Posted inଖେଳ

ଟି -୨୦ ଫର୍ମାଟରେ ଶୁବମାନଙ୍କ ଫର୍ମ ବଢାଇଲା ଟିମ ଇଣ୍ଡିଆର ଚିନ୍ତା

ନୂଆଦିଲ୍ଲୀ,୧୫।୧୨: ଗତ ଏକ ବର୍ଷ ମଧ୍ୟରେ ଶବମାନ ଗିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବହୁତ ରନ୍‌ କରିଛନ୍ତି। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଶବମାନ ଗିଲଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ଟି -୨୦ ଫର୍ମାଟରେ ଗତ କିଛି ମ୍ୟାଚରେ ଗିଲଙ୍କ ବ୍ୟାଟରୁ ଭଲ ରନ୍‌ ହୋଇନାହିଁ, ଯାହା ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ ଏକ ନୂଆ ଟେନସନ ପାଲଟିଛି।

ବାସ୍ତବରେ, ଭାରତୀୟ ଦଳର ଚୟନକର୍ତ୍ତାମାନେ ଯୁବ ଖେଳାଳିଙ୍କୁ ଟି -୨୦ ଫର୍ମାଟର ଦାୟି ଦେବାକୁ ନିଷ୍ପତ୍ତି ନେଇଛନ୍ତି, ତେଣୁ ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କ ଭଳି ଖେଳାଳି ଟି -୨୦ ସିରିଜରେ ଖେଳୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ଶୁବମାନ ଗିଲଙ୍କ ଭଳି ଖେଳାଳିଙ୍କ ଦାୟିତ୍ୱ ବହୁତ ବଢିଯାଏ, କାରଣ ସେ ଜଣେ ଯୁବ ଖେଳାଳି, କିନ୍ତୁ ବରିଷ୍ଠ ଖେଳାଳିଙ୍କ ଦଳରେ ସେ ଅନେକ କ୍ରିକେଟ ଖେଳିଛନ୍ତି।

ତେବେ ଗତ ୧୩ ଟି -୨୦ ମ୍ୟାଚରେ ଗିଲଙ୍କ ଫର୍ମ ଭଲ ନ ଥିଲା, ଯାହା ଟି -୨୦ ବିଶ୍ୱକପ୍‌ ୨୦୨୪ ଦୃଷ୍ଟିରୁ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ହୋଇପାରେ। ମୋଟ ୧୩ଟି -୨୦ ମ୍ୟାଚରେ ଶୁବମାନ ହାରାହାରି ମାତ୍ର ୨୬୨ ରନ୍‌ ସଂଗ୍ରହ କରିଛନ୍ତି। ସେ ଆଇପିଏଲ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସିଜିନରେ ସର୍ବାଧିକ ରନ ସଂଗ୍ରହ କରିଥିଲେ, କିନ୍ତୁ ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ଗିଲଙ୍କ ବ୍ୟାଟରୁ ଭଲ ରନ୍‌ ହୋଇନାହିଁ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି -୨୦ ମ୍ୟାଚରେ ମଧ୍ୟ ଶବମାନ ମାତ୍ର ୮ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ, ଯାହା ପରେ ଟିମ ଇଣ୍ଡିଆ ଅସୁବିଧାରେ ପଡିଥିଲା, କିନ୍ତୁ ଓପନର୍‌ ଯଶସ୍ବୀ ଜସଓ୍ବାଲ ଏବଂ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?