ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ: ଖୋଜି ଆଣିବାକୁ ଥାନାରେ ଗୁହାରି କଲେ ସ୍ତ୍ରୀ

ଲାଞ୍ଜିଗଡ଼,୧୬ା୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ ସେରକଝଲା ଗ୍ରାମର ରାଜିଙ୍ଗା ମାଝୀ(୩୫) ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ ହୋଇଯାଇଛନ୍ତି। ଏହି ସମ୍ପର୍କରେ ତାଙ୍କ ସ୍ତ୍ରୀ ସୀତା ମାଝୀ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ରାଜିଙ୍ଗା ଗତ ୧୦ ତାରିଖରେ ଗ୍ରାମର ଅନ୍ୟ ୯ ଶ୍ରମିକ ମିଶ୍ର ମାଝୀ, ଲସୁ ମାଝୀ, ଲାଖି ମାଝୀ, କିଶୋର ମାଝୀ, କାର୍ତ୍ତିକ ମାଝୀ ଓ ଅନ୍ୟମାନଙ୍କ ସହିତ ଆନ୍ଧ୍ରପ୍ରଦେଶ ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ବାହାରିଥିଲେ। ସମସ୍ତେ ଠିକ୍‌ ଭାବେ ହାଇଦ୍ରାବାଦରେ ପହଞ୍ଚି ଥିଲେ। ୧୨ତାରିଖରେ ହାଇଦ୍ରାବାଦଠାରୁ ୧୦ କି.ମି. ଦୂରରେ ଥିବା ଏକ କମ୍ପାନୀ କାମରେ ଯୋଗ ଦେଇଥିଲେ। ସେହି କମ୍ପାନୀରେ ସିଫ୍ଟ ଡିୟୁଟି ରହିଥିବା ବେଳେ କିଛି ଲୋକ ନାଇଟ ସିଫ୍ଟ ଓ ଅନ୍ୟମାନଙ୍କୁ ଡେ ସିଫ୍ଟ ପଡିଥିଲା। ରାଜିଙ୍ଗା ଡେ ସିଫ୍ଟରେ କାମ କରିବା ପାଇଁ ଯାଇଥିବା ବେଳେ ସିଫ୍ଟ ଡ୍ୟୁଟି ନ ସରୁଣୁ ଅପରାହ୍ନ ୫ଟାରେ ପାଚେରି ଚଢି କୁଆଡେ ଚାଲିଯାଇଥିଲେ। ସେଠାରେ ଥିବା ଗାଁର ଅନ୍ୟ ଲୋକ ଖୋଜାଖୋଜି କରି ପାଇ ନ ଥିଲେ। ପରେ ସେମାନେ ତାଙ୍କ ଘରକୁ ଜଣାଇଥିବା ସ୍ତ୍ରୀ ସୀତା ପ୍ରକାଶ କରିଛନ୍ତି।

ରାଜିଙ୍ଗା ପାଠ ପଢ଼ି ନ ଥିବା ଯୋଗୁ ଭଲଭାବରେ ଓଡ଼ିଆ ଭାଷା ମଧ୍ୟ ଜାଣିନାହାନ୍ତି। କେବଳ ଆଦିବାସୀଙ୍କ ପୁଇ ଭାଷା ଜାଣନ୍ତି। ସ୍ବାମୀଙ୍କ ନିଖୋଜ ଖବର ଶୁଣିବା ପରେ ସ୍ତ୍ରୀ ଚାରି ସନ୍ତାନକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ମଙ୍ଗଳବାର ନିଖୋଜ ରାଜିଙ୍ଗାଙ୍କ ସ୍ତ୍ରୀ ସୀତା ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନିଙ୍କୁ ପଚାରିବାରୁ ଆଜି ନିଖୋଜ ବ୍ୟକ୍ତିଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri