ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍‌…ଜାଣିନିଅନ୍ତୁ କିଛି ଟିପ୍ସ

ବେଳେବେଳେ ଚୁପ୍‌ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି ଆବଶ୍ୟକତା ଠାରୁ ଅଧିକ ନୀରବ ରହୁଥାନ୍ତି ତେବେ ତାଙ୍କ ସହ କିପରି ବ୍ୟବହାର କରିବାକୁ ହେବ ଜାଣନ୍ତୁ…

ଜୀବନର ସବୁ ଅକୁହା କଥା ଯାହା ଆଗରେ ଖୋଲି କହିହେବ, ଆଉ ସବୁ ସମସ୍ୟାକୁ ଯାହା ସହିତ ନିସଙ୍କୋଚରେ ବାଣ୍ଟିହେବ ସେଭଳି ଏକ ସମ୍ପର୍କ ହେଉଛି ଦାମ୍ପତ୍ୟ। କିନ୍ତୁ କେତେକ କ୍ଷେତ୍ରରେ ପୁରୁଷମାନେ ସବୁକଥା ଖୋଲି କହିପାରନ୍ତି ନାହିଁ। ଏଥିପାଇଁ ଧିରେଧିରେ କମ୍ୟୁନିକେସନ୍‌ ଗ୍ୟାପ୍‌ ହୋଇ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୁଏ। ଏଥିରୁ ମୁକୁଳିବାକୁ ହେଲେ ଗୃହିଣୀଙ୍କୁ ହିଁ ଭାବିଚିନ୍ତି ବ୍ୟବହାର କରିବାକୁ ହେବ।
ଦୃଢ କରିବାକୁ ହେଲେ ପରସ୍ପର ମଧ୍ୟରେ କମ୍ୟୁନିକେସନ୍‌ ରହିବା ନିହାତି ଜରୁରୀ। ଆଉ ପତିପତ୍ନୀଙ୍କ କ୍ଷେତ୍ରରେ ପରସ୍ପର ସହିତ ସବୁକିଛି ଶେୟାର କରିବା ଦରକର। ନଚେତ୍‌ କେତେବେଳେ ଭୁଲ ବୁଝାମଣା, ସନ୍ଦେହ ଭଳି ବିଭିନ୍ନ ପରିସ୍ଥିତି ସବୁ ଧିରେ ଧିରେ ସମ୍ପର୍କ ବିଗାଡି ଦେବ। ତେଣୁ ଉଭୟ ପରସ୍ପର ସହିତ ସବୁକଥା ମନଖୋଲି କଥାହେବା ଦରକାର। ହେଲେ ଅନେକ କ୍ଷେତ୍ରରେ ସ୍ବାମୀ ତାଙ୍କର ସବୁ କଥା ପତ୍ନୀଙ୍କ ସହ ଶେୟାର କରିପାରନ୍ତି ନାହିଁ। ଏମିତିକି କୌଣସି ବିଷୟରେ ପ୍ରଶ୍ନ କରିବା ବେଳେ କିଛି ପ୍ରତ୍ୟୁତ୍ତର ଦେବାରେ ବି ତାଙ୍କୁ ଅସୁବିଧା ହୁଏ। ଏଭଳି କ୍ଷେତ୍ରରେ ପତ୍ନୀ ତାଙ୍କ ସହ କିଭଳି ବ୍ୟବହାର କରିବେ ଜାଣିବା ଦରକାର।
ପ୍ରଥମେ ଚିହ୍ନନ୍ତୁ: ସାଇଲେଣ୍ଟ ହଜବ୍ୟାଣ୍ଡ ଭାବପ୍ରବଣତାକୁ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସେମାନେ ଖୁବ୍‌ କମ୍‌ କଥାବାର୍ତ୍ତା କରନ୍ତି। ନିଜ ଇମୋସନ୍‌ ଜାହିର କରିପାରନ୍ତି ନାହିଁ। ବେଳେବେଳେ ପତ୍ନୀଙ୍କ କଥାର ମଧ୍ୟ ଉତ୍ତର ଦେବାକୁ ସଙ୍କୋଚ ମନେକରନ୍ତି। ଫଳରେ ସମ୍ପର୍କ ଏକତରଫା ହୋଇଯାଏ। କଥାବାର୍ତ୍ତା ନ ହେଲେ ତାଙ୍କର ଭାବନାକୁ ଠିକ୍‌ ଭାବେ ବୁଝିହୁଏ ନାହିଁ। ଖାଲି ସେତିକି ନୁହେଁ ସେମାନଙ୍କ ସମସ୍ୟା କିମ୍ବା ତାଙ୍କ ଜୀବନରେ କଣ ସବୁ ଘଟୁଛି କିଛି ଜାଣି ହେବ ନାହିଁ। ଫଳରେ ସମ୍ପର୍କରେ ଦୂରତା ବଢିଯିବ। ତେଣୁ ସ୍ବାମୀଙ୍କର ଏଭଳି ଗୁଣ ଥିଲେ ପ୍ରଥମେ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। କିନ୍ତୁ ଅଭିମାନ କରନ୍ତୁ ନାହିଁ।
ନୀରବତା କାରଣ: ଯେଉଁମାନେ ପତ୍ନୀଙ୍କ ସହ ବେଶି କଥା ହୋଇ ପାରନ୍ତି ନାହିଁ, ସେମାନେ ଘରେ ଅନ୍ୟ କାହା ଆଗରେ ମଧ୍ୟ ସବୁ କଥା କହିପାରନ୍ତି ନାହଁ ି। ତେଣୁ ଘରେ କୌଣସି ଝଗଡା ହେଲେ ସେମାନେ କାହାକୁ କିଛି ନ କହି ଚୁପ୍‌ ହୋଇଯାନ୍ତି। ବିଶେଷକରି ଶାଶୁ ବୋହୂ ଝଗଡା କଲେ ସେମାନେ ନିଜକୁ ଦୂରେଇ ରଖନ୍ତି। ଧିରେ ଧିରେ ସବୁ ଠିକ୍‌ ହୋଇଯିବ ବୋଲି ସେମାନେ ଭାବନ୍ତି। କିନ୍ତୁ ପରେ ଏହି ପରିସ୍ଥିତି ପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢାଇ ଦେଇଥାଏ।
ସାମାଜିକ ପ୍ରଭାବ: ସାଧାରଣତଃ କୁହାଯାଏ କି ପୁରୁଷମାନେ ଅଧିକ ଷ୍ଟ୍ରଙ୍ଗ୍‌। ତେଣୁ ସେମାନେ କୌଣସି ପରିସ୍ଥିତିରେ କାନ୍ଦିବା କଥା ନୁହେଁ। ସେମାନଙ୍କୁ ବେଶି କଷ୍ଟ ହୁଏନି ଏମିତି ବିଭିନ୍ନ କଥା ପାଇଁ ପୁରୁଷମାନେ ନିଜ ଭାବପ୍ରବଣତାକୁ ଲୁଚାଇବାକୁ ବାଧ୍ୟ ହୁଅନ୍ତି। କୌଣସି ସମୟରେ କାନ୍ଦିଲେ କିମ୍ବା ନିଜର କଷ୍ଟ କହିଲେ ସେମାନେ ଦୁର୍ବଳ ବୋଲି ପ୍ରମାଣିତ ହେବେ ଭାବି ଅନେକେ ସବୁ କଥା ଲୁଚାଇ ରଖିବାକୁ ପସନ୍ଦ କରନ୍ତି।
ନିବିଡତା: ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଏକତରଫା ଭଳି ରହିଲେ ସେମାନଙ୍କ ସମ୍ପର୍କରେ ଦୂରତା ବଢିଯାଏ। ଫଳରେ କେହି କାହାକୁ ନିଜ ଭାବ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୁଏ। ଏମିତିକି ବୈବାହିକ ସମ୍ପର୍କରେ ମଧ୍ୟ ନିବିଡତା କମିଯାଏ, ଯାହାଫଳରେ ସମ୍ପର୍କ ଭାଙ୍ଗିବାକୁ ବେଶି ସମୟ ଲାଗେନି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri