ଗୋଟିଏ କି ଦୁଇ ସପ୍ତାହ ନୁହେଁ ମାସ ସାରା ଖର୍ଚ୍ଚ କଲେ ବି ସରିବନି ଦରମା, ଯଦି ମାନି ନିଅନ୍ତି ଏହି ୫ କଥା…

ନୂଆଦିଲ୍ଲୀ,୧।୧: ଆଜିକାଲି ସମୟରେ ବଜେଟ କରିବା ଏବଂ ତା’ ହିସାବରେ ଚାଲିବା ବେଶ କଷ୍ଟକର। ଏମିତିରେ ରୋଜଗାର ଅଧିକ ହେବା ସତ୍ତ୍ୱେ ବହୁତ କମ୍‌ ସଞ୍ଚୟ ହେଉଛି। ଯଦି ଆପଣ ବି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହାର ଅର୍ଥ ବଜେଟ୍‌ ନିରୂପଣ କରିବା ଏବଂ ଖର୍ଚ୍ଚର ଯୋଜନା କରିବାରେ ତ୍ରୁଟି ରହିଯାଇଛି। ଏମିତିରେ ଆଜିର ଖବର ଆପଣଙ୍କ ଲାଗି। ଏଠାରେ ଆମେ ଆପଣଙ୍କୁ ଦରମାରେ ସଞ୍ଚୟ କରିବାର ୫ ଜବରଦସ୍ତ ଉପାୟ ବିଷୟରେ କହିବୁ।

୫୦-୩୦-୨୦:
ଏହି ନିୟମ ଅଧିନରେ ପ୍ରସ୍ତୁତ ବଜେଟ ଆପଣଙ୍କ ଖର୍ଚ୍ଚ କଣ୍ଟ୍ରୋଲ କରିବାର ଭଲ ଉପାୟ। ଏହାକୁ କରିବା ଲାଗି ଆପଣ ଦରମାକୁ ୫୦-୩୦-୧୦ ନିୟମରେ ବାଣ୍ଟିପାରନ୍ତି।
୫୦%-ଜରୁରୀ ଖର୍ଚ୍ଚ ପାଇଁ(ଘରଭଡ଼ା, ଗ୍ରୋସରୀ)
-୩୦% ନିଜର ପସନ୍ଦ ଏବଂ ସଉକ ଲାଗି(ମନୋରଞ୍ଜନ)
-୨୦% ସଞ୍ଚୟ ଏବଂ ନିବେଶ ଲାଗି

-ଅଟୋମେଟିକ ସେଭିଂ:
ଦରମା ଆସିବା ପରେ ସଞ୍ଚୟ କରିବା କଠିନ। ହେଲେ ଅଟୋମେଟିକ୍‌ ସେଭଳିଂରେ ଏହି କାମ ସହଜ ହୋଇପାରିବ। ଆପଣଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟରେ ଏକ ଭିନ୍ନ ସେଭିଂ ଆକାଉଣ୍ଟ ଖୋଲିବା ଉଚିତ। ଫଳରେ ଦରମା ମିଳିବା ପରେ ଏକ ନିଶ୍ଚିତ ରାଶି(୫୦୦/୧୦୦୦୦) ନିଜର ସେଭିଂ ଆକାଉଣ୍ଟରେ ଟ୍ରାନ୍ସଫର କରିପାରିବ।

– ବୁଝି ବିଚାରି କ୍ରେଡିଟ୍‌ କାର୍ଡର ବ୍ୟବହାର କରନ୍ତୁ:
ଯଦି ଆପଣଙ୍କ ସେଭିଂ ହୋଇପାରୁ ନାହିଁ ତେବେ କ୍ରେଡିଟ୍‌ କାର୍ଡର ବହୁତ କମ୍‌ ନଚେତ କେବଳ ଆବଶ୍ୟକତା ପଡ଼ିବା ସମୟରେ ବ୍ୟବହାର କରନ୍ତୁ। ନ ବୁଝି ନ ବିଚାରି କ୍ରେଡିଟ୍‌ କାର୍ଡର ଉପଯୋଗ କରିବା ଦ୍ୱାରା ଆପଣଙ୍କ ଖର୍ଚ୍ଚ ବଢ଼ିପାରେ। କେବଳ ଆବଶ୍ୟକୀୟ ଜିନିଷ ଲାଗି କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତୁ। ସେହିଭଳି ବିଲ୍‌କୁ ଠିକ୍‌ ସମୟରେ ଦେଇ ଦିଅନ୍ତୁ। ଫଳରେ ଆପଣ ଅନାବଶ୍ୟକ ସୁଧ ଦେବାରୁ ରକ୍ଷା ପାଇବେ।

-ଅଯଥା ଖର୍ଚ୍ଚକୁ ଜଗନ୍ତୂ:
ଅନେକ ସମୟରେ ଛୋଟ-ଛୋଟ ଖର୍ଚ୍ଚ, ଯେମିତିକି ପ୍ରତ୍ୟେହ ମହଙ୍ଗା କଫି, ବାହାରେ ଖାଇବା ବୋଝ ପାଲଟିଥାଏ। ଏଭଳି ଖର୍ଚ୍ଚ ଲାଗି ଏକ ଡାଏରୀ ନଚେତ ଆପ୍‌ରେ ଲେଖନ୍ତୁ। ସେହିଭଳି ମାସର ଶେଷରେ ଏହି ଖର୍ଚ୍ଚକୁ ଦେଖନ୍ତୁ ଯେ କେତେ ଟଙ୍କା ଆପଣ ଏସବୁ ଜିନିଷରେ ଖର୍ଚ୍ଚ କରୁଛନ୍ତି। ଏହିଭଳି ଭାବେ ଅନ୍ୟ ଅନାବଶ୍ୟକ ଖର୍ଚ୍ଚକୁ ଜାଣନ୍ତୁ ଏବଂ ତାକୁ କମ୍‌ କରନ୍ତୁ।

-ଅତିରିକ୍ତ ଆୟର ସ୍ରୋତ ନିର୍ମାଣ କରନ୍ତୁ:
ଅତିରିକ୍ତ ଆୟର ଉତ୍ସ କାଢ଼ିବା ଦ୍ୱାରା ଆପଣ ସଞ୍ଚୟ ଏବଂ ଖର୍ଚ୍ଚକୁ ସମାନ୍ତରାଳ କରିବାରେ ସହାୟକ ହେବ। ଏଥିଲାଗି ଆପଣ ପାର୍ଟ ଟାଇମ୍‌ କାମ କରିପାରିବେ। ନଚେତ ନିଜର ଯୋଗ୍ୟତା ଅନୁଯାୟୀ ଫ୍ରିଲାନ୍ସିଂ ନଚେତ ଟ୍ୟୁସନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ ୧୦ ଟଙ୍କାରେ ହେବ ୧୦ ପରୀକ୍ଷା

ରାଞ୍ଚି,୨୦।୩: ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ସ୍ବାସ୍ଥ୍ୟ ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ୭୪ ବିଲିୟନ ୭୦ କୋଟି ୫୦ ଲକ୍ଷ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ପେନସନ ଯୋଜନାର ନୂଆ ନୋଟିଫିକେଶନ ଜାରି

ନୂଆଦିଲ୍ଲୀ,୨୦।୩: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଗୁରୁବାର ଏକୀକୃତ ପେନସନ ଯୋଜନା (UPS) କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି...

ଇଫତାର ପାର୍ଟିର ମଜା ନେଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୦।୩: ରାଜଧାନୀ ଦିଲ୍ଲୀରେ ଗୁରୁବାର (୨୦ ମାର୍ଚ୍ଚ, ୨୦୨୫) ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଦ୍ୱାରା ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। କଂଗ୍ରେସ...

ଆପଣଙ୍କୁ ଆଇନର ABCD ଜଣାନାହିଁ, କେମିତି ହେଲେ ଆଡଭୋକେଟ, କାହିଁକି ଅଦାଲତରେଏମିତି କହିଲେ ବିଚାରପତି

ନୂଆଦିଲ୍ଲୀ,୨୦।୩: ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ତାଙ୍କ ମହକିଲଙ୍କ ଜାମିନ ଆବେଦନରେ ବାରମ୍ବାର ‘ସହମତିରେ ସମ୍ପର୍କ’ ଲେଖିବା ପାଇଁ ଗୁରୁବାର ଭର୍ତ୍ସନା କରିଛନ୍ତି। କୋର୍ଟ ତାଙ୍କ ଉପରେ...

ଚାଇନାକୁ ଲାଗିବ ବଡ଼ ଝଟକା! ଭାରତ-ତାଇଓ୍ବାନ ମିଶି କରିବାକୁ ଯାଉଛନ୍ତି ଏହି କାମ

ନୂଆଦିଲ୍ଲୀ,୨୦।୩: ଭାରତ ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଶେଷ କରିବାର ଆବଶ୍ୟକତା...

ଯୋଗ୍ୟ ମହିଳାମାନେ ଭରଣପୋଷଣ ଆବେଦନ କରିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୩: ସମ୍ପ୍ରତି ଏକ ରାୟରେ ଦିଲ୍ଲୀ ହାଇକୋର୍ଟ ଏକ ଭରଣପୋଷଣ ଆବେଦନକୁ ଖାରଜ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri