ମାନବ ସମ୍ବଳ ସବୁକିଛି

ମାକେଞ୍ଜି ଆଣ୍ଡ୍‌ କମ୍ପାନୀର ଗବେଷଣା ଶାଖା ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ଧନୀ ରାଷ୍ଟ୍ର ଆମେରିକାକୁ ଚାଇନା ଅତିକ୍ରମ କରିଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱ ସମ୍ପତ୍ତି ୩ ଗୁଣା ବୃଦ୍ଧି ପାଇଥିବା ବେଳେ ଏହି ସମୟରେ ଚାଇନାର ଅର୍ଥନୀତି ୧୧୩ ଟ୍ରିଲିୟନ ଡଲାର ବଢ଼ିଛି। ହିସାବରୁ ଜଣାପଡ଼ିଛି ଯେ, ୨୦୦୦ ମସିହାରେ ଚାଇନାର ସମ୍ପତ୍ତି ୭ ଟ୍ରିଲିୟନ ଡଲାର ଥିଲା ଓ ୨୦୨୦ରେ ଏହା ୧୨୦ ଟ୍ରିଲିୟନ ଡଲାରରେ ପହଞ୍ଚତ୍ଥିଲା। ହେଲେ ଉକ୍ତ ସମୟ ଭିତରେ ଆମେରିକାର ସମ୍ପତ୍ତି ଦୁଇ ଗୁଣ ବଢ଼ିଥିଲେ ମଧ୍ୟ ୯୦ ଟ୍ରିଲିୟନ ଡଲାରରେ ରହିଛି। ଏଥିରୁ ଜଣାପଡ଼ିଛି ଯେ ଚାଇନାର ସମ୍ପତ୍ତି ଦ୍ରୁତ ଗତିରେ ବଢ଼ିଥିବା ବେଳେ ଆମେରିକା ଧିମେଇ ଯାଇଛି। ଦେଖିବାକୁ ଗଲେ ଆମେରିକାରେ ବିଗତ ଦିନରେ ଶିଳ୍ପଗତ ଅଭିବୃଦ୍ଧି ଘଟି ସାଚ୍ୟୁରେଶନ ବା ସଂତୃପ୍ତି ସ୍ତରରେ ପହଞ୍ଚତ୍ୟାଇଥିବା ବେଳେ ଚାଇନାର ଶିଳ୍ପ ଊର୍ଦ୍ଧ୍ୱମୁଖୀ ହୋଇଚାଲିଛି। ଅର୍ଥାତ୍‌ ଏହା ଆଗକୁ ବଢ଼ିବାର ସୁଯୋଗ ରହିଛି।
ଆଜି ବିଶ୍ୱ ଭୂରାଜନୈତିକ ସ୍ଥିତିକୁ ଅନିଶା କଲେ ଦେଖାଯାଉଛି ଯେ, ଚାଇନା ଅର୍ଥନୈତିକ ଓ ସାମରିକ ଦୃଷ୍ଟିକୋଣରୁ ଶକ୍ତିଶାଳୀ ହେବାରେ ଲାଗିଛି। କିନ୍ତୁ କମ୍ୟୁନିଷ୍ଟ ଚିନ୍ତାଧାରାରେ ଶାସନ ହେଉଛି ବୋଲି ଦର୍ଶାଇ ଏକଚ୍ଛତ୍ରବାଦୀ ଚାଇନା ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାର ସୁପରପାଓ୍ବାର ମାନ୍ୟତାକୁ ଅତିକ୍ରମ କରିବା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ଅତୀତରେ ଦେଖାଦେଇଛି ଶୀତଳ ଯୁଦ୍ଧ ପରେ ସୋଭିଏଟ୍‌ ୟୁନିୟନ୍‌ ଯେତେ ଚେଷ୍ଟା କଲେ ମଧ୍ୟ ଆମେରିକାକୁ ପଛରେ ପକାଇପାରୁ ନାହିଁ। କାରଣ ବିଶ୍ୱବ୍ୟାପୀ ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଆଧିପତ୍ୟ ଜାରି ରଖିବାରେ ଆମେରିକା ଯେତେ ଆଗରେ ରହିଛି, ତାହାର ପାଖ କେହି ପଶିପାରୁ ନାହାନ୍ତି। ଇଣ୍ଟେଲେକ୍‌ଚ୍ୟୁଆଲ ପାଓ୍ବାର ବା ବୌଦ୍ଧିକ ଶକ୍ତି ବ୍ୟବହାର କରି ଦୁନିଆସାରା ଲୋକଙ୍କୁ ନିଜ ଆଡ଼କୁ ନେଇପାରିଛି ଆମେରିକା। ଏହାର ଇତିହାସ ଦେଖିଲେ ପୃଥିବୀର ସବୁ ଦେଶରୁ ନିଜ ନିଜ କ୍ଷେତ୍ରରେ ସର୍ବୋଚ୍ଚରେ ପହଞ୍ଚତ୍ଥିବା ଗବେଷକ, ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟରଙ୍କ ଭଳି ମାନବ ସମ୍ବଳ ସବୁବେଳେ ସେହି ଆମେରିକାକୁ ନିଜ ସ୍ବପ୍ନର ଭୂମି ଭାବେ ଦେଖି ଆସିଛନ୍ତି। ଭିଟାମାଟି ଛାଡ଼ି ଏଭଳି ସଫଳତା ହାସଲ କରିପାରିଥିବା ବ୍ୟକ୍ତିବିଶେଷ ସେହି ଆମେରିକୀୟ ସ୍ବପ୍ନ ପଛରେ ଦୀର୍ଘକାଳ ଧରି ଧାଉଁଛନ୍ତି। ଆଜି ମଧ୍ୟ ଆମେରିକାରେ ବସବାସ କରିବା ପାଇଁ ସବୁ ଦେଶର ଅନେକ ନାଗରିକଙ୍କ ଇଚ୍ଛା ରହିଛି। ଏଭଳି ଉଚ୍ଚକୋଟୀର ମାନବ ସମ୍ବଳ ସହିତ ଉତ୍ତର ଆମେରିକା ମହାଦେଶର ପ୍ରାକୃତିକ ସମ୍ପଦ ମିଶିଯିବା ହେତୁ ଆମେରିକା ଏକ ଭିନ୍ନ ଧରଣର ଦେଶ ପାଲଟିଯାଇଛି। ବିଲ୍‌ ଗେଟ୍ସଙ୍କ ମାଇକ୍ରୋସଫ୍ଟଠାରୁ ଆରମ୍ଭକରି ଷ୍ଟିଭ୍‌ ଜବ୍ସଙ୍କ ଆପଲ, ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌୍‌, ଜାକ୍‌ ଡୋର୍ସିଙ୍କ ଟୁଇଟର ହେଉ ବା ମାଇକେଲ ଜାକ୍‌ସନଙ୍କ ଭଳି ‘କିଙ୍ଗ୍‌ ଅଫ୍‌ ପପ୍‌’ଙ୍କ ସଙ୍ଗୀତର ରାଜୁତି ଚାରିଆଡ଼େ ଚାଲିଛି। ସେହିଭଳି ବାକ୍‌ ସ୍ବାଧୀନତା ଓ ମାନବ ଅଧିକାର ସୁରକ୍ଷା ସଂକ୍ରାନ୍ତ ଧାରଣାକୁ ବିଶ୍ୱ ସ୍ତରରେ ପ୍ରଚାର କରିପାରିଥିବାରୁ ଆମେରିକାର ଉପସ୍ଥିତି ସବୁଆଡ଼େ ରହିଛି। କିନ୍ତୁ କମ୍ୟୁନିଷ୍ଟ ଚିନ୍ତାଧାରାରେ ଶାସନ ହେଉଛି ବୋଲି ଦର୍ଶାଇ ଏକଚ୍ଛତ୍ରବାଦୀ ବ୍ୟବହାରରେ ପରିଚାଳିତ ଚାଇନା କେବେ ହେଲେ ବିଶ୍ୱବ୍ୟାପୀ ଉଚ୍ଚତମ ମାନବ ସମ୍ବଳକୁ ଆକର୍ଷିତ କରିବା ସକାଶେ ସଫଳ ହୋଇପାରିବ ନାହିଁ। ଏପରି କି ତା’ର ନାଗରିକଙ୍କୁ ଚାଇନା କିଭଳି ନିର୍ଯାତନା ଦେଇଚାଲୁଛି, ସେ ସଂକ୍ରାନ୍ତ ଅନେକ ରିପୋର୍ଟ ପ୍ରକାଶ ପାଉଛି। ହେଲେ ସେହି ଖବରକୁ ଚପାଇ ଦିଆଯାଉଛି। ନିଜର ବଡ଼ିମା ଦେଖାଇବା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ଗବେଷଣା ଓ ଅନୁଧ୍ୟାନକାରୀ ସଂସ୍ଥାକୁ ଅର୍ଥ ଯାଚି ତା’ ସପକ୍ଷରେ ବିବରଣୀ ଯୋଗାଡ଼ରେ ବେଜିଂ ଅହରହ ଲାଗିଥିବା ଖବର ଶୁଣିବାକୁ ମିଳେ। ଉଦାହରଣ ସ୍ବରୂପ, କୋଭିଡ୍‌-୧୯ ଭୂତାଣୁ ବିଶ୍ୱବ୍ୟାପୀ ଭ୍ରମଣ କରିବା ପରେ ଚାଇନାକୁ ସବୁଆଡ଼ୁ ନିନ୍ଦା କରାଯାଇଥିଲା। ଏ ସଂକ୍ରାନ୍ତରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ରୁ ସ୍ପଷ୍ଟୀକରଣ ମଗାଯିବା ବେଳେ ଜଣାପଡ଼ିଥିଲା ଯେ ଏହା ଚାଇନା ଦ୍ୱାରା ପ୍ରଭାବିତ ହୋଇ ନୀରବ ରହିବାକୁ ଉଚିତ ମଣିଥିଲା। ଯେଉଁ ରାଷ୍ଟ୍ରରେ ପ୍ରତି କ୍ଷେତ୍ରରେ ସ୍ବଚ୍ଛତା ନ ଥାଏ, ତାହାର ଅର୍ଥନୈତିକ ଅଭିବୃଦ୍ଧି ଯେତେ ହେଲେ ମଧ୍ୟ ସେହି ରାଷ୍ଟ୍ର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ବା କଷ୍ଟକର। ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କଠାରୁ ଆରମ୍ଭ କରି ଇଟାଲୀର ବେନିଟୋ ମୁସୋଲିନ୍‌, ଲିବିୟାର ମୁଆମାର ଗଦାଫି ଓ ଏବର ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଉଚ୍ଚାକାଂକ୍ଷା ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ବଳଶାଳୀ କରିଥାଇପାରେ, କିନ୍ତୁ ଦୀର୍ଘକାଳୀନ ଓ ସାର୍ବଜନୀନ ଆଧିପତ୍ୟ ବିସ୍ତାର କରିବା ସମ୍ଭବ ହୁଏନାହିଁ। ଅର୍ଥ ଓ ସାମରିକ ବଳ ଏକ ଭୂଖଣ୍ଡକୁ ପ୍ରତିପତ୍ତି ସହ ସୁରକ୍ଷା ଦେବାରେ ସକ୍ଷମ ହୋଇପାରେ, କିନ୍ତୁ ସୁପରପାଓ୍ବାର ମାନ୍ୟତା ପାଇବାକୁ ହେଲେ ଏହାର ଊର୍ଦ୍ଧ୍ୱକୁ ଉଠିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri