ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ଆତଙ୍କ, ମଙ୍ଗଳବାର ରାତିରେ କରିବ ଲ୍ୟାଣ୍ଡଫଲ୍‌…

ପୋର୍ଟ ଲୁଇସ,୨୧।୨ : ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ତାଣ୍ଡବ ଜାରି ରହିଛି। ଏହା ଯୋଗୁ ପ୍ରବଳ ବର୍ଷା ହେବାରୁ ବହୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀ ଲୋକଙ୍କ ଆତଙ୍କିତ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ସାମୁଦ୍ରିକ ଝଡ଼ ଯୋଗୁ ପବନର ବେଗ ଘଣ୍ଟା ପ୍ରତି ୨୮୦ କିଲୋମିଟରରେ ପହଞ୍ଚିପାରେ। ପାଣିପାଗ ବିଭାଗ ଏହି ସାମୁଦ୍ରିକ ଝଡ଼କୁ ଏକ ଶ୍ରେଣୀ- ୩ ବର୍ଗ ସାଇକ୍ଲୋନ ବୋଲି ବର୍ଣ୍ଣନା କରିଛି।

ସାମୁଦ୍ରିକ ଝଡ଼ ବିପଦକୁ ଦୃଷ୍ଟିରେ ରଖି ଦ୍ୱୀପପୁଞ୍ଜର ଅନେକ ବିମାନ ଉଡ଼ାଣ ବାତିଲ କରାଯିବା ସହିତ ଏହାର ଷ୍ଟକ ଏକ୍ସଚେଞ୍ଜକୁ ବନ୍ଦ କରାଯାଇଛି। ଲୋକଙ୍କୁ ବିନା ଆବଶ୍ୟକତାରେ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଦେଶରେ ସମସ୍ତ ଦୋକାନ, ବ୍ୟାଙ୍କ ଏବଂ ପେଟ୍ରୋଲ ଷ୍ଟେଶନ ବନ୍ଦ ହୋଇ ଯାଇଛି।

ପାଣିପାଗ ଏଜେନ୍ସି କହିଛି ଯେ ସାମୁଦ୍ରିକ ଝଡ଼ ଯୋଗୁ ବଜ୍ରପାତ ଏବଂ ପ୍ରବଳ ପବନ ଜାରି ରହିବ। ସମୁଦ୍ରରେ ସାତ ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି। ଲୋକମାନଙ୍କୁ ସମୁଦ୍ରକୂଳକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।

ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ନାଗରିକମାନଙ୍କୁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ସାମୁଦ୍ରିକ ଝଡ଼ ଫ୍ରେଡି ଏକ ଅତ୍ୟନ୍ତ ଭୟଙ୍କର ଘୂର୍ଣ୍ଣିବଳୟ ଯାହା ମରିସସ, ରୋଡ୍ରିଗୁସ ଏବଂ ସେଣ୍ଟ-ବ୍ରେଣ୍ଡନ ଦ୍ୱୀପପୁଞ୍ଜ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ। ସୋମବାର ଠାରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିବ ବୋଲି ମରିସସ ବିମାନବନ୍ଦର ଘୋଷଣା କରିଛି। ମଙ୍ଗଳବାର ରାତିରେ ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?