ମିଲରଙ୍କ ମନମାନି: ମାସେ ହେବ ମଣ୍ଡିରୁ ଉଠୁନି ଧାନ

ମହାକାଳପଡ଼ା,୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟନଗର ସମବାୟ ସମିତି ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ମାସ ମାସ ଧରି ପଡ଼ି ରହିଛି। ଏଥି ମଧ୍ୟରେ ପଞ୍ଜୀକୃତ ଚାଷୀଙ୍କ ଧାନ ବିକ୍ରୟ କରିବା ଅବଧି ତାରିଖ ଶେଷ ହୋଇଯାଇଥିଲେ ମଧ୍ୟ ଉଠି ପାରୁନି। ମିଲରଙ୍କ ମନମାନି ଓ ସମବାୟ ସମିତି ସମ୍ପାଦକଙ୍କ ଭିତିର ଚାଲ ଯୋଗୁ ଚାଷୀଟି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜୟନଗର ସମବାୟ ସମିତିର ପଞ୍ଜୀକୃତ ଚାଷୀ ମହନୀ ଜେନାଙ୍କ କ୍ଷେତ୍ରରେ । ଜେନାଙ୍କ କହିବା କଥା ଧାର କରଜ ଘରୋଇ ଋଣ କରି ଚାଷ କରିଥିଲି। ଭାବିଥିଲି ଧାନ ବିକ୍ରୀ କରି ଋଣ ପରିଶୋଧ କରିବି। ହେଲେ ମାସେ ହେଲାଣି ମଣ୍ଡିରେ ଧାନ ପଡ଼ିଛି ବିକ୍ରୀ ହୋଇ ପାରୁନି, ଏହାର ଅବଧି ସାରିଲାଣି । ଚାଷୀମାନେ କହିବାରୁ ଟୋକନ ଅବଧି ଆଉ ଏକ ସପ୍ତାହ ସମିତି ବଢାଇଛନ୍ତି। ଚାଷୀ ମହନୀଙ୍କ କହିବା କଥା ମୋର ୮୨ କୁଇଣ୍ଟାଲ ଧାନ ବିକ୍ରୟ ବ୍ୟବସ୍ଥା ରହିଛି। ଧାନ ଯଦି ନ ଉଠିଲା ତେବେ ମଣ୍ଡି ସମ୍ମୁଖରେ ପେଟ୍ରୋଲ ଢାଳି ମରିବି ବୋଲି ଚେତାବନୀ ଦେଇଛନ୍ତି। ବିଜୟନଗର ସମବାୟ ସମିତି ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କ କହିବା କଥା ୫୦ କୁଇଣ୍ଟାଲରୁ ଅଧିକ ଧାନ ଉଠିବ ନାହିଁ ବୋଲି ଚାଷୀ ଜେନାଙ୍କୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟରଙ୍କ ମତାମତ ନେବାରେ ବିଜୟନଗର ସମବାୟ ସମିତିରେ ମାସେ ଧରି ଧାନ ଉଠୁନି ବୋଲି ଦୃଷ୍ଟି ଆକର୍ଷଣ କରାଯାଇଥିବା କଥା କହିଛନ୍ତିି।
ମଣ୍ଡିରେ ଧାନ ବସ୍ତାରେ ମୂଷା ଖାଇଲେଣି, ଆଉ କେଉଁଠି ତଳି ସନ୍ତସନ୍ତିଆ ହୋଇ ଗଜା ହେଲାଣି ତ ଗୋରୁ ବସ୍ତା ଫୁଟାଇ ଧାନ ଖାଇବା ଅଭିଯୋଗ ହେଉଛି। ଚାଷୀମାନଙ୍କର ଧାନ ବସ୍ତା ମଣ୍ଡିରେ ଖୋଲା ଆକାଶ ତଳେ ମାସ ମାସ ଧରି ପଡ଼ିଛି ରହିଛି ବୋଲି ବ୍ଲକର ୨୪ ମଣ୍ଡିରେ ଏଭଳି ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri