ଘରେ ଅନଶନ

Dillip Cherian

ମହାସମୁନ୍ଦ ଜିଲା(ଛତିଶଗଡ଼)ର ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ଅଧିକାରୀ ସୁଧାକର ବୋଡେଲେ ତାଙ୍କ ବିଭାଗରେ ହୋଇଥିବା ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ଯୋଜନାରେ ହୋଇଥିବା ୩୦ ଲକ୍ଷ ଟଙ୍କାର ଦୁର୍ନୀତି ଉପରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ସେ ଆମରଣ ଅନଶନ କରିଛନ୍ତି। ଯଦିଓ ଏହି ଟଙ୍କାର ପରିମାଣ କମ୍‌, ତଥାପି ଏଭଳି ପ୍ରତିବାଦ ପ୍ରଶାସନରେ ଉକ୍ତ ଅଧିକାରୀଙ୍କର ସାଧୁତା, ସଚ୍ଚୋଟତାକୁ ପତିପାଦିତ କରିଛି। ବୋଡେଲେ ମହାସମୁନ୍ଦ ଜିଲା ଡବ୍ଲ୍ୟୁସିଡିର ଦୁଇଟି ଯୋଜନାର ୩୦ ଲକ୍ଷ ଟଙ୍କାର ପାଣ୍ଠିରେ ହୋଇଥିବା ଦୁର୍ନୀତିରେ ଜଡ଼ିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (ସିଏମ୍‌କେଭିଓ୍ବାଇ)ରେ ମାର୍ଚ୍ଚ ୨୦-୨୧ ମଧ୍ୟରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ନିମ୍ନମାନର ଜିନିଷ କିଣାଯାଇଛି। ଏହାବାଦ୍‌ ରେଡି ଟୁ ଇଟ୍‌ (ଆର୍‌ଟିଇ)ଯୋଜନାରେ ୧୦ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ସେ କହିଛନ୍ତି। ତେବେ ଅଭିଯୋଗ ସତ୍ତ୍ୱେ ସିଡବ୍ଲ୍ୟୁସି କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ପ୍ରଥମେ ବୋଡେଲେ ଏହି ଘଟଣାକୁ ଜିଲାପାଳଙ୍କ ନଜରକୁ ଆଣିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । କୌଣସି ଏକ ସ୍ଥାନରେ ଆମରଣ ଅନଶନ କରିବା ପାଇଁ ବୋଡେଲେ ଅନୁମତି ମାଗିଥିଲେ, କିନ୍ତୁ ତାଙ୍କୁ ତାହା ଦିଆଗଲା ନାହିଁ। ଫଳରେ ସେ ଘରେ ଆମରଣ ଅନଶନରେ ବସିଗଲେ। ବୋଡେଲେଙ୍କର ଏହି ନିଆରା ରଣନୀତି ଉପରେ ରାଜ୍ୟ ସରକାର କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର।
ଡାକ୍ତରଙ୍କ ଦାବି
କୋଭିଡ୍‌ ମହାମାରୀର ସଙ୍କଟ କାଳରେ ଆଇଏଏସ୍‌, ଆଇପିଏସ୍‌ ଆଦି ସର୍ବ ଭାରତୀୟ ସର୍ଭିସ ଭଳି ଯଥାଶୀଘ୍ର ଇଣ୍ଡିଆନ୍‌ ମେଡିକାଲ୍‌ ସର୍ଭିସ ଗଠନ କରିବା ଲାଗି ପୁଣି ଦାବି ଉଠିଛି। ମହାମାରୀର ଦ୍ୱିତୀୟ ଲହର ଭାରତର ସ୍ବାସ୍ଥ୍ୟ ଭିତ୍ତିଭୂମିର ଦୁର୍ବଳତାକୁ ପଦାରେ ପକାଇଦେଇଛି। ଆଇସିୟୁ ବେଡ୍‌, ଅକ୍ସିଜେନ, ଚିକିତ୍ସା ଉପକରଣ ଏବଂ ଡାକ୍ତରଙ୍କ ସମେତ ଅନ୍ୟ ମେଡିକାଲ କର୍ମଚାରୀଙ୍କ ଅଭାବ ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ମେଡିକାଲ ସଂଗଠନ ସମେତ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ), ଦି ଫେଡେରେଶନ ଅଫ୍‌ ରେସିଡେଣ୍ଟ୍‌ ଡକ୍ଟର୍ସ ଆସୋସିଏଶନ (ଏଫ୍‌ଓଆର୍‌ଡିଏ) ଏବଂ ଖ୍ୟାତିସମ୍ପନ୍ନ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏଆଇଆଇଏମ୍‌ଏସ୍‌)ର ଡକ୍ଟର୍ସ ଆସୋସିଏଶନ ମଧ୍ୟ ଏହି ଦାବି କରିଆସିଛନ୍ତି। ଏବେ ଏଫ୍‌ଓଆର୍‌ଡିଏ ପୁଣି ଏହି ଦାବି ଦୋହରାଇବା ସହ ଯଥାଶୀଘ୍ର ଏକ ଜାତୀୟ ମେଡିକାଲ ସର୍ଭିସ ଗଠନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଉପରେ ଗଠିତ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି (ପିଏସସି) ମଧ୍ୟ ପରାମର୍ଶ ଦେଇଛି ଯେ, ଏବେ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ପରିବର୍ତ୍ତନ ଲୋଡ଼ା ଓ ଏହାକୁ ଦୃଷ୍ଟିରେ ରଖି ସରକାର ଏକ ନିଆରା ସର୍ଭିସ ଗଠନ କରିବା ଉପରେ ବିଚାର କରିବା ଆବଶ୍ୟକ। ତେବେ ମୋଦି କୃପା କରି ଏହା ସପକ୍ଷରେ କାମ କରିବେ କି?
ଅବସର ପରେ ବାବୁଙ୍କୁ ପଦବୀ
ମହାରାଷ୍ଟ୍ର ସରକାର ଗତ ମାସରେ ଜଳସେଚନ ବିଭାଗର ଯୁଗ୍ମ ମୁଖ୍ୟ ସଚିବ ପଦରୁ ଅବସର ନେଇଥିବା ଆଇଏଏସ୍‌ ଅଧିକାରୀ ଭି.କେ.ଗୌତମଙ୍କୁ ସେହି ବିଭାଗର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ଭାବେ ପୁନଃନିଯୁକ୍ତି ଦେଇ ଚାକିରି କରିଥିତ୍ବା ଏବଂ ଅବସର ନେଇଥିତ୍ବା ଅନ୍ୟ ଅଧିତ୍କାରୀମାନଙ୍କ ସହ ଉତ୍ତମ ବିଚାର କରିନାହାନ୍ତି ବୋଲି କୁହାଯାଉଛି। ମହା ବିକାଶ ଅଘାଡି (ଏମ୍‌ଭିଏ) ସରକାର ଯୁକ୍ତି ଦର୍ଶାଇଛନ୍ତିି ଯେ, ଗୌତମ ତାଙ୍କ ପଦରେ ରହି ଦକ୍ଷ ନେତୃତ୍ୱ ପ୍ରତିପାଦନ କରିଥିଲେ ଏବଂ ବୃହତ ପ୍ରକଳ୍ପଗୁଡ଼ିକୁ ସଞ୍ଚାଳନ କରିବାରେ ତାଙ୍କ ଅଭିଜ୍ଞତା ଏବଂ ଦକ୍ଷତାକୁ ଉପଯୋଗ କରିବାକୁ ଚିନ୍ତା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏମ୍‌ଭିଏ ସରକାର ଜଳସେଚନ ସଚିବ ଭାବେ ଗୌତମଙ୍କୁ ଚୁକ୍ତିଭିତ୍ତିରେ ଆଉ ୩ ବର୍ଷ ରଖିବାକୁ ଅଧିକ ଇଚ୍ଛୁକ ଥିତ୍ଲେ। ତେବେ ସଚିବ ପଦବୀ କ୍ୟାଡର ପୋଷ୍ଟ ହୋଇଥିବାରୁ ସରକାର ତାହା କରିପାରିଲେ ନାହିଁ କି ଚୁକ୍ତି କରିପାରିଲେ ନାହିଁ। ଏଣୁ ତାଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତ କରାଗଲା ଓ ଏହାକୁ ନେଇ କେତେ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ଚିନ୍ତା ବଢିଯାଇଛି। ସେମାନେ ଏହାକୁ ଏକ ଭୁଲ୍‌ ଧାରା ବୋଲି ବିଚାର କରୁଛନ୍ତି। ଆଉ ମଧ୍ୟ ସୂଚନା ମିଳିଛି ଯେ,ଏକ ଦଶନ୍ଦିରୁ ଊର୍ଦ୍ଧ୍ୱ ହେବ ରାଜ୍ୟ ଗୋଷ୍ଠୀ କ୍ରୀଡା ପରିଚାଳନା କମିଟିର ଜଣେ ସଦସ୍ୟ ଭାବେ ନିୟମ ଉଲ୍ଲଂଘନ କରିବା ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ତଦନ୍ତ ଅଟକି ରହିଛି । କିନ୍ତୁ ଗୌତମ ବରିଷ୍ଠ ଅଧିକାରୀ ଭାବେ କେବଳ ଉପକୃତ ହୋଇ ନାହାନ୍ତି, ଅବସର ପରେ ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସେହିପରି ୨୦୧୮ରେ ଅବସର ନେଇଥିବା ଆର୍‌.ମୋପଲଓ୍ବାର ରାଜ୍ୟରେ ପ୍ରମୁଖ ରୋଡ ପ୍ରୋଜେକ୍ଟଗୁଡ଼ିକର ତଦାରଖ କରୁଛନ୍ତି। ଆର୍‌. ଏ. ରାଜୀବ ମଧ୍ୟ ଗତ ଫେବୃୟାରୀରେ ଅବସର ନେଇ ଏବେ ସୁଦ୍ଧା ଏମ୍‌ଏମ୍‌ଆର୍‌ଡିଏର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଣୁ ଅବସରପ୍ରାପ୍ତ ବାବୁମାନଙ୍କ ପୁନଃନିଯୁକ୍ତି ଜାରି ରଖିବା ଏକ ଖରାପ ନୀତି ହୋଇପାରେ, କିନ୍ତୁ ଏହିଧାରା କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏହା ଏକ ବ୍ୟାପକ ପ୍ରଚଳିତ ଧାରା ପାଲଟି ଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri