ଶତାଧିକ ଶିଳ୍ପସଂସ୍ଥା ବନ୍ଦ

ମାନସ ବିଶ୍ୱାଳ
ବାଲେଶ୍ୱର ଅଫିସ, ୮।୬ ବାଲେଶ୍ୱର ଜିଲାରେ ଥିବା ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇପଡ଼ିଥିବା ବେଳେ ଅବଶିଷ୍ଟ ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଚାଲୁଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଶତାଧିକ ପରିବାର କାମଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ରୁଗ୍‌ଣ ଅବସ୍ଥାରେ ଥିବା ଶିଳ୍ପାନୁଷ୍ଠାନଗୁଡିକର ପୁନରୁଦ୍ଧାର ଲାଗି ପଦକ୍ଷେପ ନିଆ ନ ଗଲେ ଆସନ୍ତା ଦିନରେ ସମସ୍ତ ଶିଳ୍ପାନୁଷ୍ଠାନ ଦିନେ ବନ୍ଦ ହୋଇଯିବ ଆଶଙ୍କା ବଢିଲାଣି। ଏନେଇ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ଉଦାସୀନତାକୁ ନିଯୁକ୍ତି ହରାଇଥିବା କର୍ମଚାରୀ ଦାୟୀ କରିଛନ୍ତି। ସରକାର ଏ ଦିଗରେ ଯଥେଷ୍ଟ ଯନତ୍ବାନ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
୧୯୮୪ରେ ‘ହଜାରେ ଦିନରେ ହଜାରେ ଶିଳ୍ପ’ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଡାକରା ଅନୁଯାୟୀ ରାଜ୍ୟ ସରକାର ଶିଳ୍ପପତିମାନଙ୍କୁ ସବ୍‌ସିଡି ଦେବା ସହ ଜମି ଯୋଗାଇ ଦେଇଥିଲେ। ଫଳରେ ବାଲେଶ୍ୱରରେ ଗଢ଼ି ଉଠିଥିଲା ୩ଶହରୁ ଊର୍ଦ୍ଧ୍ୱ ଶିଳ୍ପ ସଂସ୍ଥା। ସେଥିମଧ୍ୟରୁ ବିର୍ଲା, ଇମାମୀ, ବାଲେଶ୍ୱର ଆଲଏଜ୍‌, ବାଲିଆପାଳ ସ୍ପିନିଂ ମିଲ୍‌, ତାଳସାରୀର ଚମଡ଼ା କାରଖାନା ଭଳି ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଥିଲା। ଜିଲାରେ ୬ଟି ବଡ଼ ଶିଳ୍ପ ସଂସ୍ଥା, ୧୪ ମଧ୍ୟମ, ୨୫୭ କ୍ଷୁଦ୍ର ଶିଳ୍ପ ସଂସ୍ଥା ରହିଥିଲା। ୨୬୭ଟି ସଂସ୍ଥା ଇଡ୍‌କୋଠାରୁ ଜମି ଲିଜ୍‌ ନେଇ ଶିଳ୍ପାନୁଷ୍ଠାନ ବସାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ବହୁ ଶିଳ୍ପସଂସ୍ଥା ଗଢ଼ି ଉଠିଥିଲା। ତେବେ ସରକାର କିଛି ବର୍ଷ ପରେ ଦେଇଥିବା ସୁବିଧା ସୁଯୋଗ ପ୍ରତ୍ୟାହାର କରିନେବାରୁ ୪୦ରୁ ଊର୍ଦ୍ଧ୍ୱ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଥିଲା। ଯେଉଁ ତାଲିକାରେ ପୋଲାର ଲେଟେଷ୍ଟ, ଜିଜିଏଲ୍‌, ଜିଏମ୍‌ ସିରାମିକ୍‌, ଆଇଆର୍‌ସି ଟ୍ୟୁବ୍‌ ଭଳି ମଧ୍ୟମ ଶିଳ୍ପ ସଂସ୍ଥା ରହିଥିଲା। ଇଡ୍‌କୋ ବାଲେଶ୍ୱର ସହରରେ ୮୩ ଶିଳ୍ପସଂସ୍ଥା, ଗଣେଶ୍ୱରପୁରରେ ୫୬, ବାଲଗୋପାଲପୁରରେ ୧୫, ବାମପଦାରେ ୪, ବାଲିଆପାଳରେ ୪, ପଣପଣାରେ ୧୨, ଶ୍ରୀକୋଣାରେ ୨୦ ଶିଳ୍ପ ସଂସ୍ଥାକୁ ଜମି ଯୋଗାଇଥିଲା। ଏଥିମଧ୍ୟରୁ ଏବେ ୪୮ ଶିଳ୍ପସଂସ୍ଥା ରୁଗ୍‌ଣ ଅବସ୍ଥାରେ। ଅପରପକ୍ଷରେ ୧୧ ଶିଳ୍ପସଂସ୍ଥାର ଜମି ଇଡ୍‌କୋକୁ ଫେରି ଆସିଛି। ମୋଟ ୧୭୮ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଛି। ସେଥିମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଶିଳ୍ପ। କେବଳ କ୍ଷୁଦ୍ର ଶିଳ୍ପ ସଂସ୍ଥା ନୁହେଁ ବିର୍ଲା, ବାଲେଶ୍ୱର ଆଲଏଜ, ବାଲିଆପାଳର ସ୍ପିନିଂ ମିଲ୍‌, ତାଳସାରୀର ଚମଡ଼ା କାରଖାନା ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ହଜାର ହଜାର ଶ୍ରମିକ ନିଯୁକ୍ତି ହରାଇଛନ୍ତି। ବିର୍ଲା ଟାୟାର୍ସର ୫ହଜାର ଶ୍ରମିକ ହାତ ଟେକି ବସିଛନ୍ତି। ଇମାମୀ ଚାଲୁଥିଲେ ହେଁ ଦୀର୍ଘଦିନ ହେବ ସମସ୍ତ ୟୁନିଟ୍‌ କାର୍ଯ୍ୟକ୍ଷମ ହେଉନି। ଜିଲାରେ ଶିଳ୍ପ ସଂସ୍ଥା ବନ୍ଦ ହେବା, ବନ୍ଦ ହୋଇଥିବା ଶିଳ୍ପ ସଂସ୍ଥା ପୁନଃ କାର୍ଯ୍ୟକ୍ଷମ କରିବାକୁ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରୁ ନ ଥିବା ନେଇ କେତେଜଣ ଶିଳ୍ପପତିଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ବ୍ୟାଙ୍କଗୁଡ଼ିକ ଠିକ୍‌ ସମୟରେ ଋଣ ଦେଉ ନ ଥିବାରୁ ଶିଳ୍ପ ଚାଲିପାରୁନି ବୋଲି ଅଭିଯୋଗ ହେଉଛି। ଜିଲାରେ ଶିଳ୍ପ ସଂସ୍ଥା ବନ୍ଦ ହେବା ପରେ ସେଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ ସହ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ, ନିର୍ବାଚିତ ଲୋକ ପ୍ରତିନିଧି, ଶିଳ୍ପପତି ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଜିଲାବାସୀ ଦାବି କରିଛନ୍ତି।
ଏନେଇ ଶ୍ରମିକ ନେତା ସତ୍ୟନାରାୟଣ ଆଚାର୍ଯ୍ୟ କହିଛନ୍ତି, ମାଲିକଙ୍କ ଅପାରଗତା କାରଣରୁ ବହୁ ବଡ଼ ବଡ଼ କାରଖାନା ବନ୍ଦ ହୋଇଯାଉଛି। କର୍ମଚାରୀଙ୍କ ଉପରେ ଲଗାମ ନ ଥିବା, ଋଣ ବୋଝ ବଢ଼ିବା ସମସ୍ୟାକୁ ଦ୍ୱିଗୁଣିତ କରୁଛି। କେତେକ ଶିଳ୍ପପତି ସରକାର ଓ ଶ୍ରମିକଙ୍କ ଉପରେ ଦୋଷ ଲଦି ଖସିଯିବା ପାଇଁ ଚେଷ୍ଟା କରୁଛନ୍ତି।
