କେମିତି ପାଳିବେ ଦୀପାବଳି

ଆଲୋକର ପର୍ବ ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସମସ୍ତଙ୍କ ମନରେ ରହିଥାଏ ସ୍ବତନ୍ତ୍ର ଉତ୍ସାହ। କିନ୍ତୁ କରୋନା ପାଇଁ ଏଥର ଫିକା ଲାଗୁଛି ଏହି ପର୍ବ । ଦୀପାବଳି ପାଳିବାକୁ ମନରେ ସେମିତି ଉତ୍ସାହ ନାହିଁ । ହେଲେ ଏହାରି ଭିତରେ କିନ୍ତୁ ଘରେ ରହି ଭିନ୍ନ ଭିନ୍ନ ଢଙ୍ଗରେ ଦୀପାବଳି ପାଳନ କରିବାକୁ ସଜ ହେଉଛନ୍ତି ସମସ୍ତେ…
କରୋନା ସଂକ୍ରମଣ କମ୍‌ ହେବାର ନାଁ ଧରୁନି। ଏଥିପାଇଁ ସବୁ ପର୍ବପର୍ବାଣି ବି ପାଳନ ହେଉଛି ନିରାଡମ୍ବରଭାବେ। ଏଥର ଦୀପାବଳି ବି ସେମିତି କଟକଣାରେ ପାଳନ ହେବ। ବାଣ ଫୁଟିବନି କି ସାଙ୍ଗସାଥୀଙ୍କ ଘରକୁ ଯାଇ ହେବନି। ତେବେ ଏସବୁ ଭିତରେ ବି ଦୀପାବଳି ପାଳିବାକୁ ପ୍ରସ୍ତୁତି କରୁଛନ୍ତି ଗୃହିଣୀମାନେ।
ଉତ୍ସବ ନ ଥାଉ ଉଲ୍ଲାସ ତ ରହିଛି: କରୋନା ଯୋଗୁ ଏଥରର କାଳୀପୂଜା ଓ ଦୀପାବଳି ମନେରହିବ। ଏଥର ଦୀପାବଳିରେ ଆମେ କେବଳ ଦୀପ ଜଳାଇ ପରିବେଶକୁ ଆଲୋକିତ କରିବୁ। ଦୀପର ଆଲୁଅ ସମାଜରୁ କରୋନା ଅନ୍ଧାରକୁ ଦୂର କରିଦେଉ ବୋଲି ପ୍ରାର୍ଥନା କରିବୁ। ଆର ଥରକୁ ଯେମିତି କରୋନା ନ ଥିବ ଏହି ଆଶା ନେଇ ଏଥର ଆମେ ଦୀପାବଳି ପାଳିବୁ। ଦୀପାବଳିରେ ଆମେ ଏଥର ବି ସବୁବର୍ଷ ପରି ଘରେ ଶ୍ରାଦ୍ଧ ଦେଇ ପରମ୍ପରା ରକ୍ଷା କରିବୁ। ସମସ୍ତଙ୍କ ସୁଖ ପାଇଁ ମା’ କାଳୀଙ୍କୁ ପୂଜା କରି ଗୁହାରି ଜଣାଇବି। ଉତ୍ସବ ନ ହେଲେ ବି ଉଲ୍ଲାସଭରା ମନରେ ଆମେ ସମସ୍ତେ ଦୀପାବଳି ପାଳନ କରିବୁ।
-କବିତାରାଣୀ ପତି, ଗୃହିଣୀ, ଭେଲଙ୍ଗ ରାହାସୋଇ, ଯାଜପୁର ଟାଉନ୍‌
ପିଲାଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବି:କରୋନା କଟକଣା ଯୋଗୁଁ ଏଥର ଅନ୍ୟ ବର୍ଷ ପରି ମନ୍ଦିର ଯାଇ ହେବନି। ତେଣୁ ଘରେ ରହି ମା’ କାଳୀଙ୍କୁ ପୂଜା କରିବି। ଏହା ସହିତ ଘରେ ପିଲାମାନଙ୍କ ପାଇଁ ପିଠା ଆଉ ମିଠା ବି ତିଆରି କରିବି। ପିଲାମାନେ ବାଣ ଫୁଟାଇ ପାରିବେନି ବୋଲି ମନଦୁଃଖ କରୁ୍‌ଛନ୍ତି, ସେଥିପାଇଁ ସେମାନଙ୍କ ମନପସନ୍ଦର ବିଭିନ୍ନ ଖାଦ୍ୟ ତିଆରି କରିବି ବୋଲି କହିସାରିଛି। ସାବେଳେ ଏଥର ଘରର ସବୁଆଡ଼େ ବହୁ ଅଧିକ ଦୀପ ଲଗାଇବା ପାଇଁ ଯୋଜନା କରିଛୁ। ସେଥିପାଇଁ ମୁଁ ଦୀପ ଆଉ ସଳିତା କିଣି ଆଣିସାରିଛି। ମା’ କାଳୀ ସାରା ବିଶ୍ୱକୁ କରୋନା ସଙ୍କଟରୁ ରକ୍ଷା କରନ୍ତୁ ଏହି ପ୍ରାର୍ଥନା କରି ଏଥର ଦୀପାବଳି ପାଳନ କରିବି।
ଅରୁନ୍ଧତୀ ମହାନ୍ତି, ଗୃହିଣୀ, ଚୂଡ଼ାମଣି, ବାସୁଦେବପୁର, ଭଦ୍ରକ
ରଙ୍ଗୋଲୀ କରିବି, ଦୀପ ଜାଳିବି: ଦୀପାବଳିରେ ସବୁବର୍ଷ ମୁଁ ସୁନ୍ଦର ସୁନ୍ଦର ଝୋଟି ତିଆରି କରେ। ଏଥର ବି କରିବି। ବାଣ ଫୁଟାଇବାକୁ ସିନା କଟକଣା ରହିଛି ହେଲେ ଦୀପ ଜାଳିବା, ପିଠା ତିଆରି କରିବା ଆଉ ପୂଜା କରିବାରେ ତ ଅସୁବିଧା ନାହିଁ। ଏମିତିରେ ମୋର ଦୁଇ ଝିଅ ଏବେ ବହୁତ ଛୋଟ ଅଛନ୍ତି, ତେଣୁ ସେମାନେ ତ ବାଣ ଫୁଟାଇ ପାରି ନ ଥାନ୍ତେ। ହେଲେ ସେମାନେ ବାଣ ଦେଖିବାକୁ ଭଲପାନ୍ତି ବୋଲି ପ୍ରତିବର୍ଷ ମାମୁଘରକୁ ଯାନ୍ତି। କିନ୍ତୁ ଏବର୍ଷ ଆମେ କେହି କୁଆଡ଼େ ଯିବୁନି। ପିଲାମାନେ ଘରେ ରହି ନୂଆ ଡ୍ରେସ ପିନ୍ଧିବେ ଆଉ ମୁଁ ପିଠା ତିଆରି କରିବି, ସେମାନେ ଖାଇବେ। ରାତିରେ ତ ରଙ୍ଗୋଲୀ ସାଙ୍ଗକୁ ଦୀପ ଲଗାଇବି। ଦୀପର ଆଲୁଅ ଭଳି ଘରେ ସବୁବେଳେ ଖୁସିର ପରିବେଶ ଏମିତି ରହିଥାଉ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବି।
-ଶିବାନୀ ପ୍ରିୟଦର୍ଶିନୀ ସ୍ବାଇଁ, ଶିକ୍ଷୟିତ୍ରୀ, ନଖରା, କଟକ
ବୋଉ ହାତ ତିଆରି ପିଠା ଖାଇହେବନି: ଦୀପାବଳିରେ ବାଣ ଫୁଟାଇ ପାରିବି ନାହିଁ ବୋଲି ମନ ଦୁଃଖ ହେଉଛି। କାହିଁକି ନା ମତେ ବାଣ ଫୁଟାଇବାକୁ ବହୁତ ଭଲ ଲାଗେ। ସବୁବର୍ଷ ମୁଁ ସକାଳୁ ଘରେ ପୂଜା ସାରି ଆମ ଘରକୁ ଯାଏ ଓ ସେଠାରେ ଏକାଠି ସମସ୍ତେ ବାଣ ଫୁଟାଇ ମଜାକରୁ ଆଉ ବୋଉ ପିଠା କରିଥାଏ ଖାଉ। ହେଲେ ଏଥର ସେହି ସୁଯୋଗ ମିଳିବନି। ତଥାପି ମୁଁ ଏଥର ଘରେ ମିଠା ତିଆରି କରିବା ପାଇଁ ସବୁ ପ୍ରସ୍ତୁତି କରିଛି। ଏହା ସହିତ ରଙ୍ଗୋଲୀ କରି ଦୀପ ଜାଳିବି।
-ସୁରଶ୍ରୀ ପ୍ରିୟଦର୍ଶିନୀ,ଗୃହିଣୀ,
ଭିଏସଏସ ନଗର, ଭୁବନେଶ୍ୱର

ଘରେ ସବୁ ପୂଜା ହେବ: ଦୀପାବଳିରେ ବାଣ ସିନା ଫୁଟାଇ ହେବନି। ବାକି ଘରେ ଶ୍ରାଦ୍ଧ ପଡ଼ିବା ଠାରୁ ପିଠାପଣା, ବଡ଼ବଡୁଆ ଟେକା ସବୁ ତ ହେବ। ସ୍କୁଲ ଖୋଲି ନ ଥିବାରୁ ଆମେ ସମସ୍ତେ ଏପ୍ରିଲ ମାସରୁ ଗାଁରେ ଅଛୁ। ତେଣୁ ସକାଳୁ ଘରେ ଶ୍ରାଦ୍ଧ ପଡ଼ିବ ଆଉ ସାହିରେ ଦାଦା ବଡ଼ବାପା ଘରର ସମସ୍ତେ ଏକାଠି ଖାଇବା ପାଇଁ ରୋଷେଇ କରିବି। ସାରେ ଘରେ ରଙ୍ଗୋଲୀ ହେବ ଆଉ ବଡ଼ବଡୁଆ ଡକା ପାଇଁ ସମସ୍ତେ ଏକାଠି ହେବେ। ସାରେ ପିଠା କରି ଶାଶୁଙ୍କ ସହିତ ପୂଜା କରିବି। ରାତିରେ ସମସ୍ତଙ୍କୁ ପିଠା ଭୋଗ ବି ବଣ୍ଟାହେବ। ସାରେ ଦୀପ ଜାଳିବା ପାଇଁ ଆମର ଦୀପ, ସଳିତା ଆଉ ତେଲ ସବୁ କିଣା ସରିଛି। ବଡ଼ବଡୁଆ ଡାକିବା ପାଇଁ କାଉଁରିଆ କାଠି ବି ଆସିଛି। ଖାଲି ପୂଜା ପରେ ବାଣ ଫୁଟା ହେବନି ବୋଲି ପିଲାମାନେ ମନ ଦୁଃଖ କରୁଛନ୍ତି।
-ଅମିତା ରାଉତ, ଗୃହିଣୀ,
ଭଗବାନପୁର, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri