କେମିତି ଖୋଲିବ ରତ୍ନଭଣ୍ଡାର, କେଉଁମାନଙ୍କୁ ମିଳିବ…

ଭୁବନେଶ୍ୱର,୧୩।୭: ରବିବାର ଖୋଲିପାରେ ରତ୍ନଭଣ୍ଡାର । ଏ ନେଇ ସରକାର ଆଜି ଏସ୍‌ଓପି ଜାରି କରିପାରନ୍ତି । ଏସ୍‌ଓପି ଜାରି ହେବା ପରେ କେମିତି ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପାଇଁ କେଉଁମାନଙ୍କୁ ଅନୁମତି ମିଳିବ ତାହା ସ୍ପଷ୍ଟ ହେବ । ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି ବୋଲି ଯାଂଚ କମିଟି ଅଧ୍ୟକ୍ଷ କହିଥିଲେ । କମିଟି ସୂଚନା ମୁତାବକ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହେବ । ପରେ କମିଟି ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ । ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବା ପୂର୍ବରୁ ଲୋକନାଥଙ୍କ ପୂଜାର୍ଚ୍ଚନା କରାଯିବ । ଏନେଇ ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେମାନେ ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ । ଏହି ସମୟରେ କମିଟି ସମସ୍ତ ଟିମର ସହଯୋଗ ନେବ । ଏହାସହ ରୋଚକ କଥା ହେଉଛି ରତ୍ନଭଣ୍ଡାର ଭିତରେ ସାପ ଥିବା କଥା କୁହାଯାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସ୍ନେକ ହେଲପଲାଇନ ମଧ୍ୟ ସାଥିରେ ଯିବେ । ସେହିଭଳି ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସେଠାରେ ଆଲୋକିକରଣର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ତେଜିଲା ଗୋଷ୍ଠୀକନ୍ଦଳ: ୨ ଗୋଷ୍ଠୀ ଅଲଗା ଅଲଗା କଲେ ଆନ୍ଦୋଳନ

ଭଞ୍ଜନଗର,୧୭।୭(ବାବୁଲା ପ୍ରଧାନ):ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ପଡୁଛିଉଠୁଛି। ଏହିଭଳି ପରିସ୍ଥିତିରେ ଗୁରୁବାର କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ...

ଆଇସିୟୁରେ ବବି ଦାସଙ୍କୁ ଦେଖା କରିବାକୁ ଏତେ ଲୋକଙ୍କୁ ଅନୁମତି ଦେଲା କିଏ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି କିଛି ପ୍ରଶ୍ନ

ଭୁବନେଶ୍ୱର,୧୭।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି।...

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ବନ୍ଦ ପ୍ରଭାବ: ସରକାରଙ୍କ ବିରୋଧରେ ବିକ୍ଷୋଭ

ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ)-ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଦେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ...

ସମ୍ବଲପୁରରୁ ଆସିଲା ସାଂଘାତିକ ଖବର, ପୁଣି ଅଧ୍ୟାପକଙ୍କ ନିର୍ଯାତନା, ଛାତ୍ରୀ କଲେ…

ସମ୍ବଲପୁର, ୧୭।୭(ପ୍ରମୋଦ ବହିଦାର): ବାଲେଶ୍ୱର ଏଫଏମ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ର୍ନିଯାତନା। ଏଥିରେ ମଧ୍ୟ ଜଣେ...

କଂଗ୍ରେସରେ ଫାଟ! ଓଡ଼ିଶା ବନ୍ଦବେଳେ ପଦାରେ ପଡ଼ିଲା ଗୋଷ୍ଠୀକନ୍ଦଳ

ସାଲେପୁର,୧୭।୭(ଅରବିନ୍ଦ ଭୂୟାଁ):ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ସାଲେପୁରଠାରେ କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୁଷ୍ଟି ହୋଇଛି । ସାଲେପୁର କୁଆପାଳ...

କଂଗ୍ରେସ, ବାମଦଦଳର ବନ୍ଦ ଡାକରାରେ ପଟ୍ଟାମୁଣ୍ଡାଇ ଠପ

ପଟ୍ଟାମୁଣ୍ଡାଇ,୧୭।୭,(କଳ୍ପତରୁ ନାୟକ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ଏବଂ ବାମଦଦଳ ଗୁଡିକ ପକ୍ଷରୁ...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

କୋଟପାଡ଼,୧୭ା୭(ରାଜଶେଖର): କୋଟପାଡ଼ କଂଗ୍ରସ କମିଟି ଛତିଶଗଡ଼ ଓଡ଼ିଶା ଜାତୀୟ ରାଜପଥ ୬୩ ଫାଟକ ନିକଟରେ ପ୍ରତିବାଦ, ଶତାଧିକ ଭାରୀଯାନ ରାସ୍ତା ଦୁଇ ପାର୍ଶ୍ୱରେ ଅଟକିଛି l...

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଆଳି, ୧୭।୭ (ବନମାଳୀ ସେନାପତି): ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି ଯୁବତୀ। ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri