Posted inଫୁରସତ

ସ୍ବାମୀ ଡ୍ରାଇଭର, ସ୍ତ୍ରୀ କଣ୍ଡକ୍ଟର

ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ କିଛି କରିବାକୁ ଚାହାନ୍ତି । ଏଥିପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି। ଯଦି ଦୁଇ ଜଣଙ୍କର ସମାନ ଚିନ୍ତାଧାରା ଥାଏ, ତେବେ  ଏକାଠି କାମ କରିବା ସହଜ ହୋଇଥାଏ। କେରଳର ବାସିନ୍ଦା ସ୍ବାମୀ ଗିରି ଏବଂ ସ୍ତ୍ରୀ ତାରା ବସ୍‌ ସେବାରେ ନିୟୋଜିତ। ଆଜି ସେମାନେ ନିଜର ଏହି ଅଭ୍ୟାସ ଯୋଗୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।

ଏହି ଦମ୍ପତି କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍‌ ଚଲାଇବା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ବସ୍‌ରେ ସ୍ବାମୀ ଗିରି ଡ୍ରାଇଭର ଭାବେ କାମ କରୁଥିବାବେଳେ ସ୍ତ୍ରୀ ତାରା କଣ୍ଡକ୍ଟର ଭାବେ କାମ କରନ୍ତି। ଦୁହେଁ ଏତେ ଭଲପାଇବା ଏବଂ ସୁନ୍ଦର ଢଙ୍ଗରେ ବସ୍‌ ଚଳାଉଛନ୍ତି, ଯାହାକୁ ଯାତ୍ରୀମାନେ ଅଧିକ ପସନ୍ଦ କରନ୍ତି। ଏହି ଦମ୍ପତି ଆଲାପୁଜା ଜିଲାରେ ବେଶ୍‌ ପ୍ରସିଦ୍ଧ।

ଫେସବୁକ୍‌ରେ ଆଇପି ଭାଲିକଡାନ ନାମକ ଜଣେ ବ୍ୟକ୍ତି ଏହି ବସ୍‌ ଏବଂ ଦମ୍ପତିଙ୍କ ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି। ଯାହାକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଏହି ବସ୍‌ କେରଳର ଅନ୍ୟ ବସ୍‌ଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ବସ୍‌ ଯାତ୍ରୀମାନଙ୍କ ମନୋରଞ୍ଜନ ତଥା ସୁରକ୍ଷା ପ୍ରତି ଧ୍ୟାନ ଦେଇଥାଏ। ବସ୍‌ ଭିତରେ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏଥିରେ ଜରୁରିକାଳୀନ ସୁଇଚ୍‌ ଅଛି। ଲୋକଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକ୍‌ ସିଷ୍ଟମ ଏବଂ ସ୍ବୟଂଚାଳିତ ଏୟାର ଫ୍ରେନ୍ସର ସ୍ଥାପନ କରାଯାଇଛ। ବସ୍‌କୁ ଖୁବ୍‌ ସୁନ୍ଦର ଭାବରେ ସଜାଯାଇଛି। ଷ୍ଟପେଜ୍‌ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଏଲ୍‌ଇଡି ଡେଷ୍ଟିନେଶନ ବୋର୍ଡ ମଧ୍ୟ ସ୍ଥାପନ କରାଯାଇଛି।

ଭାଇରାଲ ହେଉଥିବା ଭିଡିଓରେ ଗିରି ଏବଂ ତାରା ନିଜ ପକେଟରୁ ଅର୍ଥ ବିନିଯୋଗ କରି ବସ୍‌କୁ ଏତେ ସୁନ୍ଦର କରିଛନ୍ତି। କିଛି ଲୋକ ଏହି ବସ୍‌ ଦ୍ୱାରା ପ୍ରତିଦିନ ଯାତ୍ରା କରନ୍ତି । ସେମାନେ ଏହା ସହ ଜଡିତ ହ୍ବାଟ୍ସଆପ୍‌ ମଧ୍ୟ ବ୍ୟବହାର କରୁଛନ୍ତି। ବସ୍‌ ସେବା ସକାଳ ୫.୫୦ରୁ ଆରମ୍ଭ ହୁଏ ଏବଂ ଏଥିପାଇଁ ଦମ୍ପତି  ୧.୫ଟାରେ ଉଠନ୍ତି । ବସ୍‌ ସଫେଇ କରନ୍ତି। ତାରା ଏବଂ ଗିରି ୨୦-୨୨ ବର୍ଷରେ ସାକ୍ଷାତ ହୋଇଥିଲେ। ଯେତେବେଳେ ଗିରିଙ୍କୁ ୨୬ ବର୍ଷ ଏବଂ ତାରାଙ୍କୁ ୨୪ ବର୍ଷ ହୋଇଥିଲା। ପରିବାର ସଦସ୍ୟ ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତ ନ ଥିଲେ, ପରେ ଚାକିରି ପାଇବା ପରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri