ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ

ବେଲପଡା, ୨୯ା୩(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବନମାଲସ୍ଥିତ ବାସଭବନ ସମ୍ମୁଖରେ ସ୍ତ୍ରୀଙ୍କ ସହ ବସିଥିବା ବେଳେ ଏକ ବାଇକ୍‌ରେ ଆସି ୨ଜଣ ଦୁର୍ବୃତ୍ତ ଲୋକନାଥଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ପରେ ଅନ୍ଧାରର ସୁଯୋଗ ନେଇ ସେମାନେ ବାଇକ ସହ ସେଠାରୁ ଲାଠୋର ରାସ୍ତାରେ ଦ୍ରୁତଗତିରେ ଖସି ପଳାଇଥିଲେ। ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଛାତିରେ ଗୁଳିମାଡ଼ ହୋଇଥିବା ଡାକ୍ତର ଅମର ମିଶ୍ର କହିଛନ୍ତି। ମୃତ୍ୟୁ ପୂର୍ବରୁ ଲୋକନାଥ ଗଁାର ଗିରିଧାରୀ ଓ ବସୁଙ୍କ ନାମ ନେଇଥିଲେ। ଏମାନଙ୍କ ସହ ଲୋକନାଥଙ୍କର ପୂର୍ବ ଶତ୍ରୁତା ଥିବା କୁହାଯାଉଛି। ମାଓବାଦୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ଖବର ଲେଖାହେବା ବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଲାଠୋରଠାରେ କାବୁ କରିଛି। ତେବେ କାବୁ କରିବା ପୂର୍ବରୁ ଅଭିଯୁକ୍ତମାନେ ଖସିଯିବା ପାଇଁ ଗୁଳିଚାଳନା କରିଥିବା ଜଣାପଡିଛି। ତଦନ୍ତରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି କହିବାକୁ ବେଲପଡା ଥାନା ଆଇଆଇସି ବୁଲୁ ମୁଣ୍ଡା ମନା କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରୁ ପାକିସ୍ତାନ ଯିବାକୁ ଖର୍ଚ୍ଚ ହୁଏ କେତେ ଟଙ୍କା? ଜାଣିଲେ ଉଡିବ ହୋସ୍‌

ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ, ଦୁଇ ଦେଶ ମଧ୍ୟରେ ଯାତ୍ରା କରିବା ଲୋକମାନେ ପ୍ରାୟତଃ ଭାବୁଥିବା ପରି ସରଳ ନୁହେଁ। ଯଦି ଆପଣ…

ଇଣ୍ଡକ୍ସନ କୁକଟପ୍‌କୁ ନେଇ ବଡ଼ ଘୋଷଣା କରିବେ ସରକାର, ସିଲିଣ୍ଡର ବ୍ୟବହାରକାରୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୪: ପଶ୍ଚିମ ଏସିଆର ସଙ୍କଟ ମଧ୍ୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ମୂଲ୍ୟ ବୃଦ୍ଧିର ମୁକାବିଲା କରିବା ପାଇଁ ସରକାର ଇଣ୍ଡକ୍ସନ କୁକଟପ ପାଇଁ ଗୁରୁତ୍ୱପୂର୍ଣ୍ଣ…

୨୫ରୁ ଝଡ଼ବର୍ଷା ଆଲର୍ଟ, IMD କହିଲା ବଢିପାରେ ପବନର ବେଗ!

ନୂଆଦିଲ୍ଲୀ,୨୨।୪: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ଆରମ୍ଭ ହୋଇଥିବାବେଳେ, ଉତ୍ତର-ପୂର୍ୱ ଭାରତରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ୧୩ଟି ରାଜ୍ୟ ପାଇଁ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

ଭାରତୀୟ ଜାହାଜ ଉପରେ ଭୟଙ୍କର ଆକ୍ରମଣ, ହର୍ମୁଜରେ ୨ଟା ଜାହାଜକୁ ହାଇଜ୍ୟାକ୍‌ କଲେ…

ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri