କାମ ଚାପରେ କେମିତି ରଖିବେ ମାଇଣ୍ଡ୍‌ ଫ୍ରି:ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…

ଅତ୍ୟଧିକ କାମ ଚାପରେ ବ୍ୟତିବ୍ୟସ୍ତ ହୋଇ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଏ ମନ। ନୀତିଦିନିଆ ଜୀବନରେ ବିଭିନ୍ନ ଭାବରେ ଏହାର ପ୍ରଭାବ ପଡ଼େ। କାର୍ଯ୍ୟ ଦକ୍ଷତା କମିଯାଏ, ବିରକ୍ତ ଲାଗେ। ଏମିତି ଅନୁଭବକଲେ ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…

ଅତ୍ୟଧିକ କାମର ଚାପରେ ଅନେକ ସମୟରେ ମନ ଭାରାକ୍ରାନ୍ତ ହୋଇଯାଏ। ଶରୀର ବି ଥକିଯାଏ, ତା’ ସହ ମନ ବି ଅଶାନ୍ତ ରହେ। ଏଥିପାଇଁ ବିରକ୍ତି ଭାବନା ସୃଷ୍ଟି ହୁଏ ଓ ଚିଡ଼ିଚିଡ଼ା ବି ଅନୁଭବ ହୁଏ। ମନେହୁଏ ଯେମିତି କିଛି କାମ କରିହେବ ନାହିଁ। ବାଧ୍ୟବାଧକତାରେ ସବୁ କାମ କରିବା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟିହୁଏ। ଏଭଳି ସ୍ଥିତି ଆସିଲେ ଜାଣିନେବାକୁ ହେବ ଯେ ମନ ଭାରାକ୍ରାନ୍ତ ହୋଇଯାଇଛି। ତେଣୁ ମନକୁ ଖୁସି କରି ପୁଣି ଥରେ ଉତ୍ସାହ ଭରିବାକୁ ହେବ। ଏମିତି ଅବସ୍ଥାକୁ ମୁଡ୍‌ ଖରାପ ଅଛି ବୋଲି କହିହେବ। ମୁଡ୍‌ ଖରାପ ଥିଲେ କାମ କରିବାକୁ ଇଚ୍ଛା ହୁଏନି, ଦୁର୍ବଳ ଲାଗେ। ଏଭଳି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆପଣଙ୍କୁ କିଛି ସମୟର ମାନସିକ ବିଶ୍ରାମ ଦରକାର। ତେବେ କେଉଁ ସବୁ ଲକ୍ଷଣ ଥିଲେ ଏନେଇ ସଚେତନ ହେବେ ଜାଣିରଖନ୍ତୁ।
କାମ ଶେଷ କରିପାରୁ ନ ଥିବେ: ବେଳେବେଳେ ଏମିତି ମନେହେବ କି ଅନେକ ସମୟ ହେଲାଣି କାମ ଆରମ୍ଭ କରିଛନ୍ତି କିନ୍ତୁ ଶେଷ କରିପାରୁନାହାନ୍ତି। ଆରମ୍ଭ ବେଳକୁ କାମଟି ଖୁବ୍‌ ସହଜ ଲାଗିବ ହେଲେ ଶେଷ କରିବା ପାଇଁ ବହୁ କଷ୍ଟ ଲାଗୁଥିବ। ଏମିତିକି ଛୋଟ ବା ସହଜ କାମ ମଧ୍ୟ ବୋଝ ଭଳି ଲାଗିବ। ତେଣୁ ବାରମ୍ବାର କାମ ଶେଷ କରିବା ପାଇଁ ସମୟ ନେବାକୁ ବାଧ୍ୟ ହେବେ। ଆଉ କିଛି ସମୟ ପରେ ଅବା କାଲି କରିବି ଭାବି କାମ ବନ୍ଦ କରି ଦେଉଥିବେ। ଏମିତି ବାରମ୍ବାର କରିବା ପରେ ବହୁ ବିଳମ୍ବରେ କାମଟିକୁ ଶେଷ କରିପାରିବେ। ଏଭଳି ଅବସ୍ଥା ଏହି ସଙ୍କେତ ଦେଇଥାଏ ଯେ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ନାହିଁ। ଏହା ହେଉଛି ମନର ଓଭରଲୋଡ୍‌ ଅବସ୍ଥା। ମସ୍ତିଷ୍କ କ୍ଳାନ୍ତ, ବିକ୍ଷିପ୍ତ ଓ ଧ୍ୟାନ କେନ୍ଦ୍ରିତ କରିବାକୁ ସଂଘର୍ଷ କରୁଛି।
ବାରମ୍ବାର ବିଭିନ୍ନ ଆପ୍‌ ବଦଳାଇବା: ଡିଜିଟାଲ କ୍ଷେତ୍ରରେ ବିଭିନ୍ନ କାମ କରୁଥିଲେ ସେ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବେ। କୌଣସି କାମରେ ମନ ଲଗାଇପାରୁ ନ ଥିବେ। କାମ କରିବା ସମୟରେ ଅତି ଶୀଘ୍ର ବିଚଳିତ ହୋଇପଡ଼ିବା ଓ ବ୍ୟତିବ୍ୟସ୍ତ ହୋଇ ଫୋନ୍‌ କିମ୍ବା କମ୍ପ୍ୟୁଟରରେ ବାରମ୍ବାର ବିଭିନ୍ନ ଆପ୍‌ ବଦଳାଇ ଚାଲିଥିବେ। ଏହି ଅବସ୍ଥାକୁ ଅନ୍ୟମନସ୍କତା ବୋଲି ଭାବିବା ଭୁଲ୍‌ ହୋଇପାରେ। ଏହା ମାନସିକ ଅସ୍ଥିରତାର ଏକ ଲକ୍ଷଣ। ଏହା ଦର୍ଶାଏ ଯେ ଆପଣଙ୍କ ମନ ଦିଆଯାଇଥିବା କାମ ଉପରେ ଫୋକସ୍‌ କରିପାରୁନାହିଁ। କାରଣ ମନ ଅତ୍ୟଧିକ ଉତ୍ତେଜିତ ଓ କ୍ଳାନ୍ତ ହୋଇପଡ଼ିଛି। ଏହି ଅବସ୍ଥା ରହିଲେ ଧୀରେ ଧୀରେ କାର୍ଯ୍ୟଦକ୍ଷତା ବି କମ୍‌ ହୋଇଯିବ।
ଅତ୍ୟନ୍ତ କଷ୍ଟ: ଯେଉଁ କାମ ଦିନେ କରିବା ପାଇଁ ଅତ୍ୟନ୍ତ ସହଜ ମନେ ହେଉଥିଲା ସେହି କାମ କରିବା ପାଇଁ ଖୁବ୍‌ କଷ୍ଟ ଲାଗିବ। ଅତ୍ୟନ୍ତ ଉତ୍ସାହର ସହ କାମ ଶେଷକରି ଲକ୍ଷ୍ୟ ହାସଲ କରିଥିବା କାମ ମଧ୍ୟ କରିବା ପାଇଁ କଷ୍ଟ ଲାଗିବ। କାମ କରିବାର ଶକ୍ତି କ୍ଷୀଣ ହେବା ଭଳି ମନେ ହେବ। ସମ୍ପୂର୍ଣ୍ଣ ଅନାଗ୍ରହରେ କାମ କରୁଥିବେ। ଏହି ଅବସ୍ଥାର ଅର୍ଥ ହେଉଛି ମନ ଅତ୍ୟନ୍ତ ଭାରାକ୍ରାନ୍ତ ହୋଇପଡ଼ିଛି। ଏହି ସମୟରେ ତୁରନ୍ତ ମନକୁ ରିଚାର୍ଜ କରିବାକୁ ହେବ।
ନିଦ ଅଳସୁଆ: ଶୋଇକି ଉଠିବା ପରେ ସମସ୍ତଙ୍କୁ ଫ୍ରେଶ୍‌ ଲାଗେ। ହେଲେ ବେଳେବେଳେ ବହୁ ସମୟ ଶୋଇବା ପରେ ବି ଉଠିବା ପରେ ସେମିତି ଅନୁଭବ ହେଉ ନ ଥିବ। ତେଣୁ କିଛି ବି କାମ କରିବା ପାଇଁ ଆଦୌ ଇଚ୍ଛା ହେଉ ନ ଥିବ। ଏମିତିକି ଶରୀର ବି ଅସୁସ୍ଥ ଥିବା ଭଳି ଲାଗୁଥିବ। ଏହାର ଏକମାତ୍ର କାରଣ ହେଉଛି ମନ। ମାନସିକ କ୍ଳାନ୍ତି ଅନେକ ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରାଇଥାଏ। ତେଣୁ ଅଧିକ ସମୟ ଶୋଇବା ପରେ ହୁଏତ ଶରୀର କିଛିମାତ୍ରାରେ ସୁସ୍ଥ ହୋଇପାରେ, ମାତ୍ର ମନକୁ ସୁସ୍ଥକରିବା ନିହାତି ଦରକାର। ସତେଜ ଅନୁଭବ କରିବା ପାଇଁ ସ୍ଥିରତା, ସଚେତନତା ଓ କିଛି ସମୟ ଆବଶ୍ୟକ।
ଚିଡ଼ିଚିଡ଼ା ଲାଗିବା: କୌଣସି କାରଣ ନ ଥାଇ ପ୍ରତ୍ୟେକ କଥାରେ ଚିଡ଼ିଚିଡ଼ା ଲାଗୁଥିବ। ବେଳେବେଳେ ଚାହୁଁ ନ ଥିଲେ ବି ଅନ୍ୟମାନଙ୍କୁ ବିରକ୍ତି ଭାବରେ ଏଣୁତେଣୁ କିଛି କହିଦେଉଥିବେ। ଏସବୁ ପାଇଁ କେବେକେବେ ଅନ୍ୟମାନଙ୍କ ସହ ଝଗଡ଼ା ବି ହୋଇପାରେ। ସବୁ ସରିବା ପରେ ଆପଣ ହୁଏତ ଚିନ୍ତା କରିପାରନ୍ତି କି ଭୁଲ୍‌ ହୋଇଗଲା। ଅନାବଶ୍ୟକଭାବେ ଆପଣ ଅନେକ କିଛି କଟୁ କଥା କହି ଦେଇଛନ୍ତି। ଏସବୁ ଲକ୍ଷଣ ବି ମନ ଉପରେ ଚାପ କାରଣରୁ ହୋଇଥାଏ। ଏହି ପରିସ୍ଥିତିରେ ବୁଝିନେବା ଦରକାର କି ମନ ଭାରାକ୍ରାନ୍ତ ହୋଇଯାଇଛି, ଏଥିରୁ ମୁକୁଳିବାକୁ ହେଲେ ଏକ ଗ୍ୟାପ୍‌ ଦରକାର।
ଉପାୟ:
ମନର ବିଚାର ଓ ଭାବନାକୁ ପ୍ରଥମେ ଡାଏରୀରେ ଲେଖନ୍ତୁ। ଦେଖିବେ ମନ କିଛି ମାତ୍ରାରେ ହାଲ୍‌କା ହୋଇଯିବ। ପ୍ରତିଦିନ ଏଭଳି ଅଭ୍ୟାସକରି ଡାଏରୀ ଲେଖିଲେ ନିଜକୁ ବହୁତ ଭଲ ଲାଗିବ। ପର ମୁହୂର୍ତ୍ତରେ ନିଜେ ସେସବୁ ପଢ଼ିଲେ ବି ଏକ ଭିନ୍ନ ଆନନ୍ଦ ପାଇପାରିବେ ଓ ନିଜ କାମରେ ଅଧିକ ଫୋକସ୍‌ କରିପାରିବେ।
ଅଶାନ୍ତ ଥିଲେ ଆପଣଙ୍କୁ ଭଲ ଲାଗୁଥିବା ଭଳି ବିଭିନ୍ନ ପ୍ରକାର ସଙ୍ଗୀତ ଶୁଣନ୍ତୁ। ଏହା ଏକ ଥୋରାପୀ ଭଳି କାମ ଦେଇଥାଏ। ଫଳରେ ଆଙ୍ଗ୍‌ଜାଇଟି କମ୍‌ ହେବା ସହ ମନ ଶାନ୍ତ ରହିଥାଏ।
ଶାନ୍ତି ନିମନ୍ତେ ଭଲଭାବେ ଶୋଇବା ଜରୁରୀ। ରାତିରେ ୭ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ଥକ୍କାପଣ ଦୂରହେବା ସହ ମନ ବି ଭଲ ଲାଗିବ।
କାମ କରିବାକୁ ଇଚ୍ଛା ହେଉ ନ ଥାଏ ତେବେ କିଛି ସମୟର ବ୍ରେକ୍‌ ନିଅନ୍ତୁ। ଏହି ସମୟରେ ଘର ବାହାରେ ଏକ ଖୋଲା ପରିବେଶରେ ଅଥବା ନିଜ ବଗିଚାରେ ଥିବା ଗଛ ମୂଳରେ କଟାନ୍ତୁ। ନଚେତ୍‌ ସୁବିଧା ହେଲେ କିଛି ସମୟ ପାଇଁ ବାହାରେ କୌଣସି ସ୍ଥାନ କିମ୍ବା ପାର୍କକୁ ଯାଆନ୍ତୁ। ଏହା ପରେ ମନ ଫ୍ରେଶ୍‌ ଲାଗିବ।
ଘରେ ହେଉ ଅବା ଅଫିସ ଯେଉଁଠି କାମ କରୁଛନ୍ତି ସେହି ସ୍ଥାନକୁ ନିଜ ଢଙ୍ଗରେ ସଜାଇ ରଖନ୍ତୁ। ଫଳରେ କାମ କରିବା ପାଇଁ ଆଗ୍ରହ ସୃଷ୍ଟି ହେବ।
ମହିଳାଙ୍କୁ ସବୁଠୁ ବେଶି ଭଲ ଲାଗେ ମାର୍କେଟିଂ। ଯଦି ସୁବିଧା ହୁଏ ତେବେ ସପିଂ କରନ୍ତୁ। ମନ ଭଲ ଲାଗିବ।
ମେଡିଟେଶନ କଲେ ଅବସାଦରୁ ମୁକ୍ତି ମିଳିବା ସହ ରିଲାକ୍ସ ଅନୁଭବ କରିହେବ।
ମନକୁ ଏକ ନିର୍ଦ୍ଦିଷ୍ଟ ଗ୍ୟାପ୍‌ରେ ଡିଜିଟାଲ ଡିଟକ୍ସ କରାନ୍ତୁ। ଏସବୁ କାମରୁ ବାହାରି ମନପସନ୍ଦର କିଛି କାମକରି ପୁଣି ଥରେ ରିସେଟ୍‌ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri