ହ୍ୟୁମାନ ସାଗରଙ୍କ ଶେଷ ଦର୍ଶନ ପାଇଁ ଏମ୍ସରେ ପ୍ରବଳ ଭିଡ଼; ସଙ୍ଗୀତ ଜଗତ ସ୍ତବ୍ଧ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସମଗ୍ର ସଙ୍ଗୀତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲରେ ଅନେକ ସହକଳାକାର ଓ ପ୍ରଶଂସକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ତାଙ୍କୁ ଭଲ ପାଉଥିବା ଲୋକଙ୍କ ସୁଅ ଛୁଟିବାରୁ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି।

ଖୁବ୍ କମ୍ ବୟସରେ ନିଜ ସ୍ୱରରେ ଘରେ ଘରେ ପରିଚିତି ହାସଲ କରିଥିବା ଏହି ତାରକାଙ୍କ ବିୟୋଗରେ ପ୍ରଶଂସକମାନେ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ସକ୍ରିୟ ସ୍ୱର ନିରବି ଯିବା ପରେ ଓଡ଼ିଆ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି।

ହ୍ୟୁମାନ ସାଗର ଚଳଚ୍ଚିତ୍ର ସହ ଆଲବମ୍ ଜଗତକୁ ମଧ୍ୟ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି। ବାହାଘର ବରଯାତ୍ରୀ, ପୂଜା ଭସାଣି, ମେଲୋଡିରୁ ପିକନିକ୍ ପାର୍ଟି ପର୍ଯ୍ୟନ୍ତ ସବୁ ସ୍ଥାନରେ ତାଙ୍କ ଗୀତ ବାଜୁଥିଲା। ପ୍ରେମ, ବିରହ, ଡ୍ୟାନ୍ସ ଏବଂ ଭଜନ—ସବୁ ପ୍ରକାରର ଗୀତ ଗାଇବାରେ ସେ ସିଦ୍ଧହସ୍ତ ଥିଲେ।

ସଙ୍ଗୀତ ପରିବାରରୁ ଆସିଥିବା ହ୍ୟୁମାନ ୨୦୧୪ରେ ‘ସମଥିଙ୍ଗ ସମଥିଙ୍ଗ-୨’ର ‘ପ୍ରେମ ହେଇଯାଏରେ’ ଗୀତରୁ ନିଜର ପ୍ରଥମ ପରିଚୟ ସୃଷ୍ଟି କରିଥିଲେ। ‘ଇସ୍କ ତୁ ହି ତୁ’, ‘ଅଗସ୍ତ୍ୟା’, ‘ବେବି’, ‘ଅଭୟ’, ‘ହାପି ଲକି’, ‘ଶ୍ରୀମାନ ସୁରଦାସ’ ଆଦି ଅନେକ ସିନେମାରେ ସେ କଣ୍ଠଦାନ କରିଛନ୍ତି। ତାଙ୍କର କିଛି ଲୋକପ୍ରିୟ ଭାଇରାଲ ଗୀତ ମଧ୍ୟରେ ‘କେମିତି ଭୁଲିବି ସେ ଅଭୁଲା ଦିନ’, ‘କୁଆଡେ ଗଲୁ ପାଗେଳୀ’, ‘ମରିଯିବି ଧନ ତୋ ବିନା’, ‘ବେବି ଓ ବେବି’, ‘ଇସ୍କ ତୁ ହି ତୁ’ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା…

ପୁରୀ,୨୨ା୪(ଅଜିତ୍‌ କୁମାର ମହାନ୍ତି): ଅକ୍ଷାୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଛି।…

Business Eminence Awards 2026: ଡିଜିଟାଲ ପ୍ଲାଟ୍‌ଫର୍ମ ରୋଗୀଙ୍କ ଯାତାୟାତ ସମସ୍ୟା ଦୂରକରୁଛି

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଭାବରେ ଡା. ଆଲୋକ ଶ୍ରୀବାସ୍ତବ ନେତୃତ୍ୱ ନେଉଛନ୍ତି। ଡା. ଶ୍ରୀବାସ୍ତବ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରୁ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

୨୫ ଯାଏ କଳବଳ କରିବ ତାତି

ଭୁବନେଶ୍ୱର,୨୨।୪ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି।…

ଯୁଦ୍ଧବିରତି ବୃଦ୍ଧି ଘୋଷଣା କଲେ ଟ୍ରମ୍ପ, ମୁନିର-ଶେହବାଜଙ୍କ ଅନୁରୋଧ ପରେ ନେଲେ ଏହି ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନର ଯୁଦ୍ଧବିରତି ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନର ଅନୁରୋଧରେ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟ ମନ୍ତ୍ରିମଣ୍ଡଳର ୩୯ତମ ବୈଠକ ତଥା ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri