଲକାନଗିରି ଥାନାରେ ଏତଲା ଦେଇଥିବାବେଳେ ବୁଧବାର ପୁଣି ଥାନାକୁ ଆସି ନ୍ୟାୟ ଦାବି କରିଛନ୍ତି। ଏ ନେଇ ଥାନାରେ ୪୩୨/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ୍‌ କିଣ୍ଡୋ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ନେଇ ରଞ୍ଜିତାଙ୍କ ସ୍ବାମୀ ପ୍ରଶାନ୍ତଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri