ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ। ସ୍ବାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ସ୍ତ୍ରୀ ଆଶା ଲୋହାରକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏପରିକି ୫ ହଜାର ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦ଟି ତଥ୍ୟ ପ୍ରମାଣ ଓ ୧୨ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅମିତ୍‌ ଓ ଆଶାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ୨୦୧୯ ଜୁଲାଇ ୧୮ରେ ଏହି ଦମ୍ପତି କଟକର ସତୀଚଉରା ଅଞ୍ଚଳରୁ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଅମିତ ଓ ଆଶା ତାଙ୍କୁ ଝାଡ଼ଖଣ୍ଡର ଟାଟାରେ ନେଇ ରଖିଥିଲେ। ବିକ୍ରି ଉଦ୍ଦେଶ୍ୟରେ ସେମାନେ ଏହି ନାବାଳିକାଙ୍କୁ ନେଇ ଯାଇଥିଲେ।ଏପରିକି ଆଶାଙ୍କ ସହଯୋଗରେ ଅମିତ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ପ୍ରଶଂସକଙ୍କ ନିଜର ଲାମ୍ବୋର୍ଗିନୀ ଦେଇଦେଲେ ରୋହିତ ଶର୍ମା, ଜାଣନ୍ତୁ କାରଣ

ମୁମ୍ବାଇ,୧୯ା୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିଣିଛନ୍ତି। ସେ...

୧୦୨୧ ଦିନ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ, କେଏଲ ରାହୁଲଙ୍କ ହେବ ମେଗା ରିଟର୍ଣ୍ଣ! ଆଇପିଏଲ ୨୦୨୫ ମଝିରେ ଆସିଲା ବଡ଼ ଅପଡେଟ

ମୁମ୍ବାଇ,୧୯ା୫: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ...

୭୦ ବର୍ଷ ବୟସ୍କ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଭାଇରାଲ୍, ରାଗିଗଲେ ଲୋକେ

ମୁମ୍ବାଇ: ତାମିଲ ସିନେମାର ଦିଗଜ ଅଭିନେତା ତଥା ନିର୍ମାତା କମଲ ହାସନଙ୍କ ଆଗାମୀ ଚଳଚ୍ଚିତ୍ର ଥଗ୍ ଲାଇଫରେ ଅଭିନୟ କରୁଥିବା ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ସୋସିଆଲ ମିଡ଼ିଆରେ...

କାମ ଦେଲାନି କୀଟନାଶକ, ଧାନ ହେଲା ଅଗାଡି

ଭେଡେନ,୧୯।୫(ହୃଷୀକେଶ ଖମାରୀ)- ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁନି। ଧାନ ଫସଲ ଅମଳ ସମୟରେ ଫସଲରେ ରୋଗପୋକ ଉପଦ୍ରବ ଏବଂ ସେଥିରେ କୀଟନାଶକ ପ୍ରୟୋଗ ସତ୍ତ୍ବେ...

କାର୍‌-ବାଇକ୍‌ ଧକ୍କା: ୨ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଛକଠାରେ ସୋମବାର ସାରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ନର୍ସିଂହୋମରେ ପ୍ରସୂତି, ନବ ଜାତକଙ୍କ ମୃତ୍ୟୁଘଟଣା: ଅଭିଯୁକ୍ତା ମହିଳା ସ୍ବାସ୍ଥ୍ୟକର୍ମୀ ଗଲେ ଜେଲ୍‌

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ...

ପାକିସ୍ତାନ ପରେ ଏବେ ବାଂଲାଦେଶକୁ ଲୁଟୁଛି ଚାଇନା! ଡ୍ରାଗନ ଆଗରେ ଅସହାୟ ଯୁନୁସ ସରକାର

ନୂଆଦିଲ୍ଲୀ,୧୯ା୫: ଏକପଟେ ଚାଇନା ବାଂଲାଦେଶର ଅର୍ଥନୀତିରେ ଗଭୀର ଭାବେ ପ୍ରବେଶ କରୁଛି, ଅନ୍ୟପଟେ ବାଂଲାଦେଶର ଘରୋଇ ବଜାର ଚାଇନା ସାମଗ୍ରୀରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମ୍ପ୍ରତିକ ତଥ୍ୟ...

ଦୀର୍ଘ ୩୦ ବର୍ଷ ପରେ ନୂଆ ଅଭିଯୋଗ ପ୍ରକୋଷ୍ଠ: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ  ଅଭିଯୋଗ ଶୁଣିଛନ୍ତି। ସମସ୍ୟା ଓ ଦୁଃଖ ଶୁଣିବା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri