ଆଫଗାନିସ୍ତାନରେ ମାନବୀୟ ସଙ୍କଟ

ଲଖ୍‌ଦର ବ୍ରାହିମି

ଅଗଷ୍ଟ ୨୦୨୧ରେ ପାଶ୍ଚତ୍ୟ ସମର୍ଥତ୍ତ ଆଫଗାନିସ୍ତାନ ସରକାର ଖୁବ୍‌ କମ୍‌ ଦିନରେ ଭୁଶୁଡି ପଡ଼ିବା ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଦେଶରେ ଚାରିଆଡେ ଅସ୍ଥିରତା ଖେଳିଗଲା ଏବଂ ଶେଷରେ ତାଲିବାନ୍‌ କାବୁଲ ଦଖଲ କରି ଦୀର୍ଘ ୨୦ ବର୍ଷ ପରେ ପୁନର୍ବାର କ୍ଷମତାକୁ ଫେରିଲା। ତାଲିବାନ୍‌ ଶାସନ ଭାର ଗ୍ରହଣ କରିବା ପରଠାରୁ ଆଫଗାନିସ୍ତାନ ପ୍ରତି ବିଶ୍ୱ କମ୍‌ ଦୃଷ୍ଟି ଦେଇଆସିଛି। କିନ୍ତୁ ପ୍ରାୟତଃ ୯୦ ଲକ୍ଷ ଆଫଗାନ୍‌ ଅନାହାର ଜନିତ ସଙ୍କଟ ମଧ୍ୟରେ ରହିଛନ୍ତି ଏବଂ ଆଉ ୧ କୋଟି ୪୦ ଲକ୍ଷ ଲୋକ ଉକତ୍ଟ ଖାଦ୍ୟାଭାବ ବା ଭୋକର ସମ୍ମୁଖୀନ ହେଉଛନ୍ତି। ମରୁଡ଼ି ଏବଂ ବିପର୍ଯ୍ୟସ୍ତ ଅର୍ଥନୀତି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଫଗାନିସ୍ତାନକୁ ହଠାତ ବୈଦେଶିକ ଅନୁଦାନ ବନ୍ଦ କରିଦେବା ଦ୍ୱାରା ହିଁ ଅର୍ଥବ୍ୟବସ୍ଥା ଧୂଳିସାତ ହୋଇଯାଇଛି। ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଆଫଗାନିସ୍ତାନ ପିଲାମାନଙ୍କୁ ନେଇ ଚିନ୍ତା ପ୍ରକଟ କରିଛି। ଏହା ସତର୍କ କରାଇଛି ଯେ, ଚଳିତ ଶୀତଋତୁରେ ସେଠାରେ ୧୦ ଲକ୍ଷ ଶିଶୁ ମୃତ୍ୟୁମୁଖକୁ ଠେଲି ହୋଇଯିବାର ଆଶଙ୍କା ରହିଛି।
ଡିସେମ୍ବରରେ ୟୁନାଇଟେଡ୍‌ ନେଶନ୍ସ ସିକ୍ୟୁରିଟି କାଉନ୍‌ସିଲ ବା ଜାତିସଂଘ ସୁରକ୍ଷା ପରିଷଦ ତାଲିବାନ୍‌ ବିରୋଧରେ ଥିବା କଟକଣାରୁ ମାନବୀୟ ସହାୟତାକୁ ମୁକ୍ତ କରି ଏକ ପ୍ରସ୍ତାବ ପାସ୍‌ କରିଛି। ଆଫଗାନିସ୍ତାନରେ ମାନବୀୟ ଏବଂ ଅର୍ଥନୈତିକ ସଙ୍କଟକୁ ସମାଧାନ କରିବାରେ ଏହା ଏକମାତ୍ର ଉପାୟ ନୁହେଁ। ଗଣ ଅନାହାର ଦୂର କରିବା ଏବଂ ମୌଳିକ ସେବାଗୁଡ଼ିକର ସମ୍ପୂର୍ଣ୍ଣ ଧୂଳିସାତ୍‌ ନ ହେବା ଲାଗି ବିଶ୍ୱ ସମୁଦାୟ ବି ପ୍ରୟାସ କରୁଛି ଏବଂ ଏଥିପାଇଁ ଏକ ନୂଆ ଓ ଜଟିଳ ଆହ୍ବାନର ସମ୍ମଖୀନ ହେଉଛି। କାଉନ୍‌ସିଲ ଅଫ୍‌ ଷ୍ଟେଟ୍‌ ଫ୍ରାଜିଲିଟିରେ ବିଶ୍ୱର ପ୍ରତିଷ୍ଠିତ ନେତୃବର୍ଗଙ୍କ ସହ ମଁୁ ଜଣେ ସଦସ୍ୟ ରହିଛି। ଏହା ଆଫଗାନିସ୍ତାନ ଲୋକମାନଙ୍କୁ ଅସହାୟ ଭାବେ ଛାଡି ନ ଦେବା ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ବାନ ଦେଇଛି। କେବଳ ଏତିକି ନୁହେଁ, କାଉନ୍‌ସିଲ ଅଫ୍‌ ଷ୍ଟେଟ ଫ୍ରାଜିଲିଟି ସେଠାରେ ଆସନ୍ନ ଭୟଙ୍କର ଅନାହାର ଓ ଖାଦ୍ୟାଭାବକୁ ରୋକିବା ଲାଗି କହିଛି। ବିଶେଷକରି, ବିଶ୍ୱର ନେତୃବର୍ଗ ତିନୋଟି ପ୍ରମୁଖ ତଥା ଅନିବାର୍ଯ୍ୟ ବିଷୟ ଉପରେ ଗୁରୁତ୍ୱ ଦେବା ଲାଗି ଆମେ ଅନୁରୋଧ କରୁଛୁ।
ପ୍ରଥମତଃ, ଆଫଗାନିସ୍ତାନ ଏକ ବିନାଶକାରୀ ଆର୍ଥିକ ଓ ମାନବୀୟ ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଥିବାରୁ ବିଶ୍ୱର ଏକ ପ୍ରମୁଖ ସଂସ୍ଥା ଭାବେ ଜାତିସଂଘ(ୟୁଏନ୍‌) ସେଭଳି ସ୍ଥିତିକୁ ସୁଧାରିବାରେ ସାହାଯ୍ୟ କରିପାରିବ। ଏପରି କି ଆଫଗାନିସ୍ତାନରେ ତାଲିବାନ୍‌ ସରକାରକୁ ସ୍ବୀକୃତି ଦିଆଯିବ କି ନାହିଁ ତାହାକୁ ନେଇ ଯେଉଁ ବିତର୍କ ଜାରି ରହିଛି ସେଥିରେ ଆଫଗାନମାନଙ୍କୁ ସମର୍ଥନ ଦେଇପାରିବ। ଏ କ୍ଷେତ୍ରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ସୁରକ୍ଷା ପରିଷଦର ସହଯୋଗକୁ ଆଧାର କରି କାର୍ଯ୍ୟ କରୁଛନ୍ତି। ୟୁଏନ୍‌ ଆସିଷ୍ଟାଣ୍ଟ ମିଶନ ଇନ୍‌ ଆଫଗାନିସ୍ତାନ( ୟୁଏନ୍‌ଏଏମ୍‌ଏ)ର ଶାସନାଦେଶକୁ ଦୃଢ କରିବା ସହ ଏହି ଦିଗରେ କାର୍ଯ୍ୟ କରିବା ଲାଗି ଅଧିକ ଅଧିକାର ଦେବା ଉଚିତ। ଏହାସହ କାବୁଲସ୍ଥିତ ଜାତିସଂଘର ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟକୁ ଆଗେଇ ନେବା ସକାଶେ ଜଣେ ସ୍ବତନ୍ତ୍ର ରାଷ୍ଟ୍ରଦୂତଙ୍କୁ ସେଠାରେ ରହିବା ଲାଗି ଜାତିସଂଘ ପଠାଇବା ଦରକାର। ପୁନଶ୍ଚ ତାଲିବାନ୍‌ ନେତୃତ୍ୱ ସହ ଲଗାତର ଓ ସ୍ବଚ୍ଛ ଯୋଗାଯୋଗ ରଖିତ୍ ମାନବତା, ବିକାଶ ଏବଂ ଶାନ୍ତି ପ୍ରତିଷ୍ଠାର ପ୍ରୟାସରେ ଏକ ସମ୍ମିଳିତ ଦୃଷ୍ଟିକୋଣ ନିଶ୍ଚିତ କରିବା ପାଇଁ ଗୁଟେରସ୍‌ ୟୁଏନଏଏମ୍‌ଏକୁ ଦାୟିତ୍ୱ ପ୍ରଦାନ କରିବା ଉଚିତ। ଜାତିସଂଘ ଏବଂ ଏହାର ସଂସ୍ଥାଗୁଡ଼ିକ ପାଇଁ ଏଭଳି ଆହ୍ବାନଗୁଡ଼ିକ କିଛି ନୂଆ ନୁହେଁ। ଅନ୍ୟ ଜଟିଳ ପ୍ରସଙ୍ଗଗୁଡ଼ିକରେ ଜାତିସଂଘ ଦୃଢ଼ ଏବଂ ସମନ୍ବିତ ପ୍ରତିକ୍ରିୟା ପ୍ରକାଶ କରିଛି ଓ ଏହାର ପ୍ରଭାବ ମଧ୍ୟ ସ୍ପଷ୍ଟ ପ୍ରତୀୟମାନ ହୋଇଛି। ଉତ୍ତର କୋରିଆ, ୟେମେନ୍‌ ଏବଂ ସୁଦାନରେ କଠିନ ଆହ୍ବାନଗୁଡ଼ିକ ସାମ୍ନା କରି ଏହାକୁ ପ୍ରଭାବିତ କରିପାରିଛି। ଆଫଗାନିସ୍ତାନରେ ଜାତିସଂଘ ସଂସ୍ଥାଗୁଡ଼ିକରେ ଦକ୍ଷ ସ୍ଥାନୀୟ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଭଲ ଭାବେ ପ୍ରଶିକ୍ଷିତ, ଅଭିଜ୍ଞ ଏବଂଂ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ମହିଳା ଓ ପୁରୁଷ ମାନେ ରହିଛନ୍ତି। ୧୯୯୦ ଦଶନ୍ଧିରେ ଆଫଗାନିସ୍ତାନରେ ତାଲିବାନ୍‌ ଶାସନରେ ଏମାନଙ୍କ ମଧ୍ୟରୁ ଅନେକେ ସହାୟତା କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହ ତୁଲାଇଥିତ୍ଲେ। ଏପରିକି ନିକଟ ଅତୀତରେ ତାଲିବାନ୍‌ ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକରେ ଏମାନେ ସହାୟତା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଛନ୍ତି।
ଦ୍ୱିତୀୟରେ ସ୍ଥାୟୀ ଓ ଦୀର୍ଘମିଆଦୀ ଶାନ୍ତି ପ୍ରତିଷ୍ଠା ପାଇଁ ସମାବେଶୀ ମନୋଭାବର ଆବଶ୍ୟକତା ରହିଛି। ଏଥିପାଇଁ ବିଭିନ୍ନ ପ୍ରକାର ଲୋକଙ୍କୁ ସମାନ ଭାବେ ଦେଖି ଏଥିରେ ସାମିଲ କରିବାକୁ ହେବ। ଏବେ ସୁଦ୍ଧା ଆଫଗାନିସ୍ତାନରେ ଏକ ସମ୍ମିଳିତ ରାଜନୈତିକ ଚୁକ୍ତି ବା ବୁଝାମଣାର ଆବଶ୍ୟକତା ରହିଛ, ଯାହା ଅତୀତରେ ତାଲିବାନ୍‌ ଦେଶକୁ ନିୟନ୍ତ୍ରଣକୁ ନେଲାବେଳେ ହୋଇଥିଲା। ଆଫଗାନ ଶାନ୍ତି ପ୍ରକ୍ରିୟାକୁ ଅଣଦେଖା କରିବା ପରିବର୍ତ୍ତେ, ବିଶ୍ୱ ସମୁଦାୟ ଏହାକୁ ଏକ ଦୀର୍ଘକାଳୀକ, ଗ୍ରହଣୀୟ ଏବଂ ଲଗାତର ପ୍ରକ୍ରିୟା ଭାବେ ଦେଖିବା ଦରକାର। ଆଫଗାନିସ୍ତାନର ଭବିଷ୍ୟତ ପାଇଁ ସବୁ ପକ୍ଷଙ୍କୁ ଏକାଠି କରି ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା କରିବା ସହ ଏକ ସାର୍ବଜନୀନ ବିଚାରଧାରାରେ ପହଞ୍ଚିବା ପାଇଁ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ।
ଆଫଗାନିସ୍ତାନ ରାଜନୀତିରେ ସମାନୁପାତିକ ରୂପେ ନିର୍ବାଚିତ ହେବା କିମ୍ବା ସରକାରରେ ପ୍ରତିନିଧିତ୍ୱକୁ ନେଇ ସମସ୍ୟା ଦୀର୍ଘ ଦିନରୁ ଲାଗିରହିଛି। ଯେ କୌଣସି ପ୍ରକାରେ ଏହାକୁ ଦୂର କରିବା ଉଚିତ। ଗୋଟିଏ ଗୋଷ୍ଠୀ ସରକାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖି ଅନ୍ୟମାନଙ୍କୁ ବାଦ୍‌ ଦେଲେ ବହୁ ଦିନରୁ ଲାଗି ରହିଥିବା ସଂଘର୍ଷ ଆହୁରି ତେଜିବ। ଏସବୁକୁ ଟାଳିବାକୁ ହେଲେ ଜାତୀୟ ସ୍ତରରେ ସର୍ବସମ୍ମତ ପ୍ରତିଷ୍ଠା କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ହେବ। ଏହି କ୍ରମରେ ବିଭିନ୍ନ ବର୍ଗ; ଆଦିବାସୀ ଏବଂ ଧାର୍ମିକ ନେତାମାନଙ୍କ ଏକ ପାରମ୍ପରିକ ସମାବେଶ ‘ଲୋୟା ଜିର୍‌ଗା’ ପ୍ରମୁଖ ଭୂମିକା ନେବ। ଏହା ଦେଶର ବିଭିନ୍ନ ସମୁଦାୟ ମଧ୍ୟରେ ବୁଝମଣା କରିବାରେ ସାହାଯ୍ୟ କରିବ ଏବଂ ଏହାକୁ ଉତ୍ସାହିତ ମଧ୍ୟ କରିପାରିବ। ଏହା ମଧ୍ୟ ଆଫଗାନିସ୍ତାନ ଆବଶ୍ୟକ କରୁଥିବା ଶାସନର ନୂଆ ସମାବେଶୀ ବ୍ୟବସ୍ଥା ଗଠନ କରିବାକୁ ବାଟ କଢ଼ାଇନେବ।
ଶେଷରେ ଆଫଗାନିସ୍ତାନରେ ଯାହା ଘଟୁଛି ତା’ଉପରେ ତ୍ୱରିତ ପ୍ରତିକ୍ରିୟା ପ୍ରକାଶ କରୁଥିତ୍ବା; ନିକଟ ପଡୋଶୀ ଭାବେ ଜଣାଶୁଣା ଇରାନ, ପାକିସ୍ତାନ, ଚାଇନା ଓ ଭାରତ ଏବଂ ଆଞ୍ଚଳିକ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ତୁର୍କୀ ଓ କାତାରର ଆଫଗାନିସ୍ତାନରେ ସ୍ଥିରତା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଠାରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଯୋଗଦାନ ପାଇଁ ଏହିସବୁ ଦେଶ ଉପରେ ଅନ୍ତର୍ଜାତୀୟ ସମୁଦାୟ ଜୋର୍‌ ଦେବା ଉଚିତ। କେବଳ ଏତିକୁ ନୁହେଁ, ଆଞ୍ଚଳିକ କ୍ଷେତ୍ରରେ କାତାର ଭଳି ଅନ୍ୟ ଦେଶଗୁଡ଼ିକ ଦ୍ୱାରା ଚାଲୁ ରହିଥିବା ଗଠନମୂଳକ ଆଲୋଚନାକୁ ସମର୍ଥନ କରିବା ଆବଶ୍ୟକ। ତାଲିବାନ ଏବଂ ଅବଶିଷ୍ଟ ବିଶ୍ୱ ମଧ୍ୟରେ ଆଲୋଚନା କରିବାରେ ଏକ ବିଶ୍ୱସ୍ତ ମଧ୍ୟସ୍ଥ ଭାବେ କାତାରର ଭଲ ରେକର୍ଡ ରହିଛି।
ଆଫଗାନିସ୍ତାନରେ ମାନବୀୟ ସଙ୍କଟ ଅତ୍ୟନ୍ତ ଗମ୍ଭୀର। ଚଳିତ ଶୀତଋତୁରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ରହିଛି। ଅନ୍ତର୍ଜାତୀୟ ସମୁଦାୟ ସହ ଜାତିସଂଘର ଦୃଢ ନେତୃତ୍ୱ ଏଭଳି ଏକ ଆହ୍ବାନପୂର୍ଣ୍ଣ ସମୟରେ ଆଫଗାନମାନଙ୍କୁ ସହଯୋଗ କରିବାକୁ ଆଗକୁ ଆସିପାରିବେ। ଏହା ମଧ୍ୟ ଶୀଘ୍ର କରାଯିବା ଉଚିତ। ଆଫଗାନିସ୍ତାନ ଅଧିକ ଆବଶ୍ୟକ କରୁଥିବା ସହାୟତା ବିଶ୍ୱ ଯୋଗାଇ ଦେବା ଦରକାର। ଏହାସହ ଆଫଗାନିସ୍ତାନର ପୁନର୍ଗଠନକୁ ସହଯୋଗ କରିବା ସହ ଯେତେବେଳ ଯାଏ ଶାନ୍ତି ପ୍ରକ୍ରିୟାର ଆବଶ୍ୟକତା ରହିଥିବ, ସେ ପର୍ଯ୍ୟନ୍ତ ତାହା ଜାରି ରଖିବାକୁ ହେବ।
ପୂର୍ବତନ ବୈଦେଶିକ ମନ୍ତ୍ରୀ, ଆଲଜେରିଆ;
ଜାତିସଂଘର ପୂର୍ବତନ ସ୍ବତନ୍ତ୍ର ପ୍ରତିନିଧି
(ଆଫ୍‌ଗାନିସ୍ତାନ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତକୁ ବର୍ଜ୍ୟମୁକ୍ତ କରିବାର ପ୍ରୟାସ କିିଛି କମ୍‌ କଥା ନୁହେଁ। ଦିଲ୍ଲୀର ରିପୁ ଦାମନ ବେଲ୍‌ଭି ଏମିତି କାର୍ଯ୍ୟରେ ଲାଗିଛନ୍ତି। ସେ ଭାରତର ବିଭିନ୍ନ ସହରରେ...

ଏଇ ଭାରତରେ

ଶିକ୍ଷାଦାନ ସହ ଜୈବିକ ଫଳ ଓ ପରିବା ଉତ୍ପାଦନ କରି ଏକ ଉଦାହରଣ ସୃଷ୍ଟି କରିଛି ବେଙ୍ଗାଲୁରୁର ବିଶ୍ୱ ବିଦ୍ୟାପୀଠ ସ୍କୁଲ। ସ୍କୁଲର ଡାଇରେକ୍ଟର ସୁଶୀଳା...

ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚନ୍ଦ୍ର କିଶୋର ପଟେଲ ହେଉଛନ୍ତି ଅନ୍ୟତମ। ସେ ନାସିକ୍‌ର ଇନ୍ଦିରାନଗରରେ ରହନ୍ତି। ସେ...

କରୁଣାମୟ ଯିଶୁ

ଇଂ ରୌଶନ୍‌ ଖାନ୍‌ ଦକ୍ଷିଣ ଅୟନାନ୍ତ ଅର୍ଥାତ୍‌ ମକର କ୍ରାନ୍ତିରେ (ଡିସେମ୍ବର ୨୧) ସୂର୍ଯ୍ୟ ଅବସ୍ଥାନ କରୁଥିବାରୁ ଏହି ଦିନ ଫ୍ରିଜିୟାନ ବା ଏଥେନିୟାନମାନଙ୍କ ସୂର୍ଯ୍ୟ...

ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌...

ବ୍ୟସ୍ତ ଜୀବନ ଓ ନିଦ୍ରା ସମସ୍ୟା

ଈପ୍ସିତା ମହାନ୍ତି ନିଦ୍ରା ହେଉଛି ପ୍ରକୃତିର ଏକ ଅନୁପମ ବରଦାନ। ନିଦରେ ଶୋଇବାକୁ ଅବା ନିଦ୍ରାରେ ଯିବାକୁ କିଏବା ନ ଚାହେଁ! ନିଦ୍ରା ଆଜି ଏକ...

ଏଇ ଭାରତରେ

ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମିଜୋରାମର ଭନ୍‌ଲାର୍ଲୁଟି କୋଲ୍‌ନେ। ସେ ଏବେ ସୁଦ୍ଧା ୧୦,୦୦୦ ଏଚ୍‌ଆଇଭି ସଂକ୍ରମିତଙ୍କୁ ସଶକ୍ତ କରିପାରିଛନ୍ତି। ମିଜୋରାମର ଆଜିଓ୍ବାଲାରେ...

ଏଇ ଭାରତରେ

ଆମେରିକାରେ ଚାକିରି ପାଇବା କିଛି କମ୍‌ କଥା ନୁହେଁ। ଏମିତି ଏକ ଚାକିରି ପାଇଥିଲେ କିରୁ ମୟିକାପିଲାଇ। ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ସେ...

Advertisement
Archives

Model This Week