ଘରେ ଅନଶନ

Dillip Cherian

ମହାସମୁନ୍ଦ ଜିଲା(ଛତିଶଗଡ଼)ର ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ଅଧିକାରୀ ସୁଧାକର ବୋଡେଲେ ତାଙ୍କ ବିଭାଗରେ ହୋଇଥିବା ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ଯୋଜନାରେ ହୋଇଥିବା ୩୦ ଲକ୍ଷ ଟଙ୍କାର ଦୁର୍ନୀତି ଉପରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ସେ ଆମରଣ ଅନଶନ କରିଛନ୍ତି। ଯଦିଓ ଏହି ଟଙ୍କାର ପରିମାଣ କମ୍‌, ତଥାପି ଏଭଳି ପ୍ରତିବାଦ ପ୍ରଶାସନରେ ଉକ୍ତ ଅଧିକାରୀଙ୍କର ସାଧୁତା, ସଚ୍ଚୋଟତାକୁ ପତିପାଦିତ କରିଛି। ବୋଡେଲେ ମହାସମୁନ୍ଦ ଜିଲା ଡବ୍ଲ୍ୟୁସିଡିର ଦୁଇଟି ଯୋଜନାର ୩୦ ଲକ୍ଷ ଟଙ୍କାର ପାଣ୍ଠିରେ ହୋଇଥିବା ଦୁର୍ନୀତିରେ ଜଡ଼ିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (ସିଏମ୍‌କେଭିଓ୍ବାଇ)ରେ ମାର୍ଚ୍ଚ ୨୦-୨୧ ମଧ୍ୟରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ନିମ୍ନମାନର ଜିନିଷ କିଣାଯାଇଛି। ଏହାବାଦ୍‌ ରେଡି ଟୁ ଇଟ୍‌ (ଆର୍‌ଟିଇ)ଯୋଜନାରେ ୧୦ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ସେ କହିଛନ୍ତି। ତେବେ ଅଭିଯୋଗ ସତ୍ତ୍ୱେ ସିଡବ୍ଲ୍ୟୁସି କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ପ୍ରଥମେ ବୋଡେଲେ ଏହି ଘଟଣାକୁ ଜିଲାପାଳଙ୍କ ନଜରକୁ ଆଣିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । କୌଣସି ଏକ ସ୍ଥାନରେ ଆମରଣ ଅନଶନ କରିବା ପାଇଁ ବୋଡେଲେ ଅନୁମତି ମାଗିଥିଲେ, କିନ୍ତୁ ତାଙ୍କୁ ତାହା ଦିଆଗଲା ନାହିଁ। ଫଳରେ ସେ ଘରେ ଆମରଣ ଅନଶନରେ ବସିଗଲେ। ବୋଡେଲେଙ୍କର ଏହି ନିଆରା ରଣନୀତି ଉପରେ ରାଜ୍ୟ ସରକାର କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର।
ଡାକ୍ତରଙ୍କ ଦାବି
କୋଭିଡ୍‌ ମହାମାରୀର ସଙ୍କଟ କାଳରେ ଆଇଏଏସ୍‌, ଆଇପିଏସ୍‌ ଆଦି ସର୍ବ ଭାରତୀୟ ସର୍ଭିସ ଭଳି ଯଥାଶୀଘ୍ର ଇଣ୍ଡିଆନ୍‌ ମେଡିକାଲ୍‌ ସର୍ଭିସ ଗଠନ କରିବା ଲାଗି ପୁଣି ଦାବି ଉଠିଛି। ମହାମାରୀର ଦ୍ୱିତୀୟ ଲହର ଭାରତର ସ୍ବାସ୍ଥ୍ୟ ଭିତ୍ତିଭୂମିର ଦୁର୍ବଳତାକୁ ପଦାରେ ପକାଇଦେଇଛି। ଆଇସିୟୁ ବେଡ୍‌, ଅକ୍ସିଜେନ, ଚିକିତ୍ସା ଉପକରଣ ଏବଂ ଡାକ୍ତରଙ୍କ ସମେତ ଅନ୍ୟ ମେଡିକାଲ କର୍ମଚାରୀଙ୍କ ଅଭାବ ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ମେଡିକାଲ ସଂଗଠନ ସମେତ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ), ଦି ଫେଡେରେଶନ ଅଫ୍‌ ରେସିଡେଣ୍ଟ୍‌ ଡକ୍ଟର୍ସ ଆସୋସିଏଶନ (ଏଫ୍‌ଓଆର୍‌ଡିଏ) ଏବଂ ଖ୍ୟାତିସମ୍ପନ୍ନ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏଆଇଆଇଏମ୍‌ଏସ୍‌)ର ଡକ୍ଟର୍ସ ଆସୋସିଏଶନ ମଧ୍ୟ ଏହି ଦାବି କରିଆସିଛନ୍ତି। ଏବେ ଏଫ୍‌ଓଆର୍‌ଡିଏ ପୁଣି ଏହି ଦାବି ଦୋହରାଇବା ସହ ଯଥାଶୀଘ୍ର ଏକ ଜାତୀୟ ମେଡିକାଲ ସର୍ଭିସ ଗଠନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଉପରେ ଗଠିତ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି (ପିଏସସି) ମଧ୍ୟ ପରାମର୍ଶ ଦେଇଛି ଯେ, ଏବେ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ପରିବର୍ତ୍ତନ ଲୋଡ଼ା ଓ ଏହାକୁ ଦୃଷ୍ଟିରେ ରଖି ସରକାର ଏକ ନିଆରା ସର୍ଭିସ ଗଠନ କରିବା ଉପରେ ବିଚାର କରିବା ଆବଶ୍ୟକ। ତେବେ ମୋଦି କୃପା କରି ଏହା ସପକ୍ଷରେ କାମ କରିବେ କି?
ଅବସର ପରେ ବାବୁଙ୍କୁ ପଦବୀ
ମହାରାଷ୍ଟ୍ର ସରକାର ଗତ ମାସରେ ଜଳସେଚନ ବିଭାଗର ଯୁଗ୍ମ ମୁଖ୍ୟ ସଚିବ ପଦରୁ ଅବସର ନେଇଥିବା ଆଇଏଏସ୍‌ ଅଧିକାରୀ ଭି.କେ.ଗୌତମଙ୍କୁ ସେହି ବିଭାଗର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ଭାବେ ପୁନଃନିଯୁକ୍ତି ଦେଇ ଚାକିରି କରିଥିତ୍ବା ଏବଂ ଅବସର ନେଇଥିତ୍ବା ଅନ୍ୟ ଅଧିତ୍କାରୀମାନଙ୍କ ସହ ଉତ୍ତମ ବିଚାର କରିନାହାନ୍ତି ବୋଲି କୁହାଯାଉଛି। ମହା ବିକାଶ ଅଘାଡି (ଏମ୍‌ଭିଏ) ସରକାର ଯୁକ୍ତି ଦର୍ଶାଇଛନ୍ତିି ଯେ, ଗୌତମ ତାଙ୍କ ପଦରେ ରହି ଦକ୍ଷ ନେତୃତ୍ୱ ପ୍ରତିପାଦନ କରିଥିଲେ ଏବଂ ବୃହତ ପ୍ରକଳ୍ପଗୁଡ଼ିକୁ ସଞ୍ଚାଳନ କରିବାରେ ତାଙ୍କ ଅଭିଜ୍ଞତା ଏବଂ ଦକ୍ଷତାକୁ ଉପଯୋଗ କରିବାକୁ ଚିନ୍ତା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏମ୍‌ଭିଏ ସରକାର ଜଳସେଚନ ସଚିବ ଭାବେ ଗୌତମଙ୍କୁ ଚୁକ୍ତିଭିତ୍ତିରେ ଆଉ ୩ ବର୍ଷ ରଖିବାକୁ ଅଧିକ ଇଚ୍ଛୁକ ଥିତ୍ଲେ। ତେବେ ସଚିବ ପଦବୀ କ୍ୟାଡର ପୋଷ୍ଟ ହୋଇଥିବାରୁ ସରକାର ତାହା କରିପାରିଲେ ନାହିଁ କି ଚୁକ୍ତି କରିପାରିଲେ ନାହିଁ। ଏଣୁ ତାଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତ କରାଗଲା ଓ ଏହାକୁ ନେଇ କେତେ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ଚିନ୍ତା ବଢିଯାଇଛି। ସେମାନେ ଏହାକୁ ଏକ ଭୁଲ୍‌ ଧାରା ବୋଲି ବିଚାର କରୁଛନ୍ତି। ଆଉ ମଧ୍ୟ ସୂଚନା ମିଳିଛି ଯେ,ଏକ ଦଶନ୍ଦିରୁ ଊର୍ଦ୍ଧ୍ୱ ହେବ ରାଜ୍ୟ ଗୋଷ୍ଠୀ କ୍ରୀଡା ପରିଚାଳନା କମିଟିର ଜଣେ ସଦସ୍ୟ ଭାବେ ନିୟମ ଉଲ୍ଲଂଘନ କରିବା ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ତଦନ୍ତ ଅଟକି ରହିଛି । କିନ୍ତୁ ଗୌତମ ବରିଷ୍ଠ ଅଧିକାରୀ ଭାବେ କେବଳ ଉପକୃତ ହୋଇ ନାହାନ୍ତି, ଅବସର ପରେ ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସେହିପରି ୨୦୧୮ରେ ଅବସର ନେଇଥିବା ଆର୍‌.ମୋପଲଓ୍ବାର ରାଜ୍ୟରେ ପ୍ରମୁଖ ରୋଡ ପ୍ରୋଜେକ୍ଟଗୁଡ଼ିକର ତଦାରଖ କରୁଛନ୍ତି। ଆର୍‌. ଏ. ରାଜୀବ ମଧ୍ୟ ଗତ ଫେବୃୟାରୀରେ ଅବସର ନେଇ ଏବେ ସୁଦ୍ଧା ଏମ୍‌ଏମ୍‌ଆର୍‌ଡିଏର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଣୁ ଅବସରପ୍ରାପ୍ତ ବାବୁମାନଙ୍କ ପୁନଃନିଯୁକ୍ତି ଜାରି ରଖିବା ଏକ ଖରାପ ନୀତି ହୋଇପାରେ, କିନ୍ତୁ ଏହିଧାରା କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏହା ଏକ ବ୍ୟାପକ ପ୍ରଚଳିତ ଧାରା ପାଲଟି ଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?