ଘାଟିରୁ ଖସିଲା ବସ୍‌, ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ପାରଳାଖେମୁଣ୍ଡି,୨୧ା୧(ଡି.ଏନ୍‌.ଏ.): ଗଜପତି ଜିଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଜେରାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ‘ଇସ୍ପାତ’ ନାମକ ବସ୍‌ଟି ଗୁରୁବାର ରାତିରେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା। ତେବେ ଶୁକ୍ରବାର ଭୋର୍‌ ସମୟରେ ଘନକୁହୁଡ଼ିରେ ରାଶିବାଡ଼ି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି। ବସ୍‌ଟିର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri