ମାନବବାଦୀ ଅର୍ଥନୀତିଜ୍ଞ

ଭାରତବର୍ଷରେ ଅନେକ ମାତାପିତା ସେମାନଙ୍କ ଈପ୍ସିତ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇ ନ ଥିଲେ ତାହାକୁ ପିଲାଙ୍କ ଜରିଆରେ ଦେଖିବାକୁ ଚେଷ୍ଟା କରିଥାଆନ୍ତି। ଅନେକ ସମୟରେ ପିଲାର ପସନ୍ଦକୁ ଗୁରୁତ୍ୱ ଦେଇ ନ ଥାଆନ୍ତି। ଫଳରେ ଅଭିଭାବକ ଓ ପିଲାଙ୍କର କ୍ଷତି ହୋଇଥାଏ। ତେବେ ଏଠାରେ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରାଯାଉଛି, ସେ ନିଜ ପସନ୍ଦକୁ ପରିବାର ଆଗରେ ଠିକ୍‌ ଭାବେ ଉପସ୍ଥାପନ କରିପାରିଥିବାରୁ ସଫଳ ହୋଇଛନ୍ତି। ପୁଅ ପଦାର୍ଥ ବିଜ୍ଞାନ ନେଇ ପଢ଼ୁ ବୋଲି ପିତା ଚାହୁଁଥିଲେ। କିନ୍ତୁ ପୁଅଙ୍କ ଇଚ୍ଛା ଥିଲା ଭିନ୍ନ। ଶେଷରେ ଅର୍ଥନୀତି ପ୍ରତି ଆଗ୍ରହକୁ ଦେଖି ପିତା ‘ହଁ’ ମାରିଥିଲେ। ସମୟ କ୍ରମେ ପୁଅ ସଫଳତାର ଶିଖର ଛୁଇଁ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇ ନିଜ ପସନ୍ଦର ପାଠକୁ ନ୍ୟାୟ ଦେବାରେ ସକ୍ଷମ ହୋଇଛନ୍ତି। ଭବିଷ୍ୟତ ପିଢ଼ି ଆଗରେ ଏକ ଆଇକନ୍‌ ପାଲଟିଯାଇଥିବା ସେହି ବ୍ୟକ୍ତି ହେଉଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ କୌଶିକ ବସୁ। ତାଙ୍କୁ ଜର୍ମାନୀର ହମ୍‌ବୋଲ୍ଡ ରିସର୍ଚ୍ଚ ସମ୍ମାନ ମିଳିବା ପରେ ତାଙ୍କ କ୍ୟାରିୟର ଉପରେ ଆଲୋକପାତ କରିବା ଲାଗି ଏହା ଅବସର ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଜର୍ମାନୀଭିତ୍ତିକ ଆଲେକ୍‌ଜାଣ୍ଡର ଭନ୍‌ ହମ୍‌ବୋଲ୍ଡ ଫାଉଣ୍ଡେଶନ୍‌ ଦ୍ୱାରା ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଇ ଆସୁଛି। ପୃଥିବୀର ୧୦୦ ଅର୍ଥନୀତିଜ୍ଞ ଓ ବୈଜ୍ଞାନିକଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଦିଆଯାଉଥିବା ପୁରସ୍କାର ବାବଦକୁ ୬୦,୦୦୦ ୟୁରୋ ଦେବାର ବ୍ୟବସ୍ଥା ରହିଛି। ଏଥିସହିତ ବିଜେତା ଜର୍ମାନୀର ଯେକୌଣସି ଗବେଷଣା ପ୍ରତିଷ୍ଠାନରେ ନିଜ ପସନ୍ଦର ଗବେଷଣା ପ୍ରକଳ୍ପ କରିବାର ସୁଯୋଗ ପାଇପାରିବେ। ପୂର୍ବରୁ ଆମେରିକୀୟ ଅର୍ଥନୀତିଜ୍ଞ ଫ୍ରାନ୍ସିସ୍‌ ଡାଏବୋଲ୍ଡ, ଫ୍ରାନ୍ସ ଅର୍ଥନୀତିଜ୍ଞ ଜେରାର୍ଡ ଡେବ୍ରୁ ଏବଂ ଆମେରିକୀୟ ଅର୍ଥନୀତିଜ୍ଞ ହାଲ୍‌ ଭରିନ୍‌ଙ୍କ ଭଳି ବ୍ୟକ୍ତି ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
କୌଶିକ ୯ ଜାନୁୟାରୀ ୧୯୫୨ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ରେ ସେଣ୍ଟ ଜାଭିୟର କଲେଜିଏଟ୍‌ ସ୍କୁଲରୁ ପଢ଼ା ଶେଷ କରିବା ପରେ ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପିତାଙ୍କ ଆଗ୍ରହର ପଦାର୍ଥ ବିଜ୍ଞାନ ବିଷୟ ନ ରଖି ଅର୍ଥନୀତି ପଢ଼ିବା ଲାଗି ଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ତା’ପରେ ଲଣ୍ଡନ ସ୍କୁଲ ଅଫ୍‌ ଇକନମିକ୍ସରୁ ୧୯୭୪ରେ ଏମ୍‌ଏସ୍‌ସି ଡିଗ୍ରୀ ଅର୍ଜନ କରିଥିଲେ। ସେହି ସମୟରେ କୌଶିକ ପିତାଙ୍କ ଆଇନ ବ୍ୟବସାୟରେ ରହିବା ଲାଗି ଲଣ୍ଡନରେ ଆଇନ ପଢ଼ିବାକୁ ଚାହିଁଥିଲେ। ହେଲେ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ଙ୍କ କାର୍ଯ୍ୟ ଦେଖି ସେ ପ୍ରଭାବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେନ୍‌ଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରି ୟୁନିଭର୍ସିଟି ଅଫ୍‌ ଲଣ୍ଡନରୁ ପିଏଚ୍‌.ଡି ଡିଗ୍ରୀ ଅର୍ଜନ କରିଥିଲେ। ଫଳରେ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିଠାରୁ ଆରମ୍ଭ କରି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଦି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆଡଭାନ୍ସଡ୍‌ ଷ୍ଟଡି ଇନ୍‌ ପ୍ରିନ୍ସଷ୍ଟନ୍‌ ଏବଂ ଲଣ୍ଡନ ସ୍କୁଲ ଅଫ୍‌ ଇକନମିକ୍ସରେ ଅଧ୍ୟାପନା କରିଥିଲେ। ପଢ଼େଇବା ଓ ଗବେଷଣାରେ ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ଅନ୍ତର୍ଜାତୀୟ ନୀତି ନିର୍ଦ୍ଧାରଣ ସଂସ୍ଥା ଓ ସରକାରରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା। ୨୦୦୯ରୁ ୨୦୧୨ ଯାଏ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା କୌଶିକଙ୍କୁ ୨୦୧୨ରୁ ୨୦୧୬ ଯାଏ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭଳି ପଦବୀ ମିଳିଥିଲା। ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟ ଅର୍ଥନୀତିର ପ୍ରଫେସର ହେବା ସହ ପଞ୍ଜାବର ପ୍ଲଖ୍ୟା ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ ଆଡଭାଇଜରି ବୋର୍ଡର ସେ ସଦସ୍ୟ ଅଛନ୍ତି। ଶିକ୍ଷାଦାନ ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରିସର୍ଚ୍ଚ ଓ ପପୁଲାର ଜର୍ନାଲରେ ପ୍ରକାଶ ପାଉଥିବା ତାଙ୍କ ଲେଖା ଗବେଷକଙ୍କ ପାଇଁ ଉପାଦେୟ ସୂତ୍ର ଓ ତଥ୍ୟ ଯୋଗାଇ ଚାଲିଛି।
କୌଶିକଙ୍କ ଅର୍ଥନୈତିକ ଓ ରାଜନୈତିକ ମନ୍ତବ୍ୟକୁ ଏକୀଭୂତ କରି ତର୍ଜମା କରାଗଲେ ସେଥିରୁ ବହୁ ବିଷୟ ଶିଖିବାକୁ ମିଳିଥାଏ। ଅର୍ଥନୀତିରେ ଅଭିବୃଦ୍ଧି ଓ ବିକାଶ ଆଣିବାକୁ ହେଲେ ଉତ୍ତମ ନୈତିକ ଗୁଣାବଳୀର ଆବଶ୍ୟକତା ରହିଥାଏ ବୋଲି ସେ ଯୁକ୍ତି ଦର୍ଶାଇଥାଆନ୍ତି। ସାଧୁତା, ବିଶ୍ୱସନୀୟତା ଓ ସଚ୍ଚୋଟତା ମାଧ୍ୟମରେ ବ୍ୟକ୍ତିଗତ ବିକାଶ ଓ ସମାଜ ଭିତରେ ଉତ୍କର୍ଷ ଆଣି ହେବ ବୋଲି ସେ କହିଥାଆନ୍ତି। ଅର୍ଥନୀତିକୁ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରି ସେ ଏହିଭଳି ଯେଉଁ ନୂତନ ମାନବବାଦୀ ତତ୍ତ୍ୱ ଦେଇଛନ୍ତି, ସର୍ବାଦୌ ଗ୍ରହଣୀୟ ହୋଇପାରିଛି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ସହିତ ଜୀବନବ୍ୟାପୀ ଗବେଷଣା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ଭୂଷିତ କରାଯାଇଛି। କର୍ନେଲ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରଫେସର ତଥା ସହଧର୍ମିଣୀ ଆଲ୍‌କା ମାଲ୍‌ଓ୍ବାଡେ ବସୁ ଏବଂ ଦୁଇ ସନ୍ତାନ କର୍ଣ୍ଣ ଓ ଦୀକ୍ଷାଙ୍କୁ ନେଇ କୌଶିକଙ୍କ ସଂସାର।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri