Posted inଫୁରସତ

ସଚେତନନା ହିଁ ଉପଚାର

ଅପସ୍ମାର ହେଉଛି ଏକ ଅଣ-ସଂକ୍ରାମକ ମସ୍ତିଷ୍କ ସମସ୍ୟା। ଏହା ଆଂଶିକ ଭାବେ ଶରୀରର ଏକ ଅଂଶ କିମ୍ବା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ। ଏହା ଯୋଗୁ ବେଳେବେଳେ ଚେତନା ହରାଇବା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ନ୍ୟୁରନ କିମ୍ବା ମସ୍ତିଷ୍କ କୋଷିକାରେ ହଠାତ୍‌, ଅତ୍ୟଧି ବୈଦୁତିକ ଶକ୍ତି ପ୍ରବାହ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ। ଅପସ୍ମାର ଯେ କୌଣସି ବୟସରେ ଲୋକଙ୍କୁ ପ୍ରଭାବିତ କରିପାରେ। ତେଣୁ ଏନେଇ ସଚେତନ ରହିଲେ ଏହାର ଉପଚାର ସମ୍ଭବ ହୋଇପାରିଥାଏ। ଏହି ସମସ୍ୟା ସମ୍ପର୍କରେ ଅଜ୍ଞାନତା ହେତୁ ବହୁ ସମସ୍ୟା ଦେଖାଦେଇଥାଏ।
ତେଣୁ ଅପସ୍ମାର, ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ନଭେମ୍ବର ୧୭ରେ ଜାତୀୟ ଏପିଲେପ୍ସି ଦିବସ( ଜାତୀୟ ଅପସ୍ମାର ଦିବସ) ପାଳନ କରାଯାଇଥାଏ।
ଜାତୀୟ ଏପିଲେପ୍ସି ଦିବସ ହେଉଛି ଏକ ଜାତୀୟ ସ୍ତରର ଅଭିଯାନ ଯାହାକି ଏପିଲେପ୍ସି ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ୱାରା ଭାରତରେ ଏହି ସମସ୍ୟା ହ୍ରାସ କରିବାକୁ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିଲା। ମହାରାଷ୍ଟ୍ରର ମୁମ୍ବାଇରେ ଥିବା ଏପିଲେପ୍ସି ଫାଉଣ୍ଡେସନ ଡାକ୍ତର ନିର୍ମଳ ସୂର୍ଯ୍ୟଙ୍କ ଦ୍ୱାରା ୨୦୦୯ରେ ପ୍ରତିଷ୍ଠିତ ହୋଇଥିଲା। ଏହା ସହିତ ଏହି ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୭ରେ
ଜାତୀୟ ଅପସ୍ମାର ଦିବସ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏପିଲେପ୍ସି ଫାଉଣ୍ଡେସନ ଅଫ ଇଣ୍ଡିଆ ଦେଶରେ ଏହି ରୋଗର ପ୍ରାଦୁର୍ଭାବ ହ୍ରାସ କରିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରଥାଏ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ସମ୍ପ୍ରତି ୫୦ ନିୟୁତ ଲୋକ ଅପସ୍ମାର ସମସ୍ୟା ଭୋଗୁଛନ୍ତି। ଫଳରେ ଏହା ବିଶ୍ୱବ୍ୟାପି ଏକ ସାଧାରଣ ସ୍ନାୟୁଗତ ସମସ୍ୟାରେ ପରିଣତ ହୋଇଛି। ନିମ୍ନ ଏବଂ ମଧ୍ୟମ ଆର୍ଥିକ ବର୍ଗ ଦେଶରେ ଅପସ୍ମାର ସମସ୍ୟା ପ୍ରାୟ ୮୦ ପ୍ରତିଶତ ଲୋକଙ୍କଠାରେ ଦୃଷ୍ଟି ଗୋଚର ହୋଇଥାଏ। ତେଣୁ ଲୋକଙ୍କୁ ଅବସ୍ଥା ବିଷୟରେ ଅବଗତ କରାଇବା ଏବଂ ପ୍ରଭାବିତ ଲୋକଙ୍କ ସଂଖ୍ୟା ହ୍ରାସ କରିବା ଲାଗି ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri