ଉହାନ ଲାବ୍‌ ପ୍ରଘଟ ସୂତ୍ର ବିଶ୍ୱସନୀୟ ହେଲା କିପରି

ଓ୍ବାଶିଂଟନ,୨୫।୬: କରୋନା ମହାମାରୀ ସାରା ବିଶ୍ୱରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ତେବେ ଏହି ଭୂତାଣୁର ମୂଳ ଉତ୍ସ ଏବେ ବି ରହସ୍ୟାବୃତ ହୋଇ ରହିଛି। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଡବ୍ଲ୍ୟୁଆଇଭି)ରୁ ଏହି ଭୂତାଣୁର ଉତ୍ପତ୍ତି ହୋଇଥିବା ଚିନ୍ତାଧାରା, ଯାହାକୁ କୌତୂହଳପ୍ରଦ ଷଡ଼ଯନ୍ତ୍ର ସୂତ୍ର କହି ଏକଦା ପ୍ରତ୍ୟାଖ୍ୟାନ କରାଯାଇଥିଲା, ଗତ କିଛି ମାସ ହେଲା ତାହା ନୂଆ ପ୍ରତ୍ୟୟ ହାସଲ କରିଛି।
ଏହା କାହିଁକି ଓ କିପରି ଘଟିଲା? ଏହାର ଗୋଟିଏ କାରଣ ହେଲା ଭୂତାଣୁର ଏକ ପ୍ରାକୃତିକ ଉତ୍ସ ଖୋଜିବା ପ୍ରୟାସ ବିଫଳ ହେଲା। ଦ୍ୱିତୀୟରେ ଲାବରେଟୋରିରୁ ଭୂତାଣୁ ଲିକ୍‌ ହୋଇଥିବା ନେଇ ପ୍ରଥମରୁ ଯେଉଁ ପ୍ରଚାର ଉଦ୍ୟମ ହେଉଥିଲା, ସେଥିରେ ଜୈବଅସ୍ତ୍ର ଭାବେ ଭୂତାଣୁକୁ ଜାଣିଶୁଣି ସୃଷ୍ଟି କରାଯାଇଥିବାର କଳ୍ପନାଜଳ୍ପନା ଫେଣ୍ଟି ହୋଇଗଲା। ଗବେଷଣାଗାର ପରିଦୃଶ୍ୟକୁ ପ୍ରତ୍ୟାଖ୍ୟାନ କରିବାରେ ଅଧିକାଂଶ ବୈଜ୍ଞାନିକଙ୍କୁ ଏହା ସହଜ କରିଦେଲା। ତେବେ ଚାଇନା ପ୍ରଥମେ ସତ ଲୁଚାଇଥିଲା। ପରେ ଉହାନ ଲାବ୍‌ରୁ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲା, ଯାହା ବୈଜ୍ଞାନିକଙ୍କ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଥିଲା।
ସିନେଟର ଟମ୍‌ କଟନ୍‌ ପ୍ରଥମରୁ ଉହାନରେ ଲାବରେଟୋରିର ଅବସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ସହ ଚାଇନା ଏହାର ଉତ୍ତର ଦେବା ଲାଗି ଚାପ ପକାଇଥିଲେ। ଗବେଷଣାଗାରରୁ ଭୂତାଣୁ ସୃଷ୍ଟି ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ପ୍ରଚାର କରିବାକୁ ଚାହିଁଥିଲେ ହେଁ ଗୋଇନ୍ଦା ତଥ୍ୟ ସ୍ପଷ୍ଟ ନ ଥିଲା। ଏଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଏହାର ଘଟଣାକ୍ରମ ଉପସ୍ଥାପନ କରାଯାଇଛି, ଯାହା ଭୂତାଣୁର ଉତ୍ସକୁ ପୁନଃ ନିର୍ଦ୍ଧାରଣ କରିଛି। ଉଦାହରଣ ସ୍ବରୂପ, ପ୍ରଥମରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲେ ହେଁ ପରେ ଏହାକୁ ଅଣଦେଖା କରାଯାଇଥିଲା। ଅପରପକ୍ଷେ କେତେଜଣ ବିଶେଷଜ୍ଞ ବିଜ୍ଞାନଭିତ୍ତିକ ବିଶ୍ୱସନୀୟତା ସୃଷ୍ଟି କରିବାକୁ ଆରମ୍ଭ କଲେ, ଯାହା ଲୋକଙ୍କ ମନ ବଦଳାଇବାକୁ ଲାଗିଲା। ଫଳରେ କରୋନା ଭୂତାଣୁ ସୃଷ୍ଟି ହେବା ପୂର୍ବରୁ ଲାବରେଟୋରି କାର୍ଯ୍ୟର ପ୍ରକୃତ ତଦନ୍ତ କରିବା ଲାଗି ଆହ୍ବାନ ଦିଆଗଲା। କରୋନା ଭୂତାଣୁ କିପରି ଆରମ୍ଭ ହେଲା ତାହାର ପ୍ରମାଣ ଅଭାବରୁ ବିଭିନ୍ନ ସୂତ୍ର ପଦାକୁ ଆସିଲା। ସେଥିରୁ ଗୋଟିଏ ହେଲା ଚାଇନାର ଉହାନ ଲାବ୍‌ରୁ ଦୁର୍ଘଟଣାବଶତଃ ଭୂତାଣୁ ଖସିଆସିଥିଲା।
୨୦୧୯ ଡିସେମ୍ବର ୩୦: ଅଜଣା କାରଣରୁ ଉହାନ ସହରର ହୁଆନାନ୍‌ ସିଫୁଡ୍‌ ହୋଲସେଲ୍‌ ମାର୍କେଟରେ ନିମୋନିଆ ସୃଷ୍ଟି ହେଉଥିବା ନେଇ ସେଠାର ମ୍ୟୁନିସିପାଲ ହେଲ୍‌ଥ କମିଶନ ଉହାନରେ ଥିବା ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌କୁ ଏକ ଜରୁରୀ ନୋଟିସ ପଠାଇଥିଲେ।
୨୦୨୦ ଜାନୁୟାରୀ ୫: ଚାଇନା ଭୂତାଣୁ ସୃଷ୍ଟି କରିଛି ବୋଲି ଏକ ଟୁଇଟ୍‌ କରାଯାଇଥିଲା। ୧୮ ବର୍ଷ ପୂର୍ବେ ଚାଇନା ଏହିଭଳି ସାର୍ସ ମାମଲାକୁ ଲୁଚାଇ ରଖି ପାଖାପାଖି ୩୦୦ ହଂକଂ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଖରାପ ଉଦ୍ଦେଶ୍ୟ ରଖି ଭୂତାଣୁକୁ ବିସ୍ତାର କରାଇବା ପାଇଁ ବେଜିଂ ସେତେବେଳେ ସଂକ୍ରମିତ ପର୍ଯ୍ୟଟକଙ୍କୁ ସାରା ବିଶ୍ୱ ବିଶେଷ କରି ଏସିଆକୁ ପଠାଇଥିଲା। ଏବେ ପୁଣିଥରେ ନୂଆ ଭୂତାଣୁରେ ଚାଇନା ତା’ର ମନ୍ଦ ଉଦ୍ଦେଶ୍ୟ ଆରମ୍ଭ କରିଥିବା ଟୁଇଟ୍‌ରେ ଲେଖାଯାଇଥିଲା।
ଜାନୁୟାରୀ ୨୩: ଉହାନ ଲାବ୍‌ରୁ ଭୂତାଣୁ ବାହାରି ସଂକ୍ରମଣର କାରଣ ହୋଇପାରେ ବୋଲି ୨୦୧୭ରେ ଆମେରିକାର ଜୈବନିରାପତ୍ତା ବିଶେଷଜ୍ଞମାନେ ସତର୍କ କରାଇଥିଲେ ବୋଲି ଏକ ଖବରକାଗଜରେ ଲେଖା ପ୍ରକାଶ ପାଇଥିଲା।
ଜାନୁୟାରୀ ୨୬: ଚାଇନାର ଜୈବଅସ୍ତ୍ର କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ଲାବ୍‌ରୁ କରୋନାଭୂତାଣୁ ସୃଷ୍ଟ ବୋଲି ଓ୍ବାଶିଂଟନ ଟାଇମ୍ସରେ ପ୍ରକାଶ ପାଇଥିଲା। ଏହା ପରେ ଚାଇନା ବାହାରେ ବୈଜ୍ଞାନିକମାନେ ସାର୍ସ-ସିଓଭି-୨ ଭୂତାଣୁ ଉପରେ ଅଧ୍ୟୟନ ଆରମ୍ଭ କରିଥିଲେ।
ଜାନୁୟାରୀ ୩୦: ଚାଇନାର ଉହାନ ସୁପର ଲାବରେଟୋରି ସୃଷ୍ଟ ସବୁଠୁ ଭୟଙ୍କର ଭୂତାଣୁ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ ବୋଲି ସିନେଟ ଆର୍ମଡ ସର୍ଭିସେସ୍‌ କମିଟିକୁ ଟମ୍‌ କଟନ କହିଥିଲେ।
ଫେବୃୟାରୀ ୩: କରୋନା ଭୂତାଣୁ ବାଦୁଡ଼ିଠାରୁ ଆସିଥିବା ଡବ୍ଲ୍ୟୁଆଇଭି ଗବେଷକମାନେ ନେଚର ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ କରିଥିଲେ।
ଫେବୃୟାରୀ ୬: ମାରାତ୍ମକ କରୋନା ଭୂତାଣୁ ସମ୍ଭବତଃ ଉହାନ ଲାବ୍‌ରୁ ସୃଷ୍ଟି ହୋଇଥିବା ଦକ୍ଷିଣ ଚାଇନା ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିର ମଲିକୁଲାର ବାୟୋମେକାନିକ୍ସ ଗବେଷକ ବୋଟାଓ ଶିଆଓ କହିଥିଲେ। ଏଥିପାଇଁ ଲାବ୍‌ରେ ପୂର୍ବରୁ ହୋଇଥିବା ନିରାପତ୍ତା ଜନିତ ଦୁର୍ଘଟଣା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଚାଇନା କର୍ତ୍ତୃପକ୍ଷଙ୍କ ଚାପ ଯୋଗୁ କିଛି ସପ୍ତାହ ପରେ ସେ ଏହି ନିବନ୍ଧକୁ ପ୍ରତ୍ୟାହାର କରିନେଇଥିଲେ।
ଫେବୃୟାରୀ ୧୯: ଏକ ୨୭ ଜଣିଆ ବୈଜ୍ଞାନିକ ଟିମ୍‌ ବନ୍ୟପ୍ରାଣୀଠାରୁ ଉକ୍ତ ଭୂତାଣୁ ଆସିଥିବା ଦାବି କରିଥିଲେ।
ମାର୍ଚ୍ଚ ୧୭: ନେଚର ମେଡିସିନ୍‌ ପତ୍ରିକାରେ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ ଏକ ବିଶ୍ଳେଷଣ ଅନୁଯାୟୀ, କରୋନା ଭୂତାଣୁ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଇଥିବା ପଛରେ ପ୍ରମାଣ ନ ଥିଲେ ହେଁ ଏହାର ମୂଳ ଉତ୍ସ ସମ୍ପର୍କିତ ଅନ୍ୟ ସୂତ୍ରକୁ ପ୍ରମାଣ କରିବା କିମ୍ବା ଭୁଲ୍‌ ବୋଲି ଦେଖାଇବା ଏବେ ସମ୍ଭବ ନୁହେଁ।
ମାର୍ଚ୍ଚ ୨୭: ଲାବରେଟୋରିରେ ଅସୁରକ୍ଷିତ କାର୍ଯ୍ୟ ଯୋଗୁ ଦୁର୍ଘଟଣାବଶତଃ ନୂଆ କରୋନା ଭୂତାଣୁ ବାହାରକୁ ଆସିଥିବା ପ୍ରତିରକ୍ଷା ଗୋଇନ୍ଦା ସଂସ୍ଥା ଆକଳନ କରିଥିଲା।
ମେ’ ୩: ବିଶ୍ୱକୁ ସଂକ୍ରମିତ କରିବାର ଇତିହାସ ଚାଇନା ନାଁରେ ରହିଛି। ନିମ୍ନମାନର ଲାବରେଟୋରି ଚଳାଇବା ମଧ୍ୟ ସେମାନଙ୍କ ପାଇଁ ନୂଆ ନୁହେଁ ବୋଲି ଆମେରିକାର ତତ୍କାଳୀନ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଥିଲେ।
ଜୁଲାଇ ୪: କୋଭିଡ୍‌-୧୯ ସହ ୯୬ ପ୍ରତିଶତ ମେଳ ଖାଉଥିବା ଭୂତାଣୁ ୨୦୧୨ରେ ଚାଇନାର ଏକ ପରିତ୍ୟକ୍ତ ତମ୍ବା ଖଣିରୁ ମିଳିଥିବା ନେଇ ଟାଇମ୍ସ ଅଫ୍‌ ଲଣ୍ଡନରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ୬ ଜଣ ସଂକ୍ରମିତ ହୋଇଥିଲେ। ବାଦୁଡ଼ିଠାରୁ ଆସିଥିବା ଏହି ଭୂତାଣୁକୁ ୨୦୧୩ରେ ସଂଗ୍ରହ କରାଯାଇ ଡବ୍ଲ୍ୟୁଆଇଭିରେ ଗଚ୍ଛିତ ରଖାଯାଇ ଅଧ୍ୟୟନ କରାଯାଇଥିଲା।
ନଭେମ୍ବର ୧୭: ସାର୍ସ-ସିଓଭି-୨ ଜେନେଟିକ୍‌ ଷ୍ଟ୍ରକ୍ଚର ଲାବରେଟୋରିରୁ ସୃ୍‌ଷ୍ଟ ନୁହେଁ, ଏହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ରୋସାନା ସେଗେଟୋ ଏବଂ ୟୁରି ଡେଇଗିନ୍‌ ଏକ ପ୍ରଭାବଶାଳୀ ନିବନ୍ଧରେ ଲେଖିଥିଲେ।
୨୦୨୧ ଜାନୁୟାରୀ ୪: ଲାବରେଟୋରିରୁ ଭୂତାଣୁ ଆସିଥିବାର ଅଧିକ ପ୍ରମାଣ ରହିଛି ବୋଲି ନିକୋଲସନ ମେକର ନ୍ୟୁୟର୍କ ପତ୍ରିକାରେ ଏକ ସମୀକ୍ଷା ରିପୋର୍ଟ ପ୍ରକାଶ କରିଥିଲେ।
ଜାନୁୟାରୀ ୧୫: ଟ୍ରମ୍ପ୍‌ ପ୍ରଶାସନ କ୍ଷମତାରୁ ଯିବା ପୂର୍ବରୁ ପରରାଷ୍ଟ୍ର ବିଭାଗ ଉହାନ ଲାବ୍‌ ସମ୍ପର୍କରେ ଏକ ଫ୍ୟାକ୍ଟ ଶିଟ୍‌ ପ୍ରକାଶ କରିଥିଲା। କୋଭିଡ୍‌-୧୯ ଭଳି ଭୂତାଣୁ ଉପରେ ଅଧ୍ୟୟନ ସମ୍ପର୍କିତ ତଥ୍ୟ ଡବ୍ଲ୍ୟୁଆଇଭି ଲୁଚାଇଥିବା ଏଥିରେ କୁହାଯାଇଥିଲା।
ଫେବୃୟାରୀ ୯: ଭୂତାଣୁ ମାନବ ଶରୀରକୁ ସଂକ୍ରମିତ ହେବା ସହ ଲାବରେଟୋରି ସମ୍ପର୍କର କୌଣସି ପ୍ରମାଣ ନ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଚାଇନା ମିଳିତ ଭାବେ ଘୋଷଣା କରିଥିଲେ।
ଫେବୃୟାରୀ ୧୧: ଲାବରେଟୋରିରୁ ଭୂତାଣୁ ବାହାରକୁ ଆସିଥିବା କଥାକୁ ଅସ୍ବୀକାର କରାଯାଇପାରିବ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ମହାସଚିବ ଟେଡ୍ରୋସ ଆଧାନମ ଘେବ୍ରେୟେସସ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri