ଶତାଧିକ ଶିଳ୍ପସଂସ୍ଥା ବନ୍ଦ

ମାନସ ବିଶ୍ୱାଳ
ବାଲେଶ୍ୱର ଅଫିସ, ୮।୬ ବାଲେଶ୍ୱର ଜିଲାରେ ଥିବା ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇପଡ଼ିଥିବା ବେଳେ ଅବଶିଷ୍ଟ ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଚାଲୁଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଶତାଧିକ ପରିବାର କାମଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ରୁଗ୍‌ଣ ଅବସ୍ଥାରେ ଥିବା ଶିଳ୍ପାନୁଷ୍ଠାନଗୁଡିକର ପୁନରୁଦ୍ଧାର ଲାଗି ପଦକ୍ଷେପ ନିଆ ନ ଗଲେ ଆସନ୍ତା ଦିନରେ ସମସ୍ତ ଶିଳ୍ପାନୁଷ୍ଠାନ ଦିନେ ବନ୍ଦ ହୋଇଯିବ ଆଶଙ୍କା ବଢିଲାଣି। ଏନେଇ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ଉଦାସୀନତାକୁ ନିଯୁକ୍ତି ହରାଇଥିବା କର୍ମଚାରୀ ଦାୟୀ କରିଛନ୍ତି। ସରକାର ଏ ଦିଗରେ ଯଥେଷ୍ଟ ଯନତ୍ବାନ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
୧୯୮୪ରେ ‘ହଜାରେ ଦିନରେ ହଜାରେ ଶିଳ୍ପ’ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଡାକରା ଅନୁଯାୟୀ ରାଜ୍ୟ ସରକାର ଶିଳ୍ପପତିମାନଙ୍କୁ ସବ୍‌ସିଡି ଦେବା ସହ ଜମି ଯୋଗାଇ ଦେଇଥିଲେ। ଫଳରେ ବାଲେଶ୍ୱରରେ ଗଢ଼ି ଉଠିଥିଲା ୩ଶହରୁ ଊର୍ଦ୍ଧ୍ୱ ଶିଳ୍ପ ସଂସ୍ଥା। ସେଥିମଧ୍ୟରୁ ବିର୍ଲା, ଇମାମୀ, ବାଲେଶ୍ୱର ଆଲଏଜ୍‌, ବାଲିଆପାଳ ସ୍ପିନିଂ ମିଲ୍‌, ତାଳସାରୀର ଚମଡ଼ା କାରଖାନା ଭଳି ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଥିଲା। ଜିଲାରେ ୬ଟି ବଡ଼ ଶିଳ୍ପ ସଂସ୍ଥା, ୧୪ ମଧ୍ୟମ, ୨୫୭ କ୍ଷୁଦ୍ର ଶିଳ୍ପ ସଂସ୍ଥା ରହିଥିଲା। ୨୬୭ଟି ସଂସ୍ଥା ଇଡ୍‌କୋଠାରୁ ଜମି ଲିଜ୍‌ ନେଇ ଶିଳ୍ପାନୁଷ୍ଠାନ ବସାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ବହୁ ଶିଳ୍ପସଂସ୍ଥା ଗଢ଼ି ଉଠିଥିଲା। ତେବେ ସରକାର କିଛି ବର୍ଷ ପରେ ଦେଇଥିବା ସୁବିଧା ସୁଯୋଗ ପ୍ରତ୍ୟାହାର କରିନେବାରୁ ୪୦ରୁ ଊର୍ଦ୍ଧ୍ୱ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଥିଲା। ଯେଉଁ ତାଲିକାରେ ପୋଲାର ଲେଟେଷ୍ଟ, ଜିଜିଏଲ୍‌, ଜିଏମ୍‌ ସିରାମିକ୍‌, ଆଇଆର୍‌ସି ଟ୍ୟୁବ୍‌ ଭଳି ମଧ୍ୟମ ଶିଳ୍ପ ସଂସ୍ଥା ରହିଥିଲା। ଇଡ୍‌କୋ ବାଲେଶ୍ୱର ସହରରେ ୮୩ ଶିଳ୍ପସଂସ୍ଥା, ଗଣେଶ୍ୱରପୁରରେ ୫୬, ବାଲଗୋପାଲପୁରରେ ୧୫, ବାମପଦାରେ ୪, ବାଲିଆପାଳରେ ୪, ପଣପଣାରେ ୧୨, ଶ୍ରୀକୋଣାରେ ୨୦ ଶିଳ୍ପ ସଂସ୍ଥାକୁ ଜମି ଯୋଗାଇଥିଲା। ଏଥିମଧ୍ୟରୁ ଏବେ ୪୮ ଶିଳ୍ପସଂସ୍ଥା ରୁଗ୍‌ଣ ଅବସ୍ଥାରେ। ଅପରପକ୍ଷରେ ୧୧ ଶିଳ୍ପସଂସ୍ଥାର ଜମି ଇଡ୍‌କୋକୁ ଫେରି ଆସିଛି। ମୋଟ ୧୭୮ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଛି। ସେଥିମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଶିଳ୍ପ। କେବଳ କ୍ଷୁଦ୍ର ଶିଳ୍ପ ସଂସ୍ଥା ନୁହେଁ ବିର୍ଲା, ବାଲେଶ୍ୱର ଆଲଏଜ, ବାଲିଆପାଳର ସ୍ପିନିଂ ମିଲ୍‌, ତାଳସାରୀର ଚମଡ଼ା କାରଖାନା ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ହଜାର ହଜାର ଶ୍ରମିକ ନିଯୁକ୍ତି ହରାଇଛନ୍ତି। ବିର୍ଲା ଟାୟାର୍ସର ୫ହଜାର ଶ୍ରମିକ ହାତ ଟେକି ବସିଛନ୍ତି। ଇମାମୀ ଚାଲୁଥିଲେ ହେଁ ଦୀର୍ଘଦିନ ହେବ ସମସ୍ତ ୟୁନିଟ୍‌ କାର୍ଯ୍ୟକ୍ଷମ ହେଉନି। ଜିଲାରେ ଶିଳ୍ପ ସଂସ୍ଥା ବନ୍ଦ ହେବା, ବନ୍ଦ ହୋଇଥିବା ଶିଳ୍ପ ସଂସ୍ଥା ପୁନଃ କାର୍ଯ୍ୟକ୍ଷମ କରିବାକୁ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରୁ ନ ଥିବା ନେଇ କେତେଜଣ ଶିଳ୍ପପତିଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ବ୍ୟାଙ୍କଗୁଡ଼ିକ ଠିକ୍‌ ସମୟରେ ଋଣ ଦେଉ ନ ଥିବାରୁ ଶିଳ୍ପ ଚାଲିପାରୁନି ବୋଲି ଅଭିଯୋଗ ହେଉଛି। ଜିଲାରେ ଶିଳ୍ପ ସଂସ୍ଥା ବନ୍ଦ ହେବା ପରେ ସେଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ ସହ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ, ନିର୍ବାଚିତ ଲୋକ ପ୍ରତିନିଧି, ଶିଳ୍ପପତି ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଜିଲାବାସୀ ଦାବି କରିଛନ୍ତି।
ଏନେଇ ଶ୍ରମିକ ନେତା ସତ୍ୟନାରାୟଣ ଆଚାର୍ଯ୍ୟ କହିଛନ୍ତି, ମାଲିକଙ୍କ ଅପାରଗତା କାରଣରୁ ବହୁ ବଡ଼ ବଡ଼ କାରଖାନା ବନ୍ଦ ହୋଇଯାଉଛି। କର୍ମଚାରୀଙ୍କ ଉପରେ ଲଗାମ ନ ଥିବା, ଋଣ ବୋଝ ବଢ଼ିବା ସମସ୍ୟାକୁ ଦ୍ୱିଗୁଣିତ କରୁଛି। କେତେକ ଶିଳ୍ପପତି ସରକାର ଓ ଶ୍ରମିକଙ୍କ ଉପରେ ଦୋଷ ଲଦି ଖସିଯିବା ପାଇଁ ଚେଷ୍ଟା କରୁଛନ୍ତି।
ଜିଲା ଶିଳ୍ପକେନ୍ଦ୍ର (ଡିଆଇସି)ର ପୂର୍ବତନ ମ୍ୟାନେଜର ସତ୍ୟାନନ୍ଦ ପଟ୍ଟନାୟକ କହିଛନ୍ତି, ଉଦ୍ୟୋଗୀମାନଙ୍କର ଅଭିଜ୍ଞତା ଅଭାବ, କମ୍‌ ପୁଞ୍ଜି ଥିବା ବେଳେ ବଡ଼ ବଡ଼ ଆଶା, ଋଣର ସଦ୍‌ବିନିଯୋଗ କରି ନ ପାରିବା, ବଜାରରେ ପ୍ରତିଯୋଗିତାଠାରୁ ପଛରେ ପଡ଼ିଯିବା, ବ୍ୟାଙ୍କ ଠିକ୍‌ ସମୟରେ ଋଣ ନ ଦେବା, ବିଦ୍ୟୁତ ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଭାଗୀୟ ସହଯୋଗ ନ ମିଳିବା ଭଳି ସମସ୍ତ କାରଣରୁ କାରଖାନାର ଉପତ୍ାଦନ ପାଇଁ ଦୀର୍ଘ ସମୟ ଲାଗୁଛି। ଅନ୍ୟପଟେ ଋଣ ବୋଝ ବଢ଼ିବା ଏକ ବଡ ସମସ୍ୟା ଭାବେ ଠିଆ ହେଉଥିବାରୁ କାରଖାନାଗୁଡ଼ିକ ଚଳାଇବା ପାଇଁ ଉଦ୍ୟୋଗୀମାନଙ୍କୁ କଷ୍ଟସାଧ୍ୟ ହେଉଛି।
ବିଧାୟକ ସ୍ବରୂପ କୁମାର ଦାସ କହନ୍ତି, ବାଲେଶ୍ୱର ଜିଲା ପଶ୍ଚିମବଙ୍ଗ ରାଜ୍ୟ କୋଲକାତା ମହାନଗରୀର ନିକଟବର୍ତ୍ତୀ ହୋଇଥିବାରୁ ଜିଲାକୁ ଶିଳ୍ପ ଜିଲା ଭାବେ ଘୋଷଣା କରି ୧୯୮୪ରେ ତତ୍କାଳୀନ ରାଜ୍ୟ ସରକାର ବହୁ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ସହଯୋଗ କରିଥିଲେ। ଟ୍ରେଡ୍‌ ୟୁନିଅନ୍‌ର ଆଧିପତ୍ୟ କାରଣରୁ ଶିଳ୍ପାନୁଷ୍ଠାନ ମାଲିକ ଏବଂ ଶ୍ରମିକମାନଙ୍କର ଉତ୍ତମ ସମ୍ପର୍କ ନ ରହିବା, ବିଭିନ୍ନ ସମୟରେ ସମସ୍ୟାରେ ଘାଣ୍ଟି ହୋଇ ବହୁ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଛି। ବର୍ତ୍ତମାନ ନବୀନ ସରକାର ଶିଳ୍ପନୀତି ଉପରେ ସୁଧାର ଆଣି ଯେଉଁ ଅଞ୍ଚଳରେ ଯେଉଁ ପ୍ରକାର କଞ୍ଚାମାଲ୍‌ ରହିଛି, ସେଠାରେ ସେଭଳି ଶିଳ୍ପକୁ ଅଗ୍ରାଧିକାର ଦେଉଛନ୍ତି। ବାଲେଶ୍ୱର ଜିଲାରେ ମାଛ ଉପତ୍ାଦନ ଅଧିକ ହୋଇପାରୁଥିବାରୁ ସଂଲଗ୍ନ ଶିଳ୍ପ ସହ ଧାନର ଅଧିକ ଉପତ୍ାଦନକୁ ଲକ୍ଷ୍ୟ କରି ରାଇସ୍‌ ମିଲ୍‌କୁ ପ୍ରାଧାନ୍ୟ ଦିଆଯାଉଛି। ସେହିପରି ପ୍ଲାଷ୍ଟିକ୍‌ ଶିଳ୍ପକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଜିଲାରେ ଟୁରିଜିମ୍‌ ଇଣ୍ଡଷ୍ଟ୍ରି କରିଡର ନିର୍ମାଣ ଆଗେଇ ଚାଲିଛି। ଏଥିପାଇଁ ରାଜ୍ୟର ଶିଳ୍ପ ବିଭାଗର ହାଇପାୱାର କମିଟିଙ୍କ ସହ ମଧ୍ୟ ବିଭିନ୍ନ ସମୟରେ ଆଲୋଚନା ଓ ବୈଠକ କରୁଥିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?