ଯନ୍ତାରେ ପଡ଼ିଲା ମଣିଷ ଖିଆ ବାଘ

ଉମରକୋଟ/ରାଇଘର, ୨୨।୧୦(ସ୍ବ.ପ୍ର./ଡି.ଏନ୍‌.ଏ): ଛତିଶଗଡ଼ ସିହାଓ୍ବା ଜଙ୍ଗଲରେ ରହି ଲୋକଙ୍କୁ ମାରୁଥିବା କଲରାପତରିଆ ବାଘକୁ ସେଠାକାର ବନବିଭାଗ କାବୁ କରିଛି। ବାଘଟିକୁ ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଜନବସତି ସହ ସମ୍ପର୍କ ନ ଥିବା ଘଞ୍ଚ ଜଙ୍ଗଲରେ ବାଘଟିକୁ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ଗତ ୧୧ ତାରିଖ ସାରେ ନବରଙ୍ଗପୁର ଜିଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅବିନାଶ ମର୍କାମ (୬)ଙ୍କୁ ବାଘ ଝାମ୍ପି ନେଇ ଜଙ୍ଗଲକୁ ପଳାଇଥିଲା। ଜଙ୍ଗଲରୁ ଅବିନାଶଙ୍କ ମୃତଦେହ ମିଳିଛି। ପୂର୍ବରୁ ମଧ୍ୟ ବାଘ ଏପରି ଅନେକ ଲୋକଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଅବିନାଶଙ୍କ ମୃତ୍ୟୁ ପରେ ବାଘକୁ ଧରିବାକୁ ଲୋକେ ଦାବି କରିଥିଲେ। ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୪ଟି ଯନ୍ତା ବସା ଯାଇଥିଲା। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ବାଘଟି କାଳୀ ଗୁମ୍ଫା ନିକଟକୁ ଆସିଥିଲା। ସେଠାରେ ଥିବା ଯନ୍ତାରେ ରଖା ଯାଇଥିବା ଛେଳିକୁ ଖାଇବାକୁ ଉଦ୍ୟମ କରିବା ବେଳେ ବନ କର୍ମଚାରୀ ପିଞ୍ଜରାକୁ ବନ୍ଦ କରି ବାଘକୁ କାବୁ କରିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଓପିଡି ଖୋଲିବାକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୩ ।୧୧ ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଓପିଡି ସେବା ପାଇଁ ନିର୍ମାଣାଧୀନ କୋଠା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା...

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): କିଛିଦିନ ଧରି ଓଡ଼ିଶାରେ କରୋନା କବଳରୁ ଲୋକେ ମୁକ୍ତି ପାଇଥିବା ବେଳେ ଏବେ ପୁଣି ଛନକା ପଶିଲାଣି। ଆଜି ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ...

କଟକରୁ ୧୯ ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସଙ୍ଗରୋଧ କେନ୍ଦ୍ରରୁ; ସକ୍ରିୟ ଆକ୍ରାନ୍ତ ତାଲିକାରେ କଟକ ଶୀର୍ଷରେ

କଟକ ଅଫିସ,୧୫।୬: କଟକ ଜିଲାରେ ସୋମବାର ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ସଙ୍ଗରୋଧରେ ଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ...

ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି...

ଜେଲ ଗଲେ ବିଜେପୁର ବିଡିଓ

ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ...

ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ

ସୋରଡା,୨ା୫(ଡି.ଏନ୍‌.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ...

୫-ଟି ପ୍ରଭାବ: ଦେଢବର୍ଷ ପରେ ନିଯୁକ୍ତି ପାଇଁ ପରୀକ୍ଷା; ୨୪ ଘଣ୍ଟାରେ ବାହାରିଲା ପରୀକ୍ଷାଫଳ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଲାଇଭ୍‌ଲି ହୁଡ୍‌ ମିଶନ (ଓଏଲ୍‌ଏମ୍‌) ପାଇଁ ଜିଲା ଓ ବ୍ଲକ୍‌ ସ୍ତରୀୟ ସହାୟକ ପଦବୀ...

ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ...

Advertisement
Archives

Model This Week