Posted inଖେଳ

ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୬:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ ହୁଏତ ପଡ଼ିଆରେ ଚାଲୁନାହିଁ, କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ଇନଷ୍ଟାଗ୍ରାମରେ ପ୍ରଥମ କ୍ରିକେଟର ଭାବେ ତାଙ୍କ ଫଲୋଅର୍ସ ସଂଖ୍ୟା ୨୦୦ ମିଲିୟନରେ ପହଞ୍ଚିଛି। ଏପରି ଉପଲବ୍ଧି ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମା ମଧ୍ୟ ହାସଲ କରିପାରି ନାହାନ୍ତି।
କୋହଲି ୨୦୦ ମିଲିୟନ କିମ୍ବା ଅଧିକ ଫଲୋଅର୍ସ ଥିବା ବିଶ୍ୱର ତୃତୀୟ ଆଥ୍‌ଲେଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ପର୍ତ୍ତୁଗାଲର ତାରକା ଫୁଟବଲର୍‌ ତଥା ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଆର୍ଜେଣ୍ଟିନାର ତାରକା ଫୁଟବଲର୍‌ ତଥା ଅଧିନାୟକ ଲିଓନେଲ ମେସି ତାଙ୍କ ଆଗରେ ଅଛନ୍ତି।
ଇନଷ୍ଟାଗ୍ରାମରେ ରୋନାଲଡୋଙ୍କର ୪୫୧ ନିୟୁତ ଫଲୋଅର୍ସ ଅଛନ୍ତି। ସେ ପ୍ରଥମ ଆଥଲେଟ ଭାବରେ ୪୦୦ ନିୟୁତ ଫଲୋଅର୍ସ ଟପିଥିଲେ। ମେସିଙ୍କର ୩୩୪ ନିୟୁତ ଫଲୋଅର୍ସ ଅଛନ୍ତି। ୨୦୦ ନିୟୁତ ଫଲୋଅର୍ସ ହେବା ପରେ ବିରାଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କରିଛନ୍ତି। ତାଙ୍କୁ ସମର୍ଥନ କରିଥିବାରୁ କୋହଲି ତାଙ୍କ ଫଲୋଅର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୋହଲି କହିଛନ୍ତି, ଆପଣ ସମସ୍ତଙ୍କୁ ଧନ୍ୟବାଦ। ସୋସିଆଲ ମିଡିଆ ହ୍ୟାଣ୍ଡେଲ ଫେସବୁକରେ ବିରାଟଙ୍କର ୪୯ ମିଲିୟନ ଫଲୋଅର୍ସ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

ମନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ! ଝିଅ ଅଭିଯୋଗ କରିବାରୁ…

ହାଇଦ୍ରାବାଦ,୩।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ତୁରନ୍ତ କ୍ୟାବିନେଟରୁ ବହିଷ୍କାର କରିଛନ୍ତି; ଏଥିପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ସୁପାରିଶ ପଠାଯାଇଥିଲା। ତେଲଙ୍ଗାନା ବନମନ୍ତ୍ରୀ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ! ୨୨ ଦିନ ଏହି ୪ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର

ପଞ୍ଚାଙ୍ଗ ଅନୁସାରେ, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳ ୨ ସେପ୍ଟେମ୍ବର ୨୦୨୬, ବୁଧବାର ଦିନ ଆର୍ଦ୍ରା ନକ୍ଷତ୍ରରୁ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri