Posted inଫୁରସତ

ସ୍ବାମୀ ଡ୍ରାଇଭର, ସ୍ତ୍ରୀ କଣ୍ଡକ୍ଟର

ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ କିଛି କରିବାକୁ ଚାହାନ୍ତି । ଏଥିପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି। ଯଦି ଦୁଇ ଜଣଙ୍କର ସମାନ ଚିନ୍ତାଧାରା ଥାଏ, ତେବେ  ଏକାଠି କାମ କରିବା ସହଜ ହୋଇଥାଏ। କେରଳର ବାସିନ୍ଦା ସ୍ବାମୀ ଗିରି ଏବଂ ସ୍ତ୍ରୀ ତାରା ବସ୍‌ ସେବାରେ ନିୟୋଜିତ। ଆଜି ସେମାନେ ନିଜର ଏହି ଅଭ୍ୟାସ ଯୋଗୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।

ଏହି ଦମ୍ପତି କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍‌ ଚଲାଇବା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ବସ୍‌ରେ ସ୍ବାମୀ ଗିରି ଡ୍ରାଇଭର ଭାବେ କାମ କରୁଥିବାବେଳେ ସ୍ତ୍ରୀ ତାରା କଣ୍ଡକ୍ଟର ଭାବେ କାମ କରନ୍ତି। ଦୁହେଁ ଏତେ ଭଲପାଇବା ଏବଂ ସୁନ୍ଦର ଢଙ୍ଗରେ ବସ୍‌ ଚଳାଉଛନ୍ତି, ଯାହାକୁ ଯାତ୍ରୀମାନେ ଅଧିକ ପସନ୍ଦ କରନ୍ତି। ଏହି ଦମ୍ପତି ଆଲାପୁଜା ଜିଲାରେ ବେଶ୍‌ ପ୍ରସିଦ୍ଧ।

ଫେସବୁକ୍‌ରେ ଆଇପି ଭାଲିକଡାନ ନାମକ ଜଣେ ବ୍ୟକ୍ତି ଏହି ବସ୍‌ ଏବଂ ଦମ୍ପତିଙ୍କ ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି। ଯାହାକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଏହି ବସ୍‌ କେରଳର ଅନ୍ୟ ବସ୍‌ଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ବସ୍‌ ଯାତ୍ରୀମାନଙ୍କ ମନୋରଞ୍ଜନ ତଥା ସୁରକ୍ଷା ପ୍ରତି ଧ୍ୟାନ ଦେଇଥାଏ। ବସ୍‌ ଭିତରେ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏଥିରେ ଜରୁରିକାଳୀନ ସୁଇଚ୍‌ ଅଛି। ଲୋକଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକ୍‌ ସିଷ୍ଟମ ଏବଂ ସ୍ବୟଂଚାଳିତ ଏୟାର ଫ୍ରେନ୍ସର ସ୍ଥାପନ କରାଯାଇଛ। ବସ୍‌କୁ ଖୁବ୍‌ ସୁନ୍ଦର ଭାବରେ ସଜାଯାଇଛି। ଷ୍ଟପେଜ୍‌ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଏଲ୍‌ଇଡି ଡେଷ୍ଟିନେଶନ ବୋର୍ଡ ମଧ୍ୟ ସ୍ଥାପନ କରାଯାଇଛି।

ଭାଇରାଲ ହେଉଥିବା ଭିଡିଓରେ ଗିରି ଏବଂ ତାରା ନିଜ ପକେଟରୁ ଅର୍ଥ ବିନିଯୋଗ କରି ବସ୍‌କୁ ଏତେ ସୁନ୍ଦର କରିଛନ୍ତି। କିଛି ଲୋକ ଏହି ବସ୍‌ ଦ୍ୱାରା ପ୍ରତିଦିନ ଯାତ୍ରା କରନ୍ତି । ସେମାନେ ଏହା ସହ ଜଡିତ ହ୍ବାଟ୍ସଆପ୍‌ ମଧ୍ୟ ବ୍ୟବହାର କରୁଛନ୍ତି। ବସ୍‌ ସେବା ସକାଳ ୫.୫୦ରୁ ଆରମ୍ଭ ହୁଏ ଏବଂ ଏଥିପାଇଁ ଦମ୍ପତି  ୧.୫ଟାରେ ଉଠନ୍ତି । ବସ୍‌ ସଫେଇ କରନ୍ତି। ତାରା ଏବଂ ଗିରି ୨୦-୨୨ ବର୍ଷରେ ସାକ୍ଷାତ ହୋଇଥିଲେ। ଯେତେବେଳେ ଗିରିଙ୍କୁ ୨୬ ବର୍ଷ ଏବଂ ତାରାଙ୍କୁ ୨୪ ବର୍ଷ ହୋଇଥିଲା। ପରିବାର ସଦସ୍ୟ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତ ନ ଥିଲେ, ପରେ ଚାକିରି ପାଇବା ପରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri