Posted inଫୁରସତ

ଆଦିମାନବଙ୍କଠାରୁ ପ୍ରାପ୍ତ ହୋଇଛି ଲମ୍ବା ନାକ

ଆମଷ୍ଟରଡାମ୍‌, ୧୦ା୫: ଲମ୍ବା ନାକ ମୁଖର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ମନୁଷ୍ୟ ଶରୀରରେ ଥିବା ବିଶେଷ ପ୍ରକାର ଜିନ୍‌ ବା ଗୁଣସୂତ୍ର ଉପରେ ନାକର ଆକାର ନିର୍ଭର କରେ। ତେବେ ଏହି ଜିନ୍‌ ନିଅନ୍‌ଡେର୍ଥାଲ୍‌ ଆଦିମାନବଙ୍କଠାରୁ ମଣିଷକୁ ପ୍ରାପ୍ତ ହୋଇଥିବା ନିକଟରେ ବ୍ରିଟେନ୍‌ର ୟୁନିଭର୍ସିଟି କଲେଜ ଲଣ୍ଡନର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
୪୦ ହଜାର ବର୍ଷ ପୁରୁଣା ନିଅନ୍‌ଡେର୍ଥାଲ୍‌ ଆଦିମାନବଙ୍କ ଜରିଆରେ ଏହି ଜିନ୍‌ ମନୁଷ୍ୟ ଶରୀରକୁ ଆସିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସାଧାରଣ ଭାବେ ବ୍ୟକ୍ତିର ଶାରୀରିକ ଗଠନ ସେମାନଙ୍କ ପୂର୍ବପୁରୁଷଙ୍କ ଭଳି ହୋଇଥାଏ। ବିଶେଷଜ୍ଞଙ୍କ ମତରେ ଆଦିମାନବମାନେ ଆଫ୍ରିକା ଛାଡ଼ିବା ପରେ ଶୀତଳ ଜଳବାୟୁକୁ ଆପଣାଇଥିଲେ। ଅଧ୍ୟୟନ ଅନୁଯାୟୀ ମନୁଷ୍ୟର ପୂର୍ବପୁରୁଷଙ୍କଠାରେ ଖୁବ୍‌ କମ୍‌ ମାତ୍ରାରେ ନିଅନ୍‌ଡେର୍ଥାଲ୍‌ ଆଦିମାନବଙ୍କ ଡିଏନ୍‌ଏ ଦେଖାଯାଇଛି। କମ୍ୟୁନିକେଶନ୍ସ ବାୟୋଲୋଜି ଜର୍ନାଲ୍‌ରେ ଅଧ୍ୟୟନର ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି।
ଲାଟିନ୍‌ ଆମେରିକାର ୬ ହଜାର ଭଲ୍ୟୁଣ୍ଟିଅରଙ୍କ ସମେତ
ବ୍ରିଟେନ, ଚାଇନା, ଫ୍ରାନ୍ସ, ଆର୍ଜେଣ୍ଟିନା, ମେକ୍ସିକୋ, ଜର୍ମାନୀ ଏବଂ ବ୍ରାଜିଲର ଗବେଷକମାନଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ମୁହଁର ଆକାରକୁ ନେଇ ବିଶେଷଜ୍ଞମାନେ ୩୩ଟି ନୂଆ ଡିଏନ୍‌ଏ ରିଜିଅନ୍‌ ଠାବ କରିଛନ୍ତି। ସେଥିମଧ୍ୟରୁ ୨୬ଟି ଆଦିମାନବଙ୍କ ଡିଏନ୍‌ଏ ସହିତ ମେଳ ଖାଉଥିବା କୁହାଯାଉଛି। ଶ୍ୱାସକ୍ରିୟାରେ ବ୍ୟବହାର କରାଯାଉଥିବା ବାୟୁର ତାପମାତ୍ରା ନାକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ନିଅନ୍‌ଡେର୍ଥାଲ୍‌ ଆଦିମାନଙ୍କଠାରୁ ଆସିଥିବା ଡିଏନ୍‌ଏ ବିଶେଷ ଭାବେ ଥଣ୍ଡା ଜଳବାୟୁକୁ ସହଜରେ ଆପଣାଇଥାଏ ବୋଲି ଚାଇନା ଫୁଡାନ୍‌ ୟୁନିଭର୍ସିଟିର ଫାର୍ଷ୍ଟ ଅଥର ଡା. କିଙ୍ଗ ଲି’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri