ଡାଇବେଟିସ୍‌ ରୋଗୀଙ୍କ ପାଇଁ ପଇଡ଼ ପାଣି କେତେ ସୁରକ୍ଷିତ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ପଇଡ଼ ପାଣିକୁ ପ୍ରାକୃତିକ ଶକ୍ତି ପାନୀୟ କୁହାଯାଇଥାଏ। ଗ୍ରୀଷ୍ମଋତୁରେ ଏହା ସବୁଠାରୁ ଅଧିକ ପିଆଯାଏ।  ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପିଇବା ପାଇଁ ପସନ୍ଦ କରିଥାନ୍ତି। ଏହା ଶରୀରକୁ ହାଇଡ୍ରେଟ୍‌ କରେ, ଇଲେକ୍ଟ୍ରୋଲାଇଟ୍ସ ପୂରଣ କରେ ଏବଂ ଥକ୍କାପଣ ଦୂର କରିବାରେ ସାହାଯ୍ୟ କରେ। କିନ୍ତୁ କେବେ ଭାବିଛନ୍ତି କି ପଇଡ଼ ପାଣି ଡାଇବେଟିସ୍‌ ରୋଗୀଙ୍କ ଉପରେ କ’ଣ ପ୍ରଭାବ ପକାଇଥାଏ? ତେବେ ଜାଣନ୍ତୁ ଏହି ପାଣି ଡାଇବେଟିସ୍‌ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ଜାଣନ୍ତୁ ସେ ସମ୍ପର୍କରେ…

Green Coconut Half Images – Browse 32,236 Stock Photos, Vectors, and Video  | Adobe Stock

ପଇଡ଼ ପାଣିରେ ଥିବା ମିଠା ପ୍ରାକୃତିକ, ଯାହା ମୁଖ୍ୟତଃ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋଜ ଭଳି ସୁଗାର ଉପାଦାନରୁ ଆସିଥାଏ। ଏକ ମଧ୍ୟମ ଆକାରର ପଇଡ଼ରେ ପ୍ରାୟ ୨୦୦-୨୫୦ ମିଲି ପାଣି ଥାଏ, ଯେଉଁଥିରେ ପ୍ରାୟ ୫-୬ ଗ୍ରାମ ପ୍ରାକୃତିକ ସୁଗାର ରହିଥାଏ। ଏହି ପରିମାଣ ବହୁତ ଅଧିକ ନୁହେଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ଶୂନ୍ୟ ମଧ୍ୟ ନୁହେଁ। ଏପରି ପରିସ୍ଥିତିରେ ଏହାକୁ ସନ୍ତୁଳିତ ପରିମାଣରେ ପିଇବା ଠିକ୍‌।

Nutrition alert: A green coconut (100 grams) contains…

ପଇଡ଼ ପାଣିରେ ସୁଗାର ପରିମାଣ କମ୍‌ ଥାଏ ଏବଂ ଏହା ଏକ କମ୍‌ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଥିବା ପାନୀୟ। ଏହାର ଅର୍ଥ ହେଉଛି ଏହା ବ୍ଲଡ୍‌ ସୁଗାରକୁ ଧୀରେ ଧୀରେ ବୃଦ୍ଧି କରେ। ଯାହା ରକ୍ତରେ ଶର୍କରାର ହଠାତ୍‌ ବୃଦ୍ଧି ହେବାର ଆଶଙ୍କାକୁ ହ୍ରାସ କରେ।

ତଥାପି ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରତ୍ୟେକ ପ୍ରକାରର ମିଠା ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ଦିନକୁ ଅନେକ ଥର କିମ୍ବା ଅତ୍ୟଧିକ ପରିମାଣରେ ପଇଡ଼ ପାଣି ପିଅନ୍ତି, ତେବେ ଏହା ତାଙ୍କ ବ୍ଲଡ୍‌ ସୁଗାରକୁ ପ୍ରଭାବିତ କରିପାରେ, ବିଶେଷକରି ଯଦି ଏହା ପୂର୍ବରୁ ଅନିୟନ୍ତ୍ରିତ ଥାଏ।

All Natural Green Coconut fantastic Local

ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଭଳି ଉପାଦାନ ରହିଛି, ଯାହା ହାର୍ଟ ଏବଂ ମାଂସପେଶୀକୁ ଭଲ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ।

ପଇଡ଼ ପାଣିରେ କୌଣସି ଚର୍ବି ନାହିଁ ଏବଂ ଏହାର କ୍ୟାଲୋରୀ ମଧ୍ୟ ବହୁତ କମ୍‌। ଏହା ମେଦବହୁଳତା ହ୍ରାସ କରିବା ଏବଂ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ଡାଇବେଟିସ୍‌ ପାଇଁ ବହୁତ ଗୁରୁତ୍ୱପୂଣ୍ଣ ବୋଲି ବିଶେଷଜ୍ଞ କୁହନ୍ତି।

Coconut water - Wikipedia

କିଛି ଅଧ୍ୟୟନରୁ ଜଣାପଡ଼ିଛି, ପଇଡ଼ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ଇନ୍‌ସୁଲିନ ବ୍ୟବହାର କରିବାର କ୍ଷମତାକୁ ଉନ୍ନତ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଖାରୁ ଫୁଲ

କଖାରୁ ଫୁଲରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କଖାରୁ...

ଭାରତର ସୁଦର୍ଶନ ଚକ୍ର ଏସ୍‌-୪୦୦

ଚଳିତ ମାସ ୭ ତାରିଖ ସକାଳୁ ଉଠୁ ଉଠୁ ସମସ୍ତଙ୍କ ମୁଖରେ ଗୋଟିଏ ଚାଞ୍ଚଲ୍ୟକର ଖବର ଯେ ଭାରତ ପହଲଗାମ୍‌ ଆତଙ୍କବାଦୀ ଅମାନବୀୟ ହତ୍ୟାକାଣ୍ଡର ଦଣ୍ଡ...

ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ…

ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ପ୍ରାୟ ମାସକ ପରେ ନିଜ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ମାନବ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ।...

କେମିତି ବଢାଇବେ ପିଲାଙ୍କ ସୋସିଆଲ ସ୍କିଲ୍‌: ଆପଣାନ୍ତୁ ଏହି ଟିପ୍ସ

ପିଲାଙ୍କ ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ସୋସିଆଲ ସ୍କିଲ୍‌ ମଧ୍ୟ ବଢ଼ାଇବାକୁ ହୋଇଥାଏ। ପିଲାମାନେ ଯଦି ଏହି କ୍ଷେତ୍ରରେ ଦୁର୍ବଳ ରହିଥାନ୍ତି ତେବେ ମାତାପିତା ଏଥିପ୍ରତି ଦୃଷ୍ଟିଦେବା...

ଏସବୁ ଖାଦ୍ୟ ଗରମ କରି ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍‌…

କିଛି ଖାଦ୍ୟ ଏପରି ଅଛି ଯାହାକୁ ଅଧିକ ଗରମ କରି ଖାଇଲେ ତାହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏନେଇ ଜାଣିବା ପରେ ବଦଳାଇ...

ଜାଣନ୍ତୁ ସକାଳ ଜଳଖିଆ କେତେ ଜରୁରୀ…

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିୟମିତ...

କାକୁଡି ସହ ଖାଆନ୍ତୁନି ଏହି ୫ ଖାଦ୍ୟ, ନଚେତ ହୋଇପାରେ ବହୁତ ବଡ଼ କ୍ଷତି

କାକୁଡି ଏକ ଲାଭଦାୟକ ଫଳ, ଯାହା ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା କରିଥାଏ, କିନ୍ତୁ କିଛି ଖାଦ୍ୟ ସହିତ ଏହାକୁ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ...

ସେବିକାମାନଙ୍କ ସୁସ୍ଥତା-ନିରାପତ୍ତା ଗୁରୁତ୍ୱପୂର୍ଣ୍ଣ

ଦେହ ଖରାପ ହେଲେ ଆମ୍ଭମାନଙ୍କର ଡାକ୍ତର ଏବଂ ନର୍ସଙ୍କ କଥା ମନେପଡ଼େ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନର୍ସ ବା ସେବିକାମାନେ ହେଉଛନ୍ତି ସର୍ବବୃହତ କାର୍ଯ୍ୟଶକ୍ତି। କେବଳ ସେତିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri