ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଧରାପଡ଼ିଲେ ଫେରାର ଅଭିଯୁକ୍ତ ସ୍ୱାମୀ

ଖଜୁରିପଡ଼ା,୨୫ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା ଘଟଣାରେ ଶନିବାର ସ୍ୱାମୀ ଗିରଫ ହୋଇଛନ୍ତି। ସେ ହେଲେ ଆଲୋକ ସାହୁ। ଏସ୍‌ଆଇ ସମ୍ୱିତ ବେହେରା କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପ୍ରାରମ୍ଭିକ ଭାବେ ସ୍ତ୍ରୀ ମମତା ନିର୍ଯାତନା ଓ ଅତ୍ୟାଚାର ସହି ନ ପାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ତେବେ ପାରିବାରିକ ଅଭିଯୋଗ ଓ ତଦନ୍ତକୁ ଭିତ୍ତି କରି ପୋଲିସ ସ୍ୱାମୀ ଆଲୋକ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ମମତା ସାହୁ। ପୋଲିସ ଗୁରୁବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀ ଆଲୋକ ସାହୁଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା।

ଗତ କିଛି ଦିନ ହେବ ଆଲୋକଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ମମତା ସନ୍ଦେହ କରୁଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ବୁଧବାର ବିଳମ୍ୱିତ ରାତିରେ ଆଲୋକ ମମତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ। ପରେ ସେ ଫେରାର ହୋଇଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ମୃତ୍ୟୁ, ଜେଲଗଲେ ସାନ

ମୁନିଗୁଡା,୨୫।୪(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ପଞ୍ଚାୟତ ଅଧୀନ ଗୋରଠା ଗ୍ରାମରେ ସାନଭାଇଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି…

ନାବାଳିକାଙ୍କୁ ଅପହରଣ କରି ନେଇଥିଲେ: ଏବେ ଗଲେ ଜେଲ୍‌

ଲାଞ୍ଜିଗଡ଼,୨୫ା୪(ରମେଶ ଚନ୍ଦ୍ର ନାୟକ) : ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ନାବାଳିକା ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।…

ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ, ବନ୍ଦ ଘରୁ ସୁନାଗହଣା ସହ ୩ ଲକ୍ଷ ଲୁଟିନେଲେ…

କଲ୍ୟାଣସିଂହପୁର,୨୫।୪(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦିନକୁ ଦିନ ଚୋରି ଓ ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କଲ୍ୟାଣସିଂହପୁର ଦାନୁ ସାହିରେ ସୁଶାନ୍ତ…

ଦିଲ୍ଲୀ କ୍ୟାପିଟାଲ ଖେଳାଳି ଲୁଙ୍ଗି ଏନ୍‌ଗିଡି ଗୁରୁତର

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ଲୁଙ୍ଗି ଏନ୍‌ଗିଡି ଗୁରୁତର ଆହତ ହୋଇଛନ୍ତି। ପଞ୍ଜାବ ଇନିଂସର ତୃତୀୟ ଓଭରରେ ଫିଲ୍ଡିଂ କରୁଥିବା ବେଳେ…

ଆମେରିକା ସହିତ ଆଲୋଚନା ପୂର୍ବରୁ ହର୍ମୁଜକୁ ନେଇ ଚେତାବନୀ ଦେଲା ଇରାନ, ଆମେ ପୁଣି ପ୍ରତିଶୋଧ ନେବୁ…

ତେହରାନ,୨୫ା୪: ଏକ ଇରାନୀ ପ୍ରତିନିଧି ଦଳ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଅଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀ ନିଜେ ଏହି ଦଳର ନେତୃତ୍ୱ ନେଉଛନ୍ତି । ଆମେରିକା…

ହରଭଜନ ସିଂଙ୍କ ଘର ବାହାରେ ପ୍ରବଳ ହଙ୍ଗାମା, କାନ୍ଥରେ ଦେଶଦ୍ରୋହୀ ଲେଖିଲେ AAP କର୍ମୀ

ନୂଆଦିଲ୍ଲୀ,୨୫ା୪: ଆମ ଆଦମୀ ପାର୍ଟି (ଆପ)ର ଅନେକ ରାଜ୍ୟ ସଭା ଏମପି ଭାଜପାରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । ଦଳର କର୍ମୀମାନଙ୍କ…

ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ପୁରୁଷୋତ୍ତମପୁର,୨୫ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ଲାଗି ମହିଳାମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାଣି ଯୋଗାଇଦେବାକୁ ଦାବିକରି ବ୍ରହ୍ମପୁର-ପୁରୁଷୋତ୍ତମପୁର…

ରାଘବ ଛାଡିଲେ AAP, ହେଲେ କାହିଁକି ଭାଇରାଲ ହେଉଛି ପରିଣୀତିଙ୍କ ପୁରୁଣା ଭିଡ଼ିଓ? ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ

ମୁମ୍ବାଇ,୨୫।୪: ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଦମ୍ପତି। ସେମାନେ ସେମାନଙ୍କର ଲଭଲି କେମେଷ୍ଟ୍ରି ଏବଂ ସାଧାରଣରେ ବାରମ୍ବାର ଏକାଠି ଦେଖାଯିବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri