କେତେ ସତ

ଡା. ଶୁଭଶ୍ରୀ ମିଶ୍ର

ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡ଼େ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା ହେଉଥିଲାବେଳେ ନଚେତ୍‌ ହୋଇସାରିବା ପରେ ଟିକା ନେଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା ସହିତ କୌଣସି ସମ୍ପର୍କ ନାହିଁ। କରୋନା ଟିକା ନେବା ଭିତରେ ଗର୍ଭଧାରଣ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିବା ପରେ ସାଧାରଣରେ ଏ ନେଇ ସଚେତନତା ବଢ଼ୁଛି। ଗର୍ଭଧାରଣ କରିବା ପରେ ବହୁ କଟକଣା ଲଗାଯାଏ। ଏହା ପଛକୁ ଅନ୍ଧବିଶ୍ୱାସ ବି ଏଥିରେ ସାମିଲ ହୋଇଯାଇଛି। ଗର୍ଭଧାରଣର ସମୟକୁ ନେଇ ପୁଅ ହେବ କି ଝିଅ ଏମିତି ଚିନ୍ତା କରାଯାଏ। କୁହାଯାଏ ପୂର୍ଣ୍ଣିମାରେ ସମ୍ଭୋଗରୁ ଝିଅ ଓ ଚତୁର୍ଥୀ ଚନ୍ଦ୍ର ସମୟରେ ଗର୍ଭ ସଞ୍ଚାର ହେଲେ ପୁଅ ହୁଏ। ଯଦି ଗର୍ଭଧାରଣ ସମୟରେ ହାତ ଶୁଖିଲା ରହେ ତେବେ ପୁଅ ଏମିତି ଧାରଣା ରହିବା ଠିକ୍‌ ନୁହେଁ। କିନ୍ତୁ ସାଧାରଣରେ ଏଭଳି ମତ ପ୍ରକାଶ ପାଏ ଗର୍ଭଧାରଣ ପରେ। ବେଳେବେଳେ ବି ବେଶି ମିଠା ଖାଇବାକୁ ଇଚ୍ଛା ହେଉଥିଲେ ଝିଅ ଓ ଲୁଣିଆ ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ପୁଅ ହେବ ବୋଲି ବିଶ୍ୱାସ ରହିଛି। କିନ୍ତୁ ଚିକିତ୍ସକଙ୍କ ମତରେ ଏସବୁ ଜିନିଷ ଖାଇବା ଲାଗି ପ୍ରବଳ ଇଚ୍ଛା କିଛି ମିନେରାଲ ଅଭାବ ଓ ଗର୍ଭସ୍ଥ ଶିଶୁ ଲାଗି ଚିନ୍ତା ବଢ଼ିଯିବା ଯୋଗୁ ହୋଇଥାଏ। ବହୁ ମହିଳା ଯେଉଁମାନେ ମା’ ହୋଇସାରିଛନ୍ତି ସେମାନେ ବି କହନ୍ତି ଯେ, ସକାଳୁ ଦୁର୍ବଳ ଲାଗିଲେ ଝିଅ ହୁଏ। କିନ୍ତୁ ଚିକିତ୍ସକ କୁହନ୍ତି, ସକାଳୁ ବ୍ଲଡ ସୁଗାର କମିଗଲେ ଦୁର୍ବଳ ଲାଗେ। ଏହାସହ ପୁଅ କି ଝିଅ ହେବାର କିଛି ସମ୍ବନ୍ଧ ନାହିଁ। ଯଦି କେଶ ସୁନ୍ଦର ଓ ସିଲ୍କ ଭଳି ଝଟକିବ ତେବେ ପୁଅର ସୂଚନା ଏହା ବ୍ୟତିରେକ ଯଦି ଚେହେରାରେ କି କେଶରେ ଚମକ ନ ଥିବ- ତେବେ ଝିଅ ହେବା ଧାରଣା ବି ରହିଛି, ଯାହା ଅମୂଳକ। ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ। ଏଭଳି ଶରୀରର ହରମୋନରେ ପରିବର୍ତ୍ତନ ହେବା କାରଣରୁ ହୋଇଥାଏ।
ବାରମ୍ବାର ମନୋଦଶାରେ ପରିବର୍ତ୍ତନ ହେଲେ ଗର୍ଭବତୀର ଝିଅ ଯଦି ଏପରି ହେଉନାହିଁ ତ ପୁଅ ହେବ। କିନ୍ତୁ ମୁଡ୍‌ ସୁଇଙ୍ଗ ହରମୋନରେ ପରିବର୍ତ୍ତନ ହେବା ଯୋଗୁ ହୋଇଥାଏ। ପେଟ ବଡ଼ ହେଲେ ଝିଅ ଓ ଛୋଟ ରହିଲେ ପୁଅ ହେବାର କଥା ବି ଉଠେ। ଏହା ମଧ୍ୟ ଗ୍ରହଣୀୟ ନୁହେଁ। ପେଟ ବଡ଼ କି ଛୋଟ ତାହା ଶରୀରର ଆକାର ଓ ମାଂସପେଶୀର ଟୋନ ଉପରେ ନିର୍ଭର କରେ। ଅନେକେ ଗର୍ଭବତୀଙ୍କୁ ବେଶି ଖାଇବା ଲାଗି କହନ୍ତି। ଉଭୟ ମା’ ଓ ଶିଶୁ ଲାଗି ବଳଦାୟକ ବୋଲି କୁହାଯାଇଥାଏ। କିନ୍ତୁ ଏହା ଅନାବଶ୍ୟକ । ବେଶି ନ ଖାଇ ସୁଷମ ଖାଦ୍ୟ ଖାଇବା ଉଚିିତ। ଆଉ ଗୋଟିଏ କଥା ବି ରହିଛି ଯେ, ଘିଅ ଖାଇଲେ ସହଜରେ ଶିଶୁ ଜନ୍ମ ହୋଇଯାଏ। ଆଗେ ମହିଳାମାନେ ପୂରା ପରିବାର ସଦସ୍ୟ ଖାଇସାରିବା ପରେ ଯାହା ବଳୁଥିଲା ତାହା ଖାଉଥିଲେ। ଏଣୁ ଯେତେବେଳେ ଗର୍ଭଧାରଣ କରୁଥିଲେ ସେତେବେଳେ ଭଲ ଖାଦ୍ୟ ତାଙ୍କୁ ଦେବା ବା ସେମାନେ ଭଲ ଖାଇବାର ଏକ ସୁଯୋଗ ପାଉଥିଲେ। ଏଣୁ ଶୁଖିଲା ଖାଦ୍ୟ ସାଙ୍ଗକୁ ଘିଅ ସେମାନଙ୍କୁ ଦିଆଯାଉଥିଲା। ଏବେ କିନ୍ତୁ ସୁଷମ ଓ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ବେଶି ଖାଇବାକୁ ମିଳୁଛି, କିନ୍ତୁ ଏଭଳି ଅଭ୍ୟାସ ଭଲ ନୁହେଁ। ଏହା ଶିଶୁର ଓଜନ ବୃଦ୍ଧି କରିଦିଏ ଓ ପ୍ରସବ ସମୟରେ ବିପଦ ଦେଖାଦିଏ। ନର୍ମାଲ ଡେଲିଭରି ସମ୍ଭବ ହୋଇ ନ ଥାଏ। କହନ୍ତି ଗର୍ଭଧାରଣର ଶେଷ ମାସ ଆଡ଼କୁ ଘର ଝାଡ଼ୁ କଲେ ନର୍ମାଲ ଡେଲିଭରି ହୁଏ। ଏହା ବି ସତ ନୁହେଁ। ଏହାଦ୍ୱାରା ବ୍ୟାକ୍‌ପେନ ହୋଇଥାଏ। ଏହା ବଦଳରେ ସ୍କ୍ବାଟ କରିବା ଭଲ। ଗର୍ଭଧାରଣ ସମୟରେ କ୍ରାମ୍ପସ, ଭେରିକସ ଭେନ୍‌ସ ଓ ଫୁଲା ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏଣୁ ଏଥିପ୍ରତି ବି ଧ୍ୟାନ ଦେବାକୁ ହୁଏ। ଯଦି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ମ୍ୟାଟ ଉପରେ ଗୋଡ଼ ସିଧା ଲମ୍ବାଇ ଧୀରେ ଧୀରେ ପାଦକୁ ଆଣ୍ଠୁ ଆଡ଼କୁ ଆଣନ୍ତୁ। ଏହାଦ୍ୱାରା କାଫ୍‌ ମସଲ୍‌ସ ରିଲାକ୍ସ ହୋଇଯିବ। ବେଶି ସମୟ ଗୋଡ଼ ଛନ୍ଦି ଠିଆ ହୋଇ ରୁହନ୍ତୁନି। ନିୟମିତ ବ୍ୟାୟାମ କରନ୍ତୁ। ମୁଣ୍ଡ ବୁଲାଇବା, ଛାତି ଜଳାପୋଡ଼ା ଓ ବଦହଜମୀର ଶିକାର ହୋଇଥିଲେ ଅଧିକ ପାଣି ଥିବା ଫଳ ଖାଆନ୍ତୁ। ଯେଉଁମାନେ ପ୍ରଥମ ଗର୍ଭଧାରଣ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ବେଶି ଦେଖାଦିଏ। ଅଦା ଚୋବାଇବାରେ କିଛିଟା ସୁଫଳ ମିଳିବ। ଗର୍ଭଧାରଣ ବେଳେ ପୂରା ଶରୀରର ଲିଗାମେଣ୍ଟ ନମନୀୟ ରହେ ଓ ଏହା ଡେଲିଭରି ବେଳେ ସହାୟକ ହୋଇଥାଏ। ଏହା ଯୋଗୁ ତଳପିଠିର ଖଞ୍ଜା ଉପରେ ଚାପ ପଡ଼େ, ଯାହା ବ୍ୟାକ୍‌ପେନର କାରଣ ହୁଏ। ଗର୍ଭଧାରଣ ଜଣେ ମହିଳାଙ୍କ ପାଇଁ ଜୀବନର ଶ୍ରେଷ୍ଠ ଅନୁଭବ। ଏ କ୍ଷେତ୍ରରେ ଅନ୍ୟମାନଙ୍କର କାନକୁହା ଗୁଜବ ଶୁଣନ୍ତୁ ନାହିଁ। ସରକାର ବ୍ୟବସ୍ଥିତ ସମସ୍ତ ଚିକିତ୍ସା ସେବା ଗ୍ରହଣ କରନ୍ତୁ ଓ କରୋନା ମହାମାରୀ ପାଇଁ ସମସ୍ତ ସ୍ବାସ୍ଥ୍ୟ ସତର୍କତାକୁ ମଧ୍ୟ ମାନି ଚଳନ୍ତୁ।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri