କେମିତି ତିଆରି ହୋଇଥିଲା ବଡ଼ଦେଉଳ, କହିଲେ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର

ଓଡ଼ିଶାର ଗୌରବ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମନ୍ଦିର (ବଡ଼ଦେଉଳ) ନିର୍ମାଣ ରହସ୍ୟ ଓ ଏହାର ସଂରକ୍ଷଣ ବିଷୟରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସବିଶେଷ ଆଲୋଚନା କରିଛନ୍ତି। ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମନ ଚୋଡ଼ଗଙ୍ଗ ଦେବ ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅନଙ୍ଗ ଭୀମଦେବ ଏହାକୁ ସମ୍ପୂର୍ଣ୍ଣ କରିଥିଲେ।

ଓଡ଼ିଶାରେ ମୁଖ୍ୟତଃ ୨ ପ୍ରକାର ମନ୍ଦିର ନିର୍ମାଣ ହୋଇଥାଏ। ଯେପରିକି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିରକୁ ରେଖା ଦେଉଳ। ରେଖା ଦେଉଳ ଶବ୍ଦ ପଥରରେ ତିଆରି ହୋଇଥିବା କାରୁକାର୍ଯ୍ୟରୁ ଆସିଛି। ଯାହା ଏକ ରେଖାକୃତ ଭାବେ ଉପରକୁ ଉପରକୁ ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମାଣ ହୋଇଥାଏ। ରେଖା ଦେଉଳର ବିଭିନ୍ନ ପର୍ଯ୍ୟାୟ ରହିଛି। ପ୍ରତ୍ୟେକ ମନ୍ଦିରର ଗର୍ଭଗୃହ ରହିଥାଏ, ଯାହା ଚାରିକୋଣିଆ, କିନ୍ତୁ ଏହା ବାହାରକୁ ଦେଖିବାକୁ ଗୋଲାକାର ଆକୃତିର। ପୁରୀ ଶ୍ରୀମନ୍ଦିରର ଗର୍ଭଗୃହ ପ୍ରାୟ ୩୦ ଫୁଟ ରହିଛି। ଏହାକୁ ଭିତ୍ତି କରି ମନ୍ଦିରର ବିମାନ ବା ରେଖା ଦେଉଳ ନିର୍ମାଣ ହୁଏ। ଏହା ମନ୍ଦିର ଶିଳ୍ପୀଙ୍କର ଦକ୍ଷତା ଦର୍ଶାଏ, ସେମାନେ କେତେ ଉଚ୍ଚତା ଯାଏ କରିପାରୁଛନ୍ତି। ତେବେ ଏହାର ଏକ ନିର୍ଦ୍ଧିଷ୍ଟ ସୀମା ମଧ୍ୟ ରହିଛି, ଅର୍ଥାତ ଗର୍ଭଗୃହର ପାଞ୍ଚାଗୁଣା ପର୍ଯ୍ୟନ୍ତ ଉଚ୍ଚତା ଯାଏ ମନ୍ଦିର ହୋଇପାରିବ, ଏହା ଅତିକ୍ରମ କଲେ ମନ୍ଦିର ସ୍ଥିର ନ ରହିପାରେ। ଏହି କାରଣରୁ ବୋଧହୁଏ କୋଣାର୍କ ମନ୍ଦିର ଭୁଶୁଡି ପଡିଥିଲା।

File:Lingaraj temple Bhubaneswar.jpg - Wikimedia Commons

ଓଡ଼ିଶାର ଶିଳ୍ପୀମାନେ ପ୍ରଥମେ ଛୋଟ ଛୋଟ ଅନେକ ମନ୍ଦିର ନିର୍ମାଣ କରିଥିଲେ, ପରେ ବିଶାଳ ମନ୍ଦିର ତିଆରି କରିଥିଲେ ଯେପରିକି ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର। ପରେ ୧୨ ଶହ ଶତାଦ୍ଧୀରେ ବଡ ଦେଉଳ ବା ଶ୍ରୀମନ୍ଦିର ନିର୍ମାଣ କରିଥିଲେ। ଏହାପରେ ୧୩ ଶ ଶତାଦ୍ଧୀରେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ। ସେତେବେଳେ କୋଣାର୍କ ମନ୍ଦର ଉଚ୍ଚତା ପୁରୀ ଶ୍ରୀମନ୍ଦିରଠାରୁ ମଧ୍ୟ ଅଧିକ ଥିଲା। ପରେ କୋଣାର୍କ ମନ୍ଦିରର ମୁଖ୍ୟ ମନ୍ଦିର ଭୁଶୁଡି ପଡିଥିବାର ଜଣାଯାଏ, ଏବେ କେବେଳ ଏହାର ମୁଖଶାଳା ରହିଛି।

Konark Sun Temple History

ଶ୍ରୀମନ୍ଦିର ଏତେ ବଡ଼ ହୋଇଥିବାରୁ ଏହାକୁ ଭୁକମ୍ପର ଭୟ ରହିଛି, କିନ୍ତୁ ଗତ ୮ ଶହ ବର୍ଷ ଇତିହାସରେ ଏପରି କୌଣସି ଘଟଣାର ନଜିର ନାହିଁ। ଏହାକୁ ଘଡଘଡି ମାରିବାର ଭୟ ମଧ୍ୟ ରହିଥିଲା, ଏଥିପାଇଁ ବୋଧହୁଏ ଶ୍ରୀମନ୍ଦିର ଉପରେ ନୀଳଚକ୍ର ଆକାରରରେ ମେଟାଲ ବ୍ୟବହାର କରାଯାଇ ଏଠାରୁ ତମ୍ବାରେ ଆର୍ଥିଙ୍ଗ କରାଯାଇଥିଲା। ଏତେବଡ଼ ମନ୍ଦିର ହୋଇଥିବାରୁ ଏହାକୁ ବାତ୍ୟା ଭୟ ମଧ୍ୟ ରହେ। କାରଣ ଓଡ଼ିଶାର ଲିଙ୍ଗରାଜ ମନ୍ଦିର, ଶ୍ରୀମନ୍ଦିର କିମ୍ବା କୋଣାର୍କ ମନ୍ଦିରରେ କୌଣସି ପ୍ରକାର ପ୍ଲାଷ୍ଟରିଂ ହୋଇନାହିଁ, ଏହା କେବେଳ ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ଠିଆ ହୋଇଛନ୍ତି।

ଶ୍ରୀମନ୍ଦିର ରେଖା ଦେଉଳ ହେଲେ ମଧ୍ୟ ଏହା କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ଅଟେ। ପ୍ରାୟ ୧୦ ଏକର ଜମି ଉପରେ ଏହା ନିର୍ମିତ। ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ମେଘନାଦ ପାଚେରୀ (୬୬୫×୬୪୦ ଫୁଟ) ନିର୍ମାଣ କରାଇଥିଲେ। ସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ଆଠଗଡ଼-ଚନ୍ଦକା ଅଞ୍ଚଳରୁ ଆଣିଥିବା ବାଲୁକା ପଥର (ସାଣ୍ଡଷ୍ଟୋନ) ରେ ନିର୍ମାଣ ହୋଇଛି ଏବଂ କିଛି ଖଣ୍ଡେଲାଇଟ ପଥର ମଧ୍ୟ ବ୍ୟବହାର ହୋଇଛି। ଚାରି ଦ୍ୱାରରେ ଲାଗିଥିବା କଳା ମୁଗୁନି ପଥର ବାଲେଶ୍ୱର ନୀଳଗିରିରୁ ଅଣାଯାଇଥିଲା ବୋଲି କୁହାଯାଏ।

ତେବେ ଏହି ପଥର ସବୁ ମହାନଦୀ ଅବବାହିକାରେ ମିଳୁଥିବାରୁ ନଦୀ ପଥ ଦେଇ ଏତେ ବଡ଼ ବଡ଼ ପଥର ଭେଳାରେ ପରିବହନ କରାଯାଇଥିଲା ବୋଲି କୁହାଯାଏ। କୋଣାର୍କ ନିକଟରେ ଥିବା “ପଥର ବୁହା ନାଳ” ଏହାର ଜଳଜଳ ପ୍ରମାଣ। ପଥରଗୁଡ଼ିକ କେବଳ ମାଧ୍ୟାକର୍ଷଣ ଓ ଲକ-ଇନ-କ୍ଲାମ୍ପ ପ୍ରଣାଳୀରେ ଯୋଡ଼ା ହୋଇଛି। କିଛି ସ୍ଥାନରେ ଓଲଟା U-ଆକୃତିର ଲୁହା ରଡ଼ ବ୍ୟବହୃତ ହୋଇଥିଲା। ଘଡ଼ଘଡ଼ି ଠାରୁ ସୁରକ୍ଷା ପାଇଁ ନୀଳଚକ୍ରରେ ତମ୍ବା ଆର୍ଥିଙ୍ଗ କରାଯାଇଛି।

ସମୟର ଆଘାତ ଓ ସଂରକ୍ଷଣ
ନିର୍ମାଣର ତିନି-ଚାରି ଶହ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କୌଣସି ଅସୁବିଧା ନ ଥିଲା। କିନ୍ତୁ ସମୁଦ୍ରର ଲୁଣା ପବନ ଓ ବର୍ଷା ଯୋଗୁଁ ଲୁହା ରଡ଼ ନଷ୍ଟ ହେବାରୁ ପଥର ଖସିବା ଆରମ୍ଭ ହୋଇଥିଲା। ଏହାକୁ ରୋକିବା ପାଇଁ ଗଜପତିମାନେ ମନ୍ଦିର ଉପରେ ପ୍ରାୟ ୯ ଥର ଚୂନ ଲେପ ଦେଇଥିଲେ, ଯାହା ପରେ ଦେଢ଼ ଫୁଟ ପର୍ଯ୍ୟନ୍ତ ମୋଟା ହୋଇଯାଇଥିଲା ଏବଂ ଅଧିକ କ୍ଷତି କରିଥିଲା।

ପରେ ୧୯୭୫ରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ଘୋଷଣା କରାଯାଇଥିଲା। ୧୯୭୯ରୁ ASI ଚୂନ ଅପସାରଣ ଆରମ୍ଭ କରି ୧୯୯୬ ସୁଦ୍ଧା ସମ୍ପୂର୍ଣ୍ଣ କରିଥିଲା। ଏହି ସମୟରେ ୧୯୯୦ରେ ଅଁଳା ବେଢ଼ା ନିକଟରେ ୬ ଟନ୍ ଓ ୧୯୯୨ରେ ରତ୍ନସିଂହାସନ ନିକଟରେ ୧ ଟନ୍ ପଥର ଖସିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡି ନିକଟରେ ଅସ୍ଥାୟୀ ରତ୍ନସିଂହାସନକୁ ସ୍ଥାନାନ୍ତର କରାଯାଇ ଗର୍ଭଗୃହରେ ରତ୍ନ ସିଂହାସନ ଠାରୁ ୪୫ ଫୁଟ ଉପରେ ଷ୍ଟିଲ ଫ୍ରେମ ତିଆରି କରାଯାଇଛି, ଯାହାଦ୍ୱାରା ପଥର ଖସିଲେ ତାହା ତଳକୁ ଆସିବ ନାହିଁ।

ତିନି ମହଲା ବିଶିଷ୍ଟ ଶ୍ରୀମନ୍ଦି
ଚୂନ ହଟାଇବା ସମୟରେ ଜଣାପଡ଼ିଛି ଯେ ମନ୍ଦିର ତିନି ମହଲା ବିଶିଷ୍ଟ। ଅନୁଧ୍ୟାନ ସମୟରେ ଦ୍ୱିତୀୟ ମହଲାରେ ୩ ଫୁଟ ମୋଟା ଧାନଚୋପା ଓ ଖସିପଡ଼ିଥିବା ପଥର ମିଳିଥିଲା। ସେହିପରି ୧୯୯୬ରେ ଶ୍ରୀମନ୍ଦିର ଶୀର୍ଷରେ ଥିବା ଦଧିନଉତି ନିକଟରେ ଫାଟ ଚିହ୍ନଟ ହୋଇଥିଲା, ଯାହାର କାରଣ ବଡ଼ ବାନା ଲାଗିବା ଦ୍ୱାରା ନୀଳଚକ୍ର ଦୋହଲିବା ବୋଲି ଜଣାପଡ଼ିଥିଲା। ଏହାପରେ ବାନାର ଲମ୍ବ ନିୟନ୍ତ୍ରଣ କରାଯାଇଛି। ପୂର୍ବରୁ ବହୁତ ବଡ଼ ଏପରିକି ୨୦୦ ଫୁଟ ଲମ୍ବାର ବାନା ମଧ୍ୟ ଲଗାଯାଉଥିଲା ଯାହା ପ୍ରାୟ ପାଦୁକା କୁଣ୍ଡ ପର୍ଯ୍ୟନ୍ତ ଉଡୁଥିଲା

ମହାପାତ୍ର କହିଛନ୍ତି, “ଆଧୁନିକ ଯୁଗରେ ଗୋଟିଏ ୬ ଟନ୍ ପଥର ମରାମତି କରିବାକୁ ୭ ମାସ ଲାଗିଥିଲା। କିନ୍ତୁ ୮୦୦ ବର୍ଷ ତଳେ ଏତେ ବିରାଟ ମନ୍ଦିର କିପରି ତିଆରି ହେଲା, ତାହା ସତରେ ଆଶ୍ଚର୍ଯ୍ୟଜନକ।” ଏହା ଓଡ଼ିଶାର ପ୍ରାଚୀନ ଶିଳ୍ପୀମାନଙ୍କର ଅସାଧାରଣ ଦକ୍ଷତା ଓ ଭକ୍ତିର ଜଳଜଳ ଉଦାହରଣ ବୋଲି ମହାପାତ୍ର ମତପ୍ରକାଶ କରିଛନ୍ତି।

ଏହି ବିଶାଳ ମନ୍ଦିରର ନିର୍ମାଣ ଓ ସଂରକ୍ଷଣର ଏହିସବୁ ରହସ୍ୟ ଲୋକଙ୍କୁ ଶ୍ରୀମନ୍ଦିର ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିବ ବୋଲି ପୂର୍ବତନ ପ୍ରଶାସକ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?