ଚୋରା ବନ୍ଧୁକରେ ଶିକାର

ଢେଙ୍କାନାଳ ଅଫିସ, ୧୪।୨: ଗୁପ୍ତରେ ଚାଲିଥିଲା ଚୋରା ବନ୍ଧୁକ ତିଆରି ୟୁନିଟ୍‌। ଶସ୍ତାରେ ମିଳୁଥିବାରୁ ଏହାକୁ କିଣି ବନ୍ୟପ୍ରାଣୀ ଶିକାର କରୁଥିଲେ ଶିକାରୀ। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ବାଲିମୀ ଥାନା ମାହାଲୁଣ୍ଡା ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ଏଭଳି ବେଆଇନ ଏକ ଦେଶୀ ବନ୍ଧୁକ ତିଆରି ୟୁନିଟ୍‌କୁ ରବିବାର ରାତିରେ ଠାବ କରିଛି ବନ ବିଭାଗ ଏବଂ ପୋଲିସର ମିଳିତ ଟିମ୍‌। ଏହି ଘଟଣାରେ ବିଶୁ ମହାରଣା (୬୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜୀବନ୍ତ ଗୁଳି, ବିସ୍ଫୋରକ, ପିସ୍ତଲ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ୩ଜଣ ଶିକାରୀ ଶିକାର କରିବା ଉଦ୍ଦେଶ୍ୟରେ କୋଇ ସଂରକ୍ଷିତ ଜଙ୍ଗଲରେ ପଶିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବନ୍ଧୁକ ଏବଂ ଅଫୁଟା ଗୁଳି ଜବତ କରାଯାଇଥିଲା। ଜେରାବେଳେ ମାହାଲୁଣ୍ଡା ଗ୍ରାମରେ ଚୋରା ଦେଶୀ ବନ୍ଧୁକ ୟୁନିଟ୍‌ ଚାଲୁଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ବନ ବିଭାଗ ବାଲିମୀ ପୋଲିସକୁ ସୂଚନା ଦେଇଥିଲା। ଉଭୟ ବିଭାଗ ପକ୍ଷରୁ ଯୋଜନାବଦ୍ଧ ଭାବେ ଉକ୍ତ ୟୁନିଟ୍‌ ଉପରେ ଚଢ଼ାଉ କରାଯାଇଥିଲା। ଏ ନେଇ ହିନ୍ଦୋଳ ଥାନାରେ ନଂ. ୪୦/୨୩ରେ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସୋମବାର ହିନ୍ଦୋଳଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଦୀପକ ଜେନା ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଉକ୍ତ ୟୁନିଟ୍‌ରେ ପିସ୍ତଲ କାହିଁକି ତିଆରି ହେଉଥିଲା। ଏହାର ଚେର କୁଆଡ଼େ ଲମ୍ବିଛି ତାହା ସନ୍ଦେହ ଘେରରେ ରହିଛି। ଏହାକୁ ଜାଣିବା ଲାଗି ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଉକ୍ତ ୟୁନିଟ୍‌ରୁ ଆର୍ମସ୍‌ ଜବତ ହୋଇଥିଲା। ତେବେ ନିୟମ ଅନୁଯାୟୀ ଏଭଳି ମାରଣାସ୍ତ୍ର ଜବତ ହେଲେ ବନ ବିଭାଗ ମାମଲା ରୁଜୁ କରିପାରିବ ନାହିଁ। ତେଣୁ ଏ ସଂକ୍ରାନ୍ତରେ ପୋଲିସକୁ ଜଣାଇଥିଲୁ। ଏହାପରେ ମିଳିତ ଚଢ଼ାଉ କରାଯାଇଥିଲା ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri