କେମିତି କମିବ କୋଭିଡ୍‌ ପ୍ରଭାବ; ସୂତ୍ର ଦେଲା ଆଇଏମ୍‌ଏଫ୍‌

ଓ୍ବାଶିଂଶନ, ୧୨।୯ : ଭାରତର ଅଭିବୃଦ୍ଧି କ୍ଷେତ୍ରରେ କୋଭିଡ୍‌-୧୯ ମହାମାରୀ ଜନିତ ପ୍ରଭାବ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। କୋଭିଡ୍‌ ଝଟକା ଭାରତ ପାଇଁ ଅପ୍ରତ୍ୟାଶିତ। ବିଭିନ୍ନ ନୀତି ନିର୍ଦ୍ଧାରଣ ଦ୍ୱାରା ଏହି ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ମୁଖପାତ୍ର ଗେରି ରାଇସ ଶୁକ୍ରବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭାରତ ଯେଉଁଭଳି ପଦକ୍ଷେପ ଗ୍ରହଣ କରିଛି ତାକୁ ଆଇଏମ୍‌ଏଫ୍‌ ସମର୍ଥନ କରୁଛି। ବିଶେଷକରି ନିମ୍ନ ଆୟକାରୀ ବର୍ଗ ଏବଂ ପରିବାରଗୁଡିକ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାବାଦ ନିୟାମକ ଏବଂ ନଗଦ ସହାୟତା ମଧ୍ୟ ହାତକୁ ନିଆଯାଇଛି। ସରକାର ପୁଣି ଆର୍ଥତ୍କ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ସମସ୍ୟାରେ ରହିଥିବା ପରିବାର ଏବଂ ବାଣିଜ୍ୟ ସଂସ୍ଥାଗୁଡିକୁ ସହାୟତା ସହ ସ୍ବାସ୍ଥ୍ୟ, ଖାଦ୍ୟ ସାମଗ୍ରୀ ଏବଂ ଆୟ ସହାୟତା ପ୍ରଦାନ ଦିଗରେ ଭାରତ ସରକାର ଧ୍ୟାନ କେନ୍ଦ୍ରିତ କରିବାକୁ ଆଇଏମ୍‌ଏଫ୍‌ର ଏକ ରିପୋର୍ଟରେ କୁହାଯାଇଛି।
ପ୍ରଥମ ତ୍ରୈମାସରେ ଭାରତର ଜିଡିପି ୨୩.୯% ଖସିଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତ ବଜାର ଅଭିବୃଦ୍ଧି ଋଣାତ୍ମକ ରହିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। କରୋନା ମହାମାରୀ ଏବଂ ଏହାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଜାରି କରାଯାଇଥିବା ଲକ୍‌ଡାଉନ ଭାରତ ବଜାରକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରିଛି ବୋଲି ରାଇସ କହିଛନ୍ତି। ବର୍ତ୍ତମାନ ଶିଳ୍ପ, ନିର୍ମାଣ, ମାନୁଫାକଚରିଂ, ହୋଟେଲ ଏବଂ ପରିବହନ କ୍ଷେତ୍ର ବିଶେଷ କ୍ଷତି ସାମ୍ନା କରିଛି। ନିକଟରେ ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ଅପ୍‌ଡେଟରେ କହିଥିଲା ଯେ, ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୪.୫%ରୁ ୬% ପର୍ଯ୍ୟନ୍ତ ହ୍ରାସ ଘଟିବ। ସେହିଭଳି ଘରୋଇ ବଜାର ଲାଗି ଆଉଟଲୁକ୍‌କୁ ନେଇ ଏହା ଆଶଙ୍କା ପ୍ରକଟ କରିଛି। କାରଣ ମାନ୍ଦାବସ୍ଥା ପରେ ବଜାର ବର୍ତ୍ତମାନ କରୋନା ମାଡରେ ବେହାଲ ହୋଇପଡିଛି। ଏହି ସ୍ଥିତି କେବଳ ଭାରତରେ ନୁହେଁ, ସାରା ବିଶ୍ୱ ବଜାର ବର୍ତ୍ତମାନ ଚାପରେ ଚାଲିଛି। ଏହାକୁ ବିଚାରକରି କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ। ବିତ୍ତୀୟ ସ୍ବଚ୍ଛତା ଉପରେ ସରକାର ନଜର ରଖିବାକୁ ମଧ୍ୟ ଧ୍ୟାନଦେବାକୁ ହେବ। ଏହା ହେଲେ ବଜାରର ଆତ୍ମବିଶ୍ୱାସ ବଢିବ ବୋଲି ରାଇସ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri