ଘାଟିରୁ ଖସିଲା ବସ୍‌, ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ପାରଳାଖେମୁଣ୍ଡି,୨୧ା୧(ଡି.ଏନ୍‌.ଏ.): ଗଜପତି ଜିଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଜେରାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ‘ଇସ୍ପାତ’ ନାମକ ବସ୍‌ଟି ଗୁରୁବାର ରାତିରେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା। ତେବେ ଶୁକ୍ରବାର ଭୋର୍‌ ସମୟରେ ଘନକୁହୁଡ଼ିରେ ରାଶିବାଡ଼ି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି। ବସ୍‌ଟିର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ…

ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

ଚେନ୍ନାଇ,୧୩ା୭:ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଦୃଢ଼ ବିରୋଧ କରିବା ପାଇଁ ଇଣ୍ଡିଆ ବ୍ଲକ୍‌ରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ…

ନେପାଳରେ ପୁଣି ଜେନ୍‌ ଜି ବିକ୍ଷୋଭ

କାଠମାଣ୍ଡୁ,୧୩ା୭: ନେପାଳ ସରକାର କୌଣସି ଥଇଥାନ ଯୋଜନା ନ କରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଥିବାରୁ ଏହାର ପ୍ରତିବାଦରେ ରାଜଧାନୀ କାଠମାଣ୍ଡୁରେ ରବିବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଶତାଧିକ…

ବ୍ୟାଙ୍କକ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୧୮ ମହିଳାଙ୍କ ସମେତ ଜଳିଗଲେ ୨୭

ବ୍ୟାଙ୍କକ୍‌,୧୩ା୭: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ମହିଳାଙ୍କ ସମେତ ୨୭ଜଣ ଜିଅନ୍ତା…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri