୨୦୩୦ ପୂର୍ବରୁ ଚନ୍ଦ୍ରରେ ବାସ କରିବ ମଣିଷ

ଓ୍ବାଶିଂଟନ୍‌, ୨୨ା୧୧:ଚନ୍ଦ୍ରରେ ଜୀବଜଗତ ତିଷ୍ଠିବା ସମ୍ଭାବନା ନେଇ ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ସମ୍ବନ୍ଧରେ ବହୁ ତଥ୍ୟ ବିଶେଷଜ୍ଞଙ୍କ ହସ୍ତଗତ ହୋଇଥିଲେ ହେଁ ଅନେକ କଥା ଏ ପର୍ଯ୍ୟନ୍ତ ଅଜଣା ରହିଛି। ଏ ଦିଗରେ ବୈଜ୍ଞାନିକମାନେ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି। ମଣିଷ ଚନ୍ଦ୍ରରେ ବାସ କରିବା ଲାଗି ଯେଉଁ ସ୍ବର୍ଣ୍ଣିମ ମୁହୂର୍ତ୍ତକୁ ଅପେକ୍ଷା କରିିଛି, ତାହା ଖୁବ୍‌ ଶ୍ରୀଘ୍ର ପୂରଣ ହେବାକୁ ଯାଉଛି। ୨୦୩୦ ପୂର୍ବରୁ ମଣିଷ ଚନ୍ଦ୍ରରେ ବାସ କରିବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) କହିଛି। ଖାଲି ମଣିଷ ନୁହେଁ, ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ଉଦ୍ଭିଦ ଚନ୍ଦ୍ର ପୃଷ୍ଠରେ ବିକଶିତ ହେବେ।
ଆମେରିକୀୟ ଏଜେନ୍ସି ଓରିଓନ୍‌ ଲୁନାର ସ୍ପେସ୍‌କ୍ରାଫ୍ଟ ପ୍ରୋଗ୍ରାମର ମୁଖ୍ୟ ହୋଓ୍ବାର୍ଡ ହୁ କହିଛନ୍ତି ଯେ, ଆସନ୍ତା ୧୦ ବର୍ଷରୁ କମ୍‌ ସମୟ ମଧ୍ୟରେ ମଣିଷ ଚନ୍ଦ୍ରରେ ବାସ କରିବ। ଜୀବଜନ୍ତୁଙ୍କ ଜୀବନଯାପନ ମଧ୍ୟ ସମ୍ଭବପର ହେବ, ଯେଉଁମାନଙ୍କୁ ମଣିଷ ନିଜ କାର୍ଯ୍ୟରେ ସହଯୋଗୀ ଭାବେ ବ୍ୟବହାର କରିବେ। ଆଗାମୀ ଦିନରେ ଚନ୍ଦ୍ର ପୃଷ୍ଠକୁ ନାସା ମଣିଷ, ଉଦ୍ଭିଦ ପଠାଇବ। ସେମାନେ ଅତିବେଶିରେ କେତେଦିନ ଏହି ପ୍ରାକୃତିକ ଉପଗ୍ରହରେ ରହୁଛନ୍ତି ତାହାର ପର୍ଯ୍ୟବେକ୍ଷଣ କରିବାକୁ ଯାଉଛି।
ନାସା ପକ୍ଷରୁ ଚନ୍ଦ୍ରକୁ ପ୍ରେରଣ କରାଯାଇଥିବା ଆର୍ଟେମିସ୍‌-୧ ସ୍ପେସ୍‌ ଫ୍ଲାଇଟ୍‌ରେ ଓରିଓନ୍‌ ଛଡ଼ାଯାଇଛି। ଓରିଓନ୍‌ ଚନ୍ଦ୍ର ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ। ଆର୍ଟେମିସ୍‌-୧ ସଫଳ ହେବା ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ଆର୍ଟେମିସ୍‌ ୨ ଓ ୩ ଉପଗ୍ରହ ଚନ୍ଦ୍ରକୁ ପଠାଇବା ଯୋଜନା ରଖିଛି। ଏହି ମିଶନ୍‌ ମଣିଷକୁ ଚନ୍ଦ୍ରରେ ପହଞ୍ଚାଇବା ଦିଗରେ ବିଶ୍ୱବାସୀଙ୍କ ପାଇଁ ଏକ ଯାନ ସଦୃଶ କାର୍ଯ୍ୟ କରିବ ବୋଲି ହୋଓ୍ବାର୍ଡ ହୁ ମତ ପ୍ରକାଶ କରିଛନ୍ତି। ଚନ୍ଦ୍ର ବ୍ୟତୀତ ମଙ୍ଗଳ ଗ୍ରହ ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରିବା ଦିଗରେ ମଧ୍ୟ ନାସା କାମ କରୁଛି। ଏହି ବିଶେଷ ପ୍ରକାର ମିଶନରେ ବ୍ୟବସାୟିକ ଓ ଅନ୍ତର୍ଜାତୀୟ ସହଯୋଗୀଙ୍କୁ ସାମିଲ କରାଯାଉଛି, ଯାହାଫଳରେ ମିଶନର କାର୍ଯ୍ୟପ୍ରଣାଳୀରେ ବ୍ୟଗ୍ରତା ଆସିବ। ଆଗାମୀ ପିଢ଼ି ଉତ୍ସାହିତ ହୋଇ ଏ ଦିଗରେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକଟ କରିବେ ବୋଲି ନାସା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଯିବେ ପୁଟିନ

ଓ୍ବାଶିଂଟନ,୫।୧୨: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସ ଆମେରିକା କଂଗ୍ରେସକୁ ଚେତାବନୀ ଦେଇଛି। ହ୍ବାଇଟ ହାଉସ କହିଛି ଯଦି ୟୁକ୍ରେନକୁ ସହାୟତା ବନ୍ଦ ହୋଇଯାଏ ତେବେ...

ଉତ୍ତର କୋରିଆରେ କମୁଛି ଶିଶୁ ଜନ୍ମ ହାର, କିମ କହିଲେ ଅଧିକ ସନ୍ତାନ ପ୍ରସବ କରନ୍ତୁ ମହିଳା

ସିଓଲ,୫।୧୨: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶର ଶକ୍ତି ବୃଦ୍ଧି ପାଇଁ ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ କହିଛନ୍ତି।...

ଭୁଲ ବଶତଃ ଗାଁ ଉପରେ ଡ୍ରୋନ ଆଟାକ, ୮୦ରୁ ଅଧିକ ମୃତ, ୬୦ରୁ ଅଧିକ ଆହତ

ଅବୁଜା,୫।୧୨: ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗ୍ରାମରେ ଭୁଲରେ ସେନା ଡ୍ରୋନ ଆକ୍ରମଣରେ ମୁସଲମାନ ପର୍ବ ପାଳନ କରୁଥିବା ଡଜନେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।...

ରୁଷିଆ ସେନା ପାଇଁ ଲଢ଼ୁଥିବା ୬ ନେପାଳୀ ଯବାନ ନିହତ

କାଠମାଣ୍ଡୁ,୪ା୧୨(ପି.ଟି.): ୟୁକ୍ରେନ ବିରୋଧରେ ରୁଷିଆ ସେନାରେ ଲଢ଼ୁଥିବା ୬ ନେପାଳୀ ସୈନ୍ୟ ନିହତ ହୋଇଥିବା ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ସେନାରେ ନେପାଳୀଙ୍କୁ ନିଯୁକ୍ତି...

୩ ଡ୍ରୋନ୍‌କୁ ଖସାଇଲା ଆମେରିକା ଯୁଦ୍ଧଜାହାଜ

ଦୁବାଇ,୪ା୧୨: ୟେମେନ୍‌ର ହୌଥି ବିଦ୍ରୋହୀମାନେ ଲୋହିତ ସାଗରରେ ୩ଟି ବାଣିଜି୍ୟକ ଜାହାଜକୁ ମିଶାଇଲ୍‌ ମାଡ଼ କରିଛନ୍ତି। ଫଳରେ ଆମେରିକା ଯୁଦ୍ଧଜାହାଜ ଆତ୍ମରକ୍ଷା ପାଇଁ ୩ଟି ଡ୍ରୋନ୍‌କୁ...

ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମର ପୋଲ୍‌ ଖୋଲିଦେଲେ ଏଲନ ମସ୍କ

କାଲିଫର୍ନିଆ,୪।୧୨: ଏକ୍ସ ସିଇଓ ଏଲନ ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଏଲନ ମସ୍କ ମେଟାର ଫେସବୁକ ଏବଂ ଇନଷ୍ଟାଗ୍ରାମ...

କୋଇଲା ଫେଜ୍‌ ଆଉଟ୍‌କୁ ଭାରତର ବିରୋଧ

ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍‌ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର...

ଗାଜାରେ ଆକ୍ରମଣକୁ ତୀବ୍ର କଲା ଇସ୍ରାଏଲ, ୨୪ ଘଣ୍ଟାରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି

ଜେରୁଜେଲମ,୪।୧୨: ଗତ ୨୪ଘଣ୍ଟା ମଧ୍ୟରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଶତାଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସ ଆଖପାଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri