୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର ହୋଇଛନ୍ତି। ସେ ମାତ୍ର ୧୪ ଦିନ ମଧ୍ୟରେ ୪ କିଲୋ ଓଜନ ହ୍ରାସ କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସବା ନିଜ ମନର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଏହି ଗମ୍ଭୀର ରୋଗରେ ପୀଡିତ ହେବା ପରେ ସବା ବୁଲିବା ତ ଦୂରର କଥା ଏକ ଟୁଥପିକ ଉଠାଇବାକୁ ମଧ୍ୟ ସଂଘର୍ଷ କରୁଛନ୍ତି।

୪୦ ବର୍ଷୀୟା ସବା ହସ୍ପିଟାଲ୍‌ରେ ଶୋଇଥିବା ଏକ ଫଟୋ ଶେୟାର କରି ଲେଖିଛନ୍ତି, ମୋ ଜୀବନର ସବୁଠାରୁ ଖରାପ ୧୪ ଦିନ। ସାଇକ୍ଲୋସ୍ପୋରା କାଏଟାନେନ୍ସିସ ଏକ ଭୟଙ୍କର ରୋଗ। ବିଶେଷକରି ମୋ ପରି ଜଣେ ମହିଳା ପାଇଁ, ଯିଏ କେବଳ ଘରେ ରନ୍ଧା ଖାଦ୍ୟ ଖାଏ ଏବଂ ଯେଉଁଠାକୁ ଯାଏ ସାଙ୍ଗରେ ନିଜ ପାଣି ବୋତଲ ନେଇକି ଯାଏ। କିଏ ଜାଣେ ଏହି ରୋଗ କେଉଁଠାରୁ ଆସିଲା। ମୁଁ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୪ କିଲୋ ହ୍ରାସ କରିଛି। ମୋର ଓଜନ ପୂର୍ବରୁ ବହୁତ କମ ଅଛି। ଏବେ ବୁଲିବା ମଧ୍ୟ ମୋ ପାଇଁ ଏକ ସଂଘର୍ଷ ପାଲଟିଛି। ହ୍ରିତିକ ସବୁ ପରିସ୍ଥିତିରେ ମୋ ସହ ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ସୁନା-ରୁପାକୁ ନେଇ କେନ୍ଦ୍ର ସରକାର କଲେ ବଡ଼ ଘୋଷଣା: ମୋଦିଙ୍କ ଅପିଲ ପରେ…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକମାନଙ୍କୁ ଅତି କମରେ ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି। ଏହି ସମୟରେ ଏକ…

ସୌମ୍ୟ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ଘଟଣା ଦିନ ନେଇଥିଲେ…

ଭୁବନେଶ୍ୱର,୧୩।୫(ତ୍ରିନାଥ ମହାନ୍ତି):ଯୁବତୀଙ୍କୁ ଅସଦାଚରଣ ଓ ବଳାତ୍କାର ଉଦ୍ୟମ କରିଥିବା ଜିଆର୍‌ପି କନ୍‌ଷ୍ଟେବଲ୍‌ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ୩ଦିନ ପୂରିଲାଣି। ରବିବାର ରାତିରେ ଉପରଠାଉରିଆ…

୫ ପ୍ରକଳ୍ପ ଉଦ୍‌ଘାଟନକଲେ ବିଧାୟକ ରାମଚନ୍ଦ୍ର କାଡାମ

ନନ୍ଦପୁର,୧୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗସ୍ତରେ ଆସି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ୫ ପ୍ରକଳ୍ପର ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି। ୮ ଲକ୍ଷ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା ପ୍ରଶ୍ନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୩ା୫(ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ହେବା ଘଟଣାକୁ ନେଇ ଦେଶବ୍ୟାପୀ ଛାତ୍ରୀଛାତ୍ରମାନେ ଜୋର୍‌ଦାର ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଦେଶର ୨୨ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କ ପରିଶ୍ରମ ଏବଂ…

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅର ଅକାଳ ମୃତ୍ୟୁ: ହଠାତ୍‌ ଘଟିଲା…

ଲକ୍ଷ୍ନୌ,୧୩।୫: ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ତଥା ଅପର୍ଣ୍ଣା ଯାଦବଙ୍କ ସ୍ବାମୀ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ…

ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ।…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri