ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ: ମଣ୍ଡପରେ ଝିଅକୁ ଧରି ପହଞ୍ଚିଲେ ପ୍ରଥମ ସ୍ତ୍ରୀ, ପରେ ଘଟିଲା ଏମିତି…

ଚଣ୍ଡିଗଡ଼,୨୮ା୫: ପଞ୍ଜାବର ଫିରୋଜପୁରରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରୁଥିଲେ। ଏହା ଜାଣିପାରି ତାଙ୍କ ପ୍ରଥମ ସ୍ତ୍ରୀ ମଣ୍ଡପରେ ପହଞ୍ଚି ହଙ୍ଗାମା କରିଥିଲେ। ପ୍ରଥମ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ବାମୀ ପ୍ରଥମେ ତାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ମଧ୍ୟ ଅଛି। ମାତ୍ର ତାଙ୍କୁ ଧୋକା ଦେଇ ନ ଜଣାଇ ଦ୍ୱିତୀୟ ବିବାହ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବୁଟା ସିଂହ ନାମକ ଜଣେ ବ୍ୟକ୍ତି ୧୩ ମାସ ତଳେ ସୁନୀତା ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଦେଖାଦେଇଥିଲା। ପରେ ସୁନୀତା ଶାଶୁଘର ଛାଡ଼ି ବାପଘର ଚାଲିଯାଇଥିଲେ। ସେଠାରେ ତାଙ୍କର ଏକ ଝିଅ ହୋଇଥିଲା। ସ୍ବାମୀଙ୍କ ସହ ବୁଝାମଣା ପାଇଁ ଅନେକ ଥର ଗାଁରେ ପଞ୍ଚାୟତ ବସିଛି। ମାତ୍ର ଦୁଇଜଣଙ୍କ ମଧ୍ୟରେ କୌଣସି ସମାଧାନ ହୋଇ ନ ଥିଲା। ଏହା ମଧ୍ୟରେ ସୁନୀତା ଖବର ପାଇଲେ ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ କରୁଛନ୍ତି। ଏହା ପରେ ସେ ନିଜ ବନ୍ଧୁ ପରିଜନଙ୍କ ସହ ବିବାହ ମଣ୍ଡପରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ଏହା ଜାଣି ଦ୍ୱିତୀୟ ଯୁବତୀଙ୍କ ପରିବାର ଲୋକେ ବୁଟାଙ୍କଠାରୁ ସମସ୍ତ ସମ୍ପର୍କ କାଟିଦେଲେ। ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଟାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ: ଷ୍ଟେଶନ କାନ୍ଥ ଭାଙ୍ଗି ବାହାରକୁ ମାଡ଼ିଗଲା

କାନପୁର, ୨୮।୮: ଉତ୍ତରପ୍ରଦେଶ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେଶନ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାନପୁର-ଲକ୍ଷ୍ନୌ ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ ହୋଇଛି।...

ଆତଙ୍କବାଦକୁ ମୂଳପୋଛ କରିବାକୁ ଆମେରିକା ଭଳି ମଡେଲ ଆପଣେଇବାକୁ ପଡିବ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୧୬।୧: ରାୟସିନା ଡାଏଲଗର ତୃତୀୟ ଦିନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ଆତଙ୍କବାଦକୁ ନେଇ...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ହଜାରିବାଗ,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ଏବେ ଝାଡ଼ଖଣ୍ଡରେ ପହଞ୍ଚୁଥିବା ଦେଖାଯାଇଛି। ସୋମବାର ପୂର୍ବତନ କଂଗ୍ରେସ...

ଉତ୍ପଳ କୁମାର ସିଂ ଲୋକ ସଭା ମହାସଚିବ

ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ...

ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯିବନି

ନୂଆଦିଲ୍ଲୀ,୩ା୯(ପି.ଟି.): ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ଅଟକ ରଖାଯିବନି ବୋଲି କେନ୍ଦ୍ର ସରକାର ସୋମବାର ସ୍ପଷ୍ଟ କରିଛନ୍ତି। ସେମାନଙ୍କର ସମସ୍ତ...

ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ତେଜ୍‌ପୁର,୩ା୩: ଆସାମର ବିଶ୍ୱନାଥ ଜିଲା ଅନ୍ତର୍ଗତ ଚକ୍‌ଲା ଗ୍ରାମରେ ଜଣେ ନାବାଳିକା(୧୨)ଙ୍କୁ ଗଣବଳାତ୍କାର କରାଯିବା ପରେ ମାରି ଗଛରେ ଟଙ୍ଗାଇ ଦିଆଯାଇଛି। ପୋଲିସ ଘଟଣାର ଛାନ୍‌ଭିନ୍‌...

ତଳ ମୁହାଁ କରୋନା ଗ୍ରାଫ୍‌: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ବି ରୋମାଞ୍ଚକର

ନୂଆଦିଲ୍ଲୀ,୧୨।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେବାପରେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜାରି ରହିଛି। ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ବେଶ୍‌ ରୋମାଞ୍ଚକର।...

Advertisement


Archives

Model This Week

Why Dharitri