ଥାନା ଘେରିଲେ ଶତାଧିକ ମହିଳା: ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଦାବିରେ…

ମାର୍ଶାଘାଇ, ୯।୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ୫୩ ନଂ ଜାତୀୟ ରାଜପଥର କେନ୍ଦ୍ରାପଡା ଜିଲା ସିଳିପୁର ଛକରେ ଅଣ୍ଡର ପାସ ପୋଲ ଦାବିରେ ଗତ ୪ ଦିନ ହେବ ସ୍ଥାନୀୟ ଲୋକ ଗଣଧାରଣା ଦେଇଛନ୍ତି। ଏପରିକି ଗତ ଗୁରୁବାର ଏହି ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି। ଶୁକ୍ରବାର ଏହି ଧାରଣା ଉଗ୍ର ରୂପ ନେଇଛି। ଧାରଣାସ୍ଥଳରୁ ୬ ଜଣଙ୍କୁ ଜିଲା ପୋଲିସ ଉଠାଇ ନେବା ପରେ ଆଖପାଖର ପ୍ରାୟ ୧୫ଟି ଗ୍ରାମର ମହିଳା ଓ ପୁରୁଷ ସ୍ଥାନୀୟ ମାର୍ଶାଘାଇ ଥାନାକୁ ସେମାନଙ୍କୁ ତୁରନ୍ତ ଛାଡିବା ଦାବିରେ ଘେରାଉ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏହି ଘଟଣାରେ ଶାନ୍ତିଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିଏନଏସ ଧାରା ୧୬୩ ଲାଗୁ କରିଛନ୍ତି। ଏ ସମ୍ପର୍କରେ ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ କହିଛନ୍ତିୁ ଯେ ଜାତୀୟ ରାଜପଥ ପ୍ରାଧିକାରଣ ଓ ଆନ୍ଦୋଳନକାରୀଙ୍କର ଏନେଇ ଆଲୋଚନା ହୋଇଥିଲା। ଏହାସତ୍ତ୍ୱେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରୁଥିବାରୁ ଜିଲା ପୋଲିସ ଯାନବାହନ ଯାତାୟାତ ବ୍ୟବସ୍ଥାକୁ ବ୍ୟବସ୍ଥିତ ପାଇଁ କେତେକ ଆନ୍ଦୋଳନକାରୀଙ୍କୁ ଥାନାକୁ ଅଣାଯାଇଛି। ଫଳରେ ମହିଳା ଓ ପୁରୁଷମାନେ ଥାନା ଘେରାଉ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଧାରା ୧୬୩ ଲଗାଯାଇଛି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ୨ ମାସର ଚାଉଳ, ବାକି ୩ ମାସକୁ ନେଇ…

ଅମରପାଲି,୩ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇବା ସତ୍ତ୍ୱେ ହିତାଧିକାରୀମାନେ ୫ ମାସ ଧରି ଚାଉଳ ପାଉ ନ…

ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…

ପାଟନା,୩।୯: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି…

କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ…

ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ: ଏବେ କରୁଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି…

୫. ୮ କୋଟିଙ୍କୁ ମିଳିବ ରୋଜଗାର! ବାଇକ ଟ୍ୟାକ୍ସିକୁ ନେଇ ସବୁ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ଗଡ଼କରୀ

ନୂଆଦିଲ୍ଲୀ,୩।୯: ଦେଶରେ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଆହୁରି ସହଜ ଓ ରୋଜଗାରମୁଖୀ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଉପରେ ଜୋର ଦେଉଛନ୍ତି। କେନ୍ଦ୍ରୀୟ ସଡ଼କ…

ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

ଘରୋଇ କଳହରୁ କରୁଣ ପରିଣତି: ସ୍ତ୍ରୀଙ୍କୁ ପ୍ରେଟୋଲ ଢାଳି ଜାଳିଦେଲେ ସ୍ବାମୀ

ପୁରୀ,୩।୯(ଅଜିତ କୁମାର ମହାନ୍ତି): ପୁରୀ ଜିଲା କୁମ୍ଭାରପଡା ଥାନା ଅଞ୍ଚଳରେ ପାରିବାରିକ କହଳକୁ ନେଇ ଏକ କରୁଣ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀସ୍ତ୍ରୀଙ୍କ ପବିତ୍ର…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri