ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ

ସୋରଡ଼ା,୨୩ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହେବା ଘଟଣାର ଛାନଭିନ ଜାରି ରଖିଛି ପୋଲିସ। ତଦନ୍ତ ପରେ ପୋଲିସ ମୃତକଙ୍କ ପରିଚୟ ପାଇଛି। ସେ ଜଣେ ନାବାଳିକା। ଖବର ପ୍ରକାଶ ପରେ ନାବାଳିକାଙ୍କ ପରିବାର ଲୋକେ ଏହା ଏକ ହତ୍ୟା ଘଟଣା ଏବଂ ହତ୍ୟା ପରେ ଦୁର୍ବୃତ୍ତମାନେ ମୃତଦେହ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି।

ଗାଜଲବାଡ଼ି ପଞ୍ଚାୟତର ଖଜୁରିପଲି ଗ୍ରାମ ନିକଟରେ ଥିବା କୋଟାମଣି ପାହାଡ ଅଞ୍ଚଳରେ ଶନିବାର ମଣିଷ ଖପୁରି ଓ ହାଡ ଠାବ ପରେ ରବିବାର ସାଇଣ୍ଟିଫିକ ଟିମ ସହ ସୋରଡ଼ା ତହସିଲଦାର ଆକାଶ ରଞ୍ଜନ ସାହୁ, ଆସିକା ଏସ୍‌ସିପିଓ ସନ୍ତୋଷ ଜେନା, ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ପହଞ୍ଚି ପୁଣି ଥରେ ତଦନ୍ତ କରିଥିଲେ। ତଦନ୍ତରୁ ମୃତକ ଜଣକ କନ୍ଧମାଳ ଜିଲା ଟିକାବାଲିର କାମାକ୍ଷାପ୍ରସାଦ ମହାପାତ୍ରଙ୍କ ଝିଅ ବୋଲି ଜଣାପଡିଛି। ଟିକାବାଲି ଥାନା ଗୁଡାରିଗାଁରେ କାମକ୍ଷାପ୍ରସାଦଙ୍କ ଘର। ତାଙ୍କ ନାବଳିକା ଝିଅ (୧୬) ଗତ ଫେବୃଆରୀ ୨୭ରୁ ନିଖୋଜ ଥିଲେ। ଏନେଇ କାମାକ୍ଷା ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଶନିବାର ଜଙ୍ଗଲରୁ ମଣିଷ ଖପୁରି, ପଞ୍ଜାରାହାଡ଼ ପଡିଥିବା ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଠାବ କରିଥିଲା। ଏହି ସମୟରେ ଏକ ବେକର ଚେନ୍‌, ଦୁଇଟି ମୋବାଇଲ, ଗୋଟିଏ ଜିନପ୍ୟାଣ୍ଟ, ଚୁଡିଦାର ପୋଲିସ ଜବତ କରି ଆଣିଥିଲା। ଗାଜଲବାଡି ଜଙ୍ଗଲକୁ ଲାଗିଥିବା କନ୍ଧମାଳ ଜିଲାର ବିଭିନ୍ନ ଥାନା ସହ ଯୋଗାଯୋଗ କରିଥିଲା। ପରେ ଟିକାବାଲି ଥାନାରେ ଗୋଟିଏ ନାବାଳିକା ଝିଅ ଗତ ଫେବୃଆରୀରୁ ନିଖୋଜ ଥିବା ଅଭିଯୋଗ ପୋଲିସ ନଜରକୁ ଆସିଥିଲା। ଏହାକୁ ଆଧାରକରି ପୋଲିସ ପରିବାର ଲୋକଙ୍କୁ ଡକାଇ ମୃତଶରୀର ଆଖପାଖରୁ ମିଳିଥିବା ସାମଗ୍ରୀକୁ ଦେଖାଇ ଚିହ୍ନିବା ପାଇଁ କହିଥିଲା। କାମାକ୍ଷା ପ୍ରସାଦ ମିଳିଥିବା ସାମଗ୍ରୀ ଦେଖି ଏହା ତାଙ୍କ ଝିଅର ବୋଲି ସ୍ବୀକାର କରିଥିଲେ। ଏପରିକି ଠାବ ହୋଇଥିବା କଙ୍କାଳ ଓ ଖପୁରି ଝିଅର ବୋଲି କହିଥିଲେ।

ଅନ୍ୟପକ୍ଷେ ସୋରଡ଼ା ପୋଲିସ ସନ୍ଦେହରେ କେତେ ଜଣଙ୍କୁ ଥାନାକୁ ଆଣି ଅଟକରଖି ପଚାରାଉଚୁରା କରୁଛି। ସୂଚନାଯୋଗ୍ୟ, ଶନିବାର କେତେଜଣ ଗ୍ରାମବାସୀ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଗୋଟିଏ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖି ଗ୍ରାମକୁ ଫେରିଆସି ଗାଜଲବାଡି ସରପଞ୍ଚଙ୍କୁ ଜଣାଇଥିଲେ। ପରେ ଏନେଇ ସରପଞ୍ଚ ପୋଲିସକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?