
ଭାଇରାଲ ହେଉଛି ସ୍ବାମୀଙ୍କ ଅମାନବୀୟ କାଣ୍ଡ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ସ୍ବାମୀ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ରେଲିଂରେ ଝୁଲାଇ ଦେଇଛନ୍ତି ଏବଂ ଆଖପାଖରେ ଥିବା ଲୋକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଲୋକମାନେ ଜୋରରେ ଚିତ୍କାର କରୁଛନ୍ତି, କିନ୍ତୁ ସ୍ବାମୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ।
ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ଉତ୍ତରାଖଣ୍ଡରେ।
ଭିଡିଓର ଶେଷରେ ମହିଳାଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଲୋକମାନେ ସ୍ବାମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।
କିଛି ୟୁଜର୍ସ ସ୍ବାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବାକୁ ମଧ୍ୟ ଦାବି କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି – ଭାଇ, ଏତେ ଝଗଡ଼ା କାହିଁକି, ତୁମେ ପାଗଳ କି? ଆଉ ଜଣେ ଲେଖିଛନ୍ତି – ଏବେ ହତ୍ୟା ଉଦ୍ୟମ ପାଇଁ ଜେଲ ଯାଅ, ମୂର୍ଖ।