ଆମକୁ କେତେ ଦରକାର

ସମୟ ଥିଲା ଅଧିକାଂଶ ଘରୋଇ ହାତତିଆରି ଜିନିଷ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା। ମହିଳାମାନେ ପୁରୁଣା ପୋଷାକ ବ୍ୟବହାର କରି ଶପିଂ ବ୍ୟାଗ, ପାପୋଛ ଏବଂ ଛୋଟ ପିଲାଙ୍କ ପୋଷାକ ତିଆରି କରୁଥିଲେ। ତେବେ ସମୟର ଅଭାବ ଏବଂ ସହଜରେ ଉପଲବ୍ଧ ବଜାର ସାମଗ୍ରୀ ଏହି ଧାରାକୁ ହ୍ରାସ କରିଛି। ରିଫିୟୁଜ, ରିଡିୟୁଜ, ରିୟୁଜ, ରିସାଇକ୍ଲିନର ଧାରଣା ଏକ ସୁବାକ୍ୟାଂଶ ପାଲଟିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଶିଳ୍ପାୟନ, ହାତରେ ନୁହେଁ କାରଖାନାଗୁଡ଼ିକରେ ଜିନିଷ ଉତ୍ପାଦନ କରିବାକୁ ପ୍ରେରଣା ଦେଇଛି। ପୋଷାକ ଧୋଇବା, ରୁଟି ତିଆରି କରିବା ଏବଂ ମସଲା ବାଟିବା ଉପକରଣଗୁଡ଼ିକ ବର୍ତ୍ତମାନ ସାଧାରଣ ଘରୋଇ ଉପକରଣ । ବଜାର ନୂତନ ଏବଂ ଉନ୍ନତ ସୁବିଧା ପାଇଁ ଚାହିଦା ସୃଷ୍ଟି କରୁଛି। ନୂତନ ବ୍ରାଣ୍ଡର ପୋଷାକ, ନୂତନ ମୋବାଇଲ ଫୋନ ଏବଂ ଯାନବାହନର ନୂତନ ମଡେଲ ଲୋକଙ୍କୁ ଆକର୍ଷିତ କରୁଛି। ଉତ୍ପାଦ ସହିତ ସମାନ ହାରରେ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ବିଜ୍ଞାପନ ଯଥାସମ୍ଭବ ଚେଷ୍ଟା କରୁଛି।

ବର୍ତ୍ତମାନ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଅନେକ ଡଜନ ପୋଷାକ । କିଛି ପୋଷାକ କେବଳ ଥରେ କିମ୍ବା ଦୁଇଥର ପିନ୍ଧାଯାଏ। ପରେ ବର୍ଷ ବର୍ଷ ଧରି ସଂରକ୍ଷଣ ହୋଇ ପୁରୁଣା ହୋଇଯାଏ। ଆମେ ସେଗୁଡ଼ିକୁ ନା ପିନ୍ଧୁଛନ୍ତି ନା କାହାକୁ ଦେଉଛନ୍ତି । ଶୀତଦିନେ କେତେକ ପଶମ ପୋଷାକ ଥରେ ମଧ୍ୟ ପିନ୍ଧାଯାଏ ନାହିଁ। ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଘରେ ୭୮,୩୦୦ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଅବ୍ୟବହୃତ ପଡ଼ି ରହିଥାଏ। ଏଥିରେ ୨୦ କୋଟିରୁ ଅଧିକ ମୂଲ୍ୟର ଇଲେକ୍ଟ୍ରୋନିକ ସାମଗ୍ରୀ ଅନ୍ତର୍ଭୁକ୍ତ। ଏହାସହ ଚାରିଚକିଆ ଯାନ ସଂଖ୍ୟା ବୃଦ୍ଧି ପାଇ ମହାନଗରଗୁଡ଼ିକରେ ଟ୍ରାଫିକ ଜାମ୍‌ ଏବେ ସାଧାରଣ ସମସ୍ୟା ହୋଇଗଲାଣି। ଏହାକୁ ଦୂର କରିବା ପାଇଁ ଓଭରପାସ ନିର୍ମାଣ କରାଯାଉଛି, ରାଜପଥକୁ ଚାରି ଲେନ୍‌ରୁ ଛଅ ଲେନ ପର୍ଯ୍ୟନ୍ତ ବିସ୍ତାର କରାଯାଉଛି ଏବଂ ଅସଂଖ୍ୟ ଗଛ କଟାଯାଉଛି। କିନ୍ତୁ ସମସ୍ୟାର ମୂଳ କାରଣର ସମାଧାନ ହୋଇନାହିଁ। ଗାଁଗୁଡ଼ିକ ଖାଲି ହେବାକୁ ଲାଗିଛି। ଏହା ସହରଗୁଡ଼ିକ ଉପରେ ଚାପ ପକାଉଛି। ଘରଗୁଡ଼ିକ ଛୋଟ ହୋଇ ଅବ୍ୟବସ୍ଥିତ ହୋଇଯାଉଛି।

ଜ୍ୟୋତିଷମାନେ ଆମକୁ ବିଭିନ୍ନ ଜିନିଷ କିଣିବାର ଠିକ ସମୟ କହୁଛନ୍ତି ଏବଂ ସେଗୁଡ଼ିକୁ କିଣିବାକୁ ଅନୁରୋଧ କରୁଛନ୍ତି। ବଡ଼ ବଡ଼ କମ୍ପାନୀଗୁଡ଼ିକ ବିଶେଷ ଅବସରରେ ସମସ୍ତ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି। ବ୍ୟାଙ୍କଗୁଡ଼ିକ ଋଣ ପ୍ରସ୍ତାବ ପଠାଉଛନ୍ତି। ବଜାରର କାମ ହେଉଛି ଏହାର ସାମଗ୍ରୀ ବିକ୍ରୟ କରିବା। ହେଲେ ଆମେ ଚିନ୍ତା କରିବା କଥା ପ୍ରକୃତରେ ଆମକୁ କ’ଣ ସେହି ଜିନିଷଗୁଡ଼ିକର ଆବଶ୍ୟକତା ଅଛି? ଏବେ ଉପହାର ଦେବାର ପରମ୍ପରା ଯଥେଷ୍ଟ ବୃଦ୍ଧି ପାଇଛି। କେତେକ ସମୟରେ ଆମେ ବନ୍ଧୁ କିମ୍ବା ପରିଚିତ ବ୍ୟକ୍ତିଙ୍କୁ ଯେଉଁ ଉପହାର ଦେଉଛନ୍ତି ତାହା ସେମାନଙ୍କର ଆବଶ୍ୟକତା କିମ୍ବା ଇଚ୍ଛା ବାହାରେ। ବେଳେ ବେଳେ ସମାନ ଉପହାର ଜଣେ ଅନ୍ୟ ଜଣକୁ ଗୋଟିଏ ହାତରୁ ଅନ୍ୟ ହାତକୁ ଘୂରିବୁଲେ । ପ୍ଲେଟୋ କହିଛନ୍ତି, କମ୍‌ ଜିନିଷ ସହିତ ବଞ୍ଚିବା ହେଉଛି ସବୁଠାରୁ ବଡ଼ ସମ୍ପତ୍ତି। ଅନ୍ୟ କେହି ଜଣେ ଏହି କଥାକୁ ପ୍ରତିଧ୍ୱନିତ କରି କହିଛନ୍ତି ଯାତ୍ରାରେ ଆପଣଙ୍କ ପାଖରେ ଯେତେ କମ୍‌ ସାମଗ୍ରୀ ଥାଏ ଯାତ୍ରା ସେତେ ସହଜ।

ଥଣ୍ଡା ପାନୀୟ ବୋତଲକୁ ପାଣି ବୋତଲ ଭାବରେ ବ୍ୟବହାର କରିବା, ସମୟ ସମୟରେ ରୋଷେଇ ଘରେ ପ୍ୟାକେଜିଂ ପାତ୍ରକୁ ପୁନଃବ୍ୟବହାର କରିବା କିମ୍ବା କମ ପୋଷାକ ଏବଂ ସମ୍ବଳ ସହିତ ବଞ୍ଚିବା ଏସବୁ ଆଜି କଂଜୁସ, ଲୋଭୀ ବିବେଚିତ । ଯେତେ ଅଧିକ ବିଳାସପୂର୍ଣ୍ଣ ଜିନିଷ ଘର ସେତେ ଧନୀ ପଦବାଚ୍ୟ । କମ୍‌ ଜିନିଷ ସହିତ ବଞ୍ଚିବା, ସେଗୁଡ଼ିକୁ ସତର୍କତାର ସହିତ ବ୍ୟବହାର କରିବା, ସେଗୁଡ଼ିକୁ ମୂଲ୍ୟାଙ୍କନ କରିବା ଏବଂ ସେଗୁଡ଼ିକର ବିକଳ୍ପ ବ୍ୟବହାର ଖୋଜିବା ଆମକୁ ଅଧିକ ଯତ୍ନବାନ କରିଥାଏ। ଆଗରୁ କଲମର କାଳି ସରିଗଲେ ରିଫିଲ ପକାଇ କିମ୍ବା ସ୍ୟାହି ବ୍ୟବହାର ହେଉଥିଲା। ବର୍ତ୍ତମାନ ରିଫିଲ ଦାମ୍‌ର ନୂଆ କଲମ ଉପଲବ୍ଧ। ଏପରିସ୍ଥିତିରେ କ୍ରେତା ରିଫିଲ ବଦଳରେ ଅନ୍ୟ ପେନ୍‌ କିଣିବା ଉଚିତ ମନେକରନ୍ତି । ଏପରି ଅନେକ ଜିନିଷ ୟୁଜ୍‌ ଆଣ୍ଡ ଥ୍ରୋ ସଂସ୍କୃତିକୁ ଜନ୍ମ ଦିଏ।

ବାସ୍ତବରେ ଯଦି ବିଳାସପୂର୍ଣ୍ଣ ଦ୍ରବ୍ୟ ସୁଖ ପ୍ରଦାନ କରନ୍ତା ତେବେ ପ୍ରତ୍ୟେକ ଧନୀ ବ୍ୟକ୍ତି ସୁଖ ସାଗରରେ ବୁଡ଼ି ରହି ଥାନ୍ତେ। ଆଜିର ଯୁବପିଢ଼ି ବିକଳ୍ପରେ ପରିପୂର୍ଣ୍ଣ ଏକ ନୂତନ ଦୁନିଆରେ ବାସ କରନ୍ତି। ସୋସିଆଲ ମିଡିଆ, ଇ-କମର୍ସ, ଡିଜିଟାଲ ବ୍ୟବସାୟ ଏବଂ ଅଗଣିତ ବ୍ରାଣ୍ଡ୍‌ ସେମାନଙ୍କୁ ବିଶ୍ୱାସ କରାଇଛନ୍ତି ଯେ ଅଧିକ ପାଇବା ହେଉଛି ଚୂଡ଼ାନ୍ତ ଲକ୍ଷ୍ୟ। ପ୍ରତିଦିନ ଏକ ନୂତନ ଫୋନ, ଏକ ନୂତନ ଫ୍ୟାଶନ, ଏକ ନୂତନ ଧାରା ସେମାନଙ୍କ ମାନସିକତାର ଅଂଶ ହୋଇଗଲାଣି। ତେଣୁ ଯେତେବେଳେ କେହି ସେମାନଙ୍କୁ ‘ଅଳ୍ପରେ ବଞ୍ଚିବା ଶିଖ’ କୁହନ୍ତି ଏହା ଅବାସ୍ତବ ପରାମର୍ଶ ପରି ମନେହୁଏ।

ଏହିପରି ଭାବେ ଆମେ ଉପଭୋକ୍ତା ସଂସ୍କୃତିର ଅଂଶ ହୋଇଯାଉ। ଉପହାର ବିନିମୟ ଭଳି କିଛି ଛୋଟ ପ୍ରୟାସ କରାଯାଏ ହେଲେ ସେଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ। ବର୍ତ୍ତମାନ କିଛି ଅନୁଷ୍ଠାନ ଏବଂ ସ୍କୁଲ ସେମାନଙ୍କ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷାଦାନ ଫି ବଦଳରେ ପ୍ଲାଷ୍ଟିକ ଜମା କରିବାକୁ କହିଛନ୍ତି। ପ୍ଲାଷ୍ଟିକ, କାଚ ଏବଂ କପଡ଼ାକୁ ପୁନଃବ୍ୟବହାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି କିନ୍ତୁ ଏହି ପ୍ରୟାସଗୁଡ଼ିକ କେବଳ ସମୁଦ୍ରକୁ ସଂଖେ।

ପ୍ରଣତି ଆଚାର୍ଯ୍ୟ ମିଶ୍ର, ନୟାଗଡ଼

ମୋ:୯୪୩୭୬୪୨୯୪୭

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri