Posted inଫୁରସତ

ଆଦିମାନବଙ୍କଠାରୁ ପ୍ରାପ୍ତ ହୋଇଛି ଲମ୍ବା ନାକ

ଆମଷ୍ଟରଡାମ୍‌, ୧୦ା୫: ଲମ୍ବା ନାକ ମୁଖର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ମନୁଷ୍ୟ ଶରୀରରେ ଥିବା ବିଶେଷ ପ୍ରକାର ଜିନ୍‌ ବା ଗୁଣସୂତ୍ର ଉପରେ ନାକର ଆକାର ନିର୍ଭର କରେ। ତେବେ ଏହି ଜିନ୍‌ ନିଅନ୍‌ଡେର୍ଥାଲ୍‌ ଆଦିମାନବଙ୍କଠାରୁ ମଣିଷକୁ ପ୍ରାପ୍ତ ହୋଇଥିବା ନିକଟରେ ବ୍ରିଟେନ୍‌ର ୟୁନିଭର୍ସିଟି କଲେଜ ଲଣ୍ଡନର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
୪୦ ହଜାର ବର୍ଷ ପୁରୁଣା ନିଅନ୍‌ଡେର୍ଥାଲ୍‌ ଆଦିମାନବଙ୍କ ଜରିଆରେ ଏହି ଜିନ୍‌ ମନୁଷ୍ୟ ଶରୀରକୁ ଆସିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସାଧାରଣ ଭାବେ ବ୍ୟକ୍ତିର ଶାରୀରିକ ଗଠନ ସେମାନଙ୍କ ପୂର୍ବପୁରୁଷଙ୍କ ଭଳି ହୋଇଥାଏ। ବିଶେଷଜ୍ଞଙ୍କ ମତରେ ଆଦିମାନବମାନେ ଆଫ୍ରିକା ଛାଡ଼ିବା ପରେ ଶୀତଳ ଜଳବାୟୁକୁ ଆପଣାଇଥିଲେ। ଅଧ୍ୟୟନ ଅନୁଯାୟୀ ମନୁଷ୍ୟର ପୂର୍ବପୁରୁଷଙ୍କଠାରେ ଖୁବ୍‌ କମ୍‌ ମାତ୍ରାରେ ନିଅନ୍‌ଡେର୍ଥାଲ୍‌ ଆଦିମାନବଙ୍କ ଡିଏନ୍‌ଏ ଦେଖାଯାଇଛି। କମ୍ୟୁନିକେଶନ୍ସ ବାୟୋଲୋଜି ଜର୍ନାଲ୍‌ରେ ଅଧ୍ୟୟନର ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି।
ଲାଟିନ୍‌ ଆମେରିକାର ୬ ହଜାର ଭଲ୍ୟୁଣ୍ଟିଅରଙ୍କ ସମେତ
ବ୍ରିଟେନ, ଚାଇନା, ଫ୍ରାନ୍ସ, ଆର୍ଜେଣ୍ଟିନା, ମେକ୍ସିକୋ, ଜର୍ମାନୀ ଏବଂ ବ୍ରାଜିଲର ଗବେଷକମାନଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି। ମୁହଁର ଆକାରକୁ ନେଇ ବିଶେଷଜ୍ଞମାନେ ୩୩ଟି ନୂଆ ଡିଏନ୍‌ଏ ରିଜିଅନ୍‌ ଠାବ କରିଛନ୍ତି। ସେଥିମଧ୍ୟରୁ ୨୬ଟି ଆଦିମାନବଙ୍କ ଡିଏନ୍‌ଏ ସହିତ ମେଳ ଖାଉଥିବା କୁହାଯାଉଛି। ଶ୍ୱାସକ୍ରିୟାରେ ବ୍ୟବହାର କରାଯାଉଥିବା ବାୟୁର ତାପମାତ୍ରା ନାକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ନିଅନ୍‌ଡେର୍ଥାଲ୍‌ ଆଦିମାନଙ୍କଠାରୁ ଆସିଥିବା ଡିଏନ୍‌ଏ ବିଶେଷ ଭାବେ ଥଣ୍ଡା ଜଳବାୟୁକୁ ସହଜରେ ଆପଣାଇଥାଏ ବୋଲି ଚାଇନା ଫୁଡାନ୍‌ ୟୁନିଭର୍ସିଟିର ଫାର୍ଷ୍ଟ ଅଥର ଡା. କିଙ୍ଗ ଲି’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?