ସ୍ତ୍ରୀଙ୍କ ଗଳା କାଟି ପାଖରେ ବସି ରହିଥିଲେ

କୁନ୍ଦୁରା,୧୦ା୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଅନ୍ତର୍ଗତ ବୁଦାଗୁଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାମୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ବାମୀ ଜୟରାମ ଦୁରୁଆଙ୍କୁ ଗିରଫ କରିଛି।

ଖବରରୁ ଜଣାପଡିଛି ବୁଦାଗୁଡା ଗ୍ରାମରେ ସ୍ତ୍ରୀ ଓ ୨ ସନ୍ତାନଙ୍କୁ ନେଇ ଜୟରାମଙ୍କ ପରିବାର ହସଖୁସିରେ ଚଳୁଥିଲେ। ୩ ମାସ ତଳେ ଜୟରାମ ଗ୍ରାମର କେତେକ ବ୍ୟକ୍ତିଙ୍କ ସହ କାମ କରିବାକୁ କେରଳ ଯାଇଥିଲେ। ସେଠାରେ ତାଙ୍କର ବ୍ୟବହାରପାଗଳ ଭଳି ହେବାରୁ ତାଙ୍କ ସାଥୀମାନେ ତାଙ୍କୁ ଆଣି ଗାଁରେ ଛାଡି ଦେଇ ଥିଲେ। ଜୟରାମଙ୍କ ଏଭଳି କାର୍ଯ୍ୟକଳାପ ଦେଖି ସ୍ତ୍ରୀ ମହାଦେଈ ବିଭିନ୍ନ ସ୍ଥାନରେ ତାଙ୍କର ଚିକିତ୍ସା କରାଇଥିଲେ। ରବିବାର ମହାଦେଈ ଜୟରାମଙ୍କୁ ଧରି ନିକଟରେ ଥିବା ଜଣେ ଗୁଣିଆଙ୍କ ଘରକୁ ନେଇଥିଲେ। ସେଠାରୁ ଆସିବା ପରେ ମଧ୍ୟାହ୍ନ ୧୨ଟାରେ ଜୟରାମ ହଠାତ୍‌ ସ୍ତ୍ରୀ ମହାଦେଈଙ୍କ ଗଳା କାଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ମହାଦେଈଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ମହାଦେଈଙ୍କ ମୃତଦେହ ନିକଟରେ ବସିଥିବା ଜୟରାମଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ମା’ଙ୍କ ମୃତ୍ୟୁ ଏବଂ ବାପା ଜେଲ ଯିବା ପରେ ଜୟରାମଙ୍କ ଦୁଇ ପୁଅ ବେସାହାରା ହୋଇପଡିଛନ୍ତି। ବଡପୁଅ ବୁଦୃ ଦୁରୁଆ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସାନପୁଅ ସୀତାରାମଙ୍କୁ ୮ବର୍ଷ ହୋଇଛି। ପୋଲିସ ଏକ ହତ୍ୟା ମାମଲା(ନଂ.୬୯/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ମାମଲାର ତଦନ୍ତକାରୀ ଅଧିକାରୀ ଗୋବିନ୍ଦ ହାଁସଦା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨6ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri