କେତେ ସତ

ଡା. ଶୁଭଶ୍ରୀ ମିଶ୍ର

ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡ଼େ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା ହେଉଥିଲାବେଳେ ନଚେତ୍‌ ହୋଇସାରିବା ପରେ ଟିକା ନେଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା ସହିତ କୌଣସି ସମ୍ପର୍କ ନାହିଁ। କରୋନା ଟିକା ନେବା ଭିତରେ ଗର୍ଭଧାରଣ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିବା ପରେ ସାଧାରଣରେ ଏ ନେଇ ସଚେତନତା ବଢ଼ୁଛି। ଗର୍ଭଧାରଣ କରିବା ପରେ ବହୁ କଟକଣା ଲଗାଯାଏ। ଏହା ପଛକୁ ଅନ୍ଧବିଶ୍ୱାସ ବି ଏଥିରେ ସାମିଲ ହୋଇଯାଇଛି। ଗର୍ଭଧାରଣର ସମୟକୁ ନେଇ ପୁଅ ହେବ କି ଝିଅ ଏମିତି ଚିନ୍ତା କରାଯାଏ। କୁହାଯାଏ ପୂର୍ଣ୍ଣିମାରେ ସମ୍ଭୋଗରୁ ଝିଅ ଓ ଚତୁର୍ଥୀ ଚନ୍ଦ୍ର ସମୟରେ ଗର୍ଭ ସଞ୍ଚାର ହେଲେ ପୁଅ ହୁଏ। ଯଦି ଗର୍ଭଧାରଣ ସମୟରେ ହାତ ଶୁଖିଲା ରହେ ତେବେ ପୁଅ ଏମିତି ଧାରଣା ରହିବା ଠିକ୍‌ ନୁହେଁ। କିନ୍ତୁ ସାଧାରଣରେ ଏଭଳି ମତ ପ୍ରକାଶ ପାଏ ଗର୍ଭଧାରଣ ପରେ। ବେଳେବେଳେ ବି ବେଶି ମିଠା ଖାଇବାକୁ ଇଚ୍ଛା ହେଉଥିଲେ ଝିଅ ଓ ଲୁଣିଆ ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ପୁଅ ହେବ ବୋଲି ବିଶ୍ୱାସ ରହିଛି। କିନ୍ତୁ ଚିକିତ୍ସକଙ୍କ ମତରେ ଏସବୁ ଜିନିଷ ଖାଇବା ଲାଗି ପ୍ରବଳ ଇଚ୍ଛା କିଛି ମିନେରାଲ ଅଭାବ ଓ ଗର୍ଭସ୍ଥ ଶିଶୁ ଲାଗି ଚିନ୍ତା ବଢ଼ିଯିବା ଯୋଗୁ ହୋଇଥାଏ। ବହୁ ମହିଳା ଯେଉଁମାନେ ମା’ ହୋଇସାରିଛନ୍ତି ସେମାନେ ବି କହନ୍ତି ଯେ, ସକାଳୁ ଦୁର୍ବଳ ଲାଗିଲେ ଝିଅ ହୁଏ। କିନ୍ତୁ ଚିକିତ୍ସକ କୁହନ୍ତି, ସକାଳୁ ବ୍ଲଡ ସୁଗାର କମିଗଲେ ଦୁର୍ବଳ ଲାଗେ। ଏହାସହ ପୁଅ କି ଝିଅ ହେବାର କିଛି ସମ୍ବନ୍ଧ ନାହିଁ। ଯଦି କେଶ ସୁନ୍ଦର ଓ ସିଲ୍କ ଭଳି ଝଟକିବ ତେବେ ପୁଅର ସୂଚନା ଏହା ବ୍ୟତିରେକ ଯଦି ଚେହେରାରେ କି କେଶରେ ଚମକ ନ ଥିବ- ତେବେ ଝିଅ ହେବା ଧାରଣା ବି ରହିଛି, ଯାହା ଅମୂଳକ। ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଏଭଳି ଶରୀରର ହରମୋନରେ ପରିବର୍ତ୍ତନ ହେବା କାରଣରୁ ହୋଇଥାଏ।
ବାରମ୍ବାର ମନୋଦଶାରେ ପରିବର୍ତ୍ତନ ହେଲେ ଗର୍ଭବତୀର ଝିଅ ଯଦି ଏପରି ହେଉନାହିଁ ତ ପୁଅ ହେବ। କିନ୍ତୁ ମୁଡ୍‌ ସୁଇଙ୍ଗ ହରମୋନରେ ପରିବର୍ତ୍ତନ ହେବା ଯୋଗୁ ହୋଇଥାଏ। ପେଟ ବଡ଼ ହେଲେ ଝିଅ ଓ ଛୋଟ ରହିଲେ ପୁଅ ହେବାର କଥା ବି ଉଠେ। ଏହା ମଧ୍ୟ ଗ୍ରହଣୀୟ ନୁହେଁ। ପେଟ ବଡ଼ କି ଛୋଟ ତାହା ଶରୀରର ଆକାର ଓ ମାଂସପେଶୀର ଟୋନ ଉପରେ ନିର୍ଭର କରେ। ଅନେକେ ଗର୍ଭବତୀଙ୍କୁ ବେଶି ଖାଇବା ଲାଗି କହନ୍ତି। ଉଭୟ ମା’ ଓ ଶିଶୁ ଲାଗି ବଳଦାୟକ ବୋଲି କୁହାଯାଇଥାଏ। କିନ୍ତୁ ଏହା ଅନାବଶ୍ୟକ । ବେଶି ନ ଖାଇ ସୁଷମ ଖାଦ୍ୟ ଖାଇବା ଉଚିିତ। ଆଉ ଗୋଟିଏ କଥା ବି ରହିଛି ଯେ, ଘିଅ ଖାଇଲେ ସହଜରେ ଶିଶୁ ଜନ୍ମ ହୋଇଯାଏ। ଆଗେ ମହିଳାମାନେ ପୂରା ପରିବାର ସଦସ୍ୟ ଖାଇସାରିବା ପରେ ଯାହା ବଳୁଥିଲା ତାହା ଖାଉଥିଲେ। ଏଣୁ ଯେତେବେଳେ ଗର୍ଭଧାରଣ କରୁଥିଲେ ସେତେବେଳେ ଭଲ ଖାଦ୍ୟ ତାଙ୍କୁ ଦେବା ବା ସେମାନେ ଭଲ ଖାଇବାର ଏକ ସୁଯୋଗ ପାଉଥିଲେ। ଏଣୁ ଶୁଖିଲା ଖାଦ୍ୟ ସାଙ୍ଗକୁ ଘିଅ ସେମାନଙ୍କୁ ଦିଆଯାଉଥିଲା। ଏବେ କିନ୍ତୁ ସୁଷମ ଓ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ବେଶି ଖାଇବାକୁ ମିଳୁଛି, କିନ୍ତୁ ଏଭଳି ଅଭ୍ୟାସ ଭଲ ନୁହେଁ। ଏହା ଶିଶୁର ଓଜନ ବୃଦ୍ଧି କରିଦିଏ ଓ ପ୍ରସବ ସମୟରେ ବିପଦ ଦେଖାଦିଏ। ନର୍ମାଲ ଡେଲିଭରି ସମ୍ଭବ ହୋଇ ନ ଥାଏ। କହନ୍ତି ଗର୍ଭଧାରଣର ଶେଷ ମାସ ଆଡ଼କୁ ଘର ଝାଡ଼ୁ କଲେ ନର୍ମାଲ ଡେଲିଭରି ହୁଏ। ଏହା ବି ସତ ନୁହେଁ। ଏହାଦ୍ୱାରା ବ୍ୟାକ୍‌ପେନ ହୋଇଥାଏ। ଏହା ବଦଳରେ ସ୍କ୍ବାଟ କରିବା ଭଲ। ଗର୍ଭଧାରଣ ସମୟରେ କ୍ରାମ୍ପସ, ଭେରିକସ ଭେନ୍‌ସ ଓ ଫୁଲା ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏଣୁ ଏଥିପ୍ରତି ବି ଧ୍ୟାନ ଦେବାକୁ ହୁଏ। ଯଦି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ମ୍ୟାଟ ଉପରେ ଗୋଡ଼ ସିଧା ଲମ୍ବାଇ ଧୀରେ ଧୀରେ ପାଦକୁ ଆଣ୍ଠୁ ଆଡ଼କୁ ଆଣନ୍ତୁ। ଏହାଦ୍ୱାରା କାଫ୍‌ ମସଲ୍‌ସ ରିଲାକ୍ସ ହୋଇଯିବ। ବେଶି ସମୟ ଗୋଡ଼ ଛନ୍ଦି ଠିଆ ହୋଇ ରୁହନ୍ତୁନି। ନିୟମିତ ବ୍ୟାୟାମ କରନ୍ତୁ। ମୁଣ୍ଡ ବୁଲାଇବା, ଛାତି ଜଳାପୋଡ଼ା ଓ ବଦହଜମୀର ଶିକାର ହୋଇଥିଲେ ଅଧିକ ପାଣି ଥିବା ଫଳ ଖାଆନ୍ତୁ। ଯେଉଁମାନେ ପ୍ରଥମ ଗର୍ଭଧାରଣ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ବେଶି ଦେଖାଦିଏ। ଅଦା ଚୋବାଇବାରେ କିଛିଟା ସୁଫଳ ମିଳିବ। ଗର୍ଭଧାରଣ ବେଳେ ପୂରା ଶରୀରର ଲିଗାମେଣ୍ଟ ନମନୀୟ ରହେ ଓ ଏହା ଡେଲିଭରି ବେଳେ ସହାୟକ ହୋଇଥାଏ। ଏହା ଯୋଗୁ ତଳପିଠିର ଖଞ୍ଜା ଉପରେ ଚାପ ପଡ଼େ, ଯାହା ବ୍ୟାକ୍‌ପେନର କାରଣ ହୁଏ। ଗର୍ଭଧାରଣ ଜଣେ ମହିଳାଙ୍କ ପାଇଁ ଜୀବନର ଶ୍ରେଷ୍ଠ ଅନୁଭବ। ଏ କ୍ଷେତ୍ରରେ ଅନ୍ୟମାନଙ୍କର କାନକୁହା ଗୁଜବ ଶୁଣନ୍ତୁ ନାହିଁ। ସରକାର ବ୍ୟବସ୍ଥିତ ସମସ୍ତ ଚିକିତ୍ସା ସେବା ଗ୍ରହଣ କରନ୍ତୁ ଓ କରୋନା ମହାମାରୀ ପାଇଁ ସମସ୍ତ ସ୍ବାସ୍ଥ୍ୟ ସତର୍କତାକୁ ମଧ୍ୟ ମାନି ଚଳନ୍ତୁ।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri