ପାକିସ୍ତାନ ବିଶ୍ୱର ନୂଆ ଅଫିମ ରାଜଧାନୀ: ଭାରତ ପାଇଁ ବଢିଲା ଚିନ୍ତା

ବାଲୁଚିସ୍ତାନ,୧୧ା୯: ଆଫଗାନିସ୍ତାନରେ ୨୦୨୨ରେ ତାଲିବାନ ଅଫିମ ଚାଷ ଉପରେ କଟକଣା ପରେ ପାକିସ୍ତାନ ବିଶ୍ୱର ନୂଆ ଅଫିମ କେନ୍ଦ୍ର ଭାବେ ଉଭା ହୋଇଛି। ଦି ଟେଲିଗ୍ରାଫ ରିପୋର୍ଟ ଅନୁସାରେ, ବାଲୁଚିସ୍ତାନରେ ବିସ୍ତୀର୍ଣ୍ଣ ପୋପି କ୍ଷେତ୍ର ଦେଖାଯାଇଛି, ଯାହା ପୂର୍ବରୁ ଆଫଗାନିସ୍ତାନର ୮୦% ଅଫିମ ଉତ୍ପାଦନକୁ ଅତିକ୍ରମ କରିଛି। ଯାହା ବର୍ତମାନ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି, କାରଣ ଏହାର ହେରୋଇନ ଭାରତରେ ପହଞ୍ଚିବା ସହ ନାର୍କୋ-ଅର୍ଥ ଆତଙ୍କବାଦୀ କାର୍ଯ୍ୟକଳାପକୁ ଅର୍ଥ ଯୋଗାଇପାରେ।

ଆଫଗାନ ଚାଷୀମାନେ ସୌରଶକ୍ତିଚାଳିତ କୂଅ ବ୍ୟବହାର କରି ବାଲୁଚିସ୍ତାନରେ ପୋପି ଚାଷ କରୁଛନ୍ତି, ଯାହା ସ୍ଥାନୀୟ ବାଲୋଚ ଚାଷୀଙ୍କ ସହ ଭାଗଚାଷ କିମ୍ବା ଜମି ଭଡ଼ା ନେଇ କରାଯାଉଛି। ଏହି ଅଞ୍ଚଳରେ ଇସଲାମିକ ଷ୍ଟେଟ ଓ ବାଲୁଚିସ୍ତାନ ଲିବରେସନ ଆର୍ମୀ ଭଳି ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ, ଯେଉଁମାନେ ଏହି ଲାଭରୁ ଅର୍ଥ ପାଉଛନ୍ତି। ବିଶେଷଜ୍ଞ ଡେଭିଡ ମାନସଫିଲ୍ଡ କହିଛନ୍ତି, ୨୦୨୫ରେ ପାକିସ୍ତାନର ଅଫିମ ଉତ୍ପାଦନ ଆଫଗାନିସ୍ତାନକୁ ବହୁଗୁଣ ଅତିକ୍ରମ କରିବ।

ଏହି ଅଫିମ ବାଣିଜ୍ୟ ଦକ୍ଷିଣ-ପଶ୍ଚିମ ଏସିଆରେ ମାଦକ ଶିଳ୍ପକୁ ପୁନର୍ଗଠନ କରିପାରେ, ଯାହା ଭାରତ ଓ ୟୁରୋପ ପର୍ଯ୍ୟନ୍ତ ପ୍ରଭାବ ପକାଇବ। ଆମେରିକୀୟ କୂଟନୀତିଜ୍ଞ ଜାଲମେ ଖଲିଲଜାଦ ଏହାକୁ “ଆତଙ୍କବାଦୀ ଓ ଅପରାଧୀ ଗୋଷ୍ଠୀଙ୍କ ପାଇଁ ଅର୍ଥ ଯୋଗାଣ ଓ ମାଦକ ଆସକ୍ତିର ବିପଦ” ଭାବେ ବର୍ଣ୍ଣନା କରି ପାକିସ୍ତାନର ଏହାକୁ ନିୟନ୍ତ୍ରଣ ପାଇଁ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri