ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ
ନେଇ କେତୋଟି ଟିପ୍ସ…
ଖରା ଏବଂ ପ୍ରଦୂଷଣ ଏହି ଦୁଇଟି ତ୍ୱଚା ଲାଗି ସବୁଠାରୁ ବଡ଼ ଶତ୍ରୁ। କିନ୍ତୁ ଅଫିସ୍‌ ଯିବାର ଥିଲେ କିମ୍ବା କୌଣସି କାମରେ ବାହାରକୁ ଯାଉଥିଲେ,ନିଜ ତ୍ୱଚାକୁ ଯେତେ ସମ୍ଭବ ସୁରକ୍ଷିତ ରଖିବା ଦରକାର। ନିଜ ସ୍କିନ୍‌ କେୟାର ରୁଟିନ୍‌ରେ କିଛି ଘରୋଇ ଉପଚାର ସାହାଯ୍ୟରେ ଆପଣ ନିଜ ତ୍ୱଚାକୁ ସୁରକ୍ଷିତ ରଖିପାରିବେ।
ମଶ୍ଚରାଇଜର : ସକାଳୁ ଘରୁ ବାହାରକୁ ଯିବା ପୂର୍ବରୁ ମଶ୍ଚରାଇଜର ଏବଂ ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବାକୁ ଭୁଲନ୍ତୁ ନାହିଁ। ଯଦି ରାତିରେ ଶୋଇବା ପୂର୍ବରୁ ସ୍କିନ୍‌ କେୟାର କରୁଛନ୍ତି ଯେମିତିକି କିଛି ପୋଷକ ତତ୍ତ୍ୱ ଦେଉଛନ୍ତି ତେବେ ଏହାଦ୍ୱାରା ସ୍କିନ୍‌ର ଚମକ ପ୍ରଭାବିତ ହେବନାହିଁ।
କାକୁଡ଼ି: ରାତିରେ ମୁହଁ ସଫାକଲା ପରେ କାକୁଡ଼ିରସ ମୁହଁରେ ଲଗାଇପାରିବେ। କାକୁଡ଼ିରେ ୯୨ ପ୍ରତିଶତ ଜଳ ରହିଛି, ଯାହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍‌ କରିଥାଏ। ଏହା ଗରମଜନିତ ସମସ୍ୟାକୁ ଠିକ୍‌ କରିପାରେ। ଆପଣ ପ୍ରତିଦିନ ରାତିରେ ମୁହଁକୁ ଭଲଭାବେ ଧୋଇ ତାକୁ ଶୁଖାଇ ଦିଅନ୍ତୁ। ଏହାପରେ କାକୁଡ଼ିରସକୁ ମୁହଁରେ ହାଲ୍‌କା ଲଗାଇ ରାତି ସାରା ଛାଡ଼ି ଦିଅନ୍ତୁ। ଏହାଦ୍ୱାରା ମୁଖବ୍ରଣଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ମୁହଁ ଅଧିକ ଚମକ ଦେଖାଯାଇଥାଏ।
ଦହି: ଦହି କେଶ ଏବଂ ଶରୀର ଲାଗି ବେଶ୍‌ ଉପଯୋଗୀ । ଏଥିରେ କ୍ୟାଲ୍‌ସିୟମ, ପ୍ରୋଟିନ୍‌ ସହ ଭିଟାମିନ୍‌ ‘ଡି’ ରହିଛି। ଏହା ତ୍ୱଚାକୁ ଚମକଦାର ରଖିବାରେ ସାହାଯ୍ୟ କରିଥାଏ। ଯଦି ପ୍ରତିଦିନ ତ୍ୱଚାରେ ଦହି ଲଗାଯାଏ ତେବେ ମୁଖବ୍ରଣ ସମସ୍ୟା ଦୂର ହେବା ସହ ଆଖି ତଳେ ଥିବା କଳାଦାଗ ଦୂରହୋଇଥାଏ। ଦହିର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବାକୁ ହେଲେ ପ୍ରତିଦିନ ଅଳ୍ପ ମାତ୍ରାରେ ଦହି ଏକ ପାତ୍ରରେ ନିଅନ୍ତୁ। ସେଥିରେ ୫ମିନିଟ୍‌ ପର୍ଯ୍ୟନ୍ତ ମସାଜ୍‌ କରନ୍ତୁ। ଏହାକୁ ରାତିରେ ଧୁଅନ୍ତୁ ନାହିଁ। ସକାଳୁ ମୁହଁକୁ ଭଲଭାବେ ଥଣ୍ଡାପାଣିରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ନିଜ ତ୍ୱଚାର ଫରକ ଜାଣିପାରିବେ।
ଆଲୋଭେରା : ଯଦି ଆପଣଙ୍କ ତ୍ୱଚା ଝାଉଁଳିଯାଉଛି କିମ୍ବା ସନ୍‌ବର୍ନ ହେଉଛି ତେବେ ଆଲୋଭେରା ଜେଲ୍‌ ତୁରନ୍ତ ଆପଣଙ୍କୁ ଆରାମ ଦେବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri