ଚୋରା ବନ୍ଧୁକରେ ଶିକାର

ଢେଙ୍କାନାଳ ଅଫିସ, ୧୪।୨: ଗୁପ୍ତରେ ଚାଲିଥିଲା ଚୋରା ବନ୍ଧୁକ ତିଆରି ୟୁନିଟ୍‌। ଶସ୍ତାରେ ମିଳୁଥିବାରୁ ଏହାକୁ କିଣି ବନ୍ୟପ୍ରାଣୀ ଶିକାର କରୁଥିଲେ ଶିକାରୀ। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ବାଲିମୀ ଥାନା ମାହାଲୁଣ୍ଡା ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ଏଭଳି ବେଆଇନ ଏକ ଦେଶୀ ବନ୍ଧୁକ ତିଆରି ୟୁନିଟ୍‌କୁ ରବିବାର ରାତିରେ ଠାବ କରିଛି ବନ ବିଭାଗ ଏବଂ ପୋଲିସର ମିଳିତ ଟିମ୍‌। ଏହି ଘଟଣାରେ ବିଶୁ ମହାରଣା (୬୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜୀବନ୍ତ ଗୁଳି, ବିସ୍ଫୋରକ, ପିସ୍ତଲ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ୩ଜଣ ଶିକାରୀ ଶିକାର କରିବା ଉଦ୍ଦେଶ୍ୟରେ କୋଇ ସଂରକ୍ଷିତ ଜଙ୍ଗଲରେ ପଶିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବନ୍ଧୁକ ଏବଂ ଅଫୁଟା ଗୁଳି ଜବତ କରାଯାଇଥିଲା। ଜେରାବେଳେ ମାହାଲୁଣ୍ଡା ଗ୍ରାମରେ ଚୋରା ଦେଶୀ ବନ୍ଧୁକ ୟୁନିଟ୍‌ ଚାଲୁଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ବନ ବିଭାଗ ବାଲିମୀ ପୋଲିସକୁ ସୂଚନା ଦେଇଥିଲା। ଉଭୟ ବିଭାଗ ପକ୍ଷରୁ ଯୋଜନାବଦ୍ଧ ଭାବେ ଉକ୍ତ ୟୁନିଟ୍‌ ଉପରେ ଚଢ଼ାଉ କରାଯାଇଥିଲା। ଏ ନେଇ ହିନ୍ଦୋଳ ଥାନାରେ ନଂ. ୪୦/୨୩ରେ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସୋମବାର ହିନ୍ଦୋଳଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଦୀପକ ଜେନା ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଉକ୍ତ ୟୁନିଟ୍‌ରେ ପିସ୍ତଲ କାହିଁକି ତିଆରି ହେଉଥିଲା। ଏହାର ଚେର କୁଆଡ଼େ ଲମ୍ବିଛି ତାହା ସନ୍ଦେହ ଘେରରେ ରହିଛି। ଏହାକୁ ଜାଣିବା ଲାଗି ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଉକ୍ତ ୟୁନିଟ୍‌ରୁ ଆର୍ମସ୍‌ ଜବତ ହୋଇଥିଲା। ତେବେ ନିୟମ ଅନୁଯାୟୀ ଏଭଳି ମାରଣାସ୍ତ୍ର ଜବତ ହେଲେ ବନ ବିଭାଗ ମାମଲା ରୁଜୁ କରିପାରିବ ନାହିଁ। ତେଣୁ ଏ ସଂକ୍ରାନ୍ତରେ ପୋଲିସକୁ ଜଣାଇଥିଲୁ। ଏହାପରେ ମିଳିତ ଚଢ଼ାଉ କରାଯାଇଥିଲା ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?