ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ ଗୁରୁବାର ଅପରାହ୍ନରେ ବାଇକରୁ ଖସିପଡ଼ି ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁର ଜିତୁ ସାହୁଙ୍କ ସ୍ତ୍ରୀ ସୁଷମା ସାହୁ (୩୨) ଗୁରୁତର ହୋଇଥିଲେ। ସେ ସ୍ବାମୀଙ୍କ ସହ ବାଇକ୍‌ରେ ପଦ୍ମନାଭପୁର ଯାଉଥିବାବେଳେ ମେଡିକାଲ ଛକ ସାହାଣୀ ସାହି ନିକଟରେ ଥିବା ହମ୍ପ୍‌ସରେ ତଳକୁ ଖସିପଡ଼ିଥିଲେ। ଗତ କିଛିଦିନ ପୂର୍ବେ ମେଡିକାଲ ଛକ ସାହାଣୀ ସାହି ଛକରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚନ୍ଦନ ଦାସ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେଣୁ ସେହି ସ୍ଥାନରେ ଯାନବାହନଗୁଡ଼ିକର ବେଗ ନିୟନ୍ତ୍ରଣ କରିବା ପାଇଁ ସାହି ବାସିନ୍ଦା ପୂର୍ତ୍ତ ବିଭାଗ ଜାଣତରେ ୪ଟି ଉଚ୍ଚ ଧରଣର ହମ୍ପ୍‌ସ ନିର୍ମାଣ କରିଥିଲେ। କିନ୍ତୁ ଏହି ହମ୍ପ୍‌ସଗୁଡ଼ିକ କୌଣସି ବୈଷୟିକ କୌଶଳ ବିନା ଜମିହିଡ଼ ଭଳି ମୁଖ୍ୟ ରାସ୍ତାରେ ନିର୍ମାଣ କରାଯାଇଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟି ଅନେକ ଆହତ ହେଉଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ବେଆଇନ ହମ୍ପ୍‌ସଗୁଡ଼ିକୁ ହଟାଇବା ପାଇଁ ସହରର ବହୁ ବୁଦ୍ଧିଜୀବୀ ,ସାମାଜିକ କର୍ମୀ ଦାବି କରିଥିଲେ। ଧରିତ୍ରୀ ଓ୍ବେବ ପୋର୍ଟାଲରେ ପ୍ରକାଶିତ ଖବର ବହୁଳ ମାତ୍ରାରେ ଭାଇରାଲ ହେବା ପରେ ଦିଗପହଣ୍ଡି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ. ତାପସ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଇଂ.ମନୋଜ କୁମାର ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପୂର୍ତ୍ତ ବିଭାଗ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଭାବେ ସାହି ବାସିନ୍ଦା ତିଆରି କରିଥିବା ୪ଟି ହମ୍ପ୍‌ସକୁ ରାସ୍ତାରୁ ହଟାଇ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?