ଜିଲା ଶିଳ୍ପକେନ୍ଦ୍ର (ଡିଆଇସି)ର ପୂର୍ବତନ ମ୍ୟାନେଜର ସତ୍ୟାନନ୍ଦ ପଟ୍ଟନାୟକ କହିଛନ୍ତି, ଉଦ୍ୟୋଗୀମାନଙ୍କର ଅଭିଜ୍ଞତା ଅଭାବ, କମ୍‌ ପୁଞ୍ଜି ଥିବା ବେଳେ ବଡ଼ ବଡ଼ ଆଶା, ଋଣର ସଦ୍‌ବିନିଯୋଗ କରି ନ ପାରିବା, ବଜାରରେ ପ୍ରତିଯୋଗିତାଠାରୁ ପଛରେ ପଡ଼ିଯିବା, ବ୍ୟାଙ୍କ ଠିକ୍‌ ସମୟରେ ଋଣ ନ ଦେବା, ବିଦ୍ୟୁତ ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଭାଗୀୟ ସହଯୋଗ ନ ମିଳିବା ଭଳି ସମସ୍ତ କାରଣରୁ କାରଖାନାର ଉପତ୍ାଦନ ପାଇଁ ଦୀର୍ଘ ସମୟ ଲାଗୁଛି। ଅନ୍ୟପଟେ ଋଣ ବୋଝ ବଢ଼ିବା ଏକ ବଡ ସମସ୍ୟା ଭାବେ ଠିଆ ହେଉଥିବାରୁ କାରଖାନାଗୁଡ଼ିକ ଚଳାଇବା ପାଇଁ ଉଦ୍ୟୋଗୀମାନଙ୍କୁ କଷ୍ଟସାଧ୍ୟ ହେଉଛି।
ବିଧାୟକ ସ୍ବରୂପ କୁମାର ଦାସ କହନ୍ତି, ବାଲେଶ୍ୱର ଜିଲା ପଶ୍ଚିମବଙ୍ଗ ରାଜ୍ୟ କୋଲକାତା ମହାନଗରୀର ନିକଟବର୍ତ୍ତୀ ହୋଇଥିବାରୁ ଜିଲାକୁ ଶିଳ୍ପ ଜିଲା ଭାବେ ଘୋଷଣା କରି ୧୯୮୪ରେ ତତ୍କାଳୀନ ରାଜ୍ୟ ସରକାର ବହୁ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ସହଯୋଗ କରିଥିଲେ। ଟ୍ରେଡ୍‌ ୟୁନିଅନ୍‌ର ଆଧିପତ୍ୟ କାରଣରୁ ଶିଳ୍ପାନୁଷ୍ଠାନ ମାଲିକ ଏବଂ ଶ୍ରମିକମାନଙ୍କର ଉତ୍ତମ ସମ୍ପର୍କ ନ ରହିବା, ବିଭିନ୍ନ ସମୟରେ ସମସ୍ୟାରେ ଘାଣ୍ଟି ହୋଇ ବହୁ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଛି। ବର୍ତ୍ତମାନ ନବୀନ ସରକାର ଶିଳ୍ପନୀତି ଉପରେ ସୁଧାର ଆଣି ଯେଉଁ ଅଞ୍ଚଳରେ ଯେଉଁ ପ୍ରକାର କଞ୍ଚାମାଲ୍‌ ରହିଛି, ସେଠାରେ ସେଭଳି ଶିଳ୍ପକୁ ଅଗ୍ରାଧିକାର ଦେଉଛନ୍ତି। ବାଲେଶ୍ୱର ଜିଲାରେ ମାଛ ଉପତ୍ାଦନ ଅଧିକ ହୋଇପାରୁଥିବାରୁ ସଂଲଗ୍ନ ଶିଳ୍ପ ସହ ଧାନର ଅଧିକ ଉପତ୍ାଦନକୁ ଲକ୍ଷ୍ୟ କରି ରାଇସ୍‌ ମିଲ୍‌କୁ ପ୍ରାଧାନ୍ୟ ଦିଆଯାଉଛି। ସେହିପରି ପ୍ଲାଷ୍ଟିକ୍‌ ଶିଳ୍ପକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଜିଲାରେ ଟୁରିଜିମ୍‌ ଇଣ୍ଡଷ୍ଟ୍ରି କରିଡର ନିର୍ମାଣ ଆଗେଇ ଚାଲିଛି। ଏଥିପାଇଁ ରାଜ୍ୟର ଶିଳ୍ପ ବିଭାଗର ହାଇପାୱାର କମିଟିଙ୍କ ସହ ମଧ୍ୟ ବିଭିନ୍ନ ସମୟରେ ଆଲୋଚନା ଓ ବୈଠକ କରୁଥିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

ବ୍ରହ୍ମପୁରରୁ ଚୋରି ହୋଇଯାଇଥିଲା ବାଇକ, ଦେଢବର୍ଷ ପରେ ମାଲିକଙ୍କୁ ଫେରାଇଲା କେ. ନୂଆଗାଁ ପୋଲିସ

ଦିଗପହଣ୍ଡି,୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସକୁ ରାସ୍ତାକଡ ରୁ ମିଳିଥିବା ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭ ଏଜି – ୪୨୫୦) କୁ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